Prasant Nath

Classics

4.1  

Prasant Nath

Classics

ଗେହ୍ଲୀ ନେଇ ଗଲା ମନ

ଗେହ୍ଲୀ ନେଇ ଗଲା ମନ

4 mins
393



ମାନସୀର ଵାହାଘର ହୁଏ ବିଳାସ ପୁରରେ। ମାନସୀର ଶଶୂର ଧନୀ ଲୋକ କୋଠା ଗାଡି କେଉଁ ଥିରେ ଅଭାବ ନାହିଁ। ମାନସୀ ଵିଵାହ ପରେ ଶାଶୂଘରେ ଖୁବ ଖୁସିରେ ଥାଏ। ମାନସୀ ଯେଵେ ଵାରି ପଟକୁ କିଛି କାମ ପାଇଁ ଯାଏ ଦେଖେ ପଲ ପଲ ମାଙ୍କଡ ତାଙ୍କ ଗଛ ଓ ବାରିରେ ଵୁଲୁଥାନ୍ତି,ସେ ସେମାନଙ୍କୁ ଦେଖି ବହୁତ ଖୁସି ହୁଏ। ଏମିତି ପ୍ରତିଦିନ ଦେଖାସାକ୍ଷାତ ଭିତରେ ମାଙ୍କଡ ପଲ ଓ ମାନସୀ ଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ଗଢିଉଠେ। ପ୍ରତିଦିନ ମାଙ୍କଡ ମାନେ ମାନସୀକୁ ଅପେକ୍ଷା କରି ରହିଥାନ୍ତି, କେତେବେଳେ ମାନସୀ ତାଙ୍କ ପାଇଁ ଖାଦ୍ୟ ନେଇ ଆସିବ। ସେମାନେ ଆନନ୍ଦରେ ଖାଇବେ। ଏମିତି ପ୍ରତିଦିନ ସମ୍ପର୍କ ଭିତରେ ଗୋଟେ ଛୋଟ ମାଙ୍କଡ ଛୁଆକୁ ମାନସୀ ଆପଣାର କରି ନିଅନ୍ତି। ନିଜ ଘରେ ରଖି ନିଜର ସନ୍ତାନଠୁ ଵି ଅଧିକ ସ୍ନେହ ମମତା ଦେଇ ପାଳନ୍ତି। ମାନସୀ ତା ନାଁ ଦିଅନ୍ତି ଗେହ୍ଲୀ। ଖୁବ ଚୁଲବୁଲି ସୁନ୍ଦର ଛୁଆଟେ। ମାନସୀ ତା'ର ସଵୁ ଯତ୍ନ ନିଅନ୍ତି ନିଜ ପାଖରେ ପଲଙ୍କରେ ଶୁଆଇ ଦିଅନ୍ତି। ଗେହ୍ଲୀ ବି ଭାରି ଆଦରି ନିଏ ମାନସୀକୁ ଛୋଟ ଶିଶୁଟି ପରି। ଭାରି ଅଝଟ କରେ ଗେହ୍ଲୀ ମାନସୀ ପାଖରେ। ମୁହଁରେ ମୁହଁ ରଖି ଗେଲ ହୁଏ ଗେହ୍ଲୀ ମାନସୀ ମୁହଁ ଲୁଚାଇ ଦେଲେ ସେ ରୁଷି ଯାଇ ତଳେ ଶୋଏ। ସବୁବେଳେ ମାନସୀ ସାଥିରେ ଥାଏ,ମୁହୂର୍ତ୍ତଟିଏ ଵି ଦୂରେଇ ରହିପାରେ ନାହିଁ ଗେହ୍ଲୀ। ଏମିତି କି ପରିବାରରେ ସେ ସମସ୍ତଙ୍କର ସଵୁଠୁ ଗେହ୍ଲୀ ହୋଇ ସାରିଥାଏ। 

ମଣିଷ ଓ ପଶୁ ମଧ୍ୟରେ କିଛି ଫରକ୍ ଥିଲେ ବି ମାନସୀ ଓ ମାଙ୍କଡ ଗେହ୍ଲୀ ଭିତରେ କିଛି ଫରକ୍ ନଥାଏ, ଏମିତି ବି ତାଙ୍କ ପରିବାରର ଏ ସଦସ୍ୟ ହୋଇ ସାରିଥାଏ ଗେହ୍ଲୀ। ପର୍ବପର୍ବାଣୀରେ ପିଲାଙ୍କ ପାଇଁ ନୂଆ ଡ୍ରେସ୍ ଆସିଲେ ଆଗ ଗେହ୍ଲୀ ପାଇଁ ନୂଆ ଡ୍ରେସ୍ ଆସେ। ବଜାରକୁ ମାନସୀ ଗଲେ ପିଲା ନଗଲେ ଚଳିବ ହେଲେ ଗେହ୍ଲୀ ନିଶ୍ଚିତ ଯିଵ ମାନସୀ ସହିତ। ମାଙ୍କଡ ପଲ ପାଖକୁ ମାନସୀ ଖାଇବାକୁ ଦେବାକୁ ଗଲେ ଗେହ୍ଲୀ ସାଥିରେ ଯାଏ। ହେଲେ ସେମାନଙ୍କ ସାଥିରେ ରହେ ନାହିଁ, ମାନସୀ ଵେକରେ ଝୁଲିପଡେ ତ କେତେବେଳେ କାନ୍ଧରେ ଆସି ବସେ। ମାଙ୍କଡଙ୍କ ପଲ ଭିତରକୁ ଯାଏ ନାହିଁ। 

ଘରେ ପିଲାମାନେ ପଢିଲେ ଗେହ୍ଲୀ ପିଲାମାନଙ୍କୁ ପଢାଇ ଦିଏ ନାହିଁ। ତା'ର ଵି ଏକ କଲମ ଖାତା ଦରକାର। ସେଥିପାଇଁ ସେ ପିଲାଙ୍କ ଠାରୁ କଲମ ଛଡାଇ ନିଏ। ମାନସୀ ଦୁଇ ପିଲାଙ୍କଠୁ ବେଶି ଭଲ ପାଆନ୍ତି ଗେହ୍ଲୀକୁ। ତା ପାଇଁ ସେ ଖୁବ ଚର୍ଚ୍ଚାରେ ଆସନ୍ତି, ବନ୍ଧୁ ବାନ୍ଧଵିଙ୍କଠୁ ଆରମ୍ଭ କରି ନିଜର ସାଇ ପଡିଶା ପର୍ଯ୍ୟନ୍ତ। ଅସୁମାରୀ ଶୁଭେଚ୍ଛାର ବାର୍ତ୍ତା ବର୍ଷି ପଡେ ତାଙ୍କ ପାଇଁ। ସମସ୍ତେ କୁହନ୍ତି ସତରେ ମାନସୀ ତୁମେ ହିଁ ଏ ମାଙ୍କଡ଼ର ପ୍ରକୃତ ମା,ଯେ ତୁମକୁ ଆଦରି ନେଇଛି। ମାନସୀ ଵି ଖୁବ ହୃଦୟର ସହିତ ଗେହ୍ଲୀକୁ ଭଲ ପାଏ। ତା ସହିତ ଖୁସି ମଜାରେ ଦିନ ବିତିଯାଏ,ମାନସୀକୁ ସମୟ ଜଣାପଡେ ନାହିଁ। 

ମଣିଷର ଖୁସି ସବୁଦିନ ରହେ ନାହିଁ,ଏ ତ ସମୟର ଦାସ, ବିଧିର ବିଧାନକୁ କେହି କେଵେ ଵଦଳାଇ ପାରିବ ନାହିଁ। କେତେବେଳେ ଫୁଲର ଫଗୁଣ ଆସି ମନ ଅଗଣାକୁ ରଙ୍ଗେଇ ଦିଏ ତ ଆଉ କେତେବେଳେ ଲୁହର ଶ୍ରାଵଣ ଆସି ଜୀବନକୁ ଭିଜେଇ ଦିଏ। ମାନସୀର କିଛି ଅଭାଵ ନଥିଲେ ବି ଆଜି ସଵୁ ରଙ୍ଗ ହୀନ ହେଇଯାଇଛି। ମନରେ ନାହିଁ ସରାଗ ଛିଡି ଯାଇଛି ଆକାଶ ତା ଉପରେ। ଯେଉଁ ଛୋଡ ମାଙ୍କଡ ଛୁଆ ଗେହ୍ଲୀ ଭରିଦେଇଥିଲା ମାନସୀ ମନରେ ଅସୁମାରୀ ଖୁସିର ରଙ୍ଗ, ସେ ରଙ୍ଗ ଆଜି ସବୁ ଫିକା ହେଇ ଯାଇଛି। ତାଙ୍କ ମନ ବଗିଚାରେ ଅଦିନ ଝଡ଼ ଆସି ନଷ୍ଟ ଭ୍ରଷ୍ଟ କରିଦେଇଛି। ତାଙ୍କଠାରୁ ତାଙ୍କ ଖୁସିକୁ ଛଡାଇ ନେଇଛି। ଯେଉଁ ଟିକି ଗେହ୍ଲୀ ପାଇଁ ସାରା ପରିବାର ଖୁସି ଥିଲେ। ଆଜି ପରିଵାରରେ ଘୋର କଳା ଵାଦଲ ଘୋଟିଯାଇଛି। କାହାରି ମନରେ ନାହିଁ ଖୁସି। ସମସ୍ତେ ଝୁରି ହେଉଛନ୍ତି ଗେହ୍ଲୀକୁ। ଏହାର କାରଣ ହେଉଛି ସ୍ନେହ ପ୍ରେମ ଓ ମଣିଷ ମନରେ ଥିବା ଅସୁମାରି ମମତା। ସେଇ ମମତା ପାଇଁ ଝରିଯାଉଛି ମାନସୀ ଆଖୁରୁ ଅସୁମାରି ଲୋତକର ଶ୍ରାଵଣର ଧାର। ଯେତେ ଚେଷ୍ଟା କଲେ ଵି ରୁକି ପାରୁନି ଆଖିର ସେ ଅମାନିଆ ଲୁହକୁ। 

ଯେଉଁ ଗେହ୍ଲୀକୁ ଏତେ ସ୍ନେହ ମମତାରେ ବାନ୍ଧି ରଖିଥିଲେ ମାନସୀ। ସେ ମମତାରେ ତାକୁ ବେଶି ଦିନ ବାନ୍ଧି ପାରିଲେ ନାହିଁ। ହଠାତ୍ ଗେହ୍ଲୀର ଦେହ ଖରାପ ହେଲା। ଘରୋଇ ଚିକିତ୍ସା କରାଇଲେ ମାନସୀ। ଘରେ ଶାଶୂ ସ୍ଵାମୀ ଓ ପାଲମାନେ ଵ୍ୟସ୍ତ ହୋଇପଡିଲେ। ଆଜି ଗେହ୍ଲୀ କାହିଁକି ଏମିତି ହେଉଛି ସେ ଖେଳୁନାହିଁ କ'ଣ ହେଇଛି ତା ପେଟ ଖରାପ ନା କ'ଣ। ଦେଖୁ ଦେଖୁ ଗେହ୍ଲୀର ଦେହ ଵେଶି ଖରାପ ହେବାକୁ ଲାଗିଲା। ତା ପାଟିରୁ ଲାଳ ଗଡିଲା ଏଠି ସେଠି କଚାଟି ହେଇ ପଡିଲା। ଡେରି ନକରି ମାନସୀ ମୁଖ୍ୟ ପଶୁ ଚିକିତ୍ସାଳୟକୁ ଧାଇଁଲେ। ଡାକ୍ତରଙ୍କୁ ଦେଖାଇ ଔଷଧ ଆଣିଲେ। ମାନସୀ ଖୁବ ତରବରରେ ଗେହ୍ଲୀକୁ ଔଷଧ ଖୁଆଇଦେଲେ ହେଲେ ଗେହ୍ଲୀ ଠିକ୍ ଭାବରେ ଔଷଧ ଖାଉନଥାଏ। ତା ପାଟିରୁ ବାହାରିଯାଉଥାଏ। ମାନସୀ କହୁଥାଏ ଗେହ୍ଲୀ କ'ଣ କିଛି ହେଉନାହିଁ। ସ୍ଵାମୀ କହୁଥାନ୍ତି ନା କିଛି ହେଵ ନାହିଁ। ସେ ସିନା କଥା କହି ପାରୁ ନଥିଲା। ସେ ତା ନିସ୍ତେଜ ଶରୀରରୁ ଶକ୍ତି ସଂଞ୍ଚୟ କରି ମାନସୀକୁ କିଛି କହୁଥିଲା। ଆଖି ତରାଟି ଚିଲେଇ ଚିଲେଇ ହେ ମୋର ପାଳନ ଧାତ୍ରୀ ମା ମୁଁ ସିନା ତୋର ସନ୍ତାନ ନୁହେଁ, ହେଲେ ଛୋଟ ବେଳୁ ଆଜି ଯାଏ ମୋତେ ମା ର ସ୍ନେହ ଦେଇ ବାତ୍ସଲ୍ୟ ମମତାରେ ବାନ୍ଧି ରଖିଥିଲୁ। ମୁଁ ତା'ର ଋଣ ସୁଝିପାରିଲି ନାହିଁ। ମୁଁ ଏ ମୃତ୍ୟୁ ସହିତ ଲଢ଼ି ବଞ୍ଚିପାରିବି ନାହିଁ। ତୁମେ ତୁମର କର୍ତ୍ତବ୍ୟ ଯଥାସମ୍ଭବ କରିଛ। ମୁଁ ହାରିଯାଇଛି ମୁଁ ଵେଶି ସମୟ ଆଉ ବଞ୍ଚି ପାରିବି ନାହିଁ। ତୁମେ କାନ୍ଦନା ମା ମୁଁ ଯାଉଛି। ଗେହ୍ଲୀର ଏମିତି ଚିତ୍କାର ମାନସୀ ଵୁଝୁଥିଲେ କି ଗେହ୍ଲୀକୁ ଯନ୍ତ୍ରଣା ହେଉଛି ସେ ତାଙ୍କ ଛାତିକୁ ଭିଡି ନେଇ ଗେହ୍ଲୀକୁ ଗେଲ କରି ଦେଉଥିଲେ କହୁଥିଲେ ତୋର କିଛି ହେବନି ଗେହ୍ଲୀ କହି ଆଉ ଥରେ ଗେଲ କରିବାକୁ ଗେହ୍ଲୀର ମୁହଁକୁ ଦେଖନ୍ତି ତ ଏ କ'ଣ ଗେହ୍ଲୀ କ'ଣ କିଛି ହେଉନାହିଁ। ଏ ଗେହ୍ଲୀ ଉଠ ଗେହ୍ଲୀ ଉଠ ମୋ ଗେହ୍ଲୀ। ଗେହ୍ଲୀର ପ୍ରାଣବାୟୁ ଉଡି ଯାଇଥିଲା ମାନସୀ ମୁଣ୍ଡ ପିଟି ଡାକ୍ତରଖାନା ବାରଣ୍ଡାରେ କାନ୍ଦୁଥିଲେ। ତୁ କେଵେ ମୋତେ ଛାଡି ଯାଇପାରିବୁ ନାହିଁ ଗେହ୍ଲୀ। ଗେହ୍ଲୀର ସଵୁ ଶେଷ କର୍ମ ସମାପନ କରି ଘରଲୋକ ଆସାଲେ। କିନ୍ତୁ ମାନସୀ ଵୁଝୁନଥାଏ କାନ୍ଦି କାନ୍ଦି ବେହୋସ୍ ହୋଇପଡୁଥାଏ। ତା ଗେହ୍ଲୀ କେବେ ତାକୁ ଛାଡି ଯାଇପାରିଵ ନାହିଁ। ମୋ ଗେହ୍ଲୀ ତୁ କଉଠି ରହିଲୁ ଆ ଫେରିଆ ମୋ ଗେହ୍ଲୀ ମାନସୀ ର ବୁକୁ ଫଟାଇ ଆଜି ବି ଚିତ୍କାର କରୁଛି। ଚାହିଁ ରହିଛି ତା ଫେରିବା ବାଟକୁ।


Rate this content
Log in

Similar oriya story from Classics