STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଗଣଧର୍ଷିତାର ପତି

ଗଣଧର୍ଷିତାର ପତି

7 mins
439

 


ଜଣେ ଗଣ ଧର୍ଷିତାକୁ ଭଲ ପାଇଁ ବିବାହ କଲି ବୋଲି ମୁଁ ଜଣେ କୁଳାଙ୍ଗାର ପୁଅ !


କିନ୍ତୁ କାହିଁକି !


ତାକୁ ଧର୍ଷିତା ଯେଉଁମାନେ କଲେ ସେମାନେ ଜଣେ ଜଣେ ପୁରୁଷ ଥିଲେ ତ !


ସେମିତି ମୁଁ ଜଣେ ପୁରୁଷ ଧର୍ଷିତାକୁ ବିବାହ କଲି ତ ବେଦ ଅଶୁଦ୍ଧ !


ଗର୍ବର ସହ କହୁଛି ମୁଁ ଜଣେ ଗଣ ଧର୍ଷିତାର ପତି।


ବାପା; ଆପଣଙ୍କ ଆଖିରେ ମୁଁ ଗୋଟେ କୁଳାଙ୍ଗାର ପୁଅ। ଆପଣ ମାନଙ୍କ ମନରେ ଦୁଃଖ ଦେଇ ସମାଜ ବିରୋଧୀ କାମ କରିଛି। ମୋ ପାଇଁ ମୋ ପରିବାର ଲଜ୍ଜିତ। କିନ୍ତୁ ବାପା ଆପଣ ଦେଇଥିବା ସଂସ୍କାର ଭୁଲି ନାହିଁ। ଆପଣଙ୍କ ସୁଶିକ୍ଷା ଓ ସଂସ୍କାର ଯୋଗୁଁ ହିଁ ଏତେ ବଡ଼ ପଦକ୍ଷେପ ନେବାର ସାହସ କଲି। ଆପଣ ଆଜି ହୁଏତ ମୋତେ ଭୁଲ୍ ବୁଝୁଛନ୍ତି କିନ୍ତୁ ମୋର ବିଶ୍ବାସ ଦିନେ ଆପଣ ଛାତିରେ ହାତ ବାଡେଇ କହିବେ ମୋ 'ସମି' ପରି କେହି ହେବେ ନାହିଁ।


ଭୁଲ୍ ସ୍ୱୀକାର କରୁଛି ଯେ ଆପଣଙ୍କ ବିନା ପରା

ମର୍ଶରେ , ସହମତି ନ ନେଇ ଏତେ ବଡ଼ କାଣ୍ଡ କରି ଦେଲି । କାହିଁକି କଲି ସେ ବିଷୟରେ ଆପଣଙ୍କର ଜାଣିବା ଉଚିତ।


ସେଦିନ ଘରେ ପହଞ୍ଚୁ ପହଞ୍ଚୁ ଅନେଶୋତ ମହାବାତ୍ୟା ସୃଷ୍ଟି ହେଲା।ଶେଷରେ 'ସମି' ଏମିତି କଲା!!ଛି ଛି ଆଉ କେହି ମିଳିଲେ ନାହିଁ ଯେ ଶେଷରେ ବେଶୀ ଗର୍ଜିଲ ତୁମେ।"ତୁ କୁଳାଙ୍ଗାର।ତୋ ପରି ପୁଅ ମୋର ଦରକାର ନାହିଁ।ତୋ ମୁହଁ ଆଜିଠାରୁ ମୁଁ ଦେଖିବାକୁ ଚାହେଁ ନାହିଁ। "

ବଡ଼ ଭାଇ ପ୍ରବୀର ଆହୁରି ଘିଅ ଢ଼ାଳିଲେ ଜଳନ୍ତା କାଠ ଉପରେ। ସମି "ତୁ ଠିକ୍ କଲୁନି।ଭଲ ପାଇବାକୁ କିଏ ମନା କରୁଥିଲା।ଏପରି ଝିଅକୁ କେହି ବୋହୁ ବା ସ୍ତ୍ରୀ କରନ୍ତି କି ?ଭାଉଜ ବି ଛାଡିଲା ନାହିଁ।ସମୀର ତୁମକୁ କେଉଁ ଝିଅ ପସନ୍ଦ ହେଲେନି ଯେ ଶେଷକୁ।


ମାଆ କିନ୍ତୁ ନିରବ ଥିଲା।ଘର ଏରୁଣ୍ଡି ଏ ପଟେ ମୁଁ ଜୋର କରି ଧରିଥିଲି ବିଚି ମାମ୍ ଙ୍କ ହାତକୁ।ମୋତେ ଘରେ ପୁରେଇ ଦେବନି ଜାଣିଥିଲି।କାରଣ ମୁଁ ନିଜ ଇଛାରେ ମ୍ୟାରେଜ୍ କରି ଆସିଛି;କାହାକୁ କିଛି, ନଜଣାଇ।ବିଚି ମାମ୍ ଙ୍କ ହାତ ଝାଳେଇ ଗଲାଣି।ବହୁ କଷ୍ଟରେ ବୁଝାଶୁଝା କଲା ପରେ ବିଚି ମାମ୍ ରାଜି ହୋଇଥିଲେ ମ୍ୟାରେଜ୍ କରିବାକୁ।କିନ୍ତୁ ଏଠି ଯାହା ଚାଲୁଛି ସେ ଯେଉଁ ପ୍ରକାରର ସ୍ୱାଭିମାନୀ ଝିଅ କଣ ନାଇଁ କଣ କରି ବସିବେ।ଅନେକ ସମୟ ଏରୁଣ୍ଡି ଏପଟେ ଠିଆ ହେଲା ପରେ ମାଆ ବନ୍ଦାପନା ଥାଳି ଧରି ଆସିଲା।କହିଲା ବାହା ତ ହୋଇ ସାରିଲାଣି।ତା ଜୀବନ ସେ କାହାକୁ ବିବାହ କରିବ ତା ଇଚ୍ଛା।ସେ ଯଦି ଏ ଝିଅଟିକୁ ନେଇ ଖୁସି ରହି ପାରିବ ଆମର ଆପତ୍ତି କରିବାରେ କଣ ଅଛି?


ଏଇତକ ଶୁଣି ବଡ଼ଭାଇ ପ୍ରବୀର ରାଗି ନିଆଁ ବାଣ। ଫୋପାଡ଼ି ଦେଲା ମାଆ ଧରିଥିବା ବନ୍ଦାପନା ଥାଳି।ଥାଳିଟି ବିଚିମାମ୍ ଙ୍କ ମୁଣ୍ଡରେ ବାଜି ଓଢଣୀ ଖସିଗଲା । ସେ ମୋ ବଡ଼ ଭାଇଙ୍କୁ ଦେଖୁ ଦେଖୁ ହାତ ଦେଖେଇ ହଠାତ୍ ଵେହୋସ ହୋଇ ପଡି ଗଲେ।ଜମା ହୋଇଥିଲେ ଦେଖଣାହାରୀ।ସମସ୍ତେ ସ୍ତବ୍ଧ।ବିଚିମାମ୍ ଙ୍କୁ ଘର ଭିତରକୁ ମୁଁ ଶୁନ୍ୟେ ଶୁନ୍ୟେ ଟେକି ନେଲି।ମୁହଁରେ ପାଣି ଛାଟିଲା ପରେ ହୋସ ଆସିଲା ଓ ସେ କେବଳ କାନ୍ଦୁଥିଲେ। ସରି ବିଚି ମାମ୍ ! " ତୁମେ କାହାକୁ ଡର ନାହିଁ।ଆସିଥିଲି ଆଶୀର୍ବାଦ ନେବାକୁ। ସେମାନେ ଯଦି ତୁମକୁ ଗ୍ରହଣ କରୁ ନାହାନ୍ତି ଚିନ୍ତା କରନାହିଁ।ମୁଁ ତୁମକୁ ଭଲ ପାଏ,ମରିବା ଯାଏ ପାଉଥିବି।କାଲି ସକାଳେ ଆମେ ଚାଲିଯିବା।କିନ୍ତୁ କାନ୍ଦନି,ପ୍ଲିଜ଼।"

 

ବିଚି ମାମ୍ ଆହୁରି ଜୋରରେ କାନ୍ଦୁଥିଲେ।ଆରେ କଣ ହୋଇଛି ତ କୁହ?ରାତି ବଢ଼ୁଥିଲା,କାନ୍ଦ ବନ୍ଦ ହେଉ ନ ଥିଲା।ହଠାତ୍ ଏମିତି କାନ୍ଦୁଛନ୍ତି କାହିଁକି ?

ଏଇ ବିଚି ,ବିଚିତ୍ରା ମାମ୍ କେମିତି ଆଶ୍ଚର୍ଯ୍ୟ ଭାବେ ମୋ ଜୀବନକୁ ଆସିଲେ ! ବିଚିତ୍ରା ମାମ୍ ମୁଠାଏ ମିଠା ଜହ୍ନ ଆଲୁଅ।ମୋ ଅଫିସିର ପ୍ରୋଜେକ୍ଟ ଡିଜା

ଇନର ଭାବେ ଏବେ ଯୋଗ ଦେଇଛନ୍ତି।।ବିଚିତ୍ରା

ନାମ ଅନୁସାରେ ଝିଅଟି ବି ବିଚିତ୍ର ଜୀବ କଙ୍ଗାରୁ ପରି।ସୁଦୁ ଫୁଲେଇ ଟା।ନା ନା ଫୁଲେଇ କାହିଁକି ହେବ ଗର୍ବୀଟା।କଞ୍ଜୁସ ଭାରି ହସିବାରେ କି ଗପିବାରେ। ଭାରି ଦେଖେଇ ହୁଅନ୍ତି।କିନ୍ତୁ ସମସ୍ତଙ୍କୁ କିଣି ନିଅନ୍ତି କିଛି ନ କହି ବି। ହଁ ନାଁ ରେ ଉତ୍ତର ଦିଅନ୍ତି।ନଚେତ୍ ସବୁ ବେଳେ ଯେମିତି ପାଟିରେ ତୁଣ୍ଡି ଦିଆ ହୋଇଛି।ଅସମ୍ଭବ ଧରଣର ସୁନ୍ଦରୀ ନୁହଁନ୍ତି।କିନ୍ତୁ ଖୁବ୍ ସୁଇଟି। ତୀବ୍ର ଆକର୍ଷଣ ଶକ୍ତି ଥିବା ଦୁଇଟି ଆଖି ତାଙ୍କର।


କେଜାଣି କାଇଁକି ମୋତେ ସେ ଏତେ ଭଲ ଲାଗନ୍ତି! ଦିନେ ନ ଦେଖିଲେ ତାଙ୍କୁ ମୋତେ ଭଲ ଲାଗେନି।ରବିବାର ଯାହାକୁ ମୁଁ ଅତି ଖୁସିର ସହ ଅନେଇଁ ବସୁଥିଲି,ସେଇ ଅପେକ୍ଷା କରୁଥିବା ଦିନଟି ନ ହେଉ ବୋଲି ଇଚ୍ଛା କରୁଛି !କାରଣ ଏ ଛୁଟି ଦିନରେ ବିଚି ମାମ୍ ଙ୍କୁ ଦେଖି ହେବନି।ଏ ରବିବାର ଅଛି ବୋଲି ସିନା ମାମ୍ ଙ୍କ ଦର୍ଶନରୁ ବଞ୍ଚିତ ହେଉଛି। ଛେ କାହିଁକି ଥିଲା ଏ ରବିବାର ଟି କେଜାଣି ?


ସମସ୍ତେ ଅଫିସ୍ ଛାଡିଲା ପରେ ମୁଁ କାମର ବାହାନା କରି ରୁହେ;କାଳେ ମାମ୍ କିଛି କହିବେ।ସେ କିନ୍ତୁ କରି ଚାଲିଥିବେ ଡିଜାଇନ ଆଉ ଡିଜାଇନ। ।ମାମ୍ ଙ୍କ ଭାଇ ନେବାକୁ ଆସିବା ଡେରି କରନ୍ତି ବହୁତ ଦିନେ ଦିନେ।ମୁଁ ଯାଇ କୁହେ "ସମସ୍ତେ ତ ଗଲେଣି ,ଏତେ ଡେରି ହେଲାଣି;ଚାଲୁ ନାହାନ୍ତି ମୁଁ ଆପଣଙ୍କୁ ଘରେ ଛାଡି ଦେଇ ଆସିବି" ।ସେ ମୋ ମୁହଁକୁ ଟିକେ ଅନାନ୍ତି;ନାଇଁ ଆପଣ ଆସନ୍ତୁ ସମୀର ବାବୁ,ମୋର ଢେର କାମ ଅଛି"। ଅପେକ୍ଷା ନକରି ମୁଁ ଚାଲିଆସେ ଯେ ହୃଦୟଟି ରହିଯାଏ ତାଙ୍କରି ପାଖରେ।


ରବିବାରଟା। ଅଫିସ ନାହିଁ କି ସୁଇଟି ମାମ୍ ଙ୍କ ଦର୍ଶନ ବି ନାହିଁ। ଏଣେ ବର୍ଷା ପାଗ।ରାନ୍ଧିବାକୁ କିଛି ନାହିଁ।ଭୋକରେ ମୂଷା ଦୌଡ଼ିଲେଣି ପେଟରେ ।ପାଖ ହୋଟେଲକୁ ରେନି କୋର୍ଟ ପିନ୍ଧି ବାଇକି ନେଇ ଗଲି।


ଆରେ... ସେ ଟେବୁଲ ପାଖେ କିଏ? ବିବର୍ଣ୍ଣ!


ଆରେ ସମୀର ! କହ ସାଙ୍ଗ କେମିତି ଅଛୁ ?


ହଁ ଠିକ୍ ଠାକ୍ ଅଛି ? ଆଉ ତୁ ?


ମୁଁ ଭଲ ନାହିଁ। ଭଲ କେମିତି ରୁହନ୍ତି ସମୀର।ତୁ ଜାଣିଥିବୁ ମୋ ଭଉଣୀର କେମିତି ଗଣ ବଳତ୍କାର କରାଯାଇଥିଲା ସେ 2 ପଢିଲା ବେଳେ?


ହଁ ମୁଁ ପେପରରୁ ପଡ଼ିଥିଲି।ତୋ ସଂଗେ ଯୋଗା ଯୋଗର କିଛି ସୁବିଧା ନଥିବାରୁ କିଛି ପଚାରି ପାରି ନଥିଲି।ତୋ ଭଉଣୀ ଏବେ କେମିତି ଅଛି? ଆଉ ମଉସା ମାଉସୀ ସେମାନେ କେମିତି ଅଛନ୍ତି??


କଣ କହିବିରେ ସମୀର ଓ ଏ ଏସ୍ ପାଇଲା ପରେ ମୁଁ କଳାହାଣ୍ଡିର ଗୋଟେ ବ୍ଳକରେ ତହସିଲଦାର ଭାବେ ପୋଷ୍ଟିଂଗ ହେଲି।ମୋ ଭଉଣୀଟି ଠିକ୍ ସେଇ ବର୍ଷ 2 କୋଚିଂ କ୍ଲାସରୁ ଫେରିଲା ବେଳେ ଚାରି ପାଞ୍ଚ ଜଣ ଦୁର୍ବୁତ୍ତ ତାକୁ କ୍ଲୋରୋଫର୍ମ ଶୁଂଘାଇ ତା ସାଇକେଲକୁ ଫୋପାଡ଼ି ଟେକି ନେଇ ପୋଲ ତଳେ ବଳତ୍କାର କରି ମୁର୍ମୁଷୁ ଅବସ୍ଥାରେ ଛାଡି ପଳାଇଥିଲେ।ରାତି ଦଶଟା ବେଳକୁ ପୋଲିସର ଛ ନମ୍ବର ମେଡିକାଲରୁ ବାପାଙ୍କୁ ଫୋନ୍ ଆସିଲା।ସେଠି ଭଉଣୀର ଅବସ୍ଥା ଦେଖି ବାପାଙ୍କ ହାର୍ଟ ଫେଲ୍ ହୋଇଗଲା। ମା ଏବେ ସୁଦ୍ଧା ମୁକ।


ଆଉ ତୋ ଭଉଣୀ ମୁଁ କହୁ କହୁ ବିଚି ମାମ୍ ଆମ ଆଡକୁ ୱାସରୁମରୁ ଆସୁଥିବାର ଦେଖିଲି।ବିବର୍ଣ୍ଣ ଟପିକ୍ ଚେଞ୍ଜ୍ କରି ହସି ହସି କହିଲା ବିଚି ଦେଖ ଏ ମୋ ସାଙ୍ଗ ସମୀର।

 

ମୁଁ ଆକାଶରୁ ଖସି ପଡିବିକି ଆଉ।ଏଇ ତାହେଲେ ଗଣ ବଳତ୍କାର ହୋଇଥିବା ବିବର୍ଣ୍ଣ ଭଉଣୀ ବିଚି!!ମୋ ସ୍ୱପ୍ନର ନାୟିକା।ଆମ ଅଫିସର ପ୍ରୋଜେକ୍ଟ ଡିଜାଇନର ବିଚିତ୍ରା ମାମ୍ ।


ମୋ ଆଶ୍ଚର୍ଯ୍ୟ ଚକିତ ମୁହଁକୁ ପଢି ବିଚି ମାମ୍ ଅବଜ୍ଞା କଲା ପରି କହିଲେ "ମୁଁ ଚିହ୍ନିଛି ଭାଇ ଏ ଆମ ଅଫିସିର ଆକାଉଣ୍ଟାଣ୍ଡ ସମୀର ବାବୁ।

 

ଓହୋ!ଭଲ ହେଲା ମୁଁ ଏବେ ଟିକେ ଆଶ୍ୱସ୍ତ ହେବି।ତୁମେ ଦୁହେଁ ଗୋଟିଏ ଅଫିସିରେ କାମ କରୁଛ।'

 

ବାକ୍ ଶୁନ୍ୟ ହୋଇଯାଇଥିଲି ମୁଁ।ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରଦାନ କଲି।ଆଉ ତୁ ବିଚି ସମୀର ସଙ୍ଗେ ଯିବୁ ତ! ପଚାରିଲା ବିବର୍ଣ୍ଣ।କିଛି ନ କହି ଚୁପ୍ ରହିଲେ ବିଚି ମାମ୍।ବିବର୍ଣ୍ଣ କହିଲା ଭାରି ମଜାଳିଆ ପିଲାଟା ସମୀର।ତୁ ତ ଜାଣିବୁଣି ଏ ଆଠ ଦିନ ଭିତରେ।ଏମିତି କଥା କହିବ ହସି ହସି ମୁତାଇ ଦେବ।


ଏମିତି କଥା ବାର୍ତ୍ତା ଭିତରେ ଆମର ଲଞ୍ଚ୍ ସରିଗଲା।।ଭାବୁଥିଲି ରବିବାରଟା ବ୍ୟର୍ଥ ଗଲା ବର୍ଷା ପାଗ ହେତୁ।କିନ୍ତୁ ଆଜି ଦିନଟି ମୋ ପାଇଁ ଏକ ସର୍ବଶ୍ରେଷ୍ଠ ଦିନ ଥିଲା।

 

ରାତି ସାତଟାକୁ ବିବର୍ଣ୍ଣ ଫୋନ୍ କଲା।ସମୀର ଦେଖୁଲୁ ତ ମୋ ଭଉଣୀ ବିଚିତ୍ରାକୁ।ଯମ ସଂଗେ ଲଢେଉ କରି ବର୍ଷକ ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲା।ସେବେଠୁ ଚୁପଚାପ।ସେ ବାହାରକୁ ବାହାରିବାକୁ ଡରୁଥିଲା।ମୁଁ ତାକୁ ବହୁତ ବୁଝାଇଲି।ଶେଷରେ ସେ 2 ପରୀକ୍ଷା ଦେଲା ଓ ଭଲ ନମ୍ବର ରଖି ପାସ୍ କଲା। ଆର୍ଟିଟେକ୍ରେ ଇଂଜିନିୟରିଂ କଲା ପରେ ଏବେ ତୁମ ଅଫିସ ଜଏନ୍ କରିଛି।ଭଉଣୀଟି ମୋର ଜୀବନ ପ୍ରତି ବୀତସ୍ପୃହ। କୌଣସି ପୁରୁଷଙ୍କୁ ସେ ବିଶ୍ୱାସ କରୁନାହିଁ । ଏକା ବାହାରକୁ ଯିବା ଛାଡ଼ ଅଫିସ ବି ଯାଉ ନାହିଁ। ଯେଉଁଥି ପାଇଁ କୃପାଳୁ ମୋ ବଡବାପା ପୁଅ ଭାଇ ବିଚିକୁ ନେଇ ଅଫିସରେ ଛାଡେ ଓ ଆଣେ।


ଘରେ କି ବାହାରେ କାହା ସଂଗେ ବେଶୀ କଥା ବି ହେଉ ନାହିଁ। ମାଆ ମୁକ।ଖାଲି ଜୁଳୁ ଜୁଳୁ ଅନାଇଁ ଥିବ।ସତେକି ହାଡ଼ ମାଂସର କଣ୍ଢେଇଟିଏ।ଏମିତି ସ୍ଥଳେ ମୁଁ କଣ କରିବି ? ସମୀର ତୁ ତ ହସି ହସି ବେଦମ କରୁ।ପାରିବୁ ମୋ ଭଉଣୀ ମୁହଁରେ ହସ ଟିକେ ଫୁଟାଇ!!ତାକୁ ଟିକେ ବଦଲେଇ ଦେଲୁ।ଗଣ ଧର୍ଷିତା ହେତୁ ତାକୁ ତ କେହି ରାଜି ହେବ ନାହିଁ ବାହା ହେବାକୁ।ଅନ୍ତତଃ ସେ ହସିବା ଶିଖୁ,ମଣିଷ ପରି ବଞ୍ଚୁ।ଆଜିକାଲି ତ ବାହା ନ ହୋଇ ଏକା ଏକା ଖୁସିରେ ବଞ୍ଚୁଛନ୍ତି।ମୋର ଇଚ୍ଛା ବିଚି ଖୁବ ଗପନ୍ତା,ମଜା କରନ୍ତା।ସବୁବେଳେ ଗୋଟେ ଗୁମ୍ ହୋଇ ରହୁଛି।ଭଲ ଲାଗୁନିରେ ସମୀର।


ସେଦିନ ଭାରି ଛଟପଟ ଲାଗିଲା।ନିଦ ହେଲା ନାହିଁ।ବିଚି ମାମଙ୍କ ମୁହଁଟା ବାର ବାର ଦେଖା ଗଲା।ବିବର୍ଣ୍ଣର କାନ୍ଦୁରା ମୁହଁ ବି।ବିଚି ମାମ୍ ଗଣ ଧର୍ଷିତା! ଏ କଥା ପେପରଠୁ ଆରମ୍ଭ କରି କୋର୍ଟ କଚେରୀ ଯାଏ ପ୍ରଘଟ ହୋଇଥିଲା।ଏପରି ଝିଅକୁ କିଏ ବା କାହିଁକି ବାହା ହେବ।ଯଦିଓ ଧର୍ଷଣ ଶିକାର ହେବାରେ ଝିଅଟିର ଦୋଷ ନଥାଏ;କିନ୍ତୁ ସମାଜର ତିର୍ଯ୍ୟକ ଦୃଷ୍ଟି ବଂଚାଇଁ ଦିଏନି ଝିଅଟିକୁ।

 

ବିଚି ମାମ୍ ଓ ମୁଁ ସାଙ୍ଗ ହୋଇ ତାଙ୍କରି କାର ରେ ଯିବା ଆସିବା କଲୁ । ତାଙ୍କୁ ହସେଇବା, ଜୀବନକୁ ଆଉ ଥରେ ଭଲ ପାଇବାକୁ ଶିଖାଇବା କାମ ବିବର୍ଣ୍ଣ ମୋତେ ଦେଇଛି।ଦୀର୍ଘ ଦୁଇ ମାସ ବିତି ଯାଇଥିଲେ କିଛି ବଦଳୁ ନଥିଲେ ସେ।ଆତ୍ମାରୁ ସେ ହସିବା ଭୁଲି ଯାଉଥିଲେ ବୋଧେ।ହଠାତ ମୁଁ ଦିନେ ବିବର୍ଣ୍ଣକୁ କହିଲି' "ବିବର୍ଣ୍ଣ ତୋର ଯଦି ଆପତ୍ତି ନ ଥାଏ ତୋ ଭଉଣୀଙ୍କୁ ମୁଁ ମ୍ୟାରେଜ କରିବାକୁ ଚାହେଁ।


ବିବର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ କହିଲା କଣ କହୁଛୁ ତୁ!!ସତରେ ତୁ ମୋ ଭଉଣୀକୁ ଜୀବନ ସାଥି କରିବୁ!ସତ କହ ବିଚିକୁ ଦୟା କରି ଆଉ ସେ ମୋ ଭଉଣୀ ବୋଲି ଚାହୁଁଛୁ ନା ପ୍ରକୃତରେ ତୁ ତାକୁ ଭଲ ପାଉ।

  

ବିବର୍ଣ ! ମୁଁ ଜାଣି ନଥିଲି ସେ ତୋ ଭଉଣୀ।କି ଜାଣି ନଥିଲି ସେ ଜଣେ ଗଣ ଧର୍ଷିତା।ସେ ଆସିଲା ଦିନୁ ମୁଁ ତାଙ୍କୁ ପସନ୍ଦ କରେ।ତାଙ୍କୁ ସ୍ବପ୍ନ ଦେଖିବାକୁ ମୋତେ ଜାଣେନା କାଇଁ ଖୁବ ଭଲ ଲାଗେ।ତୋ ଠାରୁ ସବୁ ଶୁଣିଲା ପରେ ମୋର ତାଙ୍କ ପ୍ରତି ଆହୁରି ସମ୍ମାନ ବଢି ଯାଇଛି।ଅନେକ ଭାବିଲା ପରେ ମୁଁ ସିଦ୍ଧାନ୍ତ ନେଇଛି ଯଦି ବିବାହ କରିବି ତୋ ବ୍ହ ଆଉଣୀକୁ ନୁହେଁ କାହିଁକି? ମୁଁ ତାଙ୍କୁ ଭଲ ପାଏ।ତାଙ୍କ ଗୁଣ, କାର୍ଯ୍ୟ ଦକ୍ଷତା ମୋତେ ପ୍ରଭାବିତ କରିଛି।କିନ୍ତୁ ତାଙ୍କର ସମ୍ମତି ଥିଲେ ମୁଁ ତାଙ୍କୁ ମୋ ପତ୍ନୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ।


ଦେଖ୍ ସମୀର! ଏ ଏମିତି ସେମିତି କଥା ନୁହେଁ।ବୁଝି ବିଚାରି ସିଦ୍ଧାନ୍ତ ନେ।ତୁ ଆହୁରି ଗୋଟେ ସତ୍ୟ ବି ଜାଣିନୁ।ବଳତ୍କାର ହେତୁ ସେ ଦୁର୍ବୃତ୍ତ ମାନେ ଏମିତିବର୍ବରୋଚିତ କାର୍ଯ୍ୟ କରିଥିଲେ;ଯାହା ପାଇଁ ବିଚି ର ୟୁଟ୍ରସ ବି କାଢ଼ିବାକୁ ପଡିଥିଲା।ତୋତେ ବିଚି ପିଲାଟିଏ ବି ଦେବାକୁ ସମ୍ପୂର୍ଣ୍ଣ ଅକ୍ଷମ।ତୁ ତାକୁ ବିବାହ କଲେ ବାପାଟିଏ ବି ହେଇ ପାରିବୁ ନାହିଁ।ଏମିତି ସ୍ଥଳେ ତୋ ବାପା ମା,ଭଉଣୀ,ଆତ୍ମୀୟ ସ୍ୱଜନ ସ୍ୱୀକୃତି ଦେବେ କି ? ତୁ ମୋ ସାଙ୍ଗ ଜାଣି ଜାଣି ମୁଁ ତୋ ସହିତ କେମିତି ଏ ଅବିଚାର କରି ପାରିବି ! ବହୁ ସ୍ୱାର୍ଥପର ହୋଇ ଯିବିନି!!


ବିବର୍ଣ୍ଣ! ଭଲ ପାଇଲା ବେଳେ ମୁଁ ଏସବୁ କିଛି ଚିନ୍ତା ହିଁ କରି ନଥିଲି।କେବଳ ଭଲ ହିଁ ପାଇଁ ଥିଲି।ହଁ ବାପା ନହେବା ନିଜ ବଂଶକୁ ଆଗକୁ ନ ବଢାଇବା ଗୋଟେ କାରଣ ହୋଇ ପାରେ।ମାତ୍ର ବିଚି ମାମ୍ ବିନା ଆଉ ଯାହାକୁ ବି ବିବାହ କଲେ ତାକୁ ବିଚି ମାମ୍ ହିଁ ଭାବିବି।ଏଇଟା କଣ ଆଉ କେଉଁ ଝିଅ ପ୍ରତି ଅନ୍ୟାୟ ହେବ ନାହିଁ??ଆଉ ରହିଲା ବାପା ମା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବି। ତୋ ଭଉଣୀଙ୍କୁ ବଳତ୍କାର କରିଥିବା ରାକ୍ଷସ ମାନେ ତ ପୁଣି ପୁରୁଷ ଥିଲେ।ସେମିତି ମୁଁ ଜଣେ ପୁରୁଷ ;ଗଣ ଧର୍ଷିତାକୁ ବିବାହ କରିବି।ତୁ ଏତେ ଭାବେନି କିଛି।କେବଳ ବିଚି ମାମ୍ ମୋତେ ଜୀବନ ସାଥୀ ରୂପେ ପାଇ ଖୁସି ହେବେ କି ନାହିଁ;ତାଙ୍କ ମତ ନିହାତି ଆବଶ୍ୟକ।

 

ଆରେ ସମୀର ! ସାଙ୍ଗ ମୋର ତୁ କେଉଁ ଉପା

ଦାନରେ ଗଢ଼ାରେ!ତୁ ମଣିଷ ନୁହଁ,ଦେବତା।ମୋ ନିଜ ଭଉଣୀ ଗଣ ଧର୍ଷିତା।କିନ୍ତୁ ମୋ କଲିଜା ଏତେ ମୋଟା ନୁହେଁ ସବୁ ଜାଣିବି ଜଣେ ଗଣ ବାଳତ୍କାରୀ ଝିଅକୁ ସ୍ତ୍ରୀ ମର୍ଯ୍ୟାଦା ଦେଇ ପାରିବି।ତୁ ମହାନ ସମୀର।ବିଚିକୁ କଣ ପଚାରିବି ତା ଆଖି କୁହେ ସେ ତୋତେ ପସନ୍ଦ କରେ।ତା ତରଫରୁ ମୁଁ ହଁ କହୁଛି।


ବିଧିବଦ୍ଧ ବୈଦିକ ରୀତିରେ ବିଚି ମାମ୍ ଓ ମୋର ବିବାହ ସମ୍ପନ୍ନ କରିଦେଲା ବିବର୍ଣ। ଘର ଲୋକେ ବିବାହକୁ କାଳେ ଫାଙ୍କିବେ ସେଥିପାଇଁ ମ୍ୟାରେଜ ରେଜେଷ୍ଟି ବି କରିଦେଲି ।କାରଣ ମୁଁ ଜାଣିଥିଲି ମୋ ଘର ଲୋକେ ଏମିତି ଗୋଟିଏ ଧର୍ଷିତା ପୁଣି ମାଆ ନ ହେବା ଝିଅକୁ ବୋହୁ ଭାବେ ଗ୍ରହଣ କରିବାକୁ ମଙ୍ଗିବେ ନାହିଁ।ତଥାପି ମୁଁ ଆଶୀର୍ବାଦ ନେବା ପାଇଁ ଆସିଥିଲି ଘରକୁ।କିନ୍ତୁ

 

ଏଇକଥା ଭାବୁ ଭାବୁ କେତେବେଳେ ଆଖି ଲାଗି ଯାଇଛି ମୋର ।ଢୁଳେଇ ପଡିଲି ବିଚି ମାମ୍ ଙ୍କ ଉପରେ।ସେ ଉଠି ପଡ଼ି ମୋତେ ଧରି ଜୋରରେ କାନ୍ଦିବାକୁ ଲାଗିଲେ।ଆଉ ଯାହା କହିଲେ ଶୁଣିକି ମୋ ହୋସ ଉଡ଼ିଗଲା।ମୋ ବଡ଼ ଭାଇ ପ୍ରବୀର ବିଚିକୁ ଧର୍ଷଣ କରିଥିବା ଯୁବକଙ୍କ ମଧ୍ୟରୁ ଜଣେ।ସେଇ ପ୍ରଥମେ ବିଚିକୁ ଅଟକାଇ କ୍ଲୋରଫର୍ମ ଶୁଂଘାଇ ଅଚେତ କରିଥିଲେ।ଏ କଥା ଶୁଣି ମୋ ପାଦ ତଳୁ ମାଟି ଖସି ଗଲା।ମୋ ଭାଇ.ବିଚିର ଏ ଅବସ୍ଥା ପାଇଁ ଦାୟୀ !


ସିନ୍ଦୁରା ଫାଟିବା ପୂର୍ବରୁ ବିଚି ମାମ୍ ଙ୍କୁ ନେଇ ଘରୁ ଚାଲି ଆସିଲି ମୋ କର୍ମ ସ୍ଥଳୀକୁ।


ବାପା ! ଏଥର କୁହନ୍ତୁ ଏ କୁଳାଙ୍ଗାର ପୁଅ କଣ ସତରେ ମହାପାପ କରିଛି ? ଆପଣଙ୍କର ଗୋଟିଏ ପୁଅ ଯେଉଁ ଝିଅର ଜୀବନ ଉଜାଡ଼ି ଦେଇଥିଲା ସେଇ ଧର୍ଷିତା ଝିଅ ଜୀବନକୁ ଆପଣଙ୍କର ସାନ ପୁଅ ସଜାଡ଼ିବାକୁ ପାଗ ଭିଡ଼ିଛି। ଏହା କଣ ମୋର ଅପରାଧ ?



Rate this content
Log in

Similar oriya story from Inspirational