STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଗୋଟିଏ କୁକୁରର କାହାଣୀ

ଗୋଟିଏ କୁକୁରର କାହାଣୀ

2 mins
15K


ଗୋଟିଏ ସହରରେ ଚିତ୍ରାଙ୍ଗ ନାମକ ଏକ କୁକୁର ରହୁଥିଲା । ଥରେ ସେହି ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ମଣିଷମାନେ ଖାଇବା ବିନା ପୋକମାଛି ପରି ମଲେ । ଏପରି ଅବସ୍ଥାରେ ପଶୁମାନଙ୍କ କଥା କିଏ ବୁଝିବ । ଏହା ଦେଖି ଚିତ୍ରାଙ୍ଗ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ଠିକ୍ କଲା । ସେଠାରେ ପହଁଚିବାପରେ ସେ ସଂଗେ ସଂଗେ ତାର କାର୍ଯ୍ୟ ଆରମ୍ଭ କରିଦେଲା । ଜଣେ ଗୃହସ୍ଥର ଘରଣୀଙ୍କର ଅସାବଧାନତାର ସୁଯୋଗ ନେଇ ତାଙ୍କ ଘରେପଶି ସମସ୍ତ ଖାଦ୍ୟ ଖାଇଦେଲା । ଘରୁ ବାହାରିବା ପରେ ସେଠାକାର କୁକୁରମାନେ ତା’ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଏହି ଆକ୍ରମଣରେ ବିଚରା ଚିତ୍ରାଙ୍ଗ କ୍ଷତ ବିକ୍ଷତ ହୋଇ ପଡିଲା । ଏଥିରେ ବ୍ୟତି ବ୍ୟସ୍ତ ହୋଇ ଚିତ୍ରାଙ୍ଗ ନିଜ ଦେଶକୁ ଫେରିଆସିଲା ।

ନିଜ ଦେଶକୁ ଫେରିବା ପରେ ତା’ର ସାଥିମାନେ ତାକୁ ଘେରିଯାଇ ପଚାରିଲେ, ‘କ’ଣ ଭାଇ? ବିଦେଶ ଯାଇଥିଲ ପରା? ସେଠାରେ କ’ଣ ଅସୁବିଧା ହେଲା କି? କାହିଁ ଏତେ ଶୀଘ୍ର ଚାଲି ଆସିଲ? ବଂଧୁ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚିତ୍ରାଙ୍ଗ କହିଲା, ‘ବିଦେଶରେ ଗୃହିଣୀମାନେ ଆଦୌ ସତର୍କ ନୁହଁନ୍ତି । ତେଣୁ ମୁଁ ସେମାନଙ୍କର ଅସାବଧାନତାର ସୁଯୋଗ ନେଇ ରୋଷେଇ ଶାଳରେଥିବା ସୁସ୍ୱାଦୁ ଭୋଜନ ଖାଇଦିଏ । କିନ୍ତୁ ସେଠାରେ ଥିବା ଆମରି ଜାତି ଭାଇମାନେ ମୋତେ ଦେଖିବା ମାତ୍ରକେ ଆକ୍ରମଣ ଆରମ୍ଭ କରିଦିଅନ୍ତି । ତେଣୁ ମୁଁ ବିଦେଶ ଯାଇ ଗୋଟିଏ ଭଲକଥା ଶିକ୍ଷା କଲି । ନିଜ ଦେଶରେ ଉପବାସରେ ରହିଲେ ମଧ୍ୟ ତୁମକୁ କେହି ଆକ୍ରମଣ କରିବେ ନାହିଁ । ପରଦେଶରେ ଖାଦ୍ୟଖାଇ ଯଦି ଅନ୍ୟମାନଙ୍କ ଦ୍ୱାରା ଆହତ ହେବ ତା’ହେଲେ ସେଥିରେ ଶାନ୍ତି ମିଳିବ ନାହିଁ ।

ମାଙ୍କଡଟି କାହାଣୀ କହିସାରି କୁମ୍ଭୀରକୁ କହିଲା, ତୁମେ ତୁମ ନିଜ ଘରେ ଶାନ୍ତିରେ ରହିପାରିବ । ତେଣୁ ତୁମେ ଯଥାଶୀଘ୍ର ଏଠାରୁ ଯାଇ କୁମ୍ଭୀରକୁ ସେହି ଘରୁ ହଟାଅ । ମାଙ୍କଡର ଉପଦେଶ ଗ୍ରହଣ କରି କୁମ୍ଭୀର ସଂଗେ ସଂଗେ ନିଜ ଘରକୁ ଯାଇ ସେଠାରେ ଥିବା କୁମ୍ଭୀର ସହିତ ଯୁଦ୍ଧ କରି ତାକୁ ମାରି ପକାଇଲା । ଶେଷରେ ନିଜ ଘରେ ସୁଖ, ଶାନ୍ତିରେ କାଳାତିପାତ କଲା ।


Rate this content
Log in

Similar oriya story from Children