ଉମା ଶଙ୍କର ମାଝୀ

Abstract

2  

ଉମା ଶଙ୍କର ମାଝୀ

Abstract

ଦୁଷ୍ଟ ଛାତ୍ର

ଦୁଷ୍ଟ ଛାତ୍ର

2 mins
502



ମୋ ପିଲା ଦିନ ଏମିତି କଟିଥିଲା ଭାବିଲେ ଏବେ ଲୁହ ଆସିଯାଏ l ବାପା ମାଆ ଙ୍କୁ ମୁଁ ଛୋଟ ଥିବା ସମୟରୁ ଦେଖିଛି ସେମାନେ ମୋ ଆଖି ରେ ଖୁସି ଦେଖିବା ପାଇଁ ବହୁତ ଚେଷ୍ଟା କରୁଥିଲେ l ମୁଣ୍ଡଝାଳ ତୁଣ୍ଡେ ମାରି ମୋତେ ବଡ଼ କରିଥିଲେ l

ମାଆ ଯଦି ଓ ପାଠ ପଢିନାହାନ୍ତି କିନ୍ତୁ ତାଙ୍କ ସଂସ୍କାର ଆମ ଜୀବନ ରେ ବଡ ପରିବର୍ତ୍ତନ ଆଣିଛି l

ମାଆ ଙ୍କ କିଛି ବଦଭ୍ୟାସ ନାହିଁ କିମ୍ବା କାହାକୁ କଟୁ କଥା କହିବାର କେବେ ଶୁଣିନାହୁଁ l ବାପା ବି ଠିକ ମାଆ ଙ୍କ ପରି l

ସମୟ କ୍ରମେ ମୋର ବିଦ୍ୟାଳୟ ରେ ନାମ ଲେଖା ହେଲା l ମୁଁ ଭଲ ଭଲ ପଢ଼ୁଥିଲି ତେଣୁ ସମସ୍ତ ଶିକ୍ଷକ ମାନଙ୍କ ପ୍ରିୟ ଥିଲି l ଏପରି ସପ୍ତମ ପର୍ଯ୍ୟନ୍ତ ଚାଲିଗଲା l 

ଅଷ୍ଟମ ଶ୍ରେଣୀ ରେ ଟିକିଏ ସାଙ୍ଗ ଦୋଷ ହେତୁ ସବୁ ବଦଳିଗଲା l ତେଣୁ ପାଠପଢା ରେ ମନ ନ ଦେଲେ ଯାହା ଅବସ୍ଥା ହେବ ତାହା ହେଲା l


କପଟୀ ମିତ୍ର ନ କର ପେଟ ଚିରି ବୁଦ୍ଧି ନିଏ,ଆଗକୁ ରାସ୍ତା ଦେଖେଇ ପଛପଟୁ ଠେଲିଦିଏ l ବିଦ୍ୟାଳୟ କୁ ପଢିବାକୁ ଗଲେ ମଧ୍ୟ ଭଲ ଭାବରେ ଶ୍ରେଣୀ ରେ ନ ରହି ବୁଲାବୁଲି କଲୁ l ବାସ ପରୀକ୍ଷl ଫଳ ଆମ ଦୁଷ୍ଟ ଦଳ ର ସବୁ ଅର୍ଦ୍ଧବାର୍ଷିକ ପରୀକ୍ଷlରେ ରେ ଖରାପ ହେଲା ,ଘରକୁ ଖବର ଗଲା ବାପା ଏ କଥା ଜାଣିନଥାନ୍ତି l

ସ୍କୁଲ କୁ ଆସି କହିଲେ ଆଖି ଛାଡ଼ି ଆପଣ ମୋ ପୁଅ କୁ ଯେଉଁଠି ମଧ୍ୟ ମାଡ଼ ମାରିପାରନ୍ତି ,ସତରେ ସର୍ଜିକାଲ  ଷ୍ଟ୍ରାଇକ ପାଇଁ ସ୍କୁଲ ରେ ଅସ୍ତ୍ର ମିଳିଗଲା l ￰ଏଣିକି ପ୍ରତିଦିନ ମାଡ଼ ର ବୃଷ୍ଟି ହେଲା ଆମ ରାଗ ଶିକ୍ଷକ ଉପରେ ଥାଏ l 

ସରସ୍ବତୀ ପୂଜା ଆରମ୍ଭ ହେଲା ,ଆମେ କିଛି ସାଙ୍ଗ ପଇସା ଘରୁ ଆଣି ଦେଳୁନାହି l ￰ବାପାଙ୍କୁ ଖବର ଦିଆଗଲା କାହିଁକି ପୁଅ ଦୁଷ୍ଟ ବେଶୀ ହେଉଛି ଓ କାହିଁପାଇଁ ସରସ୍ବତୀ ପୂଜା ଚାନ୍ଦା ଦେଲେ ନାହିଁ l


ବାପା କହିଲେ ମୁଁ ଦେଇଛି l ଆମେ ତିନି ସାଙ୍ଗ ଭୟରେ ଆମ ଗାଁ ପାଖ ଜଙ୍ଗଲକୁ ପଳେଇଲୁ l ￰ସମସ୍ତେ ସ୍କୁଲ ରେ ଆମକୁ ଖୋଜୁଛନ୍ତି ଆମେ ତ ବଣ ରେ l 


ରାତି ଜଙ୍ଗଲ ରେ ହୋଇଗଲା ଆମେ ରାସ୍ତା ଭୁଲି ହଜିଗଲୁ l ରାତିସାରା ଅନିଦ୍ରା ଓ ଭୋକ ରେ ଥାଉ l 

ସେ ଜଙ୍ଗଲ କୁ କିଛି ଗଛ କଟାଳି ମାନେ ଯେଉଁମାନେ ଖଟ ତିଆରି କରି ବିକନ୍ତି ଭେଟିଲେ l 


ସେମାନେ ବହୁତ ଦୂର ର ଲୋକ l ଆମ ଠିକଣା ପଚାରିଲେ l ସେମାନେ ବୋଧେ ରାତିରେ ଗଛକାଟନ୍ତି ସାଙ୍ଗେ ରନ୍ଧା ସାମଗ୍ରୀ ଆଣିଥିଲେ ଆମେ ସମସ୍ତେ ରାତିରେ ଭୋଜି କଲୁ l 

ବାପା ମା କେଉଁଠି ଖବର ପାଇଁ ରାତି ତିନି ରେ ଆମ କୁ ଭେଟିଲେ l 


ମାଆ ଓ ବାପା ବହୁତ କାନ୍ଦିଲେ l ଆଉ ଦୁଷ୍ଟ ନ ହେବାକୁ କହିଲେ l ମୋର ବି ମନ ଦୁଃଖ ହେଲା ବାପା ମା ମନରେ ଦୁଃଖ ଦେଇ ଥିବାରୁ l ତା ପରଦିନ ସ୍କୁଲ ରେ ବାପା ଶିକ୍ଷକ ଙ୍କ କହି ପ୍ରଥମ ଧାଡି ରେ ବସିବାର ବ୍ୟବସ୍ଥା କଲେ l ଆଉ ଠକିବାର ଚାରା ନ ଥିଲା l


ଆଉ ଯେମିତି ସୁନା ପିଲା ଥିଲି ସେମିତି ହେଲି ଆଉ ସେ ବର୍ଷ ରୁ ଦୁଷ୍ଟାମୀ କରିବା  ଛାଡିଦେଲି l


Rate this content
Log in

Similar oriya story from Abstract