Shiba Charan Mahapatra

Tragedy

3  

Shiba Charan Mahapatra

Tragedy

ଏତେ କଥା ଥିଲା ଯଦି

ଏତେ କଥା ଥିଲା ଯଦି

2 mins
299


ନିତା... ନିତା...ଏ ନିତା...ଏଇ ରାକୁଣିଖାଇ ...ବେଳ ଆସି ଦି 'ଘଡି ହେଲାଣି ମହାରାଣୀର ନିଦ ଭାଙ୍ଗୁନି ।

ଏ ନିତା..ନିଆଁ ଗିଳା..ଚୁଲିପଶି..ଘର ଭିତରେ ଶୋଇଥା । ଘର ଦାଣ୍ଡ ଦୁଆରେ ଚିଲ୍ଲେଇ ଚାଲିଥିଲା ନିତା ର ମା .. ,ତଥାପି ନିତା କବାଟ ନଖୋଲିବାରୁ ସାହି ର ଦାମ କାକା ଆସି କବାଟ ଭାଙ୍ଗି ଖୋଲି ଯାହା ଦେଖିଲେ ତାହା ପାଦ ତଳୁ ମାଟି ଖସେଇଦେବା ପାଇଁ ଯଥେଷ୍ଟ ଥିଲା ।

ନିତା ର ମର ଶରୀର ଟା ସପ ଉପରେ ପଡିଥାଏ ।

ହାଏ ମୁଁ ମରିଯାଏ..ତୁ କଣ କଲୁ ..ନିତା ...

ନିତା ମା ' ର କାନ୍ଦ ବୋବାଳି ରେ ସାହି ଲୋକ ସଙ୍ଗେ ସଙ୍ଗେ ତାଙ୍କ ଘରେ ରୁଣ୍ଡିଭୁତ ହେଇଗଲେ । ତାଙ୍କ ଭିତରୁ କେହିଜଣେ ଦେଖିଲେ ନିତା ଶବ ପାଖରେ ଖଣ୍ଡେ ହାତଲେଖା ଚିଠି ପଡି ରହିଛି । ତାକୁ ଉଠେଇ ଦେଖିଲେ ସେଥିରେ ଲେଖାଥିଲା ..

ମା '...

ମୁଁ ତୋ ଝିଅ ନିକିତା କହୁଛି ..। ମୁଁ ଜାଣିନି ବାପା କେବେ ମରି ଥିଲେ, ମୋ ପାଇଁ ବାପା- ମା ସବୁ ତୁ ଥିଲୁ । ପରିବାର ର ଅଭାବ ପାଇଁ ମୋତେ ମାମୁଁ ଘରେ ଛାଡିଲୁ ,ଭଲକଲୁ । ହେଲେ ଥରୁଟିଏ ବୁଝିଛୁକି..ମୁଁ ସେଇଠି କେମିତି ରହୁଥିଲି ..?

ମା '..ସତରେ କଣ ତୁ ମୋ ମା..?

ଯଦି ହଁ ..! ତେବେ ତୁ କେମିତି ମୋ ଆଖିର କଥା , ଲୁହର ଭାଷା, ମନର ଅବ୍ୟକ୍ତ ଯନ୍ତ୍ରଣା ସବୁକୁ ବୁଝି ପାରୁନଥିଲୁ ?

ମା ' ପରା ସବୁ ଜାଣିପାରେ .. !

ଛୁଆ କଣ ପାଇଁ ହସେ, କଣ ପାଇଁ ଋଷେ, କଣ ପାଇଁ କାନ୍ଦେ, କଣ ପାଇଁ ଲୁଚେ .. ସବୁକିଛି ..।

ତେବେ ଯେଉଁ କଥା ମୁଁ ଓଠଖୋଲି କହି ପାରିନଥିଲି , ମୋ ଶରୀର , ମୋ ଆଖି ,ମୋ ହାବଭାବ ସେ ସବୁତ ଗଳାଫଟେଇ କହୁଥିଲେ..ତାକୁ କେମିତି ଜାଣି ପାରୁ ନଥିଲୁ ?

ମୁଁ ଯେବେ ବି ମାମୁଁ ଘରୁ ଆସିବା ପରେ ସେଠିକି ଯିବାକୁ ନାରାଜ ହେଉଥିଲି ତୁ ମୋତେ ମାଡମାରି ସେଠାକୁ ନେଇ ଛାଡି ଆସୁଥିଲୁ । ହେଲେ ଥରୁଟିଏ ନାରାଜ ହେବାର କାରଣ ଜାଣିବାକୁ ଚେଷ୍ଟା କରିଛୁ ?

ମୁଁ ହାରି ସାରିଛି ମା '..! ଷଷ୍ଠ ଶ୍ରେଣୀରୁ ଆଜି ଯାଏଁ ଦୀର୍ଘ ଛଅ ବର୍ଷ ହେଇଗଲା ରୋହିତ ଭାଇ ଯିଏକି ମାମୁଁ ପୁଅ ନାମରେ ଜଣେ କଳଙ୍କିତ ପୁରୁଷ ତାଙ୍କର ବଳାତ୍କାରର ଶୀକାର ହୋଇଆସୁଅଛି । ଭାବିଥିଲି କଲେଜ ଯିବା ପରେ ଏ ନର୍କ ଯନ୍ତ୍ରଣାରୁ ମୁକ୍ତି ମିଳିଯିବ ।ହେଲେ ନା..ମୋ ଭାବନା ସବୁ ଭୁଲ୍ ଥିଲା ..। ମାମୁଁ ଘରକୁ ନେଇଆସିବା ବାହାନାରେ ସେ ପୁଣି ମୋତେ ସେଇ କୁଶ୍ଚିତ ନିର୍ଜାତନା ଦେଉଛି । ତୁ ବି ମୋତେ ବାଧ୍ୟ କରି ତାଙ୍କ ଘରକୁ ପଠଉଛୁ ।

କିନ୍ତୁ ଆଉ ନୁହେଁ ମା...

ଯେବେ ମା ' ହେଇ ମୋ କଥା ବୁଝି ପାରିଲୁନି ତେବେ ମୋର ବଞ୍ଚିରହି ଆଉ ଲାଭ କଣ..? ମୁଁ ଆଉ ସେ ସମ୍ପର୍କକୁ କଳଙ୍କିତ କରିବାକୁ ଚାହୁଁନି ମା ...।

କହିବି କାହାକୁ ? ଏ ଦୁନିଆ ତ ଆଙ୍ଗୁଠି ଉଠେଇବ କେବଳ ମୋ ଚରିତ୍ରକୁ । କାହିଁକି ନା ମୁଁ ଗୋଟିଏ ଝିଅ..

ଭିନ୍ନ ଏକ ବେବିନା..ଇତିଶ୍ରୀ...ହୋଇ ଗଣମାଧ୍ୟମର ମୁଖ ମଣ୍ଡନ କରିବା ଅପେକ୍ଷା ମୁଁ ମରଣକୁ ଶ୍ରେୟ ମଣୁଛି ମା..ସମସ୍ତେ ଖୁସିରେ ରୁହ ..

ଇତି,

ତୋର ନିଆଁଗିଳା ଝିଅ..

ଏକଥା ଶୁଣି ଛାତି ପିଟି କାନ୍ଦି ଉଠିଥିଲା ନିତା ର ମା.. । ହାଏ ମୁଁ ସର୍ବନାଶି ..ମୁଁ ରାକ୍ଷସୀ ..ମୁଁ ଅନ୍ଧୁଣି..ମୁଁ କେମିତି ଜାଣି ପାରିଲିନି ..ମୁଁ ମରିଯାଏ...ଛୋଟିଆ କାଳୁ କେତେଥର ତୁ ଯିବାକୁ ଚାହୁଁନଥିଲୁ ,ମୁଁ କାହିଁକି ଜାଣୁ ନଥିଲି..ମୁଁ ତତେ ମାରି ଖାଇଲି ..ତୋ ଲୁହରେ ଏତେ କଥା ଥିଲା ଯଦି ମୁଁ କେମିତି ବୁଝିପାରିଲିନି ।

ମୋ ନିତା..ମୋ ମା...ଉଠ୍ ..ଏଇ ନିତା.. ।

କାନ୍ଦ ବୋବାଳିରେ ଯେମିତି ପ୍ରକୃତି ବି ନିରବଦ୍ରଷ୍ଟା ସାଜିସାରିଥିଲା...କାରଣ ସେ ବି ପୁରୁଷ ଥିଲା ନା.. ।


Rate this content
Log in

Similar oriya story from Tragedy