STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଘନଘୋର ରାତ୍ରି

ଘନଘୋର ରାତ୍ରି

2 mins
307

ମଫସଲ ଗାଁ ରୁଦ୍ରପୁର।ଅମାବାସ୍ୟା ରାତ୍ରି। ମନକୁ ଭୟଭୀତ କରୁଛି।ପକ୍ଷୀଙ୍କର ରାବ୍ ଓ ପବନର ସୁଗନ୍ଧିତ ଗନ୍ଧ ମନକୁ

କୌତୁହଳ କରୁଛି,ତା ସଙ୍ଗେ ସଙ୍ଗେ ମନକୁ ଚିନ୍ତିତ ଭି କରୁଛି।

ଗ୍ରାମପ୍ରଧାନଙ୍କ ଘରେ ରୋଦନର ଶବ୍ଦ ଶୁଭୁଛି।ରୋଦନର

ଶବ୍ଦକୁ ଶୁଣି ଗ୍ରାମର ଲୋକେ ତାଙ୍କରି ଘର ଆଡ଼କୁ ଧାଁଉ ଯାଉ ଛନ୍ତି। ମୁଁ ମଧ୍ୟ ଘରୁ ବାହାରକୁ ବାହାରିଲି ଓ ଲୋକମାନଙ୍କ ସହ ତାଙ୍କ ଘରକୁ ଗଲି। ଗ୍ରାମପ୍ରଧାନଙ୍କ ପତ୍ନୀଙ୍କୁ ଡାହାଣୀ ଲାଗିଛି ବୋଲି ନିଜେ ପ୍ରଧାନ ବାବୁ କହୁଥାନ୍ତି।ଗାଆଁର ଏକ ବିଧବା ମହିଳାକୁ ଡାହାଣୀ ବୋଲି ଆକ୍ଷେପ ଦେଉଥାନ୍ତି। ଭଦ୍ର ମହିଳାକୁ ଗାଳିଗୁଲଜ କରୁଛନ୍ତି। ତାକୁ ଆଜି ମାରି ଦେବୁ,ଗାଆଁରେ ଆଉ ରଖିବୁ ନାହିଁ।ସବୁ ବେଳେ ସେ ମହିଳା ମୋ ସ୍ତ୍ରୀ କୁ ଖାଇ ଯାଉଛି। ସନ୍ତାନେ ମାନେ କ୍ରନ୍ଦନ କରୁଛନ୍ତି ମାତାର ଅବସ୍ଥାକୁ ଦେଖି ପ୍ରଧାନେ ଓ ତାଙ୍କ ନିଜ ଭାଇ ମାନେ ବିଧବା ମହିଳା କୁ ମାରିବା ପାଇଁ ରେରେକାର କରୁଥାନ୍ତି।

ପ୍ରଧାନ ଘରେ ତାଙ୍କ ଏହି ଅନ୍ଧବିଶ୍ବାସକୁ ଦେଖି ମୁଁ ଆଉ ରହି ପାରିଲି ନାହିଁ। କହିଲି କାହିଁକି ବିରକ୍ତ ହେଉଛ। ଡାହାଣୀ 

ବୋଲି ସଂସାରେ କୌଣସି ପଦାର୍ଥ ନାହିଁ, ନାହିହିଁ ସତ୍ୟତା।

ଡ଼ାକ୍ତର ଖାନାକୁ ନନେଇ, ଡ଼ାକ୍ତର ଙ୍କୁ ନ ଦେଖେଇ ଆପଣ

ବୃଥା ଚିତ୍କାର କରୁଛନ୍ତି, ବିରକ୍ତ ହେଉଛନ୍ତି, ଆପଣଙ୍କୁ ଶୋଭା

ଦେଉ ନାହିଁ।ଆପଣ ଜଣେ ଶିକ୍ଷିତ ଓ ଗାଆଁର ପ୍ରଧାନ।ଅନ୍ଧବିଶ୍ବାସରେ ପଡ଼ି ବୃଥାରେ ପ୍ରଳାପ କରୁଛି। ତାଙ୍କର କିଛି

ହୋଇ ନାହିଁ, ଡ଼ାକ୍ତର ଖାନାକୁ ନେଇ ଗଲେ ସବୁ ଠିକ ହୋଇ

ଯିବ।ଆପଣ ଶୀଘ୍ର କୌଣସି ଗାଡ଼ି ବାଲାକୁ ଡାକନ୍ତୁ,ତାଙ୍କୁ ଡ଼ାକ୍ତର ଖାନା ନେଇ ଯିବା । ମୋ କଥାରେ ସେ ରାଜି ହୋଇ ଗଲେ ଓ ଗାଡିବାଲାକୁ ଡାକିଲେ ଗାଡ଼ିବାଲା ଗାଡ଼ି ନେଇ ଆସିଲା।ସଙ୍ଗେ ସଙ୍ଗେ ତାଙ୍କ ପତ୍ନୀ ଙ୍କୁ ହସପିଟାଲକୁ ନେଇ ଗଲୁ।ତେଜ ଜ୍ବରରେ ସେ ଆକ୍ରାନ୍ତ ହୋଇ ଛନ୍ତି,ଯାଞ୍ଚ କରି ଡ଼ାକ୍ତର ମହୋଦୟ କହିଲେ ଭୟଙ୍କର ଜ୍ବର ଓ ଗ୍ରାମପ୍ରଧାନଙ୍କୁ ବିରକ୍ତ ମଧ୍ୟ ଦେଲେ।ତେଜ ଜ୍ବରରେ ମତିଭ୍ରମ ହୋଇଛି, ହସପିଟାଲରେ ଆଣିଲେ,ଭଲ ହେଲା। ଆପଣଙ୍କ ସ୍ତ୍ରୀ ଭଲହୋଇ ଯିବେ,ଘରେ ଆଉ ବେଶି ଦେର ରଖି ଥିଲେ ପ୍ରାଣ ଯିବାର ସମ୍ଭାବନା ଥିଲା। ଦୁଇ ଦିନ ଭିତରେ ତାଙ୍କର ସ୍ତ୍ରୀ ଭଲ ହୋଇ ଘରକୁ ଫେରିଲେ।ଡାହାଣୀ ର ଅନ୍ଧବିଶ୍ବାସ ତାଙ୍କ ମନରୁ ତୁଟି ଗଲା।ଖୁସି ମନରେ ସେ ଆମ ଘରକୁ ଆସିଲେ ଓ ଧନ୍ୟବାଦ ଦେଲେ।କହିଲେ ଆପଣଙ୍କ ଦ୍ଵାରା ହିଁ ମୋ ପତ୍ନୀ ପ୍ରାଣଦାନ ପାଇଛି। ମୋ ମନର ଅନ୍ଧବିଶ୍ବାସ ମୋ ପତ୍ନୀର କାଳ ହୋଇ ଥିଲା,ଯାହାକୁ ନିବାରଣ କରି ମୋ ପତ୍ନୀ କୁ ପ୍ରାଣଦାନ ଦେଲେ।ଆପଣଙ୍କ ଏହି ଋଣ ମୁଁ କେବେ ଭି ପୂର୍ଣ୍ଣ କରି ପାରିବି ନାହିଁ। ମୁଁ କହିଲି ଦୁନିଆରେ ଡାହାଣୀ ବୋଲି କିଛି ନାହିଁ, କେବଳ ଡାହାଣୀ ଶବ୍ଦ ହିଁ ରହିଛି।ରୋଗରେ ପୀଡିତ ହୋଇ ସେ ଏହି ପ୍ରକାର ବିଭୀଷିକା କରେ, ଯାହାକୁ ଆମେ ଡାହାଣୀ ଲାଗିଛି ବଲି କହୁଛେ,ସତ୍ୟତା ତିଳେ ମାତ୍ର ନାହିଁ। ଆମଙ୍କୁ ଏହି ଅନ୍ଧବିଶ୍ବାସ ପ୍ରଥା ଦୂର କରିବାକୁ ହେବ,ଆପଣ ଏହି ମହାନ କାର୍ଯ୍ଯରେ ସହଭାଗୀ ହୁଅନ୍ତି। ଗ୍ରାମପ୍ରଧାନ ମୋ ପ୍ରସ୍ତାବକୁ ସ୍ବୀକାର କଲେ,ଓ ସହଭାଗୀ ହୋଇ ଡାହାଣୀ ପ୍ରଥାକୁ ଚିରଦିନ ପାଇଁ ସମାଜରୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational