STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗଛ ଓ ସ୍ମୃତି

ଗଛ ଓ ସ୍ମୃତି

1 min
189

   ପ୍ରତି ବର୍ଷ ଗଛଟାରେ ପ୍ରଚୁର ବଉଳ ଆସେ, ବଉଳ ହେବାଠୁ ମାଙ୍କଡ଼ ପଲ ଖାଉଥାନ୍ତି ଯେତିକି ଛିଣ୍ଡେଇ ଫୋପାଡୁଥାନ୍ତି ତାଠୁ ଅଧିକା, କେମିତି କେମିତି ତାଙ୍କଠୁ ବଳିପଡି ଆମ୍ବ କଷି ହୁଏ ତ ସେସବୁ ବି ରହେନା ମାଙ୍କଡ଼ ଦାଉରେ, ପୁଣି ଯାହା ଗୋଟେ ଦିଟା ବଡ ହେବା ଯାଏ ରହିଲା, ସେ ଗୁଡିକ ବି ଛିଣ୍ଡି ତଳେ ପଡେ ଅଇଁଠା ହୋଇ, ତ ସ୍ଥିର ହେଲା ବରଂ ହାଣିଦେବା. 

ହାଣିଦେଇ ଆମ୍ବ ଗଛ ଜାଗାରେ ପାଇଖିନା କରା ଯିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହେଲା ପରେ, ଗଛକଟାଳି ଡକା ହେଲେ, ଗଛଟି ଚାହୁଁ ଚାହୁଁ ବଳି ପଡିବ କଣ, ଡାଳ ସବୁ ଲୋଟିଲେ ତଳେ, ଯୋଉ ଡାଳରେ କେତେ କୁଆଡୁ ଆସି ପକ୍ଷୀ ବସା ବାନ୍ଧନ୍ତି, ହଳଦୀ ବସନ୍ତ ସକାଳୁ ଉଡି ଉଡି କହେ ହେ ପ୍ରଭୁ, ଆଉ ଫଳ ମାଙ୍କଡ଼ ଖାଉଛନ୍ତି ତ କ୍ଷତି କଣ, କଣ ଖାଇ ବଞ୍ଚିବେ ସେମାନେ, କୁଆଡେ ଆଉ କିଛି ନାହିଁ ଖାଦ୍ୟ ସେମାନଙ୍କ ପାଇଁ ତ କଣ ଖାଇବେ, ବଞ୍ଚିବେ କେମିତି? 

ସର୍ବୋପରି ମୋ ବାପା ନାତି ନାତୁଣୀଙ୍କ ସହ ଇଏ ଗଛଟିକୁ ଲାଗାଇ ଥିଲେ, ସେ ତ ଗଲେଣି, ହେଲେ ତାଙ୍କ ସ୍ମୃତି ବହନ କରି ଗଛଟା ତ ଅନ୍ତତଃ ଅଛି, ଠିଆ ହୋଇଛି ମୁଣ୍ଡ ଟେକି, ତ ଦଉଡି ଗଲି ମୁଁ, କହିଲି ରୁହ ରୁହ, ଗଛଟା ଥାଉ, ସମେସ୍ତେ କାବା ହୋଇ ଚାହିଁଥିଲେ ମତେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational