Dr Rashmita Panigrahi

Abstract

2  

Dr Rashmita Panigrahi

Abstract

ହାୟ ରେ ବରକୋଳି

ହାୟ ରେ ବରକୋଳି

4 mins
2.9K


             ମିସେସ ରୟ ନୂଆ ନୂଆ ପ୍ରମୋସନ ପାଇ ଆସିଛନ୍ତି ଯୁକ୍ତ ତିନି ସିନିଅର କଲେଜକୁ l ଟିକିଏ ହାଲକା ଖୁସି ଅଛନ୍ତି l ସାଧାରଣ ବର୍ଗର ବୋଲି ଆଜି ଯାଏ ଗୋଟିଏ ବି ପ୍ରମୋସନ ତାଙ୍କ କପାଳରେ ଜୁଟିନି l ତାଙ୍କ ସାଙ୍ଗ ଯେଉଁମାନେ ପଛୁଆ ବର୍ଗର କେବେଠୁ ପ୍ରିନସିପାଲ ହେଇ ସାରିଲେଣି l ଜୁନିଅର କଲେଜ ର ଷ୍ଟଡି ଏନଭିରନମେଣ୍ଟ (environment) ଆଉ ଏଠିକାର, ଭିତରେ କିଛି ଫରକ ତ ରହିଛି ନିଶ୍ଚୟ l ବେଶ କମଫୋର୍ଟ ଫିଲ ହେଉଛି l ଡେରିରେ ହେଉ ପଛେ ତାଙ୍କୁ ଏ ପ୍ରମୋସନ ଟିକିଏ ଖୁସି ଦେଇଛି l ସେଦିନ ଥିଲା ଜାନୁଆରୀ 26 ତାରିଖ l କଲେଜ ରେ ପତାକା ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ସରିଲା ପରେ ମିସେସ ରୟ ଫେରୁଥିଲେ ନିଜ କ୍ଵlଟର କୁ l ଗାର୍ଲସ କମନ ରୁମ ଆଡୁ କିଛି ଗୋଟିଏ ପାଟିତୁଣ୍ଡ ଶୁଭିଲା, କଣ ସୁବିଧା ଅସୁବିଧା ର ଆଶଙ୍କା କରି ଟିକିଏ ମାଡିଗଲେ l ଯାଇ ଦେଖନ୍ତି ତ କିଛି ଝିଅ ଜୋରସୋର ରେ ଭିଡlଭିଡ଼ି ଲାଗି ଛନ୍ତି l କାରଣ କେହିଜଣେ ତା ଘର ବାଡ଼ିରୁ କିଛି ବରକୋଳି ଆଣିଛି ସାଙ୍ଗକୁ ଦେବ ବୋଲି, ସମସ୍ତେ ଛଡାଇ ଖାଇ ଯାଉଛନ୍ତି l ମିସେସ ରୟ ଖଟାକୋଳି ଗୁଡିକ ସକାଳୁ ସକାଳୁ ଖାଅନି କହି ସେମାନଙ୍କ ଠୁ ବିଦାୟ ନେଲେ l ଯେଉଁ ଝିଅ କୋଳି ଆଣିଥିଲା ସେ ଦୌଡ଼ି ଦୌଡ଼ି ଆସି ମେଞ୍ଚାଏ କୋଳି ମିସେସ ରୟଙ୍କୁ ଯାଚିଲା l କହିଲା ମ୍ୟାମ ଏମାନେ ସବୁ ଖାଇଯିବେ, ବରଂ ଆପଣ ନେଇ ଯାଆନ୍ତୁ, ଆଚାର କରିବେ l ଇଚ୍ଛା ତ ବହୁତ ହେଉଥିଲା ସବୁଯାକ କୋଳି ତା'ଠୁ ଛଡାଇ ନେଇ ଆସିବା ପାଇଁ l ତଥାପି ଗମ୍ଭୀର ଭାବରେ ନା' ରେ, ତୁମେ ଘରକୁ ନେଇକି ଯାଅ କହି ନୀରବରେ ଚାଲି ଆସିଲେ ମିସେସ ରୟ l 

         ଯୋଗକୁ ସେ ଦିନ ଗାଁ ରୁ ତାଙ୍କ ସାନ ଦିଅର 'ଓମ' ଆସିଛନ୍ତି ଗୁଡ଼ାଏ ଜିନିଷ ସାଥିରେ ଧରି l ଶାଶୁ ତାଙ୍କର ଶ୍ରଦ୍ଧାରେ ଚାଉଳ ଭଜା, ବାଡ଼ି ରୁ ନଡ଼ିଆ, ମୁଗ, କଖାରୁ ଶାଗ, କିଛି ବଡି, ପାମ୍ପଡ ଆହୁରି ବାଡ଼ି ବରକୋଳି ବି ଦେଇଛନ୍ତି l ସବୁ ଜିନିଷ ଭିତରେ ବରକୋଳି ଦୁଇ ଗଣ୍ଡା ଦେଖି ତାଙ୍କ ମନ ଖୁସିରେ ଭରିଗଲା l ଯାହା ହେଉ ଆଜି ଆଗ ସେ ବରକୋଳି ଗୁଡିକ ଖାଇବେ l 

     ପିଲାବେଳେ ମା' ଶିଖେଇ ଥିଲେ, ସରସ୍ବତୀ ପୂଜା ପୂର୍ବରୁ ବରକୋଳି ଖାଇବା ମନା l ସେଇ କାରଣ ରୁ ସରସ୍ବତୀ ପୂଜା ନ ଯିବା ଯାଏଁ ସେ ବରକୋଳି ଛୁଇଁ ନାହଁlନ୍ତି l ଓମ କେତେ ଦିନ ପରେ ଆସିଛନ୍ତି ତାଙ୍କୁ କାମବାଲୀ ହାତରୁ ଖାଇବାକୁ ଦେବାକୁ ମନ ହେଉନି, ତା ଛଡା ଆଜି ହାତରେ ସମୟ ବି ଅଛି l ତେଣୁ ନିଜେ ତାଙ୍କ ପସନ୍ଦର ମସଲା ଚିକେନ, ପନିର ଟୀକl, ଦହି ବାଇଗଣ, ଆଉ ଯାହା ଯାହା ସବୁ ବନେଇ ଖାଇ ସlରିଲା ବେଳକୁ ଦିନ ଗୋଟାଏ ବାଜି ସାରି ଥାଏ l ଭାବିଲେ ଟିକିଏ ରେଷ୍ଟ ନେଇ ଯାଏ, ଉଠିଲେ ଆଗ ବରକୋଳି ଖାଇବି, ତା'ପରେ ଚା'ପିଆ ହେଉ କି ନ ହେଉ l 

     ସବୁଦିନ ଉପର ବେଳା ଚାରିଟା ପରେ ସଞ୍ଜୁ ଆସେ l ବାସନ ମାଜି, ଘର ସଫା କରି, ରାତିର ରୋଷେଇ ଟା ବି କରି ଦେଇ ଯାଏ l ସେଦିନ କିନ୍ତୁ ସେ ଦୁଇଟା ତିରିଶ ରୁ ହଜାର, ତା'ର କାଳେ କଣ ମିଟିଙ୍ଗ ଅଛି l ରୋଷେଇ ଘରେ ପଶୁ ପଶୁ ପରିବା ଝୁଡ଼ିରେ ଦେଖେ ତ ଅଧା ପାଚିଲା ବରକୋଳି l ସେ ବୁଝି ଗଲା ଗାଁରୁ ଆସିଛି ନିଶ୍ଚୟ l ଭାବିଲା ୟାଙ୍କ ଘରେ ତ କେହି ଖଟା ଖାଆନ୍ତିନି, ମା' ନଷ୍ଟ କରି ଦେବେ, ତା'ଆଗରୁ ଖାଇ ନିଏ l ବାସ l ବାସନ ଧୋଇବା ଆଗରୁ ସବୁ ତକ ବରକୋଳି ଉଦରସ୍ଥ କରି କାମ ରେ ଲାଗି ପଡିଛି l 

      ସେପଟେ ମିସେସ ରୟଙ୍କର ଟିକିଏ ନିଉଜ ଦେଖୁ ଦେଖୁ ଆଖି ଲାଗି ଯାଇଛି l ଆଖି ଖୋଲିଲା ବେଳକୁ ତିନିଟା ବାଜି ଯାଇଛି l ମୁହଁ ଧୋଇ ସେ ସିଧା ରୋଷେଇ ଘରେ ହଜାର l ସଞ୍ଜୁ ପଚାରିଛି ମା' ଚା କରିବି କି ? "ନାଇରେ ଟିକିଏ ରହିଯା, ଓମ ନିଦରୁ ଉଠନ୍ତୁ " ଏତକ କହି ପରିବା ଝୁଡ଼ିକୁ ଦେଖନ୍ତି ତ ୟେ କଣ, କୁଆଡେ ଗଲା ସେଗୁଡିକ ? ଏଇଠି ତ ରଖିଥିଲେ ! ସେପଟୁ ସଞ୍ଜୁ କହି ଚାଲିଛି ମା' ବାବୁ ଯେଉଁ ବରକୋଳି ଗାଁ ରୁ ଆଣିଥିଲେ, ଆପଣ ଫିଙ୍ଗିବା ଆଗରୁ ମୁଁ ତାକୁ ସବୁ ଖାଇ ଦେଇଛି, ଭାରି ମିଠା କୋଳି l ଆପଣ ଖାଇ ଥିଲେ ପାଟି ରୁ ଛାଡି ନ ଥାନ୍ତା l 

       ବିଚରା ମିସେସ ରୟ ! କଣ ଆଉ କହିବେ, ଭାବିଲେ ଗୋଟେ /ଦୁଇଟା ବି ରଖି ପାରିଲୁନି ! ନ ପଚାରି ଖାଇଲୁ ଚଳିବ, ହେଲେ ସବୁ ସାରି ଦେଲୁ କେମିତି ! ମିସେସ ରୟଙ୍କର ବରକୋଳି ଖାଇବାର ଇଚ୍ଛାଟା ଭିତରୁ ଆହୁରି ପ୍ରବଳ ହେଉଥିଲା l ଉପରେ ହସି କି କହିଲେ, "ହେଉ ଖାଇଲୁ ତ ଖାଇଲୁ, ଅସୁବିଧା କଣ ହେଲା ? ଯାଆ ଚା'ଟିକେ କରି ଆଣେ l ଓମ ର ଚା'ରେ ଟିକେ ଅଳେଇଚ ପକେଇବୁ, ସେ ଭଲ ପାଆନ୍ତି l

      ଚା ପିଉ ପିଉ ମିସେସ ରୟଙ୍କ ମୁଣ୍ଡରେ ବୁଦ୍ଧି ଟେ ଆସିଲା, କହିଲେ ଓମ, "ବୋଉ ଦେଇ ଥିବା ବରକୋଳି ଦେଖି ଆଚାର କରିବାକୁ ଇଚ୍ଛା ହେଉଛି, ଯାଉନ ଆଉ କେଜିଏ ବଜାରରୁ ନେଇ ଆସିବ l ଟିକିଏ ପରିମାଣ ଅଧିକ ନ ହେଲେ ଆଚାର ଭଲ ହେବନି l ଚା'ପିଆ ସରିବl ପରେ ଓମ ସ୍କୁଟିଟା ଧରି ଚାଲିଲେ ବଜାର ଅଭିମୁଖେ l ବଜାର ରୁ ବାଛି ବାଛି ବଡ଼ ବଡ କୋଳି ଦେଖି ଏକ କେଜି ଧରି ସନ୍ଧ୍ୟା ସୁଦ୍ଧା ହାଜର ହେଇ ଗଲେ l ଏଥର ମ୍ୟାଡ଼ାମଙ୍କ ଖୁସି ନ କହିବା ଭଲ l 

      ରାତିରେ ଆଉ କୋଳି କେମିତି ଖାଇବେ l ଘରେ ଅନ୍ୟ ମାନେ କଣ ଭାବିବେ l ଥାଉ, କାଲି ଦିନରେ କଲେଜରୁ ଫେରି ଆରାମରେ ବସି ଖାଇବି l ମନେ ମନେ ଏଇଆ ଭାବି କୋଳିକୁ ଆଉ ରୋଷେଇ ଘରକୁ ନ ନେଇ, ଷ୍ଟୋର ରୁମରେ ଅତି ଯତ୍ନ ସହକାରେ ରଖି ଚାବି ପକାଇ ଦେଲେ l

ତହିଁ ପରଦିନ କଲେଜ ରେ ଅଡ଼ିଟ ଥାଏ, ଫେରୁ ଫେରୁ ସନ୍ଧ୍ୟା ଛଅ ବାଜି ଯାଏ l ସଞ୍ଜୁ ଆସି ଚା ଜଳଖିଆ ତିଆରି କରି ଦେଇ ଚାଲିଯାଏ l ମିସେସ ରୟ ଚା'କପେ ପିଇ ଦିନସାରାର ଥକକାପଣକୁ ମେଣ୍ଟlଇବା ପାଇଁ ସୋଫା ଉପରେ ଦେହ ଟାକୁ ଲଦି ଦିଅନ୍ତି,ଟିଭି ରେ ନଜର ପକାଉ ପକାଉ ରାତି ନଅଟା ବାଜିଯାଏ l ମିଷ୍ଟର ରୟ ବି ଅଫିସ ରୁ ଫେରିଆସନ୍ତି l ଦୁହେଁ ମିଶି ଖିଆପିଆ ସାରି, ସାରା ଦିନର କଥା ଆଲୋଚନା କରୁ କରୁ ଶୋଇ ଯାଆନ୍ତି l

   ୟା ଭିତରେ ସାତ/ଆଠ ଦିନ ଅତିବାହିତ ହେଇଯାଇଛି l ଷ୍ଟୋରରୁମ ରୁ କିଛି ଆବଶ୍ୟକ ସାମଗ୍ରୀ ଆଣିବା ନିମନ୍ତେ କବାଟ ଖୋଲନ୍ତେ ଏକ ବିକୃତ ଗନ୍ଧ ନାକରେ ବାଜିଛି l ଖୋଜି ଦେଖନ୍ତି ତ ଜରି ଭିତରେ ଲୁଚାଇ ରଖିଥିବା ବରକୋଳି ସବୁ ସଢି ଯାଇଛି l ଆହା !  ହାୟ ରେ ମୋ ବରକୋଳି !

      


Rate this content
Log in

Similar oriya story from Abstract