Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

suchitra pradhan

Inspirational Others

3.5  

suchitra pradhan

Inspirational Others

ଦୁହିତା

ଦୁହିତା

3 mins
11.8K



ଟେବୁଲ ଉପରେ ଥିବା ଫୋଟୋ ଫ୍ରେମକୁ ଦେଖି ତୁମ ଝିଅ କୁହୁ ଆଜି ମୋତେ ବହୁତ କିଛି ପ୍ରଶ୍ନ କରୁଛି।କିନ୍ତୁ ମୁଁ ନିରୁତ୍ତର ଆଉ ଏଥିପାଇଁ ସୁମିତ କେବଳ ତୁମେ ହିଁ ଦାୟୀ।କୁହୁର ସେହି ସବୁ ପ୍ରଶ୍ନ,ମାମା ଫୋଟରେ ଗୋଟେ ହାତ ମୋର ଆଉ ଗୋଟେ ତ ତମର ଆଉ ସେହି ହାତଟା ପାପାଙ୍କର ନା?ପାପା କୁଆଡେ ଗଲେ ମାମା?ପାପା କଣ ପାଇଁ ମୋତେ ଦେଖାକରିବାକୁ ଆସୁନାହାନ୍ତି?ସ୍କୁଲରେ ପେରେଣ୍ଟସ ମିଟିଙ୍ଗରେ ସମସ୍ତଙ୍କ ପାପା ମାମା ଆସନ୍ତି।କେବେଳ ମୋର ହିଁ ମାମା।କାହିଁକି ମାମା?ମୁଁ ଆଉ ସ୍କୁଲ ଯିବିନି।ସବୁ ସାଙ୍ଗମାନେ ମତେ ଚିଡ଼ାନ୍ତି।ମୁଁ କୁଆଡେ ବେଡ଼ ଗାର୍ଲ ଆଉ ସେଥିପାଇଁ ପାପା ମତେ ଛାଡି ଚାଲିଗଲେ।ତୁମେ କୁହନା ମାମା କଣ ସତରେ ମୁଁ ବେଡ଼ ଗାର୍ଲ??ମୁଁ ତ ତୁମର ସବୁ ମାନେନା ମାମା।ସବୁ ହୋମ୍ବୱାର୍କ କରିଦିଏ । ଖାଇବାରେ ତ ବିଲକୁଲ ଜିଦି କରେ ନାହିଁ।ତମେ ମତେ କୁହ ମୁଁ କୁଆଡେ ତମ ସୁନା କୁହୁ ପୁଣି ମୁଁ କେମିତି ବେଡ଼ ହେଲି।ମାମା, ତମେ ପାପାଙ୍କୁ ପଚାର କଣ କଲେ ମୁଁ ଗୁଡ଼ ଗାର୍ଲ ହେବି?ପାପା ଯାହା କହିବେ ମୁଁ କରିବି।ହେଲେ ତମେ ପାପାଙ୍କୁ କୁହ ଯେ ସେ ଆସି ଆମ ପାଖରେ ରହିବେ।ପାପାଙ୍କୁ କୁହ ଆମେରିକାରୁ ଫେରିଆସିବେ ମତେ କିଛି ଦରକାର ନାହିଁ। କଣ ଉତ୍ତର ଦେବି ମୁଁ ସୁମିତ?ତୁମ ଝିଅ ପଚାରିଥିବା ପ୍ରଶ୍ନର?କୁହୁ ବଡ ହେବା ସହ ତମକୁ ଦେଖା କରିବାର ଜିଦ ବି ବଢି ଚାଲିଛି।କଣ କହିବି ତାକୁ?ତୁମ ଘର ଲୋକ ଶିକ୍ଷିତ ହୋଇ ମଧ୍ୟ ମୁର୍ଖ।


    ସୁମିତ ତୁମେ ସିନା ମତେ ଅଧା ରାସ୍ତାରେ ଛାଡି ଦେଇ ଚାଲିଗଲା।ହେଲେ ଆଜି ବି କୁହୁ ତୁମର ଫେରିବା ରାସ୍ତାକୁ ହିଁ ଅପେକ୍ଷା କରିଛି।ସେ ଦିନ ହୋମ ନିଆଁ ରେ ଅଗ୍ନିକୁ ସାକ୍ଷୀ ରଖି ମୋ ସହ ସାତ ଜନ୍ମ ପର୍ଯ୍ୟନ୍ତ ରହିବ ବୋଲି କଥା ଦେଇ ଆଜି ଜୀବନର ଦୋ ଛକିରେ ଛାଡି ଦେଇ ଚାଲିଗଲ।ସାତ ଜନ୍ମତ ଦୂରର କଥା ଏ ଜନ୍ମଟା ବି ମୋ ସହ ରହିଲନି।ନା ମୁଁ ଆଗକୁ ବଢି ପାରିଥିଲି ନା ପଛକୁ ଫେରିପାରିଥିଲି।ପଛକୁ ଫେରିବାର ତ ସବୁ ରାସ୍ତା ମୋର ବନ୍ଦ ଥିଲା।ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ ଥିଲି।ଯେବେ ନଜକୁ ଜାଣିଲି ମୁଁ ଥିଲି ଗୋଟେ ଅନାଥ ଆଶ୍ରମରେ।ସୁମିତ ତମେ କଥା ଦେଇଥିଲ ମତେ କେବେ ନିଜଠୁ ଅଲଗା କରିବନି।ସବୁବେଳେ ଖୁସିରେ ରଖିବ।କୁଆଡେ ଗଲା ସେ ସବୁ??ତମର ସବୁ କଥା ପାଣିର ଗାର ହେଇଯିବ ବୋଲି ମୁଁ କେବେ ଭାବିନଥିଲି।ଆଜି ବି ସେଦିନ ମନେ ଅଛି ମୋର।

 ବାହାଘରର ବହୁ ଦିନ ଯାଏଁ ଆମେ ଯେବେ ପେରେଣ୍ଟସ ହୋଇପାରିନଥିଲେ।ତମେ ବହୁତ ମନ ଦୁଃଖ କରିଥିଲ।ବହୁତ ଡକ୍ଟର ଚେକଅପ ପରେ ମୁଁ ଯେବେ ପ୍ରେଗନେଣ୍ଟ ହେଲି।ବୋଧେ ସେ ଦିନ ଥିଲା ମୋ ଜୀବନର ସବୁଠାରୁ ଖୁସିର ଦିନ।ତୁମ ପରିବାର ଲୋକ ବି ବହୁତ ଖୁସି ଥିଲେ।ମତେ ଲାଗୁଥିଲା ମୁଁ ସ୍ୱପ୍ନ ଦେଖୁଛି ନା ମୋ ସହିତ ବାସ୍ତବରେ ଏ ସବୁ ଘଟୁଛି।ସମସ୍ତଙ୍କର ଏତେ ଭଲ ପାଇବା ଦେଖି ମୁଁ ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲି।କାରଣ ଯେବେ ଏ ଘରକୁ ବୋହୁ ଆସିଥିଲି।କାହା ମନରେ ଖୁସି ନଥିଲା।ତମ ଘର ଲୋକଙ୍କୁ ଧନୀ ଘରର ଝିଅ ତା ସହିତ ଟଙ୍କା ପଇସା ବି ଦରକାର ଥିଲା କିନ୍ତୁ ସୁମିତ ତୁମ ଖୁସି ପାଇଁ ବୋଧେ ସେମାନେ ମତେ ବାଧ୍ୟ ହୋଇ ଗ୍ରହଣ କରିଥିଲେ।ଏତେ ଚାକର ଥାଇ ବି ବୋଉ ସବୁବେଳେ ଘର ର ସବୁ କାମ ମୁଁ ହିଁ କରିଥିଲି।


ହଠାତ ସମସ୍ତଙ୍କ ମନ ଭିତରେ ଏତେ ପରିବର୍ତ୍ତନ ଦେଖି ମୁଁ ବହୁତ ଖୁସି ଥିଲି।ଏତେ ଖୁସି ଥିଲି ଯେ ଖୁସିରେ ମୋ ପାଦ ତଳେ ଲାଗୁନଥିଲା।ପାଣି ଗ୍ଲାସ ପାଇଁ ତୁମ ଘରେ ଲୋକମତେ ଉଠେଇବାକୁ ମନା କରୁଥିଲେ।କାରଣ ବହୁତ ଦିନ ପରେ ଘରକୁ ଖୁସି ଖବର ଆସିଥିଲା କିନ୍ତୁ ମୁଁ କଣ ବା ଜାଣିଥିଲି ସେ ଖୁସି କ୍ଷଣକ ପାଇଁ ଆସିଛି।ସବୁ ଖୁସି ପାଣି ଫୋଟୋକା ପରି ଫାଟିଗଲା।ସତେ ଯେମିତି ମୋ ଖୁସିରେ କାହାର ନଜର ଲାଗିଗଲା।ଯେଉଁ ଦିନ ବାପା ବୋଉଙ୍କ ମୁହଁରୁ ଶୁଣିଲି ସେମାନେ ମୋଠୁ ପୁଅ ଆଶା ରଖିଛନ୍ତି।ତୁମ ଵଂଶ ଆଗକୁ ବଢ଼ାଇବା ପାଇଁ ନାତି ଦରକାର।ମୁଁ ବୋଉଙ୍କୁ କହିଲି ବୋଉ,ଆଜି କାଲି ପୁଅ, ଝିଅ ସବୁ ସମାନ।ଝିଅମାନେ ବି ପୁଅ ପରି ସବୁ କାମ କରୁଛନ୍ତି।ପୁଣି ପୁଅ ଝିଅ ରେ ଫରକ କଣ ପାଇଁ??ମୋ କଥା ଶୁଣି ବୋଉ କହିଥିଲେ ପୁଅ ଟା ପୁଅ ଆଉ ଝିଅଟା ଝିଅ।ମୁଁ କଣ ବା ଉତ୍ତର ଦେଇଥାନ୍ତି?ମୋର ଇସୁ ଡେଟ ଯେତିକି ପାଖକୁ ଆସୁଥିଲା ଡର ବି ସେତିକି ବଢୁ ଥିଲା।ଶେଷରେ ମୋର ଝିଅ ହେଲା।ମୁଁ ତ ଖୁସି ଥିଲି କିନ୍ତୁ ତୁମ ଆଖିରେ ସେ ଖୁସି ମୁଁ ଦେଖିପାରୁନଥିଲି।ବାବା ବୋଉଙ୍କ ଆଖିରେ ଥିଲା ଘୃଣା।ମତେ ନାତି ଦରକାର ଥିଲା ନାତୁଣୀ ନାହିଁ ଏତିକି କହି ବୋଉ ହସ୍ପିଟାଲରୁ ଚାଲିଗଲେ।ସେ ହସ୍ପିଟାଲର ରୁଲ ଅନୁସାରେ ସେମାନେ ଆମର ଗୋଟେ ଫୋଟୋ ଉଠାଇଥିଲେ।ନହେଲେ ବୋଧେ ଆମ ଫାମିଲି ଫୋଟୋ କେବେ ସମ୍ଭବ ନଥିଲା।

  

ଯେବେ ଘରକୁ ଫେରିଲି ତମର ଦ୍ୱିତୀୟ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା।ମୁଁ ତମକୁ ବହୁତ ବୁଝେଇଥିଲି ତଥାପି ତମେ ପୁଅ ପାଇଁ ଏତେ ଅନ୍ଧ ଥିଲ ଯେ ଭୁଲ ଠିକ ର ବିଚାର କରିପାରିଲନି।ଆଉ ଆମ ମା, ଝିଅକୁ ଘରୁ ବାହାର କରିଦଲ।କଣ ଦୋଷ ଥିଲା ସେ ନିରୀହ ଝିଅଟିର ଯେ ଦୁନିଆ ବିଷୟରେ କିଛି ଜାଣିବା ଆଗରୁ ବାପା ସ୍ନେହରୁ ବଞ୍ଚିତ ହେଲା।ଝିଅକୁ ଧରି ଘରୁ ଗୋଡ଼ କାଢ଼ିଲା ବେଳେ ମୁଁ କେବଳ ତମକୁ ଲକ୍ଷ୍ୟ କରୁଥିଲି କାଳେ ତମେ ଥରଟିଏ ମତେ ଡାକିବ ଆଉ ମୁଁ ସେ ଡାକରେ ଅଟକିଯିବି।ସେପରି କିଛି ହେଲାଣି।ଏ ସବୁ ତ ରିଲ ଲାଇଫରେ ହୁଏ ରିଅଲ ଲାଇଫରେ ନୁହେଁ।ସେ ସବୁ ବୋଧେ ଭୁଲି ଯାଇଥିଲି।


ଥରେ ଆସି ଦେଖ ସବ fathers dayre ସେ ତମ ପାଇଁ କେତେ ସୁନ୍ଦର କାର୍ଡ ନିଜ କୁନି କୁନି ହାତରେ ତିଆରୀ କରି ରଖିଛି।।କିନ୍ତୁ ସେ କଣ ଜାଣିଚିକି ତା ବାପା ଆଉ ଫେରିବେନି।


Rate this content
Log in

More oriya story from suchitra pradhan

Similar oriya story from Inspirational