Gangadhar Nanda

Abstract classics inspirational

2  

Gangadhar Nanda

Abstract classics inspirational

ଏକ ବିଧି ନିର୍ଦ୍ଧାରିତ ମୃତ୍ୟୁ

ଏକ ବିଧି ନିର୍ଦ୍ଧାରିତ ମୃତ୍ୟୁ

2 mins
449


      ହିମାଳୟ ଅନ୍ତର୍ଗତ ମାନସରୋବର ନିକଟସ୍ଥ ଏକ ସ୍ଥାନରେ ବିଷ୍ଣୁଙ୍କ ବାହନ ଗରୁଡ ବିଶ୍ରାମରତ ଥିଲେ । ସେହିବାଟ ଦେଇ ଯମରାଜ କୌଣସି ଏକ କାର୍ଯ୍ୟ ଉପଲକ୍ଷେ ଯିବା ଅବସରରେ ଗରୁଡଙ୍କ ସହିତ ସାକ୍ଷାତ ହେଲା । ଔପଚାରିକତା ଆଦାନ ପ୍ରଦାନ ଉତ୍ତାରୁ ଯମରାଜ ସେ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ ତାଙ୍କର ଦୃଷ୍ଟି ଅଦୂରସ୍ଥ ଏକ ଗଛ କୋରଡରେ ନିବଦ୍ଧ ହେଲା । ତୀର୍ଯ୍ୟକ ଦୃଷ୍ଟିପାତ ସହିତ ସାମାନ୍ୟ ବିସ୍ମିତ ଭାବ ମୁଖରେ ଖେଳିଯିବା ପରେ ପରେ କିଛି ସିଦ୍ଧାନ୍ତରେ ଉପନୀତ ହେଲାଭଳି ଭାବରେ ମୁଣ୍ଡ ହଲାଇ ଯମରାଜ ସେ ସ୍ଥାନ ପରିତ୍ୟାଗ କଲେ । ଯମରାଜଙ୍କ ଦୃଷ୍ଟି ଅନୁସରଣ କରି ଗରୁଡ ଦେଖିଲେ, ସେ ନିକାଞ୍ଚନ ଅରଣ୍ୟରେ ଅଦୂରରେ ଏକ ବୃକ୍ଷ କୋଟରରେ ବସି ରହିଛି ଏକ ପକ୍ଷୀ ଶାବକ । ଗରୁଡଙ୍କର ଭାବାନ୍ତର ହେଲା । ଯମରାଜଙ୍କର ତୀର୍ଯ୍ୟକ ଦୃଷ୍ଟି ଅର୍ଥାତ ଏ ଛୋଟ ଶାବକଟିର ଅକାଳ ମୃତ୍ୟୁ । ସେ ମୂହୁର୍ତ୍ତରେ ଗରୁଡ ନିର୍ଣ୍ଣୟ କଲେ ଯାହା ବି ହେଉ , ଏ ଛୋଟ ପକ୍ଷୀଟିକୁ ଏ ଅବାଞ୍ଛିତ ମୃତ୍ୟୁ କବଳରୁ ସେ ଯେମିତି ହେଲେ ବି ରକ୍ଷା କରିବେ । ଏହାପରେ ଗରୁଡ ସେ ପକ୍ଷୀ ଶାବକଟିକୁ ନେଇ ସୁଦୂର ଦଣ୍ଡକାରଣ୍ୟର ଏକ ବୃକ୍ଷର ଗୁପ୍ତ କୋଟରରେ ଛାଡିଦେଇ ଆସିଲେ । ଏ ସମସ୍ତ କାର୍ଯ୍ୟ ଦିବ୍ୟ ପକ୍ଷୀ ଗରୁଡଙ୍କ ଦ୍ଵାରା ଅଳ୍ପ କେତେ ମୁହୁର୍ତ୍ତ ମଧ୍ୟରେ ସଂଘଟିତ ହେଲା । ଏହାପରେ ଗରୁଡ ନିଜର ପୂର୍ବ ବିଶ୍ରାମସ୍ଥଳୀକୁ ଫେରିଆସି ଯମରାଜଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଲେ । କିଛି ସମୟପରେ ଯମରାଜଙ୍କର ଆଗମନ ହେଲା । ଯମରାଜ ସେଠାରେ ପହଞ୍ଚି ପକ୍ଷୀ ଶାବକଟି ବସିଥିବା କୋଟର ଆଡକୁ ଦୃଷ୍ଟିପାତ କଲେ । ମାତ୍ର ସେଠାରେ ତାକୁ ନ ପାଇ ବିସ୍ମୟରେ ଇତଃସ୍ତତ ଆଖି ବୁଲାଇଲେ । ଗରୁଡ ପ୍ରଶ୍ କଲେ , 'କିଛି ଖୋଜୁଛନ୍ତି କି ମହାଭାଗ ? 'ସେଠାରେ ଏକ ପକ୍ଷୀ ଶାବକ ଥିଲା ; ବର୍ତ୍ତମାନ କାହିଁ ଦେଖାଯାଉନାହିଁ ।' ଯମରାଜ ସବିସ୍ମୟେ ଉତ୍ତର ଦେଲେ । ସେ ଛୋଟ ପକ୍ଷୀଟି ପାଖରେ ଆପଣଙ୍କର କି କାର୍ଯ୍ୟ ଅଛି, ମୋତେ ଦୟା କରି ଜଣାଇବେ କି ମହାଭାଗ ? ଗରୁଡ କୌତୁହଳରେ ପ୍ରଶ୍ମ କଲେ । 'ସେ ଶାବକଟି ଅଳ୍ପକେଇ ମୁହୁର୍ତ୍ତ ମଧ୍ୟରେ ସୁଦୂର ଦଣ୍ଡକାରଣ୍ୟରେ ଏକ ସର୍ପ ଦ୍ଵାରା ଭକ୍ଷଣ ହୋଇ ପ୍ରାଣତ୍ୟାଗ କରିବା କଥା । ଏହା ହିଁ ତା ବିଧାନ । ମୁଁ ଏବାଟରେ ଯିବା ବେଳେ ଭାବୁଥିଲି , ଛୋଟ ପକ୍ଷୀଟିଏ ଏତେ ବାଟ ଅତିକ୍ରମ କରିବ କିପରି ? 'ସେ କାର୍ଯ୍ୟଟି ମୋ ଦ୍ଵାରା ସଂପାଦନ ହୋଇସାରିଛି ମହାଭାଗ' । ବିସ୍ମୟ ବିମୂଢ ହତଚକିତ ଗରୁଡ ଏକ ଦୀର୍ଘ ନିଶ୍ଵାସ ପରିତ୍ୟାଗପୂର୍ବକ ଉଦାସ ସ୍ୱରରେ ଉତ୍ତର ଦେଲେ ।


Rate this content
Log in

Similar oriya story from Abstract