The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Drama Romance abstract

2  

Gangadhar Nanda

Drama Romance abstract

ଏକ ଅପରିଚିତା ପ୍ରେୟସୀର ଚିଠି ଭାଗ୩

ଏକ ଅପରିଚିତା ପ୍ରେୟସୀର ଚିଠି ଭାଗ୩

4 mins
3.1K


ଏକ ଅପରିଚିତା ପ୍ରେୟସୀର ଚିଠି (ଦ୍ଭାଗ୩)

           

                          ତା-୨-୪-୨୦୨୦

                                 ମଧୂପୁର

                 ପ୍ରିୟ ମନୁ ଭାଇ ,

       ସାଦର ପ୍ରଣାମ ଗ୍ରହଣ କରିବ । ପରିବାରର ସମସ୍ତ ଗୁରୁଜନମାନଙ୍କୁ ଭୂମିଷ୍ଠ ପ୍ରଣାମ ପୂର୍ବକ ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରେ କି ସପରିବାର ଭଲରେ ଥିବ ।

               ଆଉ ଗୋଟିଏ ଚିଠି ତୁମ ପାଖକୁ ଲେଖିବି ବୋଲି ସ୍ୱପ୍ନରେ ମଧ୍ଯ ଦ୍ଭାବି ନ ଥିଲି । କିନ୍ତୁ ପ୍ରଭୂ ମୋତେ ସେ ସୁଯୋଗଟି ଆଉଥରେ ଦେଲେ । ଏଥିରେ ତୁମର ଦୟା ଓ ଆଶୀର୍ବାଦ ମଧ୍ୟ ନିହୀତ ଅଛି ।

              ଗତକାଲିର ତାରିଖ, ବାର ଓ ସେଦିନ ଘଟିଥିବା ପ୍ରତ୍ୟେକଟି ଘଟଣା ଜୀବନସାରା ମନେ ରହିବ । ତାରିଖ ଥିଲ ଏପ୍ରିଲ ୧ , ୨୦୨୦ ମସିହା ବୁଧବାର । ପ୍ରଭାତରେ ସାମାନ୍ୟ କୁହୁଡିଘେରା ପରିବେଶରେ ସୂର୍ଯ୍ୟ ଉଦୟ ହୋଇଥିଲେ । ମୁଁ କିନ୍ତୁ ଘୃଣାକ୍ଷରେ ମଧ୍ୟ ଜାଣି ନ ଥିଲି କିି ଆଜିର ଦିନଟି ମୋ ଜୀବନର ,ମୋ ଭାଗ୍ୟର ଏତେବଡ ପରିବର୍ତ୍ତନକାରୀ ଦିନ ହେବ ବୋଲି । ଦିନ ପ୍ରାୟ ୧୨ ଟା ପାଖାପାଖି ଇନ୍ଦୁ ଓ ମିତା ଆମ ଘରେ ଆସି ପହଞ୍ଚିଲେ । ସେ ଦୁଇ ଜଣଙ୍କୁ ଦେଖି ମୁଁ ପ୍ରମାଦ ଗଣିଲି । ମିତା ମୁହଁରେ ବାଡ ବତା ନାହିଁ । ଘରେ ସମସ୍ତେ ଅଛନ୍ତି । କହୁ କହୁ କଣ ଯେ କହିଦେବ , ଘରେ ଗୁଡାଏ ଅନର୍ଥ ହେବ । କଣ ବା ଆଉ କରିବି ? ଭଦ୍ରାମି ଖାତିରରେ ତାଙ୍କୁ ମୋ ଶୋଇବା ଘରେ ବସାଇ ଜଳଖିଆର ବନ୍ଦୋବସ୍ତ କରିବା ଲାଗି ବୋଉ ପାଖକୁ ଆସିଲି । ବିଶ୍ୱାସ କର ମନୁଭାଇ , ସେ ଦୁଇଜଣଙ୍କୁ ଧକ୍କା ମାରି ଘରୁ ବାହାର କରିଦେବାକୁ ମୋ ମନ କହୁଥିଲା । ହଷ୍ଟେଲରେ ଯାହା ଅପମାନ ଦେଲେ ତ ଦେଲେ , ସେଥିରେ ମନ ବୁଝିଲାନି ଯେ ପୁଣି ଗୋଟାଏ ଅନର୍ଥ କରିବାକୁ ମୋ ଘର ପର୍ଯ୍ୟନ୍ତ ଚାଲିଆସିଛନ୍ତି ।

               ସେମାନଙ୍କର ଆମ ଘରକୁ ଆସିବାର ଉଦ୍ଦେଶ୍ୟ କଣ ହୋଇପାରେ ମୁଁ ଅନୁମାନ ଲଗାଇବାକୁ ଚେଷ୍ଟା କରୁଥିଲି । ବିଶେଷତଃ ମିତା ଆସିଛି ମାନେ ନିଶ୍ଚିତ ଭାବରେ କିଛି ଗୋଟାଏ ଖରାପ ହେବାକୁ ଯାଉଛି । ଭାବୁଥିଲି ମନୁଭାଇ ଚିଠି ଦୁଇଟା ପାଇ ଘରେ ଆଉ କହିଦେଲେ କି ! ନ ହେଲେ ଏମିତି ହୋଇପାରେ ଦୁଇଟାଯାକ ଚିଠି ହୁଏତ ତାଙ୍କ ହାତରେ ନପଡ଼ି ଘର ଲୋକଙ୍କ ହାତରେ ପଡିଯାଇଛି ; ଏଡେ ଅଭଦ୍ର ଲୋକଗୁଡାକ ସେ ପରିବାରରେ ଅଛନ୍ତି ? ପର୍ସନାଲ ବୋଲି ମେନ୍‌ସନ୍‌ କଲାପରେ ମଧ୍ଯ ଚିଠିଟାକୁ ଖୋଲି ପଢିଦେଇଛନ୍ତି ! ମନେ ମନେ ଭୀଷଣ ବିରକ୍ତ ହେବା ସହିତ ପ୍ରବଳ ଭୟଭୀତ ଅବସ୍ଥାରେ ବୋଉ ସାଙ୍ଗରେ ମିଶି ଜଳଖିଆ ପ୍ରସ୍ତୁତ କରୁଥିଲି । ଯେତେ ଶୀଘ୍ର ସମ୍ଭବ ଏ ଦୁଇଟା ବିଦାୟ ହେବା ମଙ୍ଗଳ ।

                 ସାନଭାଇ ହାତରେ ଜଳଖିଆ ପ୍ଳେଟଟା ପଠେଇ ଦେଇ କିଛି ସମୟ ପରେ ଚା ତିନି କପ ନେଇ ସେମାନଙ୍କ ପାଖକୁ ଗଲି । ମୋତେ ଦେଖି ଦେଇ ମିତା ଦୁଷ୍ଟାମି ହସ ହସିଲା । ସେଇ ମୂହୁର୍ତ୍ତରେ ମୋର ଇଚ୍ଛା ହେଉଥିଲା ଗରମ ଚା କପଟା ତା' ମୁହଁରେ ଢ଼ାଳି ଦିଅନ୍ତି କି ! ତା' ଚାଲାକି ହସ ଫସ ସବୁ ଛାଡ଼ିଯା'ନ୍ତା ।

                 ଚୁପ ଚାପ ବସି ସମସ୍ତେ ଚା ପିଇଲୁ । ମୁଁ ଆଉ ମିତା ଆଡ଼େ ନଚାହିଁ ନିରବରେ ବସି ଚା ପିଇବାରେ ମନ ଦେଲି । ଇନ୍ଦୁ ପ୍ରଥମେ କଥା ଆରମ୍ଭ କଲା ।

' ଆଉ ତୋ ଖବର କ'ଣ କହ । କାଇଁ ପୁରା ଚୁପଚାପ ! ତୋ ମନୁ ଭାଇ କଥା ପଚାରିବୁନି କି '?ପଚାରିସାରି ଇନ୍ଦୁ ହସିଲା ।

' ଇନ୍ଦୁ ପ୍ଲିଜ୍‌ , ଷ୍ଟପ ଦିସ୍ ଟପିକ୍ ' । ମୁଁ ଆତୁରତାରେ ଇନ୍ଦୁକୁ ଅନୁରୋଧ କରୁଥିଲି ।

'ହ୍ୱାଇ ଡିୟର ? ହ୍ଵlଇ ଡୁ ଆଇ ଷ୍ଟପ ଦିସ୍ ଟପିକ୍ ? ତୁ କ'ଣ ଯାହା କରିଚୁ ଠିକ୍ କରିଚୁ '?

ମୁଁ ବିକଳରେ ଉଠି ଯାଇ ଇନ୍ଦୁର ହାତ ଧରି ପକାଇବାକୁ ଚେଷ୍ଟା କଲି । ଦୁଃର୍ଭାଗ୍ୟକୁ ସେଇ ସମୟରେ ଓନିଟା ଖସି ଯାଇ ପାଦରେ ଛନ୍ଦି ହୋଇଗଲା । ହାମୁଡେଇ ପଡି ଯାଉ ଯାଉ ସୋଫାର ବାଡଟା ଉପରେ ହାତ ପଡ଼ିଗଲା । ନିଜକୁ କୌଣସି ମତେ ସମ୍ଭାଳି ନେଲି । ଗୋଡ ହାତ ସମେତ ସର୍ବାଙ୍ଗ ଦେହଟା ମୋର ଥରୁଥିଲା ।

' ତୁ ଚିଠିଟା କଣ ପାଇଁ ଲେଖୁଥିଲୁ '? ମିତା ନିଜ ମୁହଁରେ ଗୋଟେ କୁଟୀଳ ହସ ଖେଳାଇ ପଚାରିଲା ।

' ଆଇ ଏମ୍ ଭେରି ସରି ୟାର । ଆଉ ଏ ଭୂଲ କେବେ ହେବନି 'I ମୁଁ କାନ୍ଦି ଆସୁଥିଲି ।

' ଓକେ ; ଇନ୍ଦୁ ମୋତେ ସାନ୍ତ୍ବନା ଦେବା ଭଙ୍ଗୀରେ କହିଲା , 'ଏକଥାଟା କିନ୍ତୁ ମଉସା ମାଉସୀଙ୍କ କାନରେ ପଡ଼ିଯାଇଥାଉ । ଭବିଷ୍ୟତରେ ତୁ ପୁଣି ଗୋଟାଏ ଚିଠି ନଦେବୁ, ଏ କଥାର ଗ୍ୟାରେଣ୍ଟି କଣ ଅଛି '? ଏତକ କହିସାରି ଇନ୍ଦୁ , ମାଉସୀ ମାଉସୀ ଡାକି ଡାକି ରୋଷଘର ଆଡକୁ ଚାଲିଲା । ମୋ ଆଡ଼କୁ ଟିକେ ତୀର୍ଯ୍ୟକ ଚାହାଁଣୀରେ ଚାହିଁ ଦେଇ ମିତା ମଧ୍ଯ ଇନ୍ଦୁ ପଛେ ପଛେ ଚାଲିଲା ।

                    ମୁଁ ସ୍ତବ୍ଧ ହୋଇ , ସୋଫା ଉପରେ ବସିରହିଥିଲି । ସେ ସମୟରେ ଆତ୍ମହତ୍ୟା ହିଁ ଏକମାତ୍ର ବିକଳ୍ପ ବୋଲି ମନେ ମନେ ଚିନ୍ତା କରୁଥିଲି । ଏହାପରର ପରିସ୍ଥିତି ସଂପର୍କରେ କିଛି ବି ଭାବିପାରୁନଥିଲି ।

                  କିଛି ସମୟପରେ ଉଭୟ ମୋ ନିକଟକୁ ଆସିଲେ । ଉଭୟଙ୍କ ମୁହଁରେ ଦୁଷ୍ଟାମୀର ହସ ଭଉଁରୀ ଖେଳୁଥିଲା । ମୁଁ ବସିଥିବା ସୋଫାର ଖାଲି ଅଂଶରେ ମିତା ଆସି ବସିଲା । ଇନ୍ଦୁ ମୋ ସମ୍ମୁଖରେ ଠିଆ ହୋଇ ମୋ ଚିବୁକରେ ହାତ ରଖି ମୋ ମୁହଁକୁ ଉପରକୁ ଟେକିଲା । ମୋର ଦିଆଖିରୁ ଗଡ଼ି ଆସୁଥିବା ଲୁହଧାରକୁ ପୋଛି ଦେଇ କହିଲା , ' ତୁ ମୋ ଭାଉଜ ହବୁଟି ? ଲୁହତକ ସାଇତି ରଖିଥା । ତୋ ମନୁ ଭାଇକୁ ବାହାହୋଇ ଗଲାବେଳେ ଝରେଇବୁ 'I

ମୁଁ ମୋ କାନକୁ ବିଶ୍ୱାସ କରିପାରୁନଥିଲି । ନିସ୍ପନ୍ଦ ଆଖିରେ ତା ମୁହଁକୁ ଚାହିଁଲି । ମୁହଁ ବୁଲେଇ ମିତା ମୁହଁକୁ ଚାହିଁଲି । ମିତା ମୋ ଆଡେ ଚାହିଁ ମୃଦୁ ହସି ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କରୁଥିଲା ।

' ଶୁଣ ! ପ୍ରଥମ ଦେଖାରେ ଭାଇ ତୋ ଠାରୁ ସେ ଶୋଧାତକ ଶୁଣି ସାରି ଘରକୁ ଗଲା । ତାପରଠାରୁ ସେ ତୋ ବିଷୟରେ ବାରମ୍ଵାର ମୋତେ ପଚାରିଲା । ତୋତେ ଭଲ ପାଉଥିବା କଥା ମଧ୍ୟ କହିଲା । ତାର ଯୁକ୍ତି ହେଲା ଯେ ଯେଉଁ ଝିଅ ଷ୍ପଷ୍ଟବାଦିନୀ ,ନିର୍ଭୟା ଓ ସ୍ୱାଭୀମାନୀ ହୋଇଥିବ , ସେ ହିଁ ଏଭଳି କଥାବାର୍ତ୍ତା କରିପାରିବ ' । ଇନ୍ଦୁ ଏତକ ଗୋଟିଏ ନିଶ୍ଵାସରେ କହିସାରି ଦମ୍ ନେଲା । ମୋ ଆଖିରୁ ବାକିଥିବା ଲୁହତକ ଗଡିଆସୁଥିଲା ।

  ଟିକିଏ ରହି ଇନ୍ଦୁ ପୁଣି କହିବାକୁ ଆରମ୍ଭ କଲା , ' ତୋର ନେଚ଼ର ବିଷୟରେ ଆମେ ଦୁହେଁ ଭଲ ଭାବରେ ଜାଣିଥିଲୁ । ତୁ ଏତେ ସହଜରେ ଏ ପ୍ରେମ ଫ୍ରେମ ମ୍ୟାଟରରେ ପଶିବା ପିଲା ନଥିଲୁ । ଏଣୁ ମିତାର ମୋର ମିଶି ଆମ ଯୋଜନା ଆରମ୍ଭ କଲୁ । ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା , ତୁ ଯେପରି ତୋ ଆଡୁ ଏ କଥାଟି କହିବୁ । ବାକି ଆଗକୁ ତୁ ସବୁ ଜାଣିଛୁ '।

'ମୋତେ ମାଫ କରିଦେ ' । ମିତା କହୁଥିଲା . 'ମୋ ଉପରେ ବହୁତ ରାଗିଥିବୁ । କାହିଁକି କେଜାତି ଆଜି ତୋତେ ଏପ୍ରିଲ ଫୁଲ କରିବାକୁ ଇଚ୍ଛା ହେଲା 'I

                 ମୁଁ ଉଠିପଡି ଦୁଇଜଣଙ୍କୁ ଆଲିଙ୍ଗନ କଲି । ଗଲାବେଳେ ଇନ୍ଦୁ କହିଗଲା ଯେ ବାପା ଓ ବୋଉ ଭାଇକି ନେଇକରି ଖୁବ ନିକଟରେ ଆସିବେ । ମଉସା ଓ ମାଉସୀ ସବୁ ଶୁଣି ହଁ କରିସାରିଛନ୍ତି । ରହୁଛି । ଇତି ।

                         ତୁମର

                   ଅପରିଚିତା ( ସୁପରିଚିତା )   ପ୍ରେୟସୀ

                    ମଧୂସ୍ମିତା

ଦୟାକରି ଘରେ ରୁହନ୍ତୁ

ଗଳ୍ପଟି ଏ ଲେଖକର ପରିଚିତ ଜଣେ ମହିଳାଙ୍କର ବାସ୍ତବ ଜୀବନର କାହାଣୀକୁ ନେଇ ବର୍ଣ୍ଣିତ । ତାଙ୍କ ପ୍ରେମ ଓ ଭଲପାଇବାର ନିଷ୍ଠା ଉଦ୍ଦେଶ୍ୟରେ ଏ ଗଳ୍ପଟି ସମର୍ପିତ ।

                       

           


Rate this content
Log in

Similar oriya story from Drama