Satyabati Swain

Inspirational

4.5  

Satyabati Swain

Inspirational

ଦୁଇଘଣ୍ଟା

ଦୁଇଘଣ୍ଟା

5 mins
249


ମନ ଉଡୁଥିଲା ମେଘ ସେପାଖେ। ମଧ୍ୟାହ୍ନ ଖୋଜୁଥିଲା କଅଁଳ ଖରାର ଧାସ। ଭାବନା ମାନେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ସତେକି ଦୌଡୁଥିଲେ। ମୋ ଭିତରେ କିଛି କିଛି ହେଉଥିଲା। ଅଧୀର ଭାବ ମୋତେ କୁଣ୍ଢେଇ ଧରିଥିଲେ ଆଲିଙ୍ଗନ ଫାଶରେ।

        

ବାରମ୍ବାର ଘଣ୍ଟାକୁ ଅନାଉଁଥିଲି ମୁଁ। ଓଃ!କେତେ

ବେଳେ ଆସିବ ମୋ ପାଳି??ଜଣଙ୍କ ନାମ ଡକା ହେଲା ପରେ ମୁଁ ଆଶ୍ୱସ୍ତ ହେଉଥିଲି ହଁ ଜଣେ କମିଲେ

, ମୁଁ ଆଉ ଟିକେ ଆଗେଇ ଯାଉଥିଲି। ପଛକୁ ଫେରି ଚାହୁଁଥିଲି---ଆହୁରି ଏତେ ଜଣ!! ଅସ୍ତ ବ୍ୟସ୍ତ ଲାଗୁଥିଲା କେତେବେଳେ ମୋ ପାଳି ପଡିବ ଭାବି।

          

ଅପେକ୍ଷା ମୋତେ ସହ୍ୟ ହେଉ ନଥିଲା। ବିରକ୍ତ ବି ଲାଗୁଥିଲା। ଏଇ ଭଲ ଡାକ୍ତରଙ୍କ ପାଖେ ନିଜକୁ ଟିକେ ଦେଖେଇବା ପାଇଁ କି ବିକଳ ହେବାକୁ ପଡେ ? ରୋଗୀ ର ଅପେକ୍ଷା କରିବା ଧୈର୍ଯ୍ୟ ନଥାଏ। ଡାକ୍ତରଙ୍କ ପଇସା ନିଶା କେଉଁ କମ୍ କି ? ଅବଶ୍ୟ ସବୁ ଡାକ୍ତର ପଇସା ପଛରେ ଗୋଡ଼ାନ୍ତି ନାହିଁ। ସେବା ମନୋବୃତ୍ତି କିଛିଙ୍କର ଏବେ ବି ଅଛି। ଓଃ ବହୁତ ଭିଡ ଥିଲା ଡାକ୍ତର ଚଣ୍ଡୀ ଦାସଙ୍କ ଘରେ। ଆଜୀବନ ସେବା ପାଇଁ ଉତ୍ସର୍ଗୀକୃତ ସେମାନେ । 


2 ଠାରୁ ଡାକ୍ତର ଚଣ୍ଡୀ ଦାଶଙ୍କ ପାଖରେ ମୋ ଆଖି ଚିକିତ୍ସା କରାଏ। ଏବେତ ଲାଗୁଛି ମୋ ହୃଦୟରେ ସ୍ପନ୍ଦନ ହୋଇ ମୋତେ ବଞ୍ଚାଇଁ ରଖିଥିବା ମୋ ଆତ୍ମା ,

ଜୀବନ,ଜୀଇଁବା "ଲେଖା" ହୁଏତ ଆଉ ଦିନ କେଇଟାରେ ସମ୍ଭବ ହେବନି। କାରଣ ଆଖିଟି ସାଥ ଦେଉନି ଆଜିକାଲି??ରୋଗୀଙ୍କ ଭିଡ ମଧ୍ୟରେ ମୁଁ କିନ୍ତୁ ଅଧୈର୍ଯ୍ୟ ହୋଇ ପଡୁଥିଲି। ଯେହେତୁ ଆଖି ଦେଖାଇବା ପରେ ମୋର ଆଉ ଏକ କାମ ଅଛି। ଅନେକ....ଅନେକ ବର୍ଷ ପରେ ମୋର କିଛି ମୁହଁ ସହ ଭେଟଘାଟ ହେବାର ଥିଲା ଯେଣୁ।

        

ମନର ତୃଷ୍ଣା ପାଖେ ମୁଁ ଯେ ଅନ୍ଧ ହେବାକୁ ଯାଉଛି ସେ କଥା ଭୁଲି ଯାଇଥିଲି। କେବଳ ଗୋଟିଏ ଇପ୍ସିତ ମୁହୂର୍ତ୍ତର ଅପେକ୍ଷାରେ ଥିଲି । ଆକ୍ତା ମାକ୍ତା ହେଉଥିଲି ଘଡି ଘଡି।ଆଖି ପରୀକ୍ଷା ସରିଲେ ପାଖାପାଖି କୋଡିଏ ବର୍ଷପରେ ଭେଟିବି ମୋ ବନ୍ଧୁ ମାନଙ୍କୁ କଥା ଦେଇଛି । ମନ ତ ଅମାନିଆ ପିଲା। ସେ କଣ କିଛି ବୁଝୁଥିଲା ! ଖାଲି ତୁରୁତୁରୁ ହେଉଥିଲା ସାଙ୍ଗ ମାନଙ୍କୁ ଦେଖିବ ବୋଲି।ସୁଦୁ ରଙ୍କୁଣା ନା ଏଇ ଆମ ମନ ଟିକେ ଅନାବିଳ ସ୍ନେହ କି ପ୍ରେମ ପାଇଁ ? ସେମାନଙ୍କ ଘନ ଘନ ଫୋନ୍ ମୋତେ ଆହୁରି ବିଚଳିତ କରୁଥିଲେ।

       

ଓହୋ ଅପେକ୍ଷା ଏତେ କଷ୍ଟ!ଏମିତି ଯନ୍ତ୍ରଣା ଦିଏ!!ଆଖି ବୁଜି ଚେୟାରକୁ ଆଉଜି ମନେ ପକାଇଲି ସେଇ ମୁହଁ ମାନଙ୍କୁ। ଯେଉଁମାନଙ୍କ ସହ ବିତେଇଛି ପନ୍ଦର ପ୍ଲସରୁ ଚବିଶି ବର୍ଷ ଅର୍ଥାତ 2 ରୁ ପିଜି ପର୍ଯ୍ୟନ୍ତ। ସମ୍ପୂର୍ଣ୍ଣ ପ୍ରେମିଳ ସମୟ ଜୀବନର।

        

ଅପେକ୍ଷାର ଅସହ୍ୟ ଯନ୍ତ୍ରଣା ଲାଘବ ହେଉଥିଲା କିଛି ମାତ୍ରାରେ। ଆରେ ବାଃ! ଆଖି ଖୋଲିଥିବା ଯାଏ ସମସ୍ତଙ୍କର ଛାୟା ଛବି ଆଙ୍କୁ ଥିଲି ମନେ ମନେ; ମାତ୍ର ଏ କଣ ! ଆଖି ବନ୍ଦ କରିଦେଲା ପରେ ସବୁ ବନ୍ଧୁ ଯାହାର ରୂପ ଯେମିତି ଛାପି ହୋଇଛି ମୋ ହୃଦୟ କାନ୍ଥରେ ସମସ୍ତେ ଆସି ମୋ ପାଖେ ହାଜର!

      

ମୁଦା ଆଖିର ଏତେ ପାୱାର! ସମସ୍ତେ ଦିଶୁଛନ୍ତି ତ ?ଏଇ ତ ଦେଖା ଯାଉଛି ନାଲିଆ କୋଠା ରେଭେନ୍ସା, ଲେଡ଼ିଜ୍ ହଷ୍ଟେଲ, ସୂର୍ଯ୍ୟ ଘଡି, କନିକା ଲାଇବ୍ରେରୀ, ଷ୍ଟଡ଼ି ସେଣ୍ଟର ,କ୍ୟାଣ୍ଟିନ୍, ପିଏଲଟି,ସିଏଲଟି, ଜିଏଲଟି ଏକଜାମ୍ ହଲ୍ ଏବଂ ଏଜୁକେସନ୍ ଡିପାଟମେଣ୍ଟ୍।କମର୍ସ ବ୍ଲକ ରାସ୍ତା ସିଧା ଇଷ୍ଟ ହଷ୍ଟେଲ ଦେଇ କଲେଜ ଛକକୁ ଯେଉଁ ରାସ୍ତା ଯାଇଛି ସେଇ ରାସ୍ତାର ଆମ୍ବ ଗଛ ତଳ ଗୁପ ଚୁପ୍ ଓ ଚାର୍ଟର କି ଅପୂର୍ବ ସ୍ୱାଦ ଓ ବାସ୍ନା ! ଏବେ ବି ପାଟିରୁ ଲାଳ ଗଡି ପଡୁଛି ସେଇ ସ୍ୱାଦ କଥା ଭାବି। ସମସ୍ତଙ୍କୁ ଗୋଟିଏ ଗୋଟିଏ ମନେ ପକାଉଥିବା ଭିତରେ ମୋ ପାଳି ଆସିଯାଇଛି। ଆଖିର ବିଭିନ୍ନ ଟେଷ୍ଟ ସରୁ ସରୁ ସନ୍ଧ୍ୟା ଛଅ।

        

ତରବରେ କ୍ଲିନିକରୁ ବାହାରି ସିଧା ଚାଲିଲୁ ଦୀପ୍ତି ଘର।ରାତି ପୁଣି ଆଗରୁ ଆଦୌ ଦେଖି ନଥିବା ତା ଘର ଖୋଜିବାରେ ଆମକୁ ଟିକେ ଅସୁବିଧା ହେଲା । ତେବେ ବି ପଚାରି ପଚାରି ତା ଫୋନ୍ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚିଗଲୁ ମାତୃଭବନ ପାଖ ତା ଘର ଆଗେ।

     

ଦୁଇ ଜଣ ପରି ଦୀପ୍ତି ଓ ଗାୟତ୍ରୀ ଗେଟ୍ ପାଖରେ ମୋତେ ଅପେକ୍ଷା କରିଥିଲେ। ଚିହ୍ନିବାରେ ଟିକେ ବି ଅସୁବିଧା ହୋଇ ନଥିଲା ଯଦିଓ ବହୁତ ବହୁତ ଦିନର ବ୍ୟବଧାନ ଥିଲା। ଆମ ଦେହରେ କଅଁଳିଆ ସକାଳ ଖରା ନ ଥିଲା।ଏବେତ ମଧ୍ୟାହ୍ନର ଡହ ଡହ ମୁଣ୍ଡଫଟା ଖରାରେ ଚାଲୁଛି ବୟସ । ଆଉ କେତୁଟା ଦିନ ପରେ କ୍ଲାନ୍ତ ଅପରାହ୍ନ ଆସିବ ବୋଲି ବାତିନି ଦେଇ ସାରିଲାଣି। ପଶ୍ଚିମ ଆକାଶକୁ ବୟସ ସୂର୍ଯ୍ୟ ଢଳିବେ ଏଥର । କିଏ ଜାଣେ କେତେ ଜଣ ଦିଗବଳୟ ଛୁଇଁବେ? ପୁଣି ସଞ୍ଜ ଘଣ୍ଟା ବାଜି ଅନ୍ଧାର ଆସିବ ନିଃଶବ୍ଦେ ।

    

କୋଳାକୋଳି ଆଦାନ ପ୍ରଦାନରେ ବିତି ଗଲା ପାଞ୍ଚମିନିଟ। ଆତିଥେୟତାରେ ପୋତି ପକାଉଥିଲା ଦୀପ୍ତି। ତା ପୁଅ ଚିକୁଟି ଭାରି ଅମାୟିକ। ସରଳ, ମଧୁର। ଖାଲି ମୋତେ କହୁଥିଲେ ଖାଆ ଖାଆ।

       

କିନ୍ତୁ ସେମାନେ ଜାଣି ନଥିଲେ ପେଟରେ ନୁହେଁ ମୋ ମନରେ ଥିଲା ଅନେକ ଯୁଗର ଭୋକ; ସେମାନଙ୍କୁ ଦେଖିବାର ,ଛୁଇଁବାର,ହୃଦୟକୁ ବାଣ୍ଟିବାର ବିକଳିଆ ଭୋକ। ସେଇତକ ହେବା ପରେପରେ ଏ ବୋକି ଝିଅଟିର ପେଟର ଭୋକ କଣ ଆଉ ଥିଲା ? ଆଉ କି ଭୋକ!!ପେଟ ଭୋକ ଅପେକ୍ଷା ମନର ଭୋକ ବେଶୀ ମାରାତ୍ମକ; ନାଇଁ ?କ୍ଷଣିକେ ଉଛନ୍ନ କରିଦିଏ ମଣିଷକୁ ।

       

ରାତି ବଢ଼ୁଥିଲା ପୂର୍ଣ୍ଣ ଯୌବନପ୍ରାପ୍ତ ଷୋଡ଼ଶୀ ପରି। ତରବରରେ ଦୀପ୍ତି,ଗାୟତ୍ରୀ,ସହ ସୁଜିତ ଘର ଅଭିମୁଖେ ଯାତ୍ରା କଲୁ ଆମେ ; ମୋ ମିଷ୍ଟର ,ଚିକୁ,ଗାୟତ୍ରୀ ଓ ଦୀପ୍ତି। ସୁଜିତ ଅପେକ୍ଷା ତା ମିସେସ୍ କୁ ଦେଖା କରିବାର ଅଦମ୍ୟ ଅଭିଳାଷ ଟିଏ ଭିତରେ ଥିଲା ମୋର।

       

ସେଠି ବି ଘର ପାଇବାରେ ସୂର୍ଯ୍ୟବିହାର ନିଶାମଣି ହଲ ପାଖ ଘର ଖୋଜୁ ଖୋଜୁ ଭୁଲ୍ ଗଳିରେ ପହଞ୍ଚି ଗଲୁ।ଆମକୁ ବାଟ କଢାଇ ନେଉଥିବା ଦୀପ୍ତି ଗାଡି ଚଳାଉଥିଲା ବୋଧେ ଶହେ ସ୍ପୀଡରେ। ଆମେ ତାକୁ ଫଲୋ କରି ପାରୁ ନଥିଲୁ। ଆରେ ବାବାରେ !ଏ ସହରୀ ଲେଡି ବାର୍ଡ ଏମିତି ଉଡନ୍ତି ରାତି ଆକାଶରେ !

     

ଶେଷରେ ପାଖପାଖି ସନ୍ଧ୍ୟା ସାତଟା ଚାଳିଶ ପରେ ପହଞ୍ଚିଲୁ ସୁଜିତ ଘରେ।।ସୁଜିତ ଘରେ ସଜାଇ ରଖିବା ସାଇତି ରଖିବା କଳାଟି ମୋତେ ମୁଗ୍ଧ କଲା।।ଛୋଟ ସଂଗ୍ରହାଳୟଟିଏ ସତେ ଅବା ଖୋଲିଛନ୍ତି।।ବିଲୁପ୍ତ ହେବାକୁ ଯାଉଥିବା ଆମ ଅତୀତ ସଂସ୍କୃତି ହସୁଥିଲା ତାଙ୍କ ଘରେ।।ଜମିଦାରୀ ବାଡ଼ି ,ଜମିଦାରୀ ଫୋନ,ଖାନଦାନୀ ଲଣ୍ଠନ, କଳ ଗାଉଣା,ଆଗକାଳ ସାଇକେଲ,ବିଭିନ୍ନ ପୁରାତନ ବାଦ୍ୟ ଯନ୍ତ୍ର , ବଂଶୀ ସମେତ,ଆହୁରି କେତେ କଣ କଳାକୃତି ଆଦରେ ରହିଥିଲେ ତାଙ୍କ ଘରେ ସେବା ଶୁଶ୍ରୁଷା ପାଇ।।

     

ତାଙ୍କ ଘରର ସାଜସଜା କହୁଥିଲା ଏମାନଙ୍କ ପୂର୍ବଜ ଖାନଦାନୀ ଜମିଦାରୀ ଥିଲେ।।ଘର ଠାରୁ ଆହୁରି ଚମତ୍କାର ଥିଲେ ଘରର ମଣିଷ ମାନେ ଭାରୀ ସେହ୍ନି ସେହ୍ନି।। 'ବବି' ସୁଜିତ ମିସେସ୍ ମୋ ନୂଆବାନ୍ଧବୀ

ସତ ସତିକା ଗୋଟେ ବବି ଡଲ୍ ଥିଲା।।'ରୁବି' ସୁଜିତ ସାନ ଭାଇର ମିସେସ୍ ମୋ ଗୋଡ଼ଠାରୁ ମୁଣ୍ଡ ଯାଏ କେବଳ ବଲବଲ କରି ଚାହୁଁଥିଲେ।।ଏବଂ ଭାବୁ

ଥିଲେ ଇଏ ସେଇ ମେଞ୍ଚେଡି!!ଯାହାକୁ ଦେଖିବା ପାଇଁ ଏତେ ପାଗଲାମୀ!!ଚା,ଆତିଥେୟତା ଭିତରେ ଘଣ୍ଟା କହୁଥିଲା ଆଠ ହେଲା ଆଠ ହେଲା।।

      

ଆମେ ତର ବର ହେଉଥିଲୁ ଘଣ୍ଟାର ତାଗିଦା ଆଠ ହେବା କଥା ଶୁଣି। ରାତି ଆଠଟା ବାଜିବ ଯେ??ଆମେ ବାଇକ୍ ରେ ଜଗତତସିଂପୁର ଫେରିବୁ।।ମୋ ପାଇଁ କିନ୍ତୁ ଗୋଟେ ବଡ଼ ସର୍ପ୍ରାଇଜ ଅପେକ୍ଷା କରି ଥିଲା।

     

ସୁଜିତ କହିଲା ଆଉ ଟିକେ ଅପେକ୍ଷା କର ଜଣେ ମହତରମା ତୋତେ ଦେଖା କରିବାକୁ ଆସୁଛନ୍ତି,

ଯଦିଓ ତାର ଚିନ୍ତା ଥିଲା କି ଆମେ ଏତେ ଦୂର ଫେରି

ବାର ଅଛି ସେ ପୁଣି ବାଇକିରେ।।

    

ଗେସ୍ କଲି କିଏ ହେଇ ଥାଇ ପାରେ ;ଆହୁତି!!,

ପରବିନ୍!!ନା ଝରଣା!!!କାରଣ ଏମାନେ ମୋ ବେଷ୍ଟ ତାଲିକା ଅନ୍ତର୍ଭୂକ୍ତ।।

     

ସମୟ ଗଡି ଯାଉଥିଲା।।ରାତି ଗାଢ଼ରୁ ଗାଢ଼

ତର।।ସୁଜିତ କହୁ ନଥିଲା ଆସୁଥିବା ବନ୍ଧୁର ନାଁ।।ରହସ୍ୟ ଉତ୍ସୁକତାକୁ ବଢ଼ାଏ।।ବଢି ଯାଉଥିଲା

ମନର ଆବେଗ।।କିଏ !!କିଏ ହେଇ ଥାଇ ପାରେ?

   

ଅଧିକ ଡେରି ହେବାରୁ ଅପେକ୍ଷା ନକରି ଯିବାକୁ ବାହାରିଲି ଦୁଃଖ ମନରେ ସମସ୍ତଙ୍କଠାରୁ ବିଦାୟ ନେଇ।।ମାତ୍ର ଶିଡିର ଶେଷ ପାହାଚରେ ଅପେକ୍ଷା କରିଥିଲା ମୋ ସର୍ପ୍ରାଇଜ୍।। ଆସୁଥିଲା କେହି ଜଣେ ଧାଇଁ ଧାଇଁ।।ସେ ପାଦ ପକାଉଥିଲା ଶିଡି ପ୍ରଥମ ପାହାଚରେ ଉପରକୁ ଯିବା ନେଇ ମୁଁ ଆସୁଥିଲି ତଳ ପାହାଚକୁ ଛୁଇଁବାକୁ ଫେରିବି ବୋଲି।।।            

ଦୀପ୍ତି,ଆହୁତି,ବବି,ରୁବି,ସମସ୍ତେ ବିଦାୟ ଦେବାକୁ ତଳେ ରୁଣ୍ଡ।। ସତେକି ଝିଅ ବିଦା କରିବେ।ମୁଁ ଶେଷ ପାହାଚ ଛୁଉଁ ଛୁଉଁ ଲୁଚିକି ଥିବା କେହି ଜଣେ ମୋତେ ଆଦି ମାଡି ବସିଲା।। ଓ ମାଇଁ ଗଡ଼ ! ଝରଣା! ତୁ ଭୁବନେଶ୍ୱରରୁ ଆସି ଯାଇଛୁ !!

     

ଭାଷା କାହିଁ!ସେ ମୁହୂର୍ତ୍ତକୁ ବର୍ଣ୍ଣନା କରିବାରେ?ମୋ ହୃଦୟ ହିଁ କହିବ,ବୁଝିବ ସେ ଅଚାନକ୍ ଚମକେଇ ଦେବା ସମୟର ଆବେଗକୁ।।ଝରଣା ମୋତେ ଧରିଥିଲା ଜାବୁଡି,ମୁଁ ଗୋଟା ପଣେ ଗାଧାଉଥିଲି ଖୁସି ଝରଣାରେ ଡୁବା ମାରି।।

     

ସେଦିନ ରାତିର "ଦୁଇଘଣ୍ଟା "ମୋତେ ଆଣି ଦେଇଛି ଅସୁମାରୀ ଆନନ୍ଦ,ଅବ୍ୟକ୍ତ ଖୁସି,ଅଜସ୍ର ପୁଲକ।।ଅଧିକ ଟିକେ ସମୟ ହୋଇ ଥିଲେ ଉପଭୋଗ କରି ହୋଇ

ଥାନ୍ତା ଏଇ ଦୁର୍ଲ୍ଲଭ ନିରୋଳା ମୁହୂର୍ତ୍ତର ସ୍ୱାଦ।।

   

ଅବଶୋଷ ରହିଗଲା ଆହୁତି,ପର୍ ବିନ,ସଂଯୁକ୍ତା

,ପ୍ରଣୟିନୀ,ନନ୍ଦିନି,ମାମୁନି,ଅମୀୟ ଅନ୍ୟ କଟକ ଲୋକାଲ୍ ବନ୍ଧୁଙ୍କୁ ଦେଖା ନ କରି ପାରିବାର।।

      

ଆଶା କିନ୍ତୁ---କେବେ ନା କେବେ ମୋର ଅନ୍ୟ ସମସ୍ତ ବନ୍ଧୁଙ୍କ ସହ ଦିନେ ନା ଦିନେ ଦେଖା ହେବ ଏମିତି ହଠାତ୍। ମୋ ବନ୍ଧୁ ମାନଙ୍କ ଦେଖା,କୋଳାକୋଳି

,ଆଲିଙ୍ଗନ ମୋତେ ଘୋଡାଇ ଦେଉଥିଲା ଆତ୍ମୀୟତାର ଚାଦର ଓ ଆନ୍ତରିକତାର ଉତ୍ତରୀ। ମୁଁ ଫେରିଆସୁଥିଲି

ବହଳେ ବନ୍ଧୁତା ପ୍ରେମ ଧନରେ ପୂର୍ଣ୍ଣ କରି ମୋ ମନ ଘର ।



Rate this content
Log in

Similar oriya story from Inspirational