Satyabati Swain

Inspirational

3  

Satyabati Swain

Inspirational

ଦୁର୍ଗା

ଦୁର୍ଗା

5 mins
215



ଦୁର୍ଗା କାଇଁ!


ଆରେ ଦୁର୍ଗା କାଇଁ !!


ଦୁର୍ଗା !! ହେ ଦୁର୍ଗା।


ଦୁର୍ଗାର ଆଜି ଜନ୍ମ ଦିନ।ନୂଆ ନାଲି ଲାଙ୍ଗାଟା ପିନ୍ଧି ଜଳୁଥିଲା ଦୁର୍ଗା ,ଠିକ୍ ମା ଦୁର୍ଗାଙ୍କ ପରି।ମାଙ୍କୁ ମୁଣ୍ଡିଆ ମାରି ଆସେ କହି ଯାଇଛି ଯେ ଯାଇଛି ଦିନ ଯାଇ ରାତି ହେଲାଣି।ଜନ୍ମ ଦିନଟି ଗାଳି କଲେ କି ବାରଣ କଲେ ରୁଷି ବସିବ।ମା କହିଥିଲେ ମାଙ୍କୁ ମୁଣ୍ଡିଆ ମାରି ଶୀଘ୍ର ପଳେଇ ଆସିବୁ।


ହଁ କହି ଦଉଡ଼ି ଦଉଡ଼ି ପକେଇଲା।ଯହୁଁ ବଡ଼ ହେଉଛି ତହୁଁ ବୁଦ୍ଧି ପସନ୍ଦ ପୋଡି ଖାଉଛି କହିଲେ ମା ବାଣୀ।ଖୁଡି ନିନା କହିଲା,ବେଳେ ସଜାଡି ହିଇଯିବ ମ ଭାଉଜ, ବ୍ୟସ୍ତ କାଇଁ ହେଉଛ।


ଦୁର୍ଗା ପୂଜାରେ ବ୍ୟସ୍ତ ହୋଇ ସମସ୍ତେ ଖୋଜୁଛନ୍ତି ଦୁର୍ଗାକୁ।


ସାନ୍ଧ୍ୟ ନଇଁ ଆସୁଥିଲା।ଆସ୍ତେ ଆସ୍ତେ ରାତି ଅନ୍ଧାର ଚଦର ଘୋରେଇ ଦେଲା କୃଷକ ପୁର ଗାଁକୁ।


ଦୁର୍ଗା ଏଯାଏ ଫେରେନି ! ଚଣ୍ଡି ଟା।ଭାରି ସହାସୀ। ଭଲା ପୁଅକୁ ମୁହେଁ ମୁହେଁ ଜାବବ ଦିଏ।ଡର ଭୟ କିଛି ନାହିଁ।ଦୁଃସାହସିକ କାମ କରିବାକୁ ସବୁବେଳେ ଆଗଭର।ଯେତେ କହିଲେ, "ତୁ ବଡ଼ ହେଲୁଣି ସେମିତି ଚଣ୍ଡି ହୁଣ୍ଡିଙ୍କ ପରି କଣ ହେଉଛୁ?" କାହା କଥା ଶୁଣୁନାହିଁ।ମେଢ଼ ପାଖକୁ ଯାଇଛି ଯେ ଏଯାଏ ଫେରିନି ! ହଁ ଭୋଗ ଖାଇ ସେଇଠି ମଜା ମାରୁଥିବ ସାଙ୍ଗଙ୍କ ସହ କହିଲେ ଦୁର୍ଗାଙ୍କ ବାପା ମଧୁସୂଦନ। ମା ବାଣୀ କିନ୍ତୁ ସନ୍ଧ୍ୟା ବେଳକୁ ପୁଅ ଦିପୁକୁ ପଠେଇଲେ ଦୁର୍ଗାକୁ ଖୋଜି ଆଣିବାକୁ।


ହେଲେ ସେ ଖାଲି ହାତରେ ଫେରି କହିଲା, ମା ଦୁର୍ଗାକୁ ପାଇଲି ନାହିଁ।


ପାଇଲୁ ନାହିଁ !! ଭାରି ଉପର ମୁହିଁ ହୋଇଗଲାଣି ଝିଅଟା।ନବମ ଶ୍ରେଣୀରେ ପଢିଲାଣି; ଟିକେ ବି ବୁଦ୍ଧି ପସନ୍ଦ ହେଉନି।ଦେଖୁଛି ଗଲା ଦିନ ତମାମ ପୂଜା।


ମଧୁସୂଦନ ବି ମେଢ଼ ପାଖକୁ ଗଲେ।ହେଲେ ଦୁର୍ଗା କାହିଁ !ଖୁବ୍ ଲୋକ ଗହଳି ଭିତରେ ଦୁର୍ଗା ଦୁର୍ଗା ଡାକିଲେ ବି କେଉଁ ଶୁଭୁଛି।


ଦୁର୍ଗା ଦାଦା ଜ୍ଞାନ କହିଲେ ଏବେ ତ ଭାଉଜ ଓ ନିନା ମେଢ଼ ଦେଖିବାକୁ ଯିବେ।ସେଇମାନେ ଦୁର୍ଗାକୁ ଖୋଜି ଆଣିବେ।


ଘରେ ପିଠାପଣା ,ପୂଜାରେ ବ୍ୟସ୍ତ ଥିଲେ ସମସ୍ତେ ଦିନସାରା।ସନ୍ଧ୍ୟା ଦେଇ ସାରି ମାଙ୍କୁ ଦେଖିବାକୁ ସଜ ହେଉଥିଲେ ଝିଅ ବୋହୁ।


ଲୋକଙ୍କ ଜୀବନକୁ ଅନେକ ଦିନ ପରେ କୁନ୍ଥେଇ କୁନ୍ଥେଇ ଆସିଛି ଟିକେ ଖୁସି। ଯଦିଓ ପାର୍ବଣର ଝୁମିଲା ଋତୁ ନାହିଁ; ତଥାପି କାଶ ତଣ୍ଡି ପାଟରେ ମୁଣ୍ଡ ନୁଆଇଁ ସମର୍ପଣ କରୁଛି ନିଜକୁ ମା ଙ୍କ ପାଖେ।ଶରତ ଆକାଶ ବି ଲୁହରେ ଭିଜିଛୁ ଏସନ।ଖାଲି ଗୋଟିଏ ପରେ ଗୋଟିଏ ଲଘୁଚାପ ଦାଉରେ ଆକାଶ କେଉଁ ଖୁସିକି !ଜହ୍ନକୁ ଲୁଚେଇଛି ବାଦଲ।ଭାରି ବଦମାସ ସେ।ଶରତ ଆକାଶ ତୋଫା ଜହ୍ନକୁ ମେଘ ସହ ସଲାସୁତୁରା କରି ବାଦଲ ଲୁଚେଇ ଦେଉଛି।ଦୁର୍ଗା ପୂଜା ମାହୋଲ ନବେ ଭାଗ ଠପ୍।


ହୁଏତ ସହର ଲୋକେ ଟିକେ ସଚେତନ ଥିବେ ବି କଣ?କିନ୍ତୁ ଏ ଗାଁ ଲୋକେ ; ସେତେ ଭୟ କରୁନାହାନ୍ତି।ଦିନରାତି ତ ବିଲରେ ପାଣି କାଦୁଅରେ ଘାଣ୍ଟି ହେଲେ ;ଫୁରୁସତ କାଇଁ ଯେ ମରଣକୁ ଭୟ କରିବେ।କରୋନା ଡରୁଥିବ କି କଣ ଏଇ ମାଟି ସହ ମାଟି ହେଉଥିବା ସରଳ ଚାଷାଙ୍କୁ।ଏମାନଙ୍କୁ ସହଜରେ କେଉଁ ରୋଗ ହୁଏନି।କିନ୍ତୁ ଯେବେ କେଉଁ ରୋଗ ହେଲା ତ ଜୀବନ ଯିବା ଥୟ। ବର୍ଷ ତମାମ ଖଟି ଖଟି କେତେ ଏମିତି ଉପୁଜାନ୍ତି କି ଲକ୍ଷ ଲକ୍ଷ କନେଇଁବେ ନା ରୋଗ ପାଇଁ ଖର୍ଚ୍ଚ କରିବେ ! ବେଶୀ ବଡ଼ ରୋଗ ଏ ପରିଶ୍ରମୀ ମଣିଷ ପାଖ ମାଡେନି।କିନ୍ତୁ ପରିଶ୍ରମୀ ମେହେନତି ମଣିଷଟି ଯଦି କୌଣସି ନିଶା ପ୍ରେମରେ ପଡିଲା ତ; ତାକୁ ହିଁ ରୋଗ ସାଙ୍ଗ କରେ।ତା ଭିତରେ ବିଶ୍ୱାସ ଜମେଇଁ ନିଶା ଓ ରୋଗ ହଠାତ୍ ବିଶ୍ୱାସଘାକତା କରି ତା ଜୀବନ ନିଅନ୍ତି।


କୃଷକପୁର ସେମିତି ଗୋଟେ ଗାଁ। ଶହେ ଦୁଇ ସରିକି ପରିବାର ଅଳ୍ପ କେତୁଟି ପରିବାର ଛାଡିଦେଲେ ଆଉ ସମସ୍ତେ ଚାଷୀ । ଗାଁ ଟି ନାଁ କୃଷକ ପୁର ଯଥାର୍ଥତା ପ୍ରତିପାଦନ କରେ ଯେ ଏଠି ଯେଉଁମାନେ ବାସ କରନ୍ତି ସମସ୍ତେ ପ୍ରାୟତଃ ଚାଷୀ।


ଯେଉଁ କେତୋଟି ପରିବାର ର ପିଲା ପାଠ ଶାଠ ପଢି ବାହାରେ ଚାକିରୀ କରିଥିଲେ ସେମାନଙ୍କ ଭିତରୁ ଗୌରାଙ୍ଗ ଭୋଳ ପୁଅ ଗୌତମ ଓ ଶିବାନନ୍ଦ ପୁଅ ସୂର୍ଯ୍ୟ କରୋନାରେ ମୃତ। ସେ ଦୁଇ ପରିବାର ଦୁଃଖ କହିଲେ ନ ସରେ।ରୋଜଗାରିଆ ଭେଣ୍ଡା ପୁଅର ଅକାଳ ମରଣ ତାଙ୍କ ବାପା ମା ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।ପୁଣି ଶେଷକୁ ମଲା ପୁଅ ମୁହଁ ବି ନ ଦେଖିବା କି କରୁଣ ସମୟର ନିଷ୍ଠୁର ପ୍ରହାର !! ଗାଁ ସାରା, ଗଛ ପତର ବି ତୁନି ଓ ସ୍ତବ୍ଧ ଏ ମର୍ମନ୍ତୁଦ ଘଟଣାରେ।


ଦିନା କେତେ ଆହା ଚୁ ଚୁ ଶବ୍ଦ ଏବେ ନରମି ଯାଇଛି।


ସମୟ ବିଚିତ୍ର।ସବୁ ସହିବା ତାକତ୍ ଭରିଦିଏ ଆସ୍ତେ ଆସ୍ତେ ।କୃଷକ ପୁର ଗ୍ରାମବାସୀ ଭାରି ଶାନ୍ତି ପ୍ରିୟ।ଭାଇଚାରା ବି ଯଥେଷ୍ଟ ଅଛି।କିନ୍ତୁ ବାହାରେ ଚାକିରୀ କରିଥିବା କିଛି ଯୁବକ ଆସି ଏବେ ଗାଁରେ ଛଅ ସାତ ମାସ ହେବ ଟିକେ ହଇ ଚଇ ସୃଷ୍ଟି କରୁଛନ୍ତି।ସେମାନଙ୍କ ଆଧୁନିକ ଜୀବନ ଶୈଳୀରେ ପ୍ରଭାବିତ ହେଉଛନ୍ତି ଗାଁର ଆଉ କିଛି ଯୁବ ଗୋଷ୍ଠୀ। କ୍ଳବ ଘରୁ ଭାସି ଆସୁଛି ଚିକେନ୍ କଷା ଓ ଅଦ୍ଭୁତ ମଦୁଆ ମଦୁଆ ଗନ୍ଧ।ଧିମା ସ୍ୱରରେ ବାଜୁଛି ଇଂରେଜୀ ଗୀତ। ବାତ ମାରିଲା ପରି ଉଦଣ୍ଡ ହେଉଛନ୍ତି ଯୁବ ଗୋଷ୍ଠୀ।ଏମାନଙ୍କ ସର୍ଦ୍ଦାର ହେଉଛି ଶମ୍ଭୁ । ବିଗିଡା ବାପର ବିଗିଡା ପୁଅ।ବାପା ପେଟି କଣ୍ଟ୍ରାକ୍ଟର। ବାବୁ ମାନଙ୍କ ଅଇଁଠା ଗ୍ଲାସ ଚାଟୁ ଚାଟୁ ସୁଦୁ ମଦୁଆ ପାଲଟି ଯାଇଛି।ବାପ ଓ ପୁଅ ମିଶି ବୋଲତ ଶେୟାର କରୁଛନ୍ତି।ଶମ୍ଭୁ ଥିଲା କେଉଁ ହୋଟେଲ୍ ରେ ମ୍ୟାନେଜର। ପେଟି ପେଟି ଅନ୍ ଲାଇନ୍ ମଦ ଆଣି ବାଣ୍ଟିଲା।


ବସି ଖାଇଲେ ନଈ ବାଲି ସରେ।ଶମ୍ଭୁ ଓ ତା ଦଳ ଏବେ ନିଜ ସଉକ୍ ମେଣ୍ଟାଇବା ପାଇଁ ଚୋରି ବି କରିବା ଆରମ୍ଭ କଲେଣି।ଗାଁ ଏବେ ସେମାନଙ୍କ ଉତ୍ପାତ ଘେରରେ।ପାଟି ଖୋଲିବା ମନା।ପଇସା ବାଲାରା ପୁଅ।ବାବୁ ଭାୟା ଠାଣି।ଇନ୍ଦ୍ର ଚନ୍ଦ୍ର ମାନନ୍ତିନି।


ଅସ୍ଥିର ଓ ଅଶାନ୍ତି ଭିତରେ ଗାଁ ପୂଜା କମିଟ ସ୍ଥିରକଲା ଏବର୍ଷ କୌଣସି ଆଡମ୍ବରରେ ପୂଜା ହେବ ନାହିଁ।ପ୍ରଥା ଓ ପରମ୍ପରା ବଞ୍ଚିବା ପାଇଁ ନାଁ କୁ କେବଳ ପୂଜା ହେବ।ବାଜା କି ଡିଜେ ଲାଗିବ ନାହିଁ।ଦଉଡ଼ି ବାନ୍ଧି ସ୍ୱେଚ୍ଛାସେବୀ ମାନେ ସମାଜିକତା ବଜାଇ ରଖି ଲୋକମାନଙ୍କୁ ମା ଙ୍କ ଦର୍ଶନ ପାଇଁ ଛାଡିବେ।


ଯେତେ ସୁନିଶ୍ଚିନ୍ତ ଯୋଜନା କଲେ ମଧ୍ୟ ଏ ଲୋକଙ୍କୁ ପାରି ହେଉ ନଥିଲା।ଆଖ ପାଖ ଗାଆଁରୁ ବି ଲୋକମାନେ ମେଢ଼ ଦେଖିବାକୁ ଆସୁଥିଲେ।ଆସ୍ତେ ଆସ୍ତେ ଗହଳି ଜମୁଥିଲା।ବେଶୀ ଅଣାୟତ ହେଲେ ଦଶହରା ଦିନ।ହୋ ହୋ ଘୋ ଘୋ।ଲୋକାରଣ୍ୟ।ଯେତେ ମାଇକିରେ ସମାଜିକତା ଦୂରତା ବଜାନ୍ତୁ,ମାସ୍କ ପିନ୍ଧନ୍ତୁ, ଜଣକ ପରେ ଜଣେ ଦର୍ଶନ କରନ୍ତୁ କହିଲେ ବି ଲୋକେ କାନରେ ବିଣ୍ଡା ଦେଇ ଦେଇଥିଲେ।ସୁରକ୍ଷା ନା ଫୁରକ୍ଷା।ଏତେ ଦିନେ ପଘାରୁ ଫିଟିଛନ୍ତି; ନ ଗପି ଛାଡିବେ।


ମା ଦୁର୍ଗାଙ୍କୁ ଦର୍ଶନ କରିବା ଅପେକ୍ଷା ବାଣୀ ବେଶୀ ଖୋଜୁଛନ୍ତି ଦୁର୍ଗାଙ୍କୁ।ସମସ୍ତଙ୍କୁ ପଚାରୁଛି ଦୁର୍ଗାକୁ ଦେଖିଛ ! ମାଳିନୀ, ସିଲ୍ଭା, ରାଣୀ, କଣ୍ଢେଇ ସମସ୍ତେ କହୁଛନ୍ତି ହଁ ଦିନ ସାରା ତ ଏଇଠି ହାତ ଯୋଡି ବସିଥିଲା। ନନା ଭୋଗ ଦେଲେ ଖାଇଲା।ଆମେ ଘରକୁ ଗଲୁ।ସେ କହିଲା ମୁଁ ତ ଭୋଗ ଖାଇ ସାରିଲିଣି।ତୁମେ ଯାଅ।ମୁଁ ନନାଙ୍କ ପାଖରୁ ଶ୍ଳୋକ ଶିଖିବି।ଏବେ ଆମେ ଘରୁ ଆସିଲୁ।ଦୁର୍ଗା ଘରକୁ ଯାଇଥିବ ଭାବିଲୁ।ସେ କଣ ଆଜ ଆଦୌ ଘରକୁ ଯାଇନି ?


ନନା କହିଲେ ହଁ ଥିଲା ତ ଏଇଠି।ମୁଁ ତାକୁ ମା ଙ୍କୁ ଜଗାଇ ଘରକୁ ଯାଇଥିଲି, ନିତ୍ୟ କର୍ମ ସାରି ଆସିଲେ ମାଙ୍କ ସନ୍ଧ୍ୟା ପୂଜା କରିବାକୁ।ଆସି ଦେଖେତ ସେ ନାହିଁ।ଭାବିଲି ଦିନ ସାରା ଏଠି ବସିଛି ; ଘରକୁ ଯାଇଥିବ ବୋଧେ।


ମଧୁସୂଦନ, ବାଣୀ,ଜ୍ଞାନ,ନିନା,ଦିପୁ ସହ ଗାଁ ଲୋକଙ୍କ ଚିନ୍ତା ବଢିଗଲା।ଝିଅଟା ଗଲା କୁଆଡେ?ମାଇକିରେ ବି ଡକା ଗଲା, " ଦୁର୍ଗା କେଉଁଠି ଅଛୁ ତୋ ମା ବାପାଙ୍କୁ ଆସି ମେଢ଼ ପାଖେ ଦେଖା କର"।ପୂଜା କମିଟି ମେମ୍ବର ମାନେ ବି ଗାଁ ସାରା ମଧୁସୂଦନଙ୍କ ସଙ୍ଗେ ଖୋଜିଗଲେ।ସ୍କୁଲ ପଡିଆ,ଗାଦି ଗୋସେଇଁ ମଣ୍ଡପ, ପଦ୍ମ ପୋଖରୀ,ଅଙ୍ଗନବାଡି ବାରଣ୍ଡା,ଛକ ଦୋକାନ ବଜାର, ସବୁଆଡେ ଧୁନ୍ଦି ପକେଇଲେ।


କିନ୍ତୁ ନିରାଶ ହେଲେ।ଛାତି ଧଡ଼ ଧଡ଼ ହେଲା ମଧୁସୂଦନଙ୍କର।କୁଆଡେ ଗଲା ତାହେଲେ ଦୁର୍ଗା!! ହେ ମା ଦୁର୍ଗା ଆଜି ଦୁର୍ଗା ଜନ୍ମ ହୋଇଥିଲା ବୋଲି ତା ନାଁ ଦୁର୍ଗା ଦେଇଛି।ମା ଲୋ ଦୁର୍ଗାକୁ ରକ୍ଷା କର ମା।ଜଣେ କିଏ କହିଲା ଆରେ କ୍ଳବ ଘର କବାଟ କଣ ଦର ଆଉଜା।


ସମସ୍ତେ ଦୌଡ଼ିଲେ କ୍ଳବ ଘର ଆଡ଼କୁ।


ଏ କଣ ଦେଖୁଛନ୍ତି ସେମାନେ!


ତଳେ ଗଡୁଛି ରକ୍ତରେ ଲଟର ପଟର ଶମ୍ଭୁର ନିସ୍ତେଜ ଶରୀର। ଚପଲ ଚାରି ପାଞ୍ଚଟି ଅବେଇ ଛତର ହୋଇ କିଏ କୁଆଡେ ପଡି ଛନ୍ତି।ଚପଲରୁ ଅନୁମାନ କରି ହେଉଥିଲା ତିନି ଜଣ କେହି ଥିଲେ। ଖାଲି ମଦ ବୋତଲ ଗଡୁଛି।ଚଟାଣ ସାରା ରକ୍ତର ବନ୍ୟା।ଚିରା କୂତା କୂତା ଲାଙ୍ଗା ଦୁର୍ଗାର ।ବାଳ ମୁକୁଳା।କାମୁଡି ପକେଇଛି ବୋଧେ ଦୁର୍ବୁତ୍ତ ମାନଙ୍କୁ ଜୀବନ ବିକଳରେ, ରକ୍ତ ଓଠ ସାରା ତାର।ଆଖିରେ ଜଳୁଛି କ୍ରୋଧ।ନିଃଶ୍ବାସ ଖର ହେଉଛି ତାର।ରକ୍ତ ବୋଳା ମୋଟା ଲମ୍ବା ଚିକେନ୍ କଟା ଛୁରୀ ଧରି ଶମ୍ଭୁ ଛାତିରେ ଗୋଡ଼ ଦେଇ ଠିଆ ହୋଇଛି ଜୀବନ୍ତ ଦୁର୍ଗା। 


ଗାଁ ଲୋକେ ଦୁର୍ଗା ର ସତିସତିକା ମହିଁଷା ମର୍ଦ୍ଦିନୀ ରୂପ ଦେଖି ଭୟ କରିବା ପରିବର୍ତ୍ତେ ବୋଲୁଥିଲେ ଯା ଦେବୀ ସର୍ଵଭୂତେଷୁ...


ଗାଁ ଲୋକଙ୍କ ସାକ୍ଷୀରେ ଶମ୍ଭୁ ଆଜୀବନ କଏଦୀ।



Rate this content
Log in

Similar oriya story from Inspirational