ଗଜଲକ୍ଷ୍ମୀଙ୍କ ପୂଜା ବିଚ୍ଛନ୍ନାଚଳେ
ଗଜଲକ୍ଷ୍ମୀଙ୍କ ପୂଜା ବିଚ୍ଛନ୍ନାଚଳେ
ଓଂ ପ୍ରାକୃତ୍ୟୈ ନମଃ
ଓଂ ବକୃତ୍ୟୈ ନମଃ
ଓଂ ବିଦ୍ୟାୟୈ ନମଃ
ଓଂ ସର୍ବଭୂତହିତପ୍ରଦାୟୈ ନମଃ
ଓଂ ଶ୍ରଦ୍ଧାୟୈ ନମଃ
ଓଂ ବିଭୂତ୍ୟୈ ନମଃ
ଓଂ ସୁରଭ୍ୟୈ ନମଃ
ଓଂ ପରମାତ୍ମିକାୟୈ ନମଃ
ଓଂ ବାଚେ ନମଃ
ଓଂ ପଦ୍ମାଳୟାୟୈ ନମଃ
ବିଚ୍ଛନ୍ନାଚଳର ଏକ ଗାଆଁ କଳାବାଡିଆ। ଯାହାର ବ୍ଲକ ଶାଖା ହେଉଛି ରାଜନଗର। ସଢେଇକଳା ଖରସୁଆଁ ଜିଲ୍ଲାର ଅଧିନ।ରାଜ୍ୟ ଝାଡ଼ଖଣ୍ଡ। ଖଡ଼ଖାଇ ନଦୀ କଳକଳ ନାଦ କରି ଗାଆଁ ପାଖରେ ପଥଗାମୀ।ବହୁତ ବଡ଼ ଗାଆଁ।ଓଡିଆ ଭାଷାଭାଷୀ ଲୋକ ରୁହନ୍ତି।
ବର୍ଷ ୧୯୭୧ , ଭୟଙ୍କର ଅକାଳ। ବର୍ଷା ଅଭାବରୁ ଚାଷବାସ ହୋଇ ନଥିଲା।ଗାଆଁର ଜନ ସମୁଦାୟ ଅତ୍ୟନ୍ତ କଷ୍ଟରେ ଥିଲେ। ନବଯୁବକଙ୍କ ଏକ ସଂଗଠନ ଥିଲା କୋଣାର୍କ ନବଯୁବକ ସଂଘ। ଲୋକମାନଙ୍କ କଷ୍ଟକୁ ଦେଖି ବିଚାର କଲେକି କଷ୍ଟ ନିବାରଣ ପାଇଁ ଗଜଲକ୍ଷ୍ମୀ ପୂଜା ଆବଶ୍ୟକ।ଧନଧାନ୍ୟ ପୂରଣ ପାଇଁ ମାଁ ଗଜଲକ୍ଷ୍ମୀଙ୍କ ଆରାଧନା ଓ ପ୍ରତି ବର୍ଷ ମାଁ ଗଜଲକ୍ଷ୍ମୀଙ୍କ ପୂଜା ପ୍ରାରମ୍ଭ କରିବା।ସମସ୍ତ ରାଜିନାମା ହେଲା ଓ ଗଜଲକ୍ଷ୍ମୀ ପୂଜା ସେହି ବର୍ଷରୁ ଆରମ୍ଭ ହେଲା, ଯାହା ଦୀର୍ଘ ପଚାସ ବର୍ଷରୁ ବେଶି ହେଲା,ତାହା ଏପର୍ଯ୍ୟନ୍ତ ପାଳନ ହୋଇ ଆସୁଅଛି।
ପ୍ରତ୍ୟେକ ବର୍ଷ କଳାବାଡିଆ ଗାଆଁରେ ଗଜଲକ୍ଷ୍ମୀଙ୍କ ପୂଜାହେଇ ଆସୁଛି। ଏବର୍ଷ ମଧ୍ୟ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି।ଖଡ଼ଖାଇ ନଦୀରୁ ମାଁ ଙ୍କ ପବିତ୍ର ଘଟ ଆସିବ।ହୁଳହୁଳିଶଙ୍ଖନାଦ ଶଦ୍ଦ ଶୁଭୁ ଥିବ। ମୃଦଙ୍ଗ ଧ୍ବନି ଗୁଞ୍ଜି ଉଠୁ ଥିବ।ଭକ୍ତଙ୍କ ଚହଳଗହଳ ଲାଗି ରହି ଥିବ।ଜୟ ମାଁ ଗଜଲକ୍ଷ୍ମୀଙ୍କ ଧ୍ବନି ଗୁଞ୍ଜୁ ଥିବ।
ମଣ୍ଡପ ସୁସଜ୍ଜିତ ହୋଇଛି।ଆଲୋକରେ ମଣ୍ଡପ ଓ ଗାଆଁ ଅତିହିଁ ସୁନ୍ଦର ଦିଶୁଛୁ। ଭକ୍ତଙ୍କ ଆଗମନ ଲାଗି ରହିଛି। ଲୋକଙ୍କ ଗହଳି ମା ଗଜଲକ୍ଷ୍ମୀଙ୍କ ଆଗମନର।ସନ୍ଦେଶ ଦେଉଛି। ଅପୂର୍ବ ପ୍ରେମ ଶ୍ରଦ୍ଧା ଭକ୍ତିର ଜୟଜୟକାର ଗୁଞ୍ଜନ କରୁଛି।ମାଆଙ୍କ ଘଟ ଆସିବା ପରେ ପୂଜା ଆରମ୍ଭ ହେବ। ହଜାର ହଜାର ମାଆ ଭଉଣୀ ପୂଜାର ନୈବେଦ୍ୟେ
ଦେଇ ମାଁ ଗଜଲକ୍ଷ୍ମୀଙ୍କୁ ପୂଜନ କରିବେ।
ମାଁ ଗଜଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ରାତ୍ରିରେ ଓଡିଆ ନାଟକର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। କାଲି ଗୁରୁବାର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।
