STORYMIRROR

Sukanti Hotta

Inspirational

2  

Sukanti Hotta

Inspirational

ହେ ମାନବ ତୋତେ କୋଟି ନମସ୍କାର

ହେ ମାନବ ତୋତେ କୋଟି ନମସ୍କାର

2 mins
520

ମୋ ପ୍ରିୟ ମାନବ ଗଣ !

ମୋର ସ୍ନେହ ନେବ l ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତା, ଜଳବାୟୁ ଏବଂ ମାଟିକୁ ମୋର ସ୍ନେହ ଜଣାଇ ଦେବ l ମୁଁ ଆଜି କ୍ରନ୍ଦନରତ l ମୋ ଦୁଃଖବେଦନା ମୋର କୌଣସି ସନ୍ତାନକୁ ଶୁଭାଯାଉନି l ମୋର ସନ୍ତାନ ମାନଙ୍କ ମଧ୍ୟରେ ତୁମେ (ମାନବ )ଶ୍ରେଷ୍ଠ ବୋଲି ତୁମ ମାନଙ୍କୁ ମୋର ଦୁଃଖ ଜଣାଉଛି l

ଚିରଯୌବନର ଆଶୀର୍ବାଦ ମୁଁ ଭଗବାନଙ୍କ ଠାରୁ ପାଇଥିଲି କିନ୍ତୁ ମୁଁ ଏତେ ମାତ୍ରାରେ ପ୍ରଦୂଷିତ ହୋଇଗଲିଣି ଯେ ମୁଁ ନିଜକୁ ବୃଦ୍ଧ, ନିଃସହାୟ ମନେ କରୁଛି l

ମୋର କୋଟିକୋଟି ସନ୍ତାନ ଥାଇ ମଧ୍ୟ ମୋର ଯତ୍ନ ନେବାକୁ କାହା ପାଖରେ ସମୟ ଟିକେ ନାହିଁ l ତୁମେ ମାନେ ସବୁ ନିଜ ନିଜର ସ୍ୱାର୍ଥରେ ଜଡିତ ହୋଇଗଲଣି l ମୋ ଚାରିପାଖରେ ଖାଲି ଅଳିଆ ଆବର୍ଜନା, ଯେଉଁ ଠାରେ ଦେଖିବ କଳକାରଖାନା, ଗାଡିମଟରର ଧୂଆଁ, ଶବ୍ଦରେ ମୋର ଶ୍ୱାସ ରୁଦ୍ଧ ହୋଇଯାଉଛି l ମୋର ବୃକ୍ଷ ରୂପକ ପୁତ୍ର ମାନଙ୍କୁ କାଟି ପଦା କରିଦେଲଣି, ମୋର ସନ୍ତାନ ଜଳ ଏବଂ ପବନକୁ ବିଷାକ୍ତ କରିଦେଲଣି l

ହେ ମାନବ ଗଣ ତୁମେ ବୁଦ୍ଧି, ଜ୍ଞାନ,ବଳରେ ପରିପୂର୍ଣ ଥିବାରୁ ମୋର ସନ୍ତାନ ମାନଙ୍କ ମଧ୍ୟରେ ତୁମକୁ ସବୁଠାରୁ ଶ୍ରେଷ୍ଠ ବୋଲି ବିବେଚନା କରିଥିଲି l କିନ୍ତୁ...ତୁମେମାନେ ମୋର କୋଳରେ ଥିବା ଜଙ୍ଗଲକୁ କାଟି ନଷ୍ଟ କରିବା ଯୋଗୁଁ ପଶୁପକ୍ଷୀ ମାନେ ବହୁତ କଷ୍ଟ ପାଇଲେଣିଏବଂ ମୋର ପଶୁପକ୍ଷୀ ମାନଙ୍କୁ ମାରି ତୁମେ ଖାଇଯାଉଛ lଜଙ୍ଗଲ କାଟିବା ଯୋଗୁଁ ମୋ ସନ୍ତାନ ମୃତ୍ତିକାର ବହୁତ କ୍ଷୟ ହେଉଛି, ବର୍ଷା ଠିକ ସମୟରେ ହେଉନାହିଁ l

ମୋ କୋଳର ବୁଦ୍ଧିମାନ ସନ୍ତାନ ହୋଇ ତୁମେ କାହିଁକି ନିର୍ଦୟ ହୋଇ ଗଲଣି? ମୁଁ ଅକଳନ ଜ୍ଞାନ ଭରିଦେଇ ତୁମକୁ ଜନ୍ମ ଦେଇଥିଲି ତୁମ ଭାଇଭଉଣୀଙ୍କର, ଭବିଷ୍ୟତ ବଂଶଧରଙ୍କର ଉପଯୁକ୍ତ ଯତ୍ନ ନେବାକୁ l

ମୁଁ ଆଜି ବହୁତ ଦୁଃଖରେ, ଅଭିମାନରେ କହୁଛି ମୋର ଅନ୍ୟ ସନ୍ତାନ (ମାଟି, ପାଣି, ପବନ, ବୃକ୍ଷଲତା, କୀଟପତଙ୍ଗ )ମାନଙ୍କର ଉପଯୁକ୍ତ ଭାବରେ ଯତ୍ନ ନେବ ନହେଲେ ତୁମେମାନେ ରୋଗୀଣା, ଶ୍ୱାସରୁଦ୍ଧ ହୋଇଯିବ ।

କୌଣସି ପିତାମାତା ତାଙ୍କ ସନ୍ତାନ ମାନଙ୍କୁ ନମସ୍କାର ଜଣାନ୍ତିନି କିନ୍ତୁ ମୁଁ(ପରିବେଶ )ବିଶ୍ୱର ପ୍ରଥମ ପିତା ତୁମମାନଙ୍କୁ (ମାନବ)କୋଟିକୋଟି ନମସ୍କାର କରି ଅନୁରୋଧ କରୁଛି ସ୍ୱାର୍ଥ ତ୍ୟାଗ କର, ପ୍ରଦୂଷଣ ମୁକ୍ତ ହୁଅ ...ତୁମେ ନିଜେ ବଞ୍ଚି ମୋର ସନ୍ତାନ ମାନଙ୍କୁ ବଞ୍ଚିବାକୁ ଦିଅ ।

ଇତି ତୁମର ପିତା

ପରିବେଶ

ସୁକାନ୍ତି ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational