STORYMIRROR

Prasant Nath

Classics

4  

Prasant Nath

Classics

ସନ୍ତାନ

ସନ୍ତାନ

5 mins
270


ସୁନନ୍ଦ ଓ ସୁନନ୍ଦା ଦୁହେଁ ଦୁହିଁଙ୍କୁ ଭଲପାଇ ବିବାହ କରିଥିଲେ। ବୈବାହିକ ଜୀବନ ଖୁବ ଖୁସିରେ କଟୁଥିଲା। କିନ୍ତୁ ବିବାହର ପାଞ୍ଚ ବର୍ଷ ବିତିଯାଇଥିଲେ ସୁଧା ସୁନନ୍ଦା ମା ହେଇ ପାରିନଥାଏ। ମନରେ ଥିବା ଅସୁମାରି ସ୍ବପ୍ନ ସଵୁ ଧିରେ ଧିରେ ଦିଗ ହରା ହେଇ ଯାଉ ଥାଏ। କେଉଁ ଏକ ଅଜଣା ଭୟର ଦିଗଵଳ ଭିତରକୁ। ସୁନନ୍ଦ ପ୍ରାୟ ଡାକ୍ତରଙ୍କ ପରାମର୍ଶ ନେଇ ସାରିଥାନ୍ତି। ସେମାନଙ୍କ ମତରେ ସୁନନ୍ଦା ମା ହେଇ ପାରିବେ। ହେଲେ କେଵେ ହେଵ ସୁନନ୍ଦ ମନରେ ଅନେକ ପ୍ରଶ୍ନ! ସୁନନ୍ଦା ଵି ଅନେକ ଓଷା ବ୍ରତ କରୁଛି ସନ୍ତାନ ଟିଏ ପାଇଁ। କେତେ ମାନସିକ ରଖିଛି ତା'ର ହିସାବ ନାହିଁ।


ସୁନନ୍ଦ ଅଫିସରୁ ଆସେ ଗୁମସୁମ ହେଇ ଵସି ରହେ। ଆଗଭଳି ଆଉ ସୁନନ୍ଦାକୁ ବେଶି ଭଲ ପାଉନାହିଁ। ସୁନନ୍ଦା ଅନୁଭଵ କରେ! ମଣିଷ ଏମିତି ଏକ ପ୍ରାଣୀ ସେ ସବୁବେଳେ ସୁଖକୁ ହିଁ ଚାହେଁ। ଦୁଃଖକୁ ସେ କେଵେ ଚାହେଁ ନାହିଁ। ହାରାଭରା ଫଳନ୍ତି ଵୃକ୍ଷଟିକୁ ସମସ୍ତେ ଚାହାଁନ୍ତି। କେହି ଅଫଳନ୍ତି ବୃକ୍ଷକୁ ଯତ୍ନ ଦିଅନ୍ତି ନାହିଁ। ସେହିପରି ସୁନନ୍ଦାର ଜୀଵନ ହେଇ ଯାଇଛି। ସେ ଅନୁଭବ କରୁଛି ସ୍ଵାମୀର ମନ କଥାକୁ। ସେ ବା କ'ଣ କରିପାରିବ ସଵୁ ସେଇ ଉପର ବାଲାଙ୍କ ହାତର କଥା। ଏମିତି ମାସ ପରେ ମାସ ଆଉ ଦୁଇ ବର୍ଷ ଵିତିଯାଏ। ସୁନନ୍ଦା ହୁଏ ଗର୍ଭବତୀ। ସୁନନ୍ଦ ଶୁଖିଲା ମରୂଭୂଇଁ ମନରେ ଅସରାଏ ବର୍ଷା ହେଲା ପରି ଏ କଥା ଶୁଣି ଖୁସିରେ ନାଚିଉଠିଲା। ଏତେ ଵର୍ଷ ପରେ ସୁନନ୍ଦା ମା ହେବାକୁ ଯାଉଛି। ଅଫିସରୁ ଫେରିବା ବେଳେ ସୁନନ୍ଦା ପାଇଁ ତା ମନ ପସନ୍ଦର ମିଠା ନେଇ ଆସିଛି ସୁନନ୍ଦ। 


ସୁନନ୍ଦାକୁ ତା'ର ପସନ୍ଦର ମିଠା ଖୁଆଇ ଦେଇ, କୋଳେଇ ନିଏ ସୁନନ୍ଦ ନିଜ କୋଳକୁ।ସତରେ ସୁନନ୍ଦା ମୁଁ ତୁମକୁ ମୋର ସ୍ତ୍ରୀ ଭାବିବାକୁ ଭୁଲିଯାଇଥିଲି। ମୋତେ କ୍ଷମା କର!ସୁନନ୍ଦା କହେ ନା ସେ ତୁମର ହୃଦୟର କଥା ନଥିଲା। ବରଂ ଗୋଟିଏ ଵାପାର ହୃଦୟ ଥିଲା। ଆଜି ମୁଁ ଵି ବହୁତ ଖୁସି ତୁମକୁ ଗୋଟିଏ ସନ୍ତାନ ଦେବାକୁ ଯାଉଛି!ସୁନନ୍ଦ କହେ ମୁଁ ଟିକେ ତୁମ ପ୍ରତି ଅବହେଳା କରିଦେଇଥିଲି। କିନ୍ତୁ ମୋ ମନରେ ତୁମ ପ୍ରତି ବହୁତ ଭଲପାଇବା ଥିଲା ସୁନନ୍ଦା। ହେଲେ ସନ୍ତାନଟି ପାଇଁ ମୋ ମନ ବ୍ୟାକୁଳିତ ଥିଲା। ଆଜି ତୁମେ ତାହା ପୂରଣ କରିବାକୁ ଯାଉଛ!


ସୁନନ୍ଦାର ଗର୍ଭ ଦଶମାସ ହେଇ ଯାଇଥାଏ। ତା'ର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଵାରୁ ସୁନନ୍ଦ ଡାକ୍ତରଖାନାରେ ଭର୍ତ୍ତି କରାଇଦେଲେ। ସୁନନ୍ଦା ଜନ୍ମ ଦିଏ ଗୋଟେ ତୃତୀୟ ଲିଙ୍ଗକୁ। ଡାକ୍ତର ମାନେ ସୁନନ୍ଦକୁ ଆସି କୁହନ୍ତି,ସୁନନ୍ଦ ଵାଵୁ ଆପଣଙ୍କର ଗୋଟେ ତୃତୀୟ ଲିଙ୍ଗ ଜନ୍ମ ହେଇଛି। ସୁନନ୍ଦର ସଵୁ ଆଶା ଆକାଂକ୍ଷା ନିମିଷକେ ମାଟିରେ ମିଶିଯାଏ!ସେ କିଛି ଭାବିପାରେ ନାହିଁ। ସତରେ କ'ଣ ଏ ସନ୍ତାନ ତା ବଂଶକୁ ରକ୍ଷା କରିବାରେ ସକ୍ଷମ ହେବ!ନା କେଵେ ସମ୍ଭବ ନୁହେଁ?ଏହା ଭାବି ସେ ସୁନନ୍ଦା ପାଖକୁ ଯାଏ। ସୁନନ୍ଦାକୁ କହେ ତୁମେ ଏ ଛୁଆକୁ ନେଇ ଅନାଥାଶ୍ରମରେ କିମ୍ଵା ଶିଶୁ ସୁରକ୍ଷା ସଂସ୍ଥାକୁ ଦେଇ ଦିଅ। ସୁନନ୍ଦା କହେ ମୁଁ ଦଶମାସ ଦଶଦିନ ଗର୍ଭରେ ଧରି ଏ ଛୁଆକୁ ଜନ୍ମ ଦେଇଛି। କେମିତି ତାକୁ ଏ ଅବସ୍ଥାରେ ଛାଡି ଚାଲିଯିବାକୁ କହୁଛ? ମୁଁ ଗୋଟେ ମା ଏହା କେବେ ସମ୍ଭବ ନୁହେଁ! ସନନ୍ତାନଟେ ପାଇଁ ମୁଁ କେତେ ଓଷା ବ୍ରତ କରିଛି, ତୁମେ ଵି ସନ୍ତାନଟେ ପାଇଁ କେତେ ଵ୍ୟାକୁଳିତ ଥିଲ,ଆଜି ସନ୍ତାନଟେ ଜନ୍ମ ହେଉ ହେଉ କହୁଛ ତାକୁ ଅନାଥାଶ୍ରମର ଛାଡିଦେବାକୁ ।ସେ କ'ଣ ପିତୃ ମାତୃ ହରା ସନ୍ତାନ ତା'ର କ'ଣ କେହି ନାହାଁନ୍ତି?ସୁନନ୍ଦ ରାଗିଯାଇ କହେ!ତୁମେ ଓ ତୁମର ଛୁଆ ସହିତ ଏଇଠି ଥାଆ ମୁଁ ଯାଉଛି। 


ଯେଉଁ ସୁନନ୍ଦାକୁ ମନ ପ୍ରାଣ ଦେଇ ଭଲ ପାଉଥିଲା ସୁନନ୍ଦ। ଆଜି ନିଜର ବଂଶ ରକ୍ଷାର ମୋହରେ ସ୍ଵାର୍ଥପର ହେଇ ସ୍ତ୍ରୀ ଓ ସନ୍ତାନକୁ ଛାଡି ଚାଲିଯାଏ ସୁନନ୍ଦ।


ଯେଉଁ ସନ୍ତାନ ପାଇଁ ଦିନେ ପାଗଳ ପ୍ରାୟ ହେଉଥିଲେ ସୁନନ୍ଦ, ଆଜି ସେ ସନ୍ତାନର ମୁହଁ ଚାହୁଁ ନାହାଁନ୍ତି ସୁନନ୍ଦ। କିନ୍ତୁ ମା'ର ମମତା ସନ୍ତାନ ପାଇଁ ସର୍ବଦା ଝରୁଥାଏ। କୌଣସି ପରିସ୍ଥିତିରେ ବି ସନ୍ତାନକୁ ଛାଡିବା ପାରିବ ନାହିଁ। 


ପରିବାର ଗଠନରେ ସନ୍ତାନଟେ ନିହାତି ଆବଶ୍ୟକ। ତାହା ମାନେ ନୁହେଁ ଯେ ପୁଅ ଓ ଝିଅ କେଵଳ ସନ୍ତାନ ହେବେ। ବ୍ରହ୍ମାଙ୍କ ସୃଷ୍ଟିରେ ତୃତୀୟ ଲିଙ୍ଗ ଵି ଏକ ସନ୍ତାନ। ସେ ସଂସାର ସୃଷ୍ଟି ନ କରି ପାରି ମଧ୍ୟ, ଵଂଶର ନାମ ଉଜ୍ଵୋଳ କରିପାରିବାରେ ଢେର ପାରଙ୍ଗମ। ସେହି ପରି ନନ୍ଦିନୀ ସୁନନ୍ଦାର ଝିଅ। ଆଜି ସମାଜରେ ତୃତୀୟ ଲିଙ୍ଗ ହେଇ ମଧ୍ୟ ଏକ ଉଚ୍ଚ ପଦରେ ଚାକିରୀ କରିଛି। ଵାପା ଛାଡି ଚାଲିଗଲା ପରେ ମା ସୁନନ୍ଦା ଵହୁ ଦୁଃଖ କଷ୍ଟରେ ପାଳିପୋଷି ମଣିଷ କରିଛି ନନ୍ଦିନୀକୁ। ତାହା ଦ୍ବାରା ପରିଚାଳିତ ହେଉଛି ନନ୍ଦିନୀ ଵୃଦ୍ଧାଶ୍ରମ। ସେଇ ଆଶ୍ରମରେ ସଵୁ ପ୍ରକାର ସୁବିଧା ସୁଯୋଗ ରହିଛି ନିରାଶ୍ରୟ ଵୃଦ୍ଧା ବୃଦ୍ଧାଙ୍କ ପାଇଁ।


ସୁନନ୍ଦ ତା'ର ସ୍ତ୍ରୀ ଓ ସନ୍ତାନକୁ ଡାକ୍ତରଖାନାରେ ଛାଡି ଆସିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲା। ଚାକିରୀ ଓ ଘର ଛାଡି କେଉଁ ଆଡେ ଚାଲିଗଲା। ଯେପର୍ଯ୍ୟନ୍ତ ଗୋଡ଼ ହାତରେ ବଳ ଥିଲା ସେ ବୁଲିପାରୁଥିଲା। ଆଜି ବୟସର ଅପରାହ୍ନ ରେ । ଚାଲିବାକୁ ପାଦରେ ନାହିଁ ଶକ୍ତି ଆଖିରେ ବି ଦୃଷ୍ଟି ଶକ୍ତି ହୀନ। ସୁନନ୍ଦକୁ କେହି ଜଣେ ସୁହୃଦୟ ବ୍ୟକ୍ତି ଆଣି ଏଇ ନନ୍ଦିନୀ ଵୃଦ୍ଧାଶ୍ରମରେ ଚାଡିଛନ୍ତି। ସୁନନ୍ଦ ଏହି ଆଶ୍ରମରେ ଭଲରେ ଥାଏ। 


ନନ୍ଦିନୀ ପ୍ରାୟ ମାସରେ ଥରେ ଦୁଇ ଥର ନିଜ ଚାକିରୀରୁ ଛୁଟି ନେଇ ନିଜ ଵୃଦ୍ଧଶ୍ରମକୁ ଵୁଲି ଆସନ୍ତି। ଅନ୍ତେବାସୀ ଙ୍କ ସହ ମିଶନ୍ତି ଭଲମନ୍ଦ ପଚାରି ବୁଝନ୍ତି। ସେମାନଙ୍କ ପାଇଁ ଖାଦ୍ୟ ଓ ବସ୍ତ୍ର ଵି ଦେଇ ଯାଆନ୍ତି। ଆଜି ନନ୍ଦିନୀର ଜନ୍ମ ଦିନ ମା'କୁ କହେ ମା ଆଜି ମୋ ଜନ୍ମଦିନ ଆମ ଵୃଦ୍ଧାଶ୍ରମରେ ପାଳନ କରିବା। ସେଥିପାଇଁ ମୁଁ ସବୁ ବନ୍ଦୋବସ୍ତ କରିଦେଇଛି। ତୁମେ ପ୍ରସ୍ତୁତ ହୁଅ ଯିବାପାଇଁ!ମା କହେ କାହିଁକି ତୁ ଏ ବୁଢୀଟାକୁ ନେଵା ପାଇଁ ମନ ବଳାଉଛୁ!ତୁ ତୋ ଷ୍ଟାଫ ମାନଙ୍କୁ ନେଇ ଚାଲିଯାଆ? ନନ୍ଦିନୀ କିନ୍ତୁ ରାଜି ହୁଏ ନାହିଁ, ଜିଦ୍ ଧରେ ସାଥିରେ ଯିବା ପାଇଁ। ମା ବାଧ୍ୟ ହେଇ ନନ୍ଦିନୀ ସହିତ ଯାଆନ୍ତି। 

ନନ୍ଦିନୀ ଆସିବା ଆଗରୁ ସବୁ ପ୍ରସ୍ତୁତ ସରିଥାଏ। ନନ୍ଦିନୀ ଜନ୍ମଦିନ ପାଇଁ ଗୋଟେ ବଡ଼ କେକ ଆସିଥାଏ। କେକ କଟା ହେଲା ନନ୍ଦିନୀ ସମସ୍ତ ଙ୍କୁ ନିଜ ହାତରେ ଖୁଆଇ ଦେଉଥାନ୍ତି। ନଜର ପଡିଲା ଜଣେ ବୃଦ୍ଧଙ୍କ ଉପରେ ବୃଦ୍ଧ ଜଣଙ୍କ ଵିଛଣାରେ ବସି ରହିଛନ୍ତି। ହେଲେ ଆସିପାରୁ ନାହାନ୍ତି ଏଠାକୁ। ନନ୍ଦିନୀ ତାଙ୍କ ମା'ଙ୍କୁ ଡାକି କହିଲେ ମା..ତୁମେ ସେ ଵୃଦ୍ଧ ଜଣଙ୍କୁ କେକ ଟିକେ ଖୁଆଇ ଦେଇ ଆସିବ!ମୁ ଅନ୍ୟମାନଙ୍କୁ ଦେଉଛି। ମା ସୁନନ୍ଦା କେକ ଖଣ୍ଡେ ଧରି ବୃଦ୍ଧଙ୍କ ନିକଟକୁ ଗଲେ। ଆରେ ଏ କ'ଣ! ସୁନନ୍ଦା ଚମକି ପଡି ହାତରୁ ଖସିପଡିଲା ଧରିଥିବା କେକ ଖଣ୍ଡ। ଏ ତ ସୁନନ୍ଦ.. ତୁମେ ଏଠି କେମିତି ସୁନନ୍ଦ?ସୁନନ୍ଦ କିଛି ଶୁଣୁ ନଥାଏ। ମାନସିକ ଚାପ ସହିତ ଦୃଷ୍ଟି ଶକ୍ତିର ହୀନ ଯୋଗୁ ଚିହ୍ନି ପାରୁ ନ ଥାଏ। ସୁନନ୍ଦା ପୁଣି କହେ.. ମୁଁ ତୁମ ସୁନନ୍ଦା କହୁଛି ଚିହ୍ନି ପାରୁନା। ସୁନନ୍ଦ ଟିକେ ଆସୁସ୍ତି ହେଇ କହିଲା.. ହଁ ହଁ ମୋ ସୁନନ୍ଦା ମୋ ପ୍ରାଣ ପ୍ରିୟା..ମୋ ଜୀବନ ସାଥୀ। ସୁନନ୍ଦାର ଆଖିରେ ଆନନ୍ଦର ଅଶ୍ରୃ ଧାର ଧାର ହେଇ ଵୋହି ଯାଉଥାଏ। ସେ ସୁନନ୍ଦର ଵିଛଣାରେ ଵସିପଡିଲା। କହିଲା ତୁମେ କୁଆଡେ ଚାଲି ଯାଇଥିଲ ମୁଁ କେତେ ଖୋଜିଛି। ଶେଷରେ ନିଃସହାୟ ହେଇ ଵଞ୍ଚିଛି ତୁମ ଵିନା। ଆଜି ଭଗବାନଙ୍କର ବିଡମ୍ବନା ତୁମେ ମୋତେ ମିଳିଯାଇଛ। ଅନ୍ତତଃ ଶେଷ ସମୟରେ ଆମେ କିଛି ଦିନ ଖୁସିରେ ରହିବା। ସୁନନ୍ଦା ସୁନନ୍ଦକୁ ପାଇ ଖୁସିରେ ବିଭୋର ଆଜି ତାକୁ ତା'ର ଜୀବନ ସାଥି ମିଳିଯାଇଛି। ପୋଛି ଦେଉଛି ନିଜ ପଣତ କାନିରେ ସୁନନ୍ଦର ନେଞ୍ଜରା ଯୁକ୍ତ ଆଖିକୁ। ସୁନନ୍ଦାର ଅଶ୍ରୃର ଧାରରେ ଭିଜିଯାଉଛି ସୁନନ୍ଦର ପାଦ ଯୁଗଳ। ଉଷୁମ ଲୁହରେ ସତେଜ ହେଇ ଉଠୁଛି ସୁନନ୍ଦର ହୃଦୟ। ସୁନନ୍ଦର ହାତ ସ୍ପର୍ଶରେ ଅନୁଭଵ କରିପାରୁଛି ହଜିଲା ଅତୀତକୁ। 


ମା ଆସିବା ଡେରି ହେଵାରୁ ନନ୍ଦିନୀ ଯାଇ ଦେଖେ,ମା ତାଙ୍କର ସେ ବୃଦ୍ଧଙ୍କ ପାଖରେ ଵସି କାନ୍ଦୁଛନ୍ତି। ଝିଅ ଯିବାରୁ ଖୁସିରେ ଚାହିଁ ରହିଛନ୍ତି ଝିଅଙ୍କୁ। ଯେମିତି ତାଙ୍କୁ ତାଙ୍କର ହଜିଲା ସମ୍ପତ୍ତି ଏଠି ମିଳିଯାଇଛି। ନନ୍ଦିନୀ କହେ ମା ତୁମେ କାନ୍ଦୁଛ କାହିଁକି ଏ କିଏ?ଆନନ୍ଦରେ ଗଦଗଦ ହେଇ କହି ପକାଏ ଏ ତୋ ବାପା ନନ୍ଦିନୀ...ଜୀବନରେ କେବେ ବାପାଙ୍କ ସ୍ନେହ ପାଇନଥିବା ନନ୍ଦିନୀ ଆଜି ପ୍ରଥମ ଥର ଦେଖି ଖୁସିରେ କାନ୍ଦି ପକାଏ ନନ୍ଦିନୀ!କେତେ ଜିଦ୍ କରିଛି ବାପାଙ୍କୁ ଦେଖିବା ପାଇଁ, କେତେ ଜିଦ୍ କରିଛି ମା ପାଖରେ ବାପାଙ୍କ ସହିତ ଖେଳିବା ପାଇଁ। ବାପାଙ୍କ ସ୍ନେହ ପାଇବାକୁ କେତେ ଵ୍ୟାକୁଳିତ ଥିଲା ତା ପ୍ରାଣ। ଆଜି ତା'ର ବାପା ମିଳିଗଲେ ଆଉ କିଛି ଦରକାର ନାହିଁ। ଯାହାକୁ ପାଇବା ପାଇଁ ତା ମନ ଦିନ ରାତି ଝୁରୁଥିଲା ଆଜି ମିଳି ଯାଇଛି ତା'ର ସଵୁ ସମ୍ପତ୍ତି। ଯାହା ପାଖରେ ବାପା ମା ଥାଆନ୍ତି ତା ପାଖରେ ସଵୁ ସମ୍ପତ୍ତି ଥାଏ। ଆଜି ନନ୍ଦିନୀ ସଵୁ ସମ୍ପତ୍ତି ର ଅଧିକାରିଣୀ। 


ସୁନନ୍ଦ ଯେଉଁ ସନ୍ତାନକୁ ଘୃଣା କରି ଡାକ୍ତରଖାନାରେ ଛାଡି ଚାଲିଯାଇଥିଲା। ଆଜି ସେଇ ସନ୍ତାନ ତାଙ୍କର ଶେଷ ମୁହୂର୍ତ୍ତରେ ସାହା ଭରସା। ସୁନନ୍ଦ ନିଜର ଭୁଲ ଵୁଝି ପାରିଛନ୍ତି। କେଵଳ ତାଙ୍କର ଗୋଟେ ସନ୍ତାନ ଦରକାର ଥିଲା ପୁଅ କି ଝିଅ ନୁହେଁ ।ସେଇ ସନ୍ତାନ ଆଜି ନନ୍ଦିନୀ ସମାଜରେ ଚର୍ଚ୍ଚିତା।।




Rate this content
Log in

Similar oriya story from Classics