kalpana sahoo

Inspirational

3  

kalpana sahoo

Inspirational

ଗର୍ବ

ଗର୍ବ

3 mins
208


          

     ମିତା ଆଉ ରୀନା ସାଙ୍ଗ ହୋଇ ଗୋଟାଏ ଶ୍ରେଣୀରେ ପଢନ୍ତି। ଦୁଇଜଣକ ମଧ୍ୟରେ ବହୁତ୍ ଭଲ ବୁଝାମଣା। ପାଠବି ଭଲ ପଢନ୍ତି ଦୁହେଁ। କିନ୍ତୁ ମିତା ଗରିବ ଝିଅଟିଏ, ଆଉ ରୀନା ପଇସାବାଲା ବାପାର ଝିଅ। ତେଣୁ ତା'ମନରେ ଟିକେ ଗର୍ବ ଥାଏ। ହେଲେ ରୀନାର ବାପା-ମାଆ ବହୁତ୍ ଭଲ। ସେମାନେ ରିତାକୁ ମଧ୍ୟ ନିଜର ଝିଅ ବୋଲି ଭାବନ୍ତି। ତେବେ ରୀନା ମିତା ପ୍ରତି ଥିବା ଭଲପାଇବା ଦେଖି ଇର୍ଷା କରିବାକୁ ଲାଗେ। ଏବେ ମିତା ଆଉ ରୀନା ଭିତରେ ଛୋଟ ଛୋଟ କଥାକୁ ନେଇ ଝଗଡା ଚାଲିଛି, କିନ୍ତୁ ମିତା ଜାଣିପାରେନି ରୀନା ଏମିତି କାହିଁକି କରୁଛି ?


     କିଛି ଦିନପରେ ମିତା ଜାଣିବାକୁ ପାଇଲା, ରୀନା କାହାକୁ ଗୋଟେ ଭଲପାଇ ବସିଛି। ତା'ବିଷୟରେ ଖବର ନେବାରୁ ଜଣାପଡେ, ପିଲାଟିର ସ୍ବଭାବ ଏତେ ଭଲ ନୁହେଁ। ତେଣୁ ସେ ରୀନାକୁ ଏବିଷୟରେ ବୁଝାଏ। ରୀନାତ ପ୍ରଥମରୁ ମିତା ଉପରେ ବିଗିଡିକି ଅଛି, ସେବା କାହିଁକି ଶୁଣିବ ତା'କଥା। ମିତା ଏକଥା ରୀନାର ବାପା-ମାଆଙ୍କୁ କହିବାରୁ ରୀନା ଆଉ ମିତା ଭିତରେ ଝଗଡା ହେଲା। ଏବେ ସେମାନେ ସାଙ୍ଗରୁ ପରଷ୍ପରର ଶତ୍ରୁ ପାଲଟିଗଲେ। କେହି କାହାକୁ ଦେଖି ପାରିଲେନି। 



     ରୀନା ପଇସାବାଲୀ ସହ ଦେଖିବାକୁ ଟିକେ ସୂନ୍ଦର, ସେଥିପାଇଁ ତା'ମନରେ ଆହୁରି ଗର୍ବ ହେଲା। ସେ ଏବେ ପାଠ ପଢିବାପାଇଁଁ ବିଦେଶ ଗଲା। 




   ୨ ବର୍ଷପରେ..........



     ରୀନା ବିଦେଶରୁ ଫେରିଛି। ଆଗରୁତ ତା'ମନରେ ଗର୍ବ ଭରପୁର୍ ଥିଲା, କିନ୍ତୁ ଏବେ ଆହୁରି ବଢିଯାଇଛି। ସେ ଏଣିକି ଆଉ ମଣିଷକୁ ମଣିଷ ପରି ଭାବୁନି। ପାଠ ଭଲ ପଢି ଟିକେ ଇଂରାଜୀ ଭଲରେ କହିଦେଉଛି ବୋଲି ସେ ଏବେ ସମସ୍ତଙ୍କ ସହ ଇଂରାଜୀରେ କଥା ହେଉଛି। କିଏ କ'ଣ ବୁଝୁଛି ସେକଥା ଉପରେ ତା'ର ନଜର ନାହିଁ।



   ରୀନା ଅହଂକାରରେ ଏତେ ବୁଡିଯାଇଛିଯେ ଭୁଲ୍ ଠିକ୍ ର ବିଚାର କରିବାକୁ ଭୁଲିଯାଇଛି। ଯାହା ମନକୁ ଆସୁଛି କରିଚାଲିଛି। ବାପା-ମାଆଙ୍କର ଗୋଟାଏ ଝିଅ ବୋଲି ଝିଅଟିକୁ ଗେଲ ବସରରେ ବଢାଇଛନ୍ତି। ତା' କଥା ବିରୁଦ୍ଧରେ କିଛିବି କରନ୍ତିନି। ତେବେ ଏଇ ଗେଲ ବସର ଝିଅଟିକୁ ବିଗାଡି ଦେଇଛି। ସେ ଆଜି ଜାଣିପାରୁନି ତା'ସହ କ'ଣ ହେବାକୁ ଯାଉଛି। ସବୁବେଳେ କେବଳ ମଉଜ୍ ମଜଲିସ୍ କରିଚାଲିଛି। ଏଇ ମଜ୍ଜା ତା'ପାଇଁ ଯେ ଏତେବଡ ସଜା ପାଲଟିଯିବ ସେକଥା ସେ କଳ୍ପନାବି କରିନି।




      ଗାଁକୁ ଯିବା ବାଟରେ ଗୋଟାଏ ବଡ ପୋଲ ପଡେ। ସେଇ ପୋଲ ଉପରକୁ ଚଢି ରୀନା ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛି। ମିତାର ନଜର କାଇଁ ସେ ପୋଲ ଉପରେ ପଡିଯାଏ। ସେ ନିରିଖି ଦେଖେତ ନିଜ ସାଙ୍ଗ ରୀନା ବୋଲି ଜାଣିପାରେ। ସଙ୍ଗେସଙ୍ଗେ ସେ ଦଉଡିଯାଇ ସାଙ୍ଗକୁ ମରଣ ମୁହଁରୁ ବଞ୍ଚାଏ। ତା'ର ହାତଧରି ତଳକୁ ଟାଣିଆଣେ। ରୀନା ହଠାତ୍ ମିତାକୁ ଚାହିଁ ତାକୁ ଜୋର୍ ରେ କୁଣ୍ଢାଇପକାଏ। ମିତା କିଛି ବୁଝିପାରେନି। ସେ ସାନ୍ତ୍ବନାଦିଏ ରୀନାକୁ। କ'ଣ ହେଇଛି ଜାଣିବାକୁ ଚେଷ୍ଟାକରେ। କିନ୍ତୁ ରୀନା କିଛି ନକହି କେବଳ କାନ୍ଦିବାକୁ ଲାଗେ। ତେବେ ମିତା କିଛି ଜାଣିପାରେନି ସତ କିନ୍ତୁ ସେ ଏତିକି ବୁଝେ କିଛି ଭୁଲ୍ ହେଇଛି, ଯାହା ହବାର ନଥିଲା। ମିତା ବେଶୀ କିଛି ନପଚାରି ରୀନାକୁ ବୁଝାଇ ସୁଝାଇ ଘରକୁ ନେଇଯାଏ। 



     ଘରେ ପହଞ୍ଚି ମିତା ଯେତେବେଳେ କ'ଣ ହେଇଛି ବୋଲି ପଚାରେ, ସେତେବେଳେ ରୀନା ପ୍ରଥମେ ତା'ଭୁଲ୍ ପାଇଁ ମିତାକୁ ଭୁଲ୍ ମାଗେ। ମିତା ସେସବୁକୁ ନଶୁଣି କ'ଣ ହେଇଛି, ଜାଣିବାକୁ ଚାହେଁ। ରୀନା କହେ........ସେ ବିଦେଶରୁ ଫେରିବାପରେ ଗୋଟିଏ ପୁଅ ସହ ବୁଲିବାକୁ ଯାଇଥିଲା। ଯାହାକୁ ସେ ଭଲ ପାଉଥିଲା। ତେବେ ସେଦିନ ସେମାନେ ହୋଟେଲ୍ ରେ ରହିଥିଲେ। ସାଙ୍ଗ ହୋଇ ବୁଲିଲେ, ଖାଇଲେ, ପିଇଲେ ଆଉ ଶୋଇଲେ। କିନ୍ତୁ ସେମାନଙ୍କ ଭିତରେ କିଛି ଏମିତି ହେଲା ଯାହା ହବାର ନଥିଲା। ଏବେ ସେ ପିଲା ସେସବୁର ଫଟୋ ଉଠାଇ ମୋତେ ବ୍ଲାକମେନିଙ୍ଗ୍ କରୁଛି। ଏକଥା ଘରେ ଜାଣିଲେ ସେମାନଙ୍କର କ'ଣ ହେବ ସେକଥା ମୁଁ ଜାଣିପାରୁନି। ସେଥିପାଇଁ ଆତ୍ମହତ୍ୟା କରିବାକୁ ଯାଇଥିଲି। 




    ମିତା କହେ କ'ଣ ତୁ ଆତ୍ମହତ୍ୟା କରିଦେଲେ ତୋ ସହ ଯାହା ହେଇଥିଲା ସେସବୁ ବଦଳିଯିବ ନାଁ ସେ ଆଉ ସେମିତି କାହା ସହ କରିବନି। ଆରେ ତୁ ଏତେ ବଡ ଭୁଲ୍ କେମିତି କରିଦେଲୁ। ତେବେ ତା' କଥା ଛାଡ୍ ତୁ ଆତ୍ମହତ୍ୟା କରିଥିଲେ ତାେ ବାପା-ମାଆଙ୍କର କ'ଣ ହେଇଥାନ୍ତା କେବେ ଭାବିଛୁ ? ସେମାନେ ଯେତେବେଳେ ପରେ ଏବିଷୟରେ ଜାଣିଥାନ୍ତେ କ'ଣ ଭାବିଥାନ୍ତେ କହିଲୁ? ଦେଖ୍ ତୁ କିଛି ଭୁଲ୍ କରିନୁ। ହଁ ଭୁଲ୍ କେବଳ ତୋର ଏତିକି ତୁ ଭୁଲ୍ ମଣିଷକୁ ବିଶ୍ବାସ କରିଦେଲୁ। ରୀନା କହୁଛି, ହଁ ମୁଁ ଗର୍ବରେ ଏତେ ଅନ୍ଧ ହୋଇଯାଇଥିଲିକି ମୋତେ ଲାଗୁଥିଲା ମୁଁ ଯାହା କରୁଛି ସେସବୁ ଠିକ୍। କିନ୍ତୁ ମୁଁ ଭୁଲ୍ ଥିଲି। ଗର୍ବ ମଣିଷକୁ ଏମିତି ନଷ୍ଟ କରିଦିଏ ଜାଣିନଥିଲି। ମିତା କହେ ଛାଡ୍ ଯାହା ହେବାର କଥା ହେଲା କ'ଣ କରିବା ସେଇଟା ଭାବେ।



     ତେବେ କିଛି ଦିନପରେ ମିତା ଆଉ ରୀନା ଦୁହେଁ ଥାନାରେ FIR ଦେଇ ସେ ପିଲାକୁ ଗିରଫ୍ କରାଇଲେ। ଏବେ ଦୁଇ ସାଙ୍ଗ ପୁଣିଥରେ ଏକାଠି ହୋଇଗଲେ।




      ତେବେ ଏତିକି ସିଖିବା ଗର୍ବ ବେଶୀ ଦିନ ନୁହେଁ, ଆଉ ଗର୍ବରେ ମଣିଷ ଭୁଲ୍ ହିଁ କରେ।





          


Rate this content
Log in

Similar oriya story from Inspirational