Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Parameswar Ojha

Drama Others


4  

Parameswar Ojha

Drama Others


ଏମିତି ବି ସକାଳ ହୁଏ

ଏମିତି ବି ସକାଳ ହୁଏ

4 mins 315 4 mins 315


 ସବୁଦିନ ରୁଟିନ୍ ରେ ସେଦିନ ପରିବର୍ତ୍ତନ ହୋଇଗଲା । 

ଭୋର୍ ୫ ଟା ରୁ କିଏ ଜଣେ କବାଟ ବାଡେଇ ବାପାଙ୍କୁ ଡାକିଲା । ସରାଇ.. ସରା..ଇ ( ସର ଭାଇ ) । 

ବୋଉ ଅଶାନ୍ତିରେ ପଚାରିଲା କିଏ ? 

ସରାଇ ନାଇଁ ?

ବାପା ଏଥର ଉଠି କବାଟ ଖୋଲିଲେ । ମୁଁ ଉଠି ସାରିଥାଏ ସେତେବେଳକୁ, ଜଷ୍ଟ୍ ଉଠିକି ମୋବାଇଲ ଚିପୁଥାଏ । 


" ସରାଇ ... ବୁଢୀ ଚାଲିଗଲା "


"ବାପା ପଚାରିଲେ , କେତେବେଳେ ?"


ଏଇ ରାତି ବାରଟା ହେବ । ଏତିକି କହି ଭୀମ କକା ଚାଲିଗଲେ । ମୁଁ ସେତେବେଳକୁ ଜାଣି ସାରିଥିଲି ସେ ଭୀମ କକା ବୋଲି । 


ଆମ ମନରେ ଟିକେ ବି ଦକ ନଥିଲା ବୁଢ଼ୀ ( ମାନେ ଭୀମ କକା ବୋଉ ) ଚାଲିଗଲା ବୋଲି । ସକାଳୁ ସଂଧ୍ୟା ଯାଏଁ ଖାଲି ଚିଲଉଥିଲା । ଏ...ଇ ପାଣି ଟୋପା ଦିଅ ଏଇ କୁଆଡେ ଗଲ ବା.... ମୋ ତଣ୍ଟି ଶୁଖିଗଲା ବା... ଏଇ... ପାଣି ବା ... । ଏ... ଇ ... । ବୁଢୀ ଚିଲେଇକି ପରିବେଶ ଯାହା ଅଶାନ୍ତ କରୁଥିଲା ତା ସହ ବୋହୂମାନଙ୍କୁ ହନ୍ତ ସନ୍ତ କରୁଥିଲା । ଖାସ୍ କରି ବଡ଼ ବୋହୂ ମୋ ଦେଖିବାରେ ଢେର୍ କରିଛି ବୁଢ଼ୀ ପାଇଁ । ବୁଢୀ ର ଗୁହ , ମୂତ ଗାଧୁଆ ଠୁ ଆରମ୍ଭ କରି ବିଛଣା ଯାଏ ସବୁ କରେ ସବୁ ବୁଝେ । ବୁଢୀ ର ଦେହ ୬ ମାସ ତଳେ ଭିଷଣ ଖରାପ ହେଲା ଯେ କଟକ ଯାଇ ୧୫ ଦିନ ଚିକିତ୍ସିତ ହୋଇ ଆସିଲା । ଡାକ୍ତର କହିଲେ ଆଉ ଆଶା ରଖନି ବୁଢୀ ଠିଁ । ମେଡିସିନ ଦେଉଥାଅ ଯାହା ଯେତେବେଳେ ହେବାର ଥିବ ହେବ । ବୁଢୀ ଘରକୁ ଆସିଲା ପରିଶ୍ରା ନଳୀ ଲାଗିଲା । ପବନ ବେଲୁନ ବିଛଣା ରେ ଶୋଇଲା । ସବୁବେଳେ କୁନ୍ଥେଇଲା । ସମସ୍ତେ ଭାବିଲେ ଏଇ ମାସେ ପନ୍ଦର ଦିନ ରେ ବୁଢୀ ଆଖି ବୁଜିବ । ହେଲେ ନା ବୁଢୀ ସେମିତି ପଡ଼ି ରହିଲା ସମସ୍ତଙ୍କ ଭାବନା କୁ ମିଛ କରି । ପ୍ରାୟ ଛମାସ କାଳ ବିଛଣାରେ ପଡି ପଡି ଚିଲେଇ ଚିଲେଇ କୁନ୍ଥେଇ କୁନ୍ଥେଇ ଶେଷରେ ଆଖି ବୁଜିଲା ।


ସକାଳୁ ଉଠି ପ୍ରଥମେ ବିଛଣା ପତ୍ର ସଜାଡିଲୁ । ପଡିଶା ଘର ମିଲି ଭାଉଜ ଝିଅ ଆସି ଆମ ଡ୍ରେସ୍ ପଟା ଗୋଟେ କଡ଼କୁ ରଖିଦେଲା । 


ଭୀମ କକା ଘରକୁ ଗଲାବେଳକୁ ତାଙ୍କର କାନ୍ଦ ବୋବାଳି ଆରମ୍ଭ ହୋଇ ଗଲାଣି । ମୁଁ ମନେ ମନେ କହୁଥାଏ ଭଲ ହେଇଛି ବୁଢୀ ଚାଲି ଯାଇଛି । ପରିବାର କୁ ଦହଗଞ୍ଜ କରୁଥିଲା । ନିଜେ ବି ହନ୍ତ ସନ୍ତ ହେଉଥିଲା । କିନ୍ତୁ ସବୁଠୁ ଅଧିକ ବିକଳ ହୋଇ ଯିଏ କାନ୍ଦୁଥିଲା ସେ ଥିଲା ବୁଢୀ ର ଏକମାତ୍ର ଝିଅ । ଲାଗୁଥିଲା ବୁଢୀକୁ ବହୁତ ଭଲ ପାଉଥିଲା ବୋଧେ । 


 କାଠ ସବୁ ଗଦା ହୋଇ ଥାଏ ଦାଣ୍ଡ ରେ । ଦୁଇ ତିନି ଟ୍ରଲି ହେବ । ରାମ ଆଉ ଭୀମ କକା ଙ୍କ ର ଯେହେତୁ କାଠ କାମ ହୁଏ ତେଣୁ ତାଙ୍କର କାଠ ମୋଟେ ଅଭାବ ନଥାଏ । ତଥାପି ବାଡ଼ି ରୁ ଗୋଟେ ଆମ୍ବ ଗଛ କଟା ହେଲା ।


 ଆମେ ଦୁଇଜଣ ଟ୍ରଲିରେ କାଠ ନଦୀ ନଈ କୂଳ ଶ୍ମଶାନକୁ ନେଲୁ । ଚାରି ଟ୍ରଲି ହେବ କାଠ ଆଉ କିଛି ଟ୍ରାୟାର ନେଇ ରଖି ଆସିଲୁ । 


  ଆଉ ଜଣେ ବନ୍ଧୁ କିଏ ଆସିବ ସେ ଅପେକ୍ଷା ରେ ଥାଆନ୍ତି ଘର । ଲୋକେ ଆଉ ଚଟା ଦାଦା ୬ ଟି ବାଉଁଶ ପାଳ ଦଉଡି ବନ୍ଧା ଆରମ୍ଭ କରୁଛି ତ ସନିଆ ଜେଜ କହିଲେ , ଆରେ ବୁଢୀ କୁ ଆଣ କୋକେଇ ବନ୍ଧା ହୋଇ ଖାଲି ରୁହେନି ।

 ଆମେ ତିନି ଚାରି ଜଣ ଗଲୁ ବୁଢୀ କୁ ଉଠେଇ ଆଣିଲୁ । ବୁଢୀ ବହେ ଓଜନ ଲାଗୁଥାଏ । ଦେହ ହାତ ବରଫ ଭଳି ଥଣ୍ଡା ସାଙ୍ଗ କୁ ପାଣିରେ ମୁର୍ଦା ର ଭାସିଲା ପରି ଏକବାରେ ଫୁଲି ଯାଇଥାଏ ।

 

 ବୁଢୀ କୁ ତା କାଠ ଚେୟାର ରେ ଯେତେବେଳେ ଆଣି ବସେଇ ଦେଇ ବୁଢୀ ମୁହଁ କୁ ଚାହିଁ ଦେଇଛି ବାପ୍ ରେ ବାପ୍ । ମୁହଁ ଟି କଖାରୁ ପରି ଫୁଲି ଯାଇଥାଏ ଆଉ ଆଖି ଦୁଇଟି ବେଲୁନ୍ ପରି ଫୁଲି ଯାଇ ଅଧା କ୍ରିକେଟ କଲ୍ ପରି ହୋଇ ଯାଇଥାଏ । ବୁଢୀ କୁ ବସେଇ ଦେଇଛନ୍ତି ତ ନାକ ବାଟେ ପାଣି ବୋହି ଆସିଲା ପୁଳେ । ପାଣି ଏକବାର ଜମି ଯାଇଥାଏ ଦେହରେ କି ମୁହଁ ରେ ମୁଁ ଜାଣି ପାରିଲିନି । 

 

ବଙ୍କା ଦାଦା କହିଲେ ଆଣ ଆଣ ହଳଦି ତେଲ ଆଣ ବୁଢୀ କୁ ଘସି ଦିଅ । ବଡ଼ ବୋହୂ ହଳଦି ତେଲ ମୁହଁ ରେ ମାରିଦେଲା । ପାଣି ରେ ଗାଧୋଇ ଦେଲା । ଚୁଟି କୁଣ୍ଢେଇ ଦେଲା ପାନିଆ ରେ ତାପରେ । ଧଳା ଲୁଗା ପିନ୍ଧେଇ ଦେଲା । ଗେଣ୍ଡୁ ଫୁଲ ମାଳ ପିନ୍ଧେଇ ଦେଲେ । ବୁଢୀ ର ବଡ ପୁଅ ଅଗସ୍ତି କକା ଶେଷକୁ, ମୋ ବୋଉ .. କହି ଭୋ ଭୋ ହୋଇ କାନ୍ଦି ପକେଇଲେ । ବୋହୂ ଝିଅ ସମସ୍ତେ ଆଉ ପରସ୍ତେ କାନ୍ଦି ପକେଇଲେ । ସେମାନଙ୍କୁ ଦେଖି ମୁଁ ବି ଟିକେ ଭିତରେ ଭିତରେ କାନ୍ଦି ପକେଇଲି । ତାପରେ ବୁଢୀ ପାଟିରେ ସମସ୍ତେ ଭାତ ଦେଲେ ।



 କେହି ଜଣେ କହିଲେ ଆରେ କିଏ ବୁଢ଼ୀ କୁ ଖୁଆଇ ପାରିନ ଦେଇ ଦିଅରେ ପାଟିର ଟିକେ । ସମସ୍ତେ ଟିକେ ଟିକେ ଦେଲେ ମୁଁ କିନ୍ତୁ ଦେଲିନି । ମୋର ମନେ ପଡ଼ିଗଲା ଆମ ମାମୁ ଘର କଥା । ଜେଜେ ଙ୍କ ଦେହାନ୍ତ ପରେ ଜେଜେ ଦେହରେ ଯେତେବେଳେ ତେଲ ମରା ଯାଉଥିଲା ମଝିଆ ମାମୁ କହିଲେ " ବଞ୍ଚିଲା ବେଳେ ଦେହରେ ଟିକେ ହାତ ମାରିବନି ଆଉ ମଲା ବେଳକୁ ଲୋକ ଦେଖାଣିଆ କାମ ? "


 ମାମୁ ଙ୍କ କଥା ମୋତେ ଖୁବ୍ ଯଥାର୍ଥ ଲାଗିଥିଲା । ସେଥିପାଇଁ ଏ ସଖି ବୁଢୀ ପାଟିରେ ମୁଁ ଭାତ ନେଇ ନଥିଲି । କିନ୍ତୁ ସମସ୍ତେ ତାଙ୍କ ଦାଣ୍ଡ ମାଟି ବୁଢୀ କୋକେଇରେ ପକେଇଲେ , ସେ ମାଟି ପକେଇବାର କାରଣ କିଛି ନଜାଣି ଥିଲେ ବି ମୁଁ ବୁଢୀ ପାଦ ତଳେ କିଛି ମାଟି ପକେଇ ଦେଲି । ମନେ ମନେ କହିଲି କ୍ଷମା କରି ଦେବୁ ଲୋ ମା ଯଦି କିଛି ଭୁଲ୍ କରି ଦେଇଥାଏ । ବୁଢୀ କୁ କାନ୍ଧରେ ଉଠେଇଲୁ । ବୁଢୀ ପୁଅ ଜ୍ବାଇଁ ପଡା ପଡୋଶୀ ମୋତେ ମିଶେଇ ପ୍ରାୟ ଦଶ ବାର ଜଣ ବୁଢୀ କୁ ଉଠେଇଲେ ।


" ରାମ ନାମ ସତ୍ୟ ହେ , ହରି ନାମ ସତ୍ୟ ହେ " ରାମ ନାମ ସତ୍ୟ ହେ , ହରି ନାମ ସତ୍ୟ ହେ " ନାମ ଧରି ବୁଢୀ କୁ ନେଇ ଚାଲିଲୁ ଗାଁ ନଈ କୂଳ ଶ୍ମଶାନକୁ । ବୁଢୀ କୁ ତଳେ ରଖା ଗଲା । ମାଟିରେ ଗୋଟେ ବଡ ଯୁକ୍ତ ଚିହ୍ନ ଖୋଳାଗଲା ତା ଉପରେ । ମୋଟା କଞ୍ଚା କାଠ ରଖାଗଲା ତା ଉପରେ କିଛି ଶୁଖିଲା କାଠ ତା ଉପରେ ବୁଢୀ କୁ ଉଠେଇ ବୁଢୀ କୁ ଚାରି କଡ ସାତ ଘେରା ବୁଲେଇଲେ ଜୁଇ ଉପରେ ଆଣ୍ଠୁ ମାଡ଼ି ପଶ୍ଚିମ ମୁହାଁ କରି ବସେଇ ଦେଲେ । ତା ଚାରି କଡ଼ରେ ଭଲକି କାଠ ଆଉଜି ସଜାଡି ରଖିଦେଲୁ ମଝିରେ ଟାୟାର ବି ଚାରି କଡ଼ରେ ସଜାଡିଲେ ତାପରେ ଚନ୍ଦନ କାଠରେ ଘିଅ ମାରି ସମସ୍ତେ ଖଣ୍ଡ ଖଣ୍ଡ ଜୁଇ ଉପରେ ରଖିଲେ । କେହି ଜଣେ କହିଲା ଆରେ କିରୋସିନି ଆଣିନ ? ଯାଅ ଯାଅ କିରୋସିନି ଆଣ । କିଏ ଗୋଟା ଗାଡ଼ିନେଇ ଗଲା କିରୋସିନି ପାଇଁ । କିନ୍ତୁ ଆସିବା ଡେରି ହେବାରୁ‌ ତାପରେ ବୁଢୀ ର ଧରମ ଜ୍ବାଇଁ କହିଲା, କଣ ମ ଅପେକ୍ଷା କରିଛ ? ଆରେ ଘିଅ ତ କିଲେ ଆସିଛି । ପକେଇ କି ଲଗାଉନ ଡେରି ଡେରି କାଇଁ କରୁଛ ? 


 ବୁଢୀର ବଡ଼ ପୁଅ ଅଗସ୍ତି କକା ନିଆଁ ବୋଡିଆ ଧରି ଜୁଇ ରେ ଧରେଇଲେ । ଆମ ସାନ ଟୋକା ବସିଥିଲା ମୋ ପାଖରେ କଣ ତା ମନକୁ ଆସିଲା କହିଦେଲା ," ଭାଇ ଆମେ ସବୁ ଏମିତି ଦିନେ ମରିଯିବା ନା ... ? 


ମୁଁ କିଛି ଉତ୍ତର ଦେଇ ପାରି ନଥିଲି ଚାହିଁ ରହିଥିଲି କୁହୁଳି କୁହୁଳି ଜଳୁଥିବା ସଖି ବୁଢୀ ଜୁଇ ନିଆଁକୁ । 




Rate this content
Log in

More oriya story from Parameswar Ojha

Similar oriya story from Drama