Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

TapaswiniDash Sarangi

Inspirational


4.3  

TapaswiniDash Sarangi

Inspirational


ଏକ ଅଛିଣ୍ଡା ସମ୍ପର୍କର ଖିଅ

ଏକ ଅଛିଣ୍ଡା ସମ୍ପର୍କର ଖିଅ

4 mins 24K 4 mins 24K

ମନରେ ଅନେକ ଡର ଆଉ ଆଶଙ୍କା ନେଇ ନୂଆ ପରିବାରରେ ପାଦ ଥାପିବାକୁ ଯାଉଛି ଶ୍ରାବଣୀ । ଜେଜେ ମା' ତା'ର କହିଛି ହେଇଟି ଧନ ବାହାଘରକୁ ପିଲା ଖେଳ ଭାବିବୁନି । ସଭିଁଙ୍କ ମନ ନେଇ ଚଳିବୁ । ଏମିତି ଅନେକ କଥା ତା ମନରେ ଉଙ୍କି ମାରୁଛି । ଏମିତି ଭାବୁ ଭାବୁ ଶାଶୁଘର ଆସିଗଲା । ଆଉ ଓଡିଆ ଘରର ରୀତି ନିତି ଅନୁସାରେ ପାଛୋଟି ନେଲେ ଶାଶୁ ବସୁଧା । ପିଲାଟି ବେଳୁ ହତଭାଗିନୀ ଶ୍ରାବଣୀ ମା' କଣ ଜାଣିନି । ଏପଟେ ଜେଜେ ମା' ସବୁ ବେଳେ ଆକଟି କହିଛି ତୁ ରୋଷେଇବାସ ଶିଖି ନହେଲେ ଶାଶୁ ଠାରୁ ଗଞ୍ଜଣା ଖାଇବୁ । ଯେତେବେଳେ ବସୁଧା ତା' ହାତ ଧରି ଭିତରକୁ ନେଲେ ଶ୍ରାବଣୀ ଦେହରୁ ଗମ ଝାଳ ବୋହି ଗଲାଣି । ତଥାପି ନିଜକୁ ଆୟତରେ ରଖି ଭିତରକୁ ଗଲା ସେ । ସାହି ପଡୋଶୀ ଆଉ ବନ୍ଧୁ ବାନ୍ଧବ ସ୍ତ୍ରୀ ସମସ୍ତେ ଆସି ନୂଆ ବୋହୂକୁ ଦେଖିଗଲେ । ପଡିଶା ଘରର ସର ନାନୀ ବୋହୂ ଦେଖି ଆସିଲେ । ତାଙ୍କ ନାଁ ପ୍ରକୃତରେ ସରିତା କିନ୍ତୁ ସେ ସାହି ଯାକ ଲୋକଙ୍କର ସର ନାନୀ । ସେ ଆସି ଅଣ୍ଡାଳି ଗଲେ ଶ୍ରାବଣୀର ସୁନା ଅଳଙ୍କାରକୁ । ଆଉ ଆଣିଥିବା ଯୌତୁକକୁ ।  


ହଇହୋ ବସୁଧା ଭାଉଜ ଏ ବୋହୂ କଣ ସେମିତି କିଛି ଭାର ଥୋର ଆଣିନି କିହୋ । କଣ ଘର ପୂରିଲି ପରି ଦିଶୁନି । ସର ନାନୀ କହିଲେ । ଏ ସବୁ ଶୁଣି ଶ୍ରାବଣୀର ମୁହଁ ଶୁଖିଗଲା । ଶ୍ରାବଣୀର ଶୁଖିଲା ମୁହଁ ବସୁଧାଙ୍କୁ ହଜମ ହେଲାନି । ନାଲି ଟହ ଟହ ଆଖିରେ ଗରମ ହୋଇ କହି ପକାଇଲେ । ମୁଁ କଣ ମୋ ପୁଅକୁ ବିକ୍ରି କରିଦେଲି କି? ନା ମୋ ପୁଅର କି ଆମର ଯୋଗ୍ୟତା ନାହିଁ ଆମ ବୋହୂର ଖର୍ଚ୍ଚ ସମ୍ଭାଳିବାକୁ କି ଦରକାରୀ ଆସବାବ ପତ୍ର କିଣିବାକୁ । ସେ ଭିକାରୀ ପ୍ରବୃତ୍ତି ଭଗବାନ ମୋତେ କି ମୋ ପରିବାର ଲୋକଙ୍କୁ ଦେଇ ନାହାନ୍ତି । ତୁମେ ଏରୁଣ୍ଡି ବାହାର ଲୋକ ଏରୁଣ୍ଡି ବାହାରେ ରୁହ । ଲଜ୍ଜିତା ହୋଇ ସର ନାନୀ ସେଠାରୁ ପଳେଇଲେ । ଶ୍ରାବଣୀ ଟିକେ ଆଶ୍ଵସ୍ତି ଅନୁଭବ କଲା । ସତରେ କେଡେ ବଡ଼ ହୃଦୟ ମୋ ଶାଶୁଙ୍କର । ଆଉ ଭିତର ଘରକୁ ଚାଲିଗଲା ।


ବସୁଧାଙ୍କର ଏ ଦୃଢ଼ ଜବାବ ଶୁଣି ମୁରୁକି ହସୁଥିଲେ ସନାତନ ବାବୁ ମାନେ ଶ୍ରାବଣୀର ଶ୍ଵଶୁର । ଆଉ ପାଖକୁ ଆସି କହିଲେ । ବୁଝିଲ ବସୁଧା ଯଦି ସତରେ ପ୍ରତି ପରିବାରରେ ଏମିତି ହୁଅନ୍ତା ମାନେ ଗୋଟେ ନୂଆ ବାହୂକୁ ନୂଆ ପରିବେଶରେ ଚଳିବାକୁ ଖୋରାକ ଯୋଗେଇ ଦିଆ ହୁଅନ୍ତା । ଆଉ ତା' ଦୋଷ ଦୂର୍ବଳତାକୁ ଅନ୍ୟ ଆଗରେ ନ'ବାହୁନି ତା'କୁ ସଜାଡିବାର ମଉକା ତା'କୁ ଦିଆ ହୁଅନ୍ତା । ତାହାଲେ ପାରିବାରିକ ହିଂସା କି ଅଶାନ୍ତି ହୁଅନ୍ତାନି ।  


ବସୁଧା କହିଲେ ବାସ୍ତବ କଥାଟିଏ କହିଲ ତୁମେ । ଏ ଦୁନିଆରେ କିଛି ଶାଶୁଙ୍କ ସକାଶେ ଆଜି ଶାଶୁଘର ନାଁ ଶୁଣିଲେ ଝିଅ ମାନଙ୍କର ଥରା ବାହାରି ଯାଉଛି ।

ଦିନ ପରେ ଦିନ ଗଡିଲା । ଶ୍ରାବଣୀ କେବେ ଅନୁଭବ କରିନି ଯେ ସେ ଶାଶୁ ଘରେ ଅଛି ବୋଲି । ସେ ବସୁଧା ଦେବୀଙ୍କୁ କେବେ ବି ପରୋକ୍ଷରେ ଶାଶୁ ବୋଲି ସମ୍ବୋଧନ କରିନି । ବୋଉ ବୋଲି କହେ । ଶ୍ରାବଣୀର ସ୍ଵାମୀ କିଶୋର୍ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ମାଲକାନଗିରିରେ । ବାହାଘରର ଏକ ମାସ ପରେ କିଶୋର୍ ନିଜ କାମରେ ଯୋଗ ଦେବା ପାଇଁ ଗଲେ । ଆଉ ପ୍ରତିଶୃତି ଦେଇଗଲେ ବହୁତ ଜଲଦି ମାନେ ଦୁଇ କି ତିନି ମାସ ଭିତରେ ସରକାରୀ କ୍ଵାଟର୍ ମିଳିଗଲେ ଆସିବେ ଆଉ ଶ୍ରାବଣୀକୁ ସାଙ୍ଗରେ ନେଇ ଯିବେ ।  


ଶ୍ରାବଣୀ ଶାଶୁ ଶ୍ଵଶୁରଙ୍କ ପାଖେ ରହିଲା । କେବେ ବି ସେ ଅନୁଭବ କରିନି ଶାଶୁ ଘରେ ଅଛି ବୋଲି । ଝିଅ ପରି ନୁହେଁ ଝିଅ କରି ରଖିଥିଲେ ତା'କୁ । ମନେ ମନେ ଭାବୁଥିଲା । ଭଗବାନ ସମସ୍ତଙ୍କୁ ଏମିତି ଶାଶୁଘର ଦିଅନ୍ତୁ ।

ହଠାତ୍ ଦୁଇ ମାସ ପରେ ଫୋନ୍ ଆସିଲା କିଶୋର୍ ଏ ଦୁନିଆରେ ନାହାଁନ୍ତି । ଅଜଣା ଆତତାୟୀ ଗୁଳିରେ ସେ ସହୀଦ୍ ହୋଇ ଯାଇଛନ୍ତି । ସ୍ଵପ୍ନ ଦେଖିବା ଆଗରୁ ସ୍ଵପ୍ନ ସବୁ ପାଣି ଫୋଟକା ପରି ମଉଳି ଗଲା । ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲା ସେ । କାରଣ ସେ ବୁଝୁଥିଲା କିଶୋର୍ ଙ୍କ ସହ ମାତ୍ର କିଛି ମାସର ସମ୍ପର୍କ ତା'ର କିନ୍ତୁ ତାଙ୍କ ବାପା ବୋଉଙ୍କର ସେ ଗୋଟିଏ ପୁଅ । ସେମାନଙ୍କ କଷ୍ଟକୁ ସେ ନିଜ କଷ୍ଟ ଠାରୁ ବେଶୀ ଭାବୁଥିଲା । ବସୁଧା ଦେବୀ ସବୁ ବେଳେ ଶ୍ରାବଣୀର କଷ୍ଟକୁ ଅନୁଭବ କରିବାକୁ ଲାଗିଲେ । କେବେ ବି ବିଧବା ଭାବରେ ତା'କୁ ରହିବାକୁ ଦେଲେନି । ଶ୍ରାବଣୀ ଏକ ସରକାରୀ ଚାକିରୀ ପାଇଲା । ଶାଶୁ ଶ୍ଵଶୁର ବି ତା' ମନ ବଦଳେଇବାକୁ ଯାଇ ଅମଙ୍ଗ ହେଲେନି ଚାକିରୀ କରିବାକୁ । ଶ୍ରାବଣୀର ଖୁସିରେ ସେ ଖୁସି ଦେଖିଲେ । କିଏ କେତେ କଥା କହିଲା ଶ୍ରାବଣୀ ବିରୋଧରେ ବସୁଧାଙ୍କୁ ,ତାଙ୍କ ମନ କିନ୍ତୁ ପରିବର୍ତ୍ତନ ହେଲାନି । ଗୋଟିଏ ଉତ୍ତରରେ ସମସ୍ତେ ଚୁପ୍ ହେଇ ଯାଉଥିଲେ । ଯାହାର ଆୟୂଷ ଯେତିକି ସେତିକିରେ ସେ ଯିବ । ଏଥିରେ କାହାର ହାତ ନାହିଁ ।


ବର୍ଷେ ପରେ କିଶୋର୍ ଙ୍କ ସାଙ୍ଗ ବିସ୍ମିତ୍ ଶ୍ରାବଣୀ ସହିତ ନିଜର ପ୍ରସ୍ତାବ ନେଇ ଆସିଲେ । ବସୁଧା ଦେବୀ ଆଉ ସନାତନ ବାବୁ ବେଶ୍ ଭଲ ଭାବେ ଜାଣିଥିଲେ ବିସ୍ମିତ୍'ଙ୍କୁ । ଶ୍ରାବଣୀକୁ କୌଣସି ମତେ ରାଜି କରାଇ ଦେଲେ ଶ୍ରାବଣୀ । ବିସ୍ମିତ୍ ସେଇ ସହରରେ ପ୍ରତିଷ୍ଠିତ କମ୍ପାନୀରେ ମ୍ୟାନେଜର୍ । ଆଉ ବାପା ମା' ବି ମରି ଯାଇଛନ୍ତି । ନିଜର କହିଲେ ଗୋଟେ ଭଉଣୀ ଯେ କି ବିବାହିତା । ଶ୍ରାବଣୀର ଚୁକ୍ତି ବାହାଘର ପରେ ଦୁହେଁ ବସୁଧା ଦେବୀ ଆଉ । ସନାତନ ବାବୁଙ୍କ ସହ ରହିବେ ।


ବାହାଘର ହେଲା ଆଉ କନ୍ୟାଦାନ କଲେ ବସୁଧା ଦେବୀ ଆଉ ସନାତନ ବାବୁ । ଶ୍ରାବଣୀ ବସୁଧା ଦେବୀଙ୍କୁ ଜାବୁଡି ଧରି କାନ୍ଦି ପକାଇଲା ଆଉ କହିଲା । ବୋଉ ଯଦି ମୋ ବୋଉ ଥାଆନ୍ତା ଏମିତି ମୋ ପାଇଁ କରି ଥାଆନ୍ତା କି ନାହିଁ ଜାଣିନି । ଆପଣଙ୍କ ସ୍ଥାନ ମୋ ହୃଦୟରେ ବହୁତ ଉଚ୍ଚରେ । ଆପଣ ଆପଣଙ୍କ ବଡ଼ପଣିଆ ଯୋଗୁଁ ସବୁବେଳେ ମୋ ହୃଦୟରେ ପୂଜା ପାଉଥିବେ । ଶାଶୁ ଭାବରେ ନୁହେଁ ମା ରୂପରେ । ଶାଶୁ ଚରିତ୍ରଟି ଏମିତି ବି ହୋଇପାରେ ।


Rate this content
Log in

More oriya story from TapaswiniDash Sarangi

Similar oriya story from Inspirational