Prasant Kumar Nath

Romance

2  

Prasant Kumar Nath

Romance

ଏମିତିବି ପ୍ରେମ ହୁଏ-୨

ଏମିତିବି ପ୍ରେମ ହୁଏ-୨

4 mins
7.2K


ପ୍ରେମପ୍ରକାଶର ସେଦିନ ଜଲଦି ନିଦ ଭାଙ୍ଗି ଯାଇଥିଲା I କବାଟ ଖୋଲିଲା,ଚାରିଆଡ଼କୁ ଚାହିଁଲା-ଅନ୍ଧକାର ସମ୍ପୁର୍ଣ୍ଣ ଛାଡି ନଥିଲା I ଶୀଘ୍ର ଉଠି ପଡ଼ିଥିବାରୁ ଭାବିଲା ଆଜି ଗାଡ଼ିଟିକୁ ରଖି ଚାଲି ଚାଲି ମର୍ଣ୍ଣିୱାକ ଯିବାକୁ I ମର୍ଣ୍ଣିୱାକ ପାଇଁ ତାକୁ ଦୁଇ କିଲୋମିଟର ଯିବାକୁ ପଡେ I ଦୁଇ କିଲୋମିଟର ପରେ ପଡିଥାଏ ସେହି ପାର୍କଟି ଯେଉଁଠି ସିଏ ମର୍ଣ୍ଣିୱାକ କରେ I ସେଦିନ ଶୀଘ୍ର ଯାଇଥିଲେବି ଫେରିବାରେ ବିଳମ୍ବ ହୋଜ଼ଥିଲା I କାହିଁକିନା ବାଇକ ପରିବର୍ତ୍ତେ ସେଦିନ ସିଏ ପଦାଚାଳନା କରିଥିଲା I ପାଦଚଲା ରାସ୍ତା ଆଉ ଗାଡି ରାସ୍ତା ଥିଲା ଭିନ୍ନ I 

ସେଦିନ ଫେରୁ ଫେରୁ ଭେଟ ହୋଇଥିଲା ସକାଳର ଅଞ୍ଜଳି ସାଥିରେ ଅଞ୍ଜଳିର Iଗାଡି ଅଞ୍ଜଳି ହାତରେ ଥିଲା ଫୁଲଡାଲା I ଫୁଲପକା ଧଳା ଶାଢୀରେ ଦିଶୁଥିଲା ବହୁତ ସୁନ୍ଦରୀ I ଶାଢ଼ୀର ଗୋଟାଏ କାନି ବାମପଟ କାନ୍ଧ ଦେଇ ଲୋଟି ପଡିଥିଲା ପାଦ ପର୍ଯ୍ୟନ୍ତ I ସଜଫୁଟା ଫୁଲ ମାନଙ୍କ ସହ ସିଏ ଦିଶୁଥିଲା ଯେମିତି ସଜଫୁଟା ଗୋଲାପଟେ I

ପ୍ରେମପ୍ରକାଶ ଚାଲି ଚାଲି ବହୁତ ଥକି ପଡିଥିଲା I ସେଥିପାଇଁ ସିଏ ସେଠାରେ ପଡିଥିବା ଏକ ପଥର ଉପରେ ବସିପଡିଥିଲା I ଯେଉଁଠି ତାର ନଜରରେ ପଡିଥିଲା ଅଞ୍ଜଳି I ଅଞ୍ଜଳି ଭକ୍ତିର ସହ ପୂଜାରେ ମଗ୍ନ ଥିଲା I ବୃନ୍ଦାବତୀ ପୂଜା ସାରିବା ପରେ ସୂର୍ଯ୍ୟଙ୍କୁ ନମସ୍କାର କରିଥିଲା ସେ I ଆଉ ଫେରିବା ସମୟରେ ଚାହିଁଦେଇଥିଲା ରାସ୍ତା ଆଡେ I ଯେଉଁଠି ବସିଥିଲା ପ୍ରେମପ୍ରକାଶ I କେହି କାହାରିକୁ ଚିହ୍ନି ନଥିଲେ ଅଞ୍ଜଳି ଚାଲିଗଲା ଘର ଭିତରକୁ ଆଉ ପ୍ରେମପ୍ରକାଶ ଫେରି ଆସିଥିଲା ଘରକୁ I

ସେହିଦିନରୁ ମର୍ଣ୍ଣିୱାକ ନିମନ୍ତେ ସେ ଆଉ ବାଇକ ବ୍ୟବହାର କରୁନଥିଲା I କାହିଁକିନା ସକାଳର ଅଞ୍ଜଳି ସାଥିରେ ଅଞ୍ଜଳି ପରି ଝଟକି ପଡୁଥିବା ସେହି ଝିଅଟି ତାକୁ ଯେମିତି ତାର ପ୍ରେମ ବନ୍ଧନରେ ବାନ୍ଧି ନେଇଥିଲା I ପ୍ରତିଦିନ ପ୍ରେମପ୍ରକାଶ ସେହି ପଥର ଉପରେ ତାର ଥକ୍କା ମେଣ୍ଟାଉଥିଲା I ଆଉ ଦେଖୁଥିଲା ସେହି ସରସ,ସୁନ୍ଦର ଆଉ ସରଳ ପରୀଟିକୁ I ଅଞ୍ଜଳି ପ୍ରତିଦିନ ସକାଳେ ଉଭା ହେଉଥିଲା ସସଦୀ ଚଉଁରା ମୁଳରେ I ସେ ମଧ୍ୟ ନୀତି ଲକ୍ଷ କରୁଥିଲା ପ୍ରେମପ୍ରକାଶକୁ I ପୂଜାସାରି ଫେରିବାବେଳେ ଟିକେ କଣେଇ ଚାହିଁ ଦେଉଥିଲା ପ୍ରେମପ୍ରକାଶକୁ I

ସେଦିନ ପ୍ରେମପ୍ରକାଶ ବସିଥିବା ସମୟରେ ତାର ଆଖିରେ କଣ ଗୋଟେ ପଡିଯାଇଥିଲା I ଯେଉଁଥିପାଇଁ ପ୍ରେମପ୍ରକାଶର ହାତ ଦୁଇଟା ଆଖି ପାଖକୁ ଚାଲି ଯାଇଥିଲା I ଆଉ ଆଖିରୁ ଦୁଇ ବୁନ୍ଦା ପାଣି ବାହାରି ଆସିଥିଲା I ଅଞ୍ଜଳି ଯେତେବେଳେ ଜାଣିଲା ଲୋକଟିର ଆଖିରେ କଣ ପଡିଯାଇଛି ବୋଲି,ନିଜର ଭୋଗଡ଼ାଲାଟିକୁ ବାରଣ୍ଡାରେ ରଖି ଦୌଡ଼ି ଆସିଥିଲା ତା ପାଖକୁ I ଆଉ ନିଜର ଶାଢ଼ୀ କାନିରେ କାଢି ଦେଇଥିଲା ଆଖିରେ ପଡିଥିବା ପୋକଟିକୁ I ପ୍ରେମପ୍ରକାଶ ଧନ୍ୟବାଦ ଜଣାଇଥିଲା I ଆଉ ସ୍ମିତହସଟିଏ ହସି ଗ୍ରହଣ କରିଥିଲା ଅଞ୍ଜଳି I

  ପ୍ରେମପ୍ରକାଶ ପ୍ରତିଦିନ ଅଞ୍ଜଳି ପାଖରୁ ତାର ଦିନର ଶୁଭାରମ୍ଭ କରୁଥିଲା I ଆଉ ଅଞ୍ଜଳି ଥିଲା ଏମିତି ଏକ ଲକ୍ଷ୍ମୀବ୍ରତା ନାରୀ,ତାର ମୁହଁ ଚାହିଁଦେଲେ ସବୁକିଛି କାର୍ଯ୍ୟ ସଫଳ ହୋଇ ଯାଉଥିଲା ପ୍ରେମପ୍ରକାଶ ପାଇଁ I ପ୍ରେମପ୍ରକାଶ ଅଞ୍ଜଳି ପ୍ରେମରେ ଉବୁଡୁବୁ ହେଉଥାଏ I କିନ୍ତୁ ଅଞ୍ଜଳି ମନରେ ସୃଷ୍ଟି ହେଉନଥିଲା ପ୍ରେମଭାବନା I 

  ଅଞ୍ଜଳି,ବି.ଏସି ପଢି ସାରିବା ପରେ ଡାକ୍ତରୀ ପଢୁଥିଲା I କିନ୍ତୁ ସାଧାରଣ ଝିଅଟେ ପରି I ସକାଳୁ ଉଠି ଗାଧୋଇ ପାଧୋଇ ସକାଳର ଅଞ୍ଜଳି ସାଥିରେ ଉଭା ହେଉଥିଲା ଅଞ୍ଜଳି ପାଖରେ I ପୂଜା ସରିବା ପରେ ନିଜ ହାତରେ ଚା କରି ଦିଏ ନେଇ ବାପା-ମା,ଭାଇ-ଭାଉଜ,ଜେଜେବାପା-ଜେଜେମାଙ୍କୁ I ଗୁରୁଜନ ମାନଙ୍କୁ ସମ୍ମାନ କରୁଥିଲା I ଲଘୁଜନ ମାନଙ୍କୁ ସ୍ନେହ କରୁଥିଲା I ସତମାର୍ଗରେ ଚାଲୁ କିନ୍ତୁ ଗର୍ବୀ ନୁହେଁ I କହିବାକୁ ଗଲେ ସିଏ କୌଣସି ଗୁଣରେ କମ ନଥିଲା I ଭଗବାନ ତାକୁ ସବୁ ଗୁଣର ଅଧିକାରୀ କରିଥିଲେ I

 ପ୍ରେମପ୍ରକାଶ କିନ୍ତୁ ପ୍ରଥମ ଛୁଆଁରୁ ତାର ପ୍ରେମରେ ପଡି ଯାଇଥିଲା I ଅଞ୍ଜଳି ଆସିଥିଲା କଲେଜ ଛୁଟିରେ ନିଜ ଘରକୁ I ଆଉ କଲେଜ ଖୋଲିବାରୁ ସିଏ ଚାଲିଯାଇଥିଲା I ପ୍ରେମପ୍ରକାଶ କିନ୍ତୁ ସକାଳର ମର୍ଣ୍ଣିୱାକରୁ ସେହି ପଥର ଉପରେ ବସିବାର ରୁଟିନଟିକୁ କାଟି ପାରିନଥିଲା I କିନ୍ତୁ ତାର ମନ୍ତ୍ର ମାନସୀ ସହ ଆଉ ଦେଖା ହେଉନଥିଲା I ମନକୁ ମାରି ଚାଲି ଆସୁଥିଲା ସେ I 

  କିଛିଦିନ ପରେ ପ୍ରେମପ୍ରକାଶ ଅଫିସରୁ ଘରକୁ ଫେରୁଥାଏ I ସମୟ ସନ୍ଧ୍ୟା ସାତଟା ପ୍ରବଳ ଥଣ୍ଡା ହେଉଥାଏ I ଏକ ଦୋକାନ ପାଖରେ ଗାଡ଼ିଟିକୁ ରଖି ସିଗାରେଟ ଟାଣିବାକୁ ଗଲା I ସିଗାରେଟଟେ କିଣି ଦଉଜ଼ ଢ଼ୋକ ମରିଥାଏ,ଏକ ବସ ଆସି ସେଠାରେ ରହିଲା I ପ୍ରେମପ୍ରକାଶ ଲଖ୍ୟ କଲା ସେହି ବସରୁ ପ୍ରାୟ ସମସ୍ତ ପାଠ ପଢୁଆ ଯୁବକ ଯୁବତୀ ମାନେ ଓହ୍ଲାଇଲେ ଆଉ ଯିଏ ଯାହା ନିଜ ବାଟରେ ଚାଲିଗଲେ I କିନ୍ତୁ ଯୁବତୀଟିଏ ଅଟୋକୁ ଚାହିଁ ରହିଥାଏ I ଶୀତ ଦିନ ହୋଇଥିବାରୁ ସନ୍ଧ୍ୟା ବେଳରୁ ରାସ୍ତାଘାଟ ଶୂନଶାନ ହୋଇପଡ଼ିଥାଏ I ଯୁବତୀଟି ପ୍ରେମପ୍ରକାଶକୁ ଯେମିତି ଚିହ୍ନା ଚିହ୍ନା ଲାଗିଲା I ଗାଡ଼ିଟିକୁ ନେଇ ତା ପାଖକୁ ଗଲା ଆଉ ଦେଖିଦେଲା ପରେ ତାକୁ ଏମିତି ଲାଗିଲା ଯେମିତି ଚାତକ କୁ ତାର କ୍ଷୁଧା ମିଳିଗଲା I ସତେ ଯେମିତି ବହୁତ ଦିନ ପ୍ରତିକ୍ଷାର ଆଜି ଶେଷ ହୋଇ ଯାଇଛି I ସେ ଚିହ୍ନି ନେଇଥିଲା ଅଞ୍ଜଳିକୁ I କହିଲା ମାଡାମ ଆସନ୍ତୁ ମୁଁ ଆପଣଙ୍କୁ ନେଇ ଛାଡ଼ିଦେବି I ଅଞ୍ଜଳି ଥିଲା ବହୁତ ସରଳ ଅତି ସହଜରେ ସମସ୍ତଙ୍କୁ ବିଶ୍ୱାସ କରି ନେଉଥିଲା I ତେଣୁ ବସିପଡିଥିଲା ପ୍ରେମପ୍ରକାଶର ଗାଡି ପଛରେ I  

ଅଞ୍ଜଳି ଆରମ୍ଭ କଲା ଆମଘର ବାଲିପାଟଣା I ମୁଁ ଭୁବନେଶ୍ୱରରେ ରହି ଡାକ୍ତରୀ ପଢୁଛି I ଆମ ଗାଁ ରାସ୍ତା ଭଲ ନୁହେଁ ସେଥିପାଇଁ କେଉଁ ଅଟୋବାଲା ଯିବାକୁ ରାଜି ହେଉନାହାନ୍ତି I ପ୍ରେମପ୍ରକାଶ କହିଲା ଆପଣ ଏତେ ପାଠ ପଢିଥିଲେ ମଧ୍ୟ ଆମର ସଭ୍ୟତା ସଂସ୍କୃତିକୁ ଆଉ ପରମ୍ପରାକୁ ଜମା ଭୁଲିନ I ଅଞ୍ଜଳିର ଉତ୍ତର ଥିଲା - କେହି କଣ ନିଜର ବାପା-ମାକୁ ଭୁଲିପାରେ I ସେହିପରି ଯେଉଁ ପରିବେଶରୁ ଯିଏ ଆସିଥାଏ ତାକୁ କଣ ସିଏ ଭୁଲିପାରେ I ପାଠ ସମସ୍ତଙ୍କୁ ଭଲ ଶିକ୍ଷା ଦେଇଥାଏ,ଖରାପ ନୁହେଁ I ଆମର ସଂସ୍କୃତି ଓ ପରମ୍ପରାକୁ ଭୁଲିଯିବାକୁ ପାଠ କେବେ ଶିଖେଇ ନଥାଏ I ଆମେ ନିଜକୁ ନିଜେ ଅଧିକ ଉନ୍ନତିଶୀଳ ଭାବି ପୁରାତନ ସଭ୍ୟତାକୁ ଭୁଲି ଯାଉଛୁ I ଯାହା ଅତ୍ୟନ୍ତ ପରିତାପର ବିଶ୍ୱାସ I 

  ପ୍ରେମପ୍ରକାଶ ଗାଡ଼ିଟିକୁ ନେଇ ଅଞ୍ଜଳିର ଘର ପାଖରେ ରଖିଦେଲା I ଆଉ କହିଲା ଆପଣଙ୍କ ଘର ଆସିଗଲା I ଅଞ୍ଜଳି ଆଶ୍ଚର୍ଯ୍ୟ ହେଇଗଲା I ଆମ ଘର ୟାଙ୍କୁ କେମିତି ଜଣା I ଗାଡ଼ିରୁ ଓହ୍ଲେଇ ଅଞ୍ଜଳି ସାହାଯ୍ୟ ପାଇଁ ଧନ୍ୟବାଦ ଜଣେଇ ଥିଲା I ଆଉ ଲୋକଟିକୁ ତାର ନାଁ ପଚାରିଥିଲା I 

   ପ୍ରେମପ୍ରକାଶ କହିଥିଲା ମୋ ନାଁ ପ୍ରେମପ୍ରକାଶ ପାଗଳ I ମୁଁ ଅଞ୍ଜଳି ପତ୍ରୀ କହିଥିଲା ଅଞ୍ଜଳି I ପ୍ରେମପ୍ରକାଶ ଚାଲି ଯାଇଥିଲା I ଆଉ ତା ପରଦିନ ପୁଣି ସେହି ପଥର ଉପରେ ବସିଥିଲା ସେ I ଆଉ ଅଞ୍ଜଳି ସକାଳର ଅଞ୍ଜଳି ସାଥିରେ ଉଭା ହୋଇଥିଲା I ଆଉ ଭଲ ଭାବରେ ଚିହ୍ନି ନେଇଥିଲା ପ୍ରେମପ୍ରକାଶକୁ I 

  କିଛିଦିନ ପରେ ଖବରକାଗଜରେ ପ୍ରକାଶ ପାଇଥିଲା ଡ଼ଃ ଅଞ୍ଜଳି ପତ୍ରୀ ତାଙ୍କର ଗଳ୍ପ "ଜଣେ ଅଜଣା ବ୍ୟକ୍ତି" ପାଇଁ ସାହିତ୍ୟ ସୁଧା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି I ଯେତେବେଳେ ପ୍ରେମପ୍ରକାଶ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ସେତେବେଳେ ସେ ହସି ଦେଇଥିଲେ I ତାପରେ ପ୍ରେମପ୍ରକାଶ ପଢିବାକୁ ପାଇଥିଲେ ସେହି ଗଳ୍ପଟି I ଯେଉଁ ଗଳ୍ପରେ ଡ଼ଃ ଅଞ୍ଜଳି ପତ୍ରୀ ସେହି ବାସ୍ତବ ଘଟଣାଟିକୁ ବାଗେଇ ଚୁନେଇ ଗଳ୍ପର ରୂପ ଦେଇ ଦେଇଥିଲେ Iକିନ୍ତୁ ସେଥିରେ ଡ଼ଃ ପତ୍ରୀ ଲେଖିଥିଲେଯେ ସିଏ ନିଜ ଅଜଣାତରେ ସେହି ବ୍ୟକ୍ତିଙ୍କ ପ୍ରେମରେ ପଡିଯାଇଥିଲେ ବୋଲି I 

 ପ୍ରେମପ୍ରକାଶ ମନେ ମନେ ଭାବୁଥାନ୍ତି ସତରେ ଲେଖକ ମାନଙ୍କର ଏକ କଳା, ଯାହା ଦେଖିଲେ ତାକୁ ନିଜର ଲେଖା ମାଧ୍ୟମରେ ପ୍ରକାଶ କରିଦିଅନ୍ତିI ସବୁ ପରେବି ସେ ଜାଣି ପାରିଥିଲେଯେ ଅଞ୍ଜଳି ମଧ୍ୟ ତାଙ୍କୁ ଭଲପାଏ ବୋଲି I

        ~~~~~*~~~~

ପ୍ରଶାନ୍ତ କୁମାର ନାଥ 

ସୁନ୍ଦରପୁର,ଉତ୍ତରକୂଳ ହାଟ ,ପ୍ରୀତିପୁର,ଯାଜପୁର I 

ମୋ-08892301143


Rate this content
Log in

Similar oriya story from Romance