ଗୋପାଳ
ଗୋପାଳ


ସହର ଟି କେବେ ଲକଡାଉନ ତ ସଟଡାଉନ କେବେ. ପରିବା ପତ୍ର ପାଇଁ ସଂଧ୍ୟାବେଳଟି ପ୍ରକୃଷ୍ଠ ଥିଲା ଯେ, କରଫୁ ଜାରି ହେଲା ପରେ ସଂଧ୍ୟା ସାତ ରୁ ସକାଳ ସାତ ଯାଏଁ କେହି ଯାଇପାରିବେ ନାହିଁ କୁଆଡେ, ପ୍ରକୃତରେ ତାଲାବନ୍ଦ ନ ହୋଇ ଥିଲେ କରୋନା ବ୍ୟାପି ସାରନ୍ତାଣି ଆମ ରାଜ୍ୟରେ, ଆମ ଦେଶରେ, ତ ମାନିବୃତ୍ତି ରଖୁ ରଖୁ କେବେ କଣ ନଥାଏ ଘରେ, ବିଶେଷ କରି ଠାକୁରଙ୍କୁ ଦେବାପାଇଁ ସରିଯାଇଥାଏ ଧୂପକାଠି ତ କେବେ ଘିଅ କେବେ ଝୁଣା କେବେ. କାଇଁ ମଣିଷର ତ କିଛି ଅସୁବିଧା ନାହିଁ, ଯେମିତି ହେଲେ ସବୁ ମିଳିଯାଉଛି, ଏମିତିକି ପରିବାବାଲା ଆସୁଛି ଘରେ ଦେଇଯାଉଛି ସବୁ ବିଭିର୍ଣ୍ଣ ଶାଗ ବି ମିଳୁଛି ଏ ସମୟରେ. ସବୁ ଅସୁବିଧା ଠାକୁରଙ୍କ ପାଇଁ, ସବୁ ତାଙ୍କର, ହେଲେ ତାଙ୍କ ପାଇଁ କିଛି ନାହିଁ କହି ଚିଡି ଚିଡି ହଉଥିଲେ ସୁଷମା ଓ ବିଡି ବିଡି ହୋଇ କହି ଯାଉଥିଲେ କେତେ କଣ.
ସେଦିନ ପରିବା ଦେଇସାରିବା ପରେପରିବାବାଲା ଟି ସବୁ ରୁମ ଟପି ସୁଷମା ଙ୍କ ପଛେ ପଛେ ତାଙ୍କ ବେଡ଼ ରୁମ ରେ, ତ ଚିଡିଗଲେ ସୁଷମା, ତମେ ସେଇଠି ଥିଲେ ମୁଁ କଣ ପଇସା ଦେଇନଥାନ୍ତି କହି ବିରକ୍ତ ହେଲେ ସତ ହେଲେ ତାପାଇଁ ସବୁଦିନ ଭଳି ରଖିଥିବା ଜଳଖିଆ ଦେବାକୁ ଭୁଲିନଥିଲେ, ହେଲେ ସେଇଦିନଠୁ ପରିବାବାଲା ଟି ଆଉ କାଇଁ ଆସୁନି, ସୁଷମା ଙ୍କ ମନରେ ଅନେକ ଆଶଙ୍କା ଓ ନୈରାଶ୍ୟ ଭିତରେ ବଜାର ରୁ ଆସୁଛି ପରିବା, ତ ମାସ୍କ ପିନ୍ଧା, ପ୍ୟାଣ୍ଟ ଶାର୍ଟ ଧୁଆ ସଫା ଭିତରେ ସୁଷମା ଅତିଷ୍ଠ
ସେଦିନ ଦେଖିଲା ବେଳକୁ ଜନ୍ମାଷ୍ଟମୀ ପାଇଁ ଭୋଗ କରିବାକୁ ପାଚିଲା କଦଳୀ ନାହିଁ, ନଡ଼ିଆ କୋରା ଦିଟା ବିନା ରାଶି ରେ ପ୍ରସ୍ତୁତି ରେ ମନ ଉଣା ଭିତରେ ବିନା କଦଳୀରେ ଶୀରିଣୀ ତ ଅସମ୍ଭବ. ନଡ଼ିଆ, ଗୁଡ଼, ଗୋଲମରିଚ, କାଜୁ, କିସମିସ, ଚେରି ଇତ୍ୟାଦି ସହ ଚୁଡାଘସା ପାଇଁ କଞ୍ଚା କମଳା ଦିଟା ବି ନାହିଁ, ମନ ମରିଗଲା ଅସନ୍ତୁଷ୍ଟତା ଭିତରେ ଚିତା ପକେଇ ଦୀପ ଧୂପ ସଜାଡି ଭୋଗ ବାଢ଼ିଲା ବେଳକୁ ପାଟି ଶୁଭିଲା ମାଆ..ମାଆ... ମାଆ
ତଳକୁ ଯାଇ ଦେଖିଲା ବେଳକୁ ସେହି ପରିବା ବାଲା, ମୁଣ୍ଡରେ ବୋଝ ଭିତରେ ପାଚିଲା କଦଳୀ କଞ୍ଚା କମଳା ସହ କଞ୍ଚାଲଙ୍କା, ସୁଷମା ତାକୁ ଚାହିଁରହିଥିଲେ ବିସ୍ମୟରେ ଆଉ କହୁଥିଲେ ଉପରକୁ ଆସ, ଲୋକଟି କହୁଥିଲ ନାଇଁ ମାଆ ଏ ଅସମୟରେ କାହିଁକି ତୁମ ଘରକୁ ଯିବି, ଯାହା ଦରକାର ଏଇଠୁ ନେଇଯାଅ, ବାଟରେ ବି ପୋଲିସ ଭାଇ ଜଗିଥିବ ହଇରାଣ ହେବି, ସବୁତ ପାଇଗଲେ ସୁଷମା ହେଲେ ଲୋକଟି ଫେରିପଡ଼ୁଥିଲା ତ ସୁଷମା ଡାକୁଥିଲେ କାହ୍ନୁ, ରୁହ ଭୋଗ ଖାଇ ଯିବ, ତ ଲୋକଟି କହୁଥିଲ, ନାଇଁ ମାଆ ମୋ ନାମ, ଗୋପାଳ, ସୁଷମା ଅବାକ ଆଖିରେ ଚାହିଁଥିଲେ ତାକୁ, ଆଉ ସେ ଚାଲିଯାଉ ଯାଉ କହୁଥିଲା କାଲି ଆସିଲେ ଭୋଗ ଖାଇବି, ସୁଷମା ଲୁହ ଛଳ ଛଳ ଗଦଗଦ ହୋଇ ଖାଲି କହୁଥିଲେ ତୁ ସେଇ କାହ୍ନା ରେ ଗୋପାଳ, ସାହା ହୁଅ ସଭିଙ୍କୁ.