Narayan Sethi

Abstract Romance

3  

Narayan Sethi

Abstract Romance

ଦୁର ପାହାଡ଼ ର ଫୁଲ

ଦୁର ପାହାଡ଼ ର ଫୁଲ

3 mins
165


ପାହାଡ଼ ପାଖରେ ଗୋଟେ ଗାଁରେ ଗୋଟିଏ ଛୋଟ ପରିବାର ସେମାନେ ଭାରି ଗରିବ ଥିଲେ ! ହେଲେ ସେ ପରିବାର ରେ ଗୋଟେ ସୁନ୍ଦର ପୁଅ ଟେ ଥିଲା ଯିଏ କି ଦେଖିବାକୁ ରାଜା ପୁଅ ପରିକା ନାଁ ଟି ତାର ମାଧବ !

ଦିନେ ମାଧବ ତା ଗୁରୁକୁଳକୁ ଯାଉଥିଲା ଆଉ ସେ ସେଠାରେ ବହୁତ ଖୁସିରେ ନିଜ ପାଠକୁ ପଢୁଥିଲା ।ଦିନକର କଥା ମାଧବ ତା ପାଠପଢି ସାରି ନିଜ ଘରକୁ ଫେରୁଥିଲା ହଠାତ ପଛରୁ ଆବାଜ ଶୁଣାଗଲା ଟିକିଏ ଶୁଣ ଟିକିଏ ଶୁଣ -

ମାଧବ: "ହଁ କିଏ କିଏ ?" ବୋଲି ପଚାରିଲା ଆଉ ପଛକୁ ଦେଖିଲା । ପଛକୁ ଦେଖିଲା ବେଳକୁ ଦେଖିଲା ଗୋଟେ ଅଫସରୀ ପରି ଝିଅ ଟିଏ । ଚମକିପଡ଼ିଲା କହିଲା "କିଏ ଆପଣ ମୁଁ ଆପଣଙ୍କ କି ସେବା କରିପାରିବି ?" ଝିଅ ଟି କହିଲା "ଶୁଣନ୍ତୁ ମୁଁ ଏଠି ନୂଆ ମୋତେ ଟିକିଏ ଗୁରୁକୂଳକୁ ଯାଉଥିବା ରାସ୍ତା ଟିକିଏ କୁହନ୍ତୁ।" ମାଧବ କହିଲା ଶୁଣନ୍ତୁ "ଆପଣ ଏଠୁ ସିଧା ଯାଆନ୍ତୁ ଆଉ କିଛି ବାଟ ଗଲାପରେ ଗୋଟେ ସୁନ୍ଦର ପରିବେଶ ସହିତ ଗୋଟେ କୁଟୀର ଦେଖା ଯିବ।" ଝିଅ ଟା ଏତିକି ଶୁଣି, "ହଉ ଧନ୍ୟବାଦ ଆପଣଙ୍କୁ" ଜଣାଇ ଆଗକୁବଢ଼ିବାରେ ଲାଗିଛି । ହଠାତ ତା ଆଗକୁ ଗୋଟେ ଛୋଟ ପକ୍ଷୀଟିଏ, ସେ ଝିଅଟିର ଦେହରେ ପଡିଗଲା ! ଝିଅଟି ଚିତ୍କାର କଲା, ଚିତ୍କାର ଶୁଣି ମାଧବ ଦୌଡ଼ି ଆସିଲା। ଆଉ ସେ ପକ୍ଷୀଟିକୁ ନେଇକି ତା ବସା ରେ ଛାଡିକି ଆସିଲା । ସେତବେଳକୁ ଝିଅ ଟି ଭାରି ଡ଼ରିଯାଏଇଥିଲା । ମାଧବ କହିଲା "ଆପଣ ଠିକ ଅଛନ୍ତି ନା", ଝିଅଟି କହିଲା "ହଁ ହଁ ମୁଁ ଠିକ ଅଛି ।" କିଛି ନୁହଁ ହଟାତ ପକ୍ଷୀ ମୋ ଉପରେ ଆସି ପଡିଗଲା ସେଥିପାଇଁ ମୁଁ ଡରିଗଲି । ହଉ ଆପଣଙ୍କୁ ପୁଣି ଧନ୍ୟବାଦ, ଆରେ ଟିକିଏ ଶୁଣ ଝିଅଟି କହିଲା "ଆପଣ ଆପଣଙ୍କ ନା ଟି କୁହନ୍ତୁ", ମାଧବ ରହିକି କହିଲା "ମୋର ନାମ ମାଧବ ...ଏତିକି କହି ମାଧବ ସେଠୁ ଚାଲିଗଲା ।


ପୁଣି ତାପରଦିନ ଗୁରୁକୂଳରେ ପ୍ରଥମ ଶ୍ରେଣୀ ପରେ କିଛି ସମୟ ପାଇ ସେ ଝିଅ ଟି ମାଧବ ପାଖକୁ ଆସିଲା କହିଲା ମାଧବ ଟିକିଏ ଶୁଣ। ମାଧବ କହିଲା କୁହନ୍ତୁ , ଝିଅ ଟି କହିଲା ମୁଁ ରୂପଲୀ ତମେ ଆଉ ତମ ଘରେ କିଏ କିଏ ଅଛନ୍ତି । ମାଧବ କହିଲା ମୁଁ ମୋ ବୋଉ ଆଉ ମୋ ବାପା।

ମୋ ବାପା ଚାଷୀ ଆଉ ମୋ ମା ବାପାଙ୍କୁ ସାହାଯ୍ୟ କରନ୍ତି ତାଙ୍କ ଚାଷ କାମରେ । ମାଧବ ପଚାରିଲା ତମେ ରୂପଲି କୁହ ତମ ଘରେ କିଏ କିଏ ଅଛନ୍ତି ? ରୂପଲି କହିଲା ମୁଁ ମୋ ବାପା ଆଉ ମୋ ମା । ମୋ ପରିବାର ଗୋଟେ ସୁଖୀ ଆଉ ଧନୀ ପରିବାର ଏମିତି କହିବାକୁ ଗଲେ ଆମର ରାଜ ପରିବାର ।


ମାଧବ କହିଲା ଖୁବ ଭଲ କଥା ହଉ ଏବେ ସମୟ ହେଲାଣି ଶ୍ରେଣୀକୁ ଚାଲ ନହେଲେ ଗୁରୁ ଆସିଯିବେ ତାପରେ ସେମାନେ ଶ୍ରେଣୀକୁ ଗଲେ । ପାଠପଢା ସରିଲା ପରେ ଗୁରୁ କୁଳରୁ ଘରକୁ ଫେରିବା ବାଟରେ ରୂପଲି ମାଧବ ସହିତ ଚାଲି ଚାଲି ଯାଉଥିଲେ ରୂପଲି କହିଲା ତୁମେ ତ ଖୁବ ଭଲ ପାଠ ପଢିବା ସହିତ ଅନ୍ୟର ସେବା ବି କରୁଛ । ଏଇ ସବୁ ଦେଖି ମୁଁ ବହୁତ ପ୍ରଭାବିତ ତମ ପ୍ରତି। ମାଧବ କହିଲା ହଁ ଯେ ଏତ ଗୋଟେ ମଣିଷ ର କାମ ଭଲ ପଢିବା ସେବା କରିବା । ରୂପଲି କହିଲା ମାଧବ ତମେ ମୋତେ ପସନ୍ଦ କରୁନ କି ? ମୁଁ ତୁମକୁ ପ୍ରଥମ ଦିନରୁ ପସନ୍ଦ କରୁଛି । ମାଧବ ଶୁଣି ଖୁସି ହେଲା ... ହେଲେ ନିଜର ପରିଚୟ ସହିତ ରୂପଲି ସହିତ ତା ସମ୍ପର୍କ ସ୍ଥାପନ ଉଚ୍ଚ ଆଉ ନୀଚ ପରି ବନ୍ଧୁତ୍ୱ ? ଏହା ପରେ ମାଧବ କହିଲା ରୂପଲି ମୁଁ ଅଜାଣତରେ ହେଲେ ବି ତୁମ ପ୍ରତି ମୋର ବୁର୍ବଳତା ବଢିଯାଇଛି ହେଲେ ତୁମେ ଆକାଶ ହେଲେ ମୁଁ କଇଁ । ମୁଁ କେମିତି ମୋ ସମ୍ପର୍କ କୁ ଆଗକୁ ବଢ଼େଇବି ? ତୁମେ ତ ମୋର ଆଖିର ସ୍ବପ୍ନ ତମେ ତ ମୋର ଜୀବନ ର ଏକ ବାସ୍ତବ ପରିଚୟ।


ଏହା ପରେ ରୂପଲି କହିଲା, ହଁ ମୁଁ ତମକୁ ବହୁତ ଭଲ ପାଉଛି । ମାଧବ କହିଲା ଠିିକ ଯେ ବୋଧେ ଆମ ପବିତ୍ର ସମ୍ପର୍କର ମିଳନ ହେଇ ନ ପାରେ । କାରଣ.... ତମେ ରାଜା ଘର ଝିଅ ମୁଁ ଚାଷୀ ଘର ପୁଅ । ତୁମେ ଉଆସ

ରେ ରୁହ । ମୋର କୁଡ଼ିଆ ବି ନୁହଁ । କିନ୍ତୁ ମୋ ଭଲ ପାଇବା ତମେ । ହେଲେ ଆମର ମିଳନ ଜନ୍ମର ନୁହଁ ।କାହିଁକି ନା ତମେ ବଡ ଘରର ଝିଅ ମୁଁ ତୁମ ବାଡ଼ି ବଗିଚାର ମାଳିଠୁ ବି ସମାନ ନୁହଁ । ତୁମେ ମୋ ପାଇଁ ଦୂର ପାହାଡ଼ ର ଫୁଲ ପରି ଗୋଟେ ଝିଅ ।

                    


Rate this content
Log in

Similar oriya story from Abstract