Kumar Mrutyunjay

Drama

3  

Kumar Mrutyunjay

Drama

ଗୃହପ୍ରବେଶ

ଗୃହପ୍ରବେଶ

3 mins
21



         ଆଲୋ ମିତା,ଏ ଦୀପା ଶଙ୍ଖ ଟା ଆଣେ, ଏଇ କୁଆଡେ ଗଲ ବା ସବୁ ଆସ ଜଲଦି, ଗାଡି ଆସି ଦାଣ୍ଡ ଧରିଲାଣି ପରା । ଏ ମିନୁ ବନ୍ଦାଣ ଥାଳି ସଜାଡି ସାରିଲୁଣି ନା,ଝଅଟ ଆଣେ!


         ଏମିତି ହୁରି ପକେଇ ବିକାଶ ର ନୂଆ ବୋହୂ ସହ ଗୃହ ପ୍ରବେଶ ପାଇଁ ସଭିଏଁ ପ୍ରସ୍ତୁତ ଥାନ୍ତି,ଶେଷରେ ଦାଣ୍ଡ ଘର ମୁଖ୍ୟ ଦରଜା ଯାଏ ସପତ୍ନିକ ବିକାଶ କୁ ବଉଳ ପାଟ ମଥା ଉପରେ ଧରି ପାଛୋଟି ନିଆଗଲା । ଶାନ୍ତି ମାଉସୀ ମୁରବୀ ହିସାବ ରେ ବନ୍ଦାଣ ଥାଳି ଧରି ନୂଆବୋହୂ କୁ ବନ୍ଦେଇଲେ,ଦୁବ ଫୁଲ ଦେଇ ମଥାରେ ଅକ୍ଷତ ତିଳକ ଦେଲେ,ବନ୍ଧୁ ପରିଜନ ସ୍ତ୍ରୀ ଲୋକ ତଥା ପଡ଼ିଶା ଘର ସ୍ତ୍ରୀ ଲୋକ ମାନେ ଉଚ୍ଚାଙ୍ଗ ସ୍ୱର ରେ ହୁଳୁହୁଳି ଦେଲେ,ଶଙ୍ଖ ଫୁଙ୍କା ଗଲା,ଏକ ଅଦ୍ଭୁତପୂର୍ବ ଉତ୍ସାହ ରେ ସମସ୍ତେ ଆନନ୍ଦିତ ହେଉଥାନ୍ତି । ଶାନ୍ତି ମାଉସୀ କହିଲେ,ମା ରେ,ଏଥର ଡାହାଣ ପାଦ ଦେଇ ଘର ଏରୁଣ୍ଡି ବନ୍ଧ ଭିତରକୁ ଆ,କିନ୍ତୁ ନୂଆ ବୋହୂ ଟି ହାତେ ଲମ୍ବ ଓଢଣୀ କୁ ଟେକି ସଳଖି ଅନେଇଲା । ଏତିକି ରେ ସମସ୍ତେ ଅବାକ ହୋଇଗଲେ ।


        ଶାନ୍ତି ମାଉସୀ କହିଲେ, ଆରେ କଣ ହେଲା,ଆସୁନୁ, ।


       ବୋହୂ ସେପଟୁ କହିଲା ହେଲେ ମାଆ ।


    କିଏ? ତୋ ଶାଶୁ ତ ।


        ହଁ ମା ଆସନ୍ତୁ ମୁଁ ପ୍ରଥମେ ତାଙ୍କୁ ପ୍ରଣାମ କରିବି ତା ପରେ ଯିବି,ବୋଲି ବୋହୂ କହିଲା ।  

 

         ସେତେବେଳକୁ ସମସ୍ତେ ଫୁସୁର ଫସୁର ହେଲେଣି,କି ଅଲାଜୁକି ଟେ କି ଲୋ ମା!!!ଗୋଡ ନଦେଉଣୁ ରୁ ମୁହଁ ଖୋଲିଲାଣି, 


         ଆରେ,ସେ କଣ କରିବ,ଏସବୁ ପୂଣ୍ୟ କାମ ରେ ବିଧବା ଙ୍କ ପ୍ରବେଶ ନିଷେଧ । ସବୁ ଵିଧି ସରିଯାଉ ତା ପରେ ସେ ଆସିବ । ଶାନ୍ତି ମାଉସୀ ଉତ୍ତର ଦେଲେ ।  


          ହେଲେ ବୋହୂ ନିଜ ଜିଦ ରେ ଅଟଳ,କି ପୂଣ୍ୟ କି ପାପ ମାଉସୀ,ନିଜ ପୁଅ ର ବାହାଘର,ବୋହୂ ଘର କୁ ଆସିବ,ଯଦି କେହି ସବୁଠୁ ବେଶି ଖୁସି ଥିବେ,ନିସ୍ଵାର୍ଥପର ଭାବେ ଭଗବାନ ଙ୍କ ଠାରେ ପୁଅ ଆଗାମୀ ଜୀବନ ର ଖୁସି ପାଇଁ ଅଳି କରିଥିବେ, ଲୁଚି ଲୁଚି କେତେ କାନ୍ଦି ଠାକୁର ଙ୍କୁ କହିଥିବେ, ଯାହା ଦୁଃଖ କଷ୍ଟ ମୋତେ ଦିଅ ପ୍ରଭୁ, ତାଙ୍କ ଦୁହି ଙ୍କ ଜୀବନ ସୁଖମୟ ହେଉ, ସେ ମା କେବେ ବି ଅଶୁଭ କି ଅମଙ୍ଗଳ ନୁହେଁ,ଆମ ଚିନ୍ତାଧାରା ଅଶୁଭ ।  


     ଦେଖ ବୋହୂ କିଛି ନିୟମ ନୀତି ଅଛି, ଯାହାକୁ ମାନିବା ଦରକାର,ଶାନ୍ତି ମାଉସୀ ଉଚ୍ଚ ଗଳା ରେ କହିଲେ ।


        ହେଲେ ନିଜ ଜିଦ ରେ ସ୍ତମ୍ଭ ଭଳି ଅଚଳ ବୋହୂ କଥାରେ ବିକାଶ ବି ଏକମତ ହୋଇ କହିଲା,ଯୋଉ ମା ମୋତେ ବାପା ଯିବା ପରେ ଏକୁଟିଆ ଓଳିଏ ଖାଇ ଓଳିଏ ଉପାସ ରହି ମୋ ଭୋକିଲା ପେଟ କୁ ଦାନା ଦେଇଛି,ମୋତେ ଦୁନିଆ ଦେଖେଇଛି ମୋତେ ମଣିଷ କରିଛି,ତା ପାଦ ଧୂଳି ନ ନେଲେ ଆମେ ଭିତରକୁ ଯିବୁନାହିଁ ।  


    ଏ ମା, ୟେ କି କଥା ଲୋ,ନିୟମ ସବୁ ଚୁଲି କି ଗଲାଣି, ଘୋର କଳି କାଳ । ଶାନ୍ତି ମାଉସୀ ପଛ ପଟୁ ଶୁଭାଯାଉଥାଏ ।  

  

       ଶେଷରେ ଆଉ ଉପାୟ ନ ପାଇ ସାବିତ୍ରୀ ଦେବୀ ଙ୍କୁ ଡକା ଗଲା,ପ୍ରଥମେ ପିଲା ଙ୍କ ଅଶୁଭ ହେବ ଭାବି ଅରାଜି ହେଲେ କିନ୍ତୁ ଶେଷରେ ସ୍ନେହ ମମତା ଆଉ ଭଲପାଇବା ତାଙ୍କୁ ଟାଣି ନେଲା ।


         ସାବିତ୍ରୀ ଦେବୀ ପହଞ୍ଚିବା ମାତ୍ରେ ପୁଅ ବୋହୂ ପ୍ରଣାମ ପାଇଁ ନଇଁବା କ୍ଷଣି ନିଜ ବୁକୁ କୁ ବୋହୂ କୁ ଚାପି ଧରି ଆଲିଙ୍ଗନ କଲେ,ଶାଶୁ ବୋହୂ ଙ୍କ ଏଇ ଅପୂର୍ବ ମିଳନ ରେ ଖାଲି ଦୁଇଜଣଙ୍କ ଆଖି ରୁ ଗଙ୍ଗା ଯମୁନା ବୋହିବାକୁ ଲାଗିଲା,ଶାନ୍ତି ମାଉସୀ ସେଠୁ ପଳେଇଲେ ଆଉ ଗାଁ ମାଇପେ ମୁହଁ ମୋଡା ମୋଡି ହେଲେ,ଶାଶୁ ବୋହୂ ଙ୍କର ସେସବୁ କୁ ନିଘା ନଥିଲା, ବେସ କିଛି ସମୟ ପରେ ପରିସ୍ଥିତି କୁ ସମ୍ଭାଳିବାକୁ ଯାଇ ବିକାଶ ର ସାନ ଭଉଣୀ ମିନୁ କହିଲା ଓହୋ, ମୋ ନଣନ୍ଦ ପୁଟୁଳି ଟା ତ ଦେଇଦିଅ ମୁଁ ଆଉ ଅପେକ୍ଷା କରି ପାରୁନି,ଆଉ ସମସ୍ତଙ୍କ ମୁହଁ ରେ ଏକ ହାସ୍ୟରୋଳ ଖେଳିଗଲା ।  




Rate this content
Log in

Similar oriya story from Drama