ଗୋଟିଏ ମୁହୂର୍ତ୍ତର ଭାବନା
ଗୋଟିଏ ମୁହୂର୍ତ୍ତର ଭାବନା

1 min

352
ସାନ୍ଧ୍ୟ ଭ୍ରମଣରେ ବୁଲି ବାହାରିଲା ବେଳକୁ ଦେଖିଲି ଏକ ଲମ୍ବା ସାପ l ହୁଏତ ଢମଣା ସାପ ହୋଇପାରେ କାରଣ ତା ' ଗତିଵିଧିରୁ ଯାହା ଜଣା ପଡୁଥିଲା ସେ ଲଢୁଆ ଜାତିର ନୁହେଁ l ଭାରି ଡରୁଆ l ମୋତେ ଦେଖି ଭୟ ପାଇ ସେ ପଳାଇ ଗଲା l ମୋତେ ତାକୁ ଦେଖି ବହୁତ ଡର ଲାଗୁଥିଲା ଯଦିଓ ମୁଁ ଜାଣେ ସେ ମୋର କିଛି ବି କ୍ଷତି କରିବ ନାହିଁ l ସନ୍ଧ୍ୟା ସମୟ l ମୂଷାଟାଏ କି ବେଙ୍ଗଟାଏ ଖାଇବା ଆଶାରେ ସେ ତା ' ଗାତରୁ ବାହାରିଥିବ l ସେ ତା ' ଖାଦ୍ୟ ଅନୁସନ୍ଧାନରେ ବାହାରିଛି l ତା'ର ବା ଦୋଷ କ'ଣ ? ତା ' ଗାତ ଭିତରେ ରହିଲେ ତାକୁ କିଏ କ'ଣ ଖାଇବାକୁ ନେଇ ଦେବ ?