STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଦସ୍ତଖତ

ଦସ୍ତଖତ

3 mins
301


  ବାରମ୍ବାର ଫୋନ୍ ଆସୁଥିଲା ମାୟା ଓ କାୟା ଦି ଙ୍କର।ବେଶୀ ସେ ଦୁହିଁଙ୍କ ମିଷ୍ଟର ଆମ ପାଖକୁ ଆସି ଖୁବ୍ ଅତିଷ୍ଠ କରୁଥିଲେ ।


    କିଛି ଗୋଟେ ସିଦ୍ଧାନ୍ତ ନେ ସିୟା କହୁଥିଲେ ମୋ ଭିଣୋଇ ଭାଇ ପିୟୁଷ ଓ ଅତନୁ।


ସିଦ୍ଧାନ୍ତ ! କି ସିଦ୍ଧାନ୍ତ ନେବି ! 


      ତୋ ଉପରେ ତ ସବୁ ନିର୍ଭର କରୁଛି।ତୁ ମନ ଦେଉ ନାହିଁ ବୋଲି ଆମେ କୌଣସି ପଦକ୍ଷେପ ନେଇ ପାରୁ ନାହୁଁ।


      ଦେଖ ମୋତେ ଛାଡ଼ି ତୁମେ ଯାହା କରିବାର କର। ମୋ କୌଣସି ଆଗ୍ରହ ନାହିଁ ତୁମ ମାନଙ୍କ କଥାରେ। ଅଯଥା ନିଜେ ଟେନ୍ ସନ୍ ହୋଇ ମୋତେ ବି କରୁଛ ।


    ବାସ୍ ! ଏଇଥିପାଇଁ ତ ଦୟାଭାଇ ଓ ବାୟା ସବୁ ଫାଇଦା ଉଠାଉଛନ୍ତି । ମନମାନୀ କରୁଛନ୍ତି। ଦେଖିଛୁ ସମସ୍ତ ଦୋକାନ ଏବଂ ରୁମ୍ ଗୁଡିକରୁ  ମାୟା, କାୟା, ସିୟା ଲେଖା ଥିବା ନାମ ଫଳକ ହଟା ହୋଇ ନୂଆ ନାଁ ଟିନା ଓ ସୋନୁ ଲେଖା ହେଲାଣି। 


    ହେଉ । ଆମେ ଶାଶୁ ଘର ଆସିଲା ପରେ ତୁମେମାନେ ଆମକୁ ପ୍ରାଧାନ୍ୟ ଦେଉନ କି ! ଦୟା ଓ ବାୟା ଭାଇ ସେଇଆ ତ କରୁଛନ୍ତି।ନୂଆ କଣ ? 


ତା ବୋଲି ଆମ ନାଁ କାଟି ଅସ୍ତିତ୍ୱ ଲିଭାଇବାକୁ ଚାହିଁବେ !


    ତୁମ ମିସେସ୍ ମାନଙ୍କ ବାପଘରେ ତୁମ ମାନଙ୍କ ଅସ୍ତିତ୍ୱ ଖୋଜିବା କେଡେ ବୋକାମୀ କହିଲେ ? ନିଜକୁ ନିଜ ଘରେ, କାମରେ ଖୋଜିଲେ ସିନା ସୁନ୍ଦର । କୁହତ ଈଶ୍ୱର ଆମକୁ କେଉଁଥିରେ ଅଭାବରେ ରଖିଛନ୍ତି ? କାହିଁକି ପଡିଛ ସେମାନଙ୍କ ପଛରେ ?


    ତୁ ହିମାଳୟ ଯା ସିୟା । ସାଧୁ ସନ୍ୟାସିନୀ ହେବୁ।ଆମେ କିନ୍ତୁ ସଂସାରୀ । ଆମ ମିସେସ୍ ମାନଙ୍କ ନାଁ ରେ ଥିବା ମଲ୍ ଦୋକାନ ଆୟ ବ୍ୟୟ ଆମର ଜାଣିବା ଉଚିତ କି ନୁହେଁ ?ଥରେ ହେଲେ କହିବେ ନାହିଁ ଲାଭ କ୍ଷତିର ହିସାବ ? ହଁ ଆମର ଅଭାବ ନାହିଁ।କିନ୍ତୁ ଆମେ କଣ ଦୟା ଭାଇ କି ବାୟା ଅଧିକାର ଛଡେଇ ଆଣିବାକୁ କହୁଛୁ ? ଆମେ ଆମ ଅଧିକାର ହିସାବ ନେବାକୁ ଚାହୁଁଛୁ । ମୋର ବାହା ଘର ଏଗାର ବର୍ଷ ହେଲାଣି । ମାୟାର ଆଠ ଆଉ ତୋର ଚାରି। କହ ଏତେ ବର୍ଷ ଭିତରେ ତୋ ଭାଇ ମାନେ କେବେ ଦେଇଛନ୍ତି ତୁମ ନାଁ ରେ ଥିବା ଦୋକାନ ହିସାବ ? ସହର ଛାତିରେ ଆମ ଶଶୁର ବିଧୁ ଭୂଷଣଙ୍କର ବିରାଟ ମଲ୍। କୋଟି କୋଟି ଟଙ୍କାର କାରବାର । କାହିଁକି ଦେବେନି ହିସାବ ସେମାନେ ? ଘରେ ତିନି ଝିଅଙ୍କ ପାଇଁ ସେ ଗୋଟିଏ ଗୋଟିଏ ସୁଟ୍ କରି ଦେଇ ଯାଇଛନ୍ତି।ଯେଉଁ ପିଲା ଯେତେବେଳେ ଘରକୁ ଆସିବ ସେ ଯେମିତି ସ୍ୱାଧୀନ ଭାବେ ରହି ପାରିବେ ବୋଲି।ବଖୁରେ ବେଡ୍ ରୁମ୍ ସହ ୱାସ୍ ରୁମ୍ ଓ ରୋଷେଇ ଘର ସଂଯୁକ୍ତ ହୋଇ ଅଛି ।ଏବେ କିନ୍ତୁ ଗଲେ ଗେଷ୍ଟ ରୁମ୍ ଆମ ପାଇଁ ! ଆମ ରୁମ୍ ତାଙ୍କ ଶାଶୁଘର ଲୋକଙ୍କ ଆଡ୍ଡା ସ୍ଥଳୀ ! ଏସବୁ ତୁ ସହି ପାରୁ କିନ୍ତୁ ଆମେ ନୋହୁଁ।


    ଭାଇ ! ମୁଁ ଶାଶୁଘରକୁ ଆସିଲା ପରଠାରୁ ଏଠାର ପ୍ରତି ଦ୍ରବ୍ୟରେ ମୋ ଅଧିକାର ଜାହିର କରୁଛି। ମୋ ଭାଉଜ ମାନେ ଆମ ଘରେ ସେମିତି କଲେ ଅସୁବିଧା କେଉଁଠି ?


   ସିୟା! ସେମାନଙ୍କ ଅଧିକାର ସେମାନେ ଭୋଗ କରନ୍ତୁ କିଏ ମନା କଲା କିନ୍ତୁ ତୁମ ତିନି ଝିଅଙ୍କ ନାଁ ରେ ଥିବା ସମ୍ପତ୍ତି ଉପରେ ସେମାନେ କବ୍ଜା କରିବେ କାହିଁକି ?


   ଦେଖନ୍ତୁ ତୁମର ଯାହା ଇଚ୍ଛା ସେଇଆ କର। ମୋତେ ସେ ଗୋଳି ପାଣିରେ ପୁରାଅ ନାହିଁ ପ୍ଲିଜ଼।


   ତାହେଲେ ତୁ ଜଣେ ନ୍ୟାୟାଧୀଶ ହେବା ବେକାର ସିୟା।ଛାଡି ଦେ ସେ ଗାଦି । ନିଜ ଘର ଲୋକଙ୍କୁ ଯେ ନ୍ୟାୟ ଦେଇ ପାରୁନାହିଁ ସେ ଜନ ସାଧାରଣକୁ କଣ ଦେବ ! ତୁ କଣ ଜାଣିନୁ ତୋ ଦସ୍ତଖତ ବିନା ଆମେ କେସ୍ କରି ପାରିବୁ ନାହିଁ ! ତିନି ଝିଅଙ୍କ ସହମତି କ୍ରମେ ସିନା ଆମେ ଦୟା ଓ ବାୟା ଭାଇଙ୍କ ବିରୁଦ୍ଧରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ପାରିବା ।


  ଏଇଧରନ୍ତୁ କେସ୍ ହେଲା ଏବଂ ଆମ ତିନି ଭଉଣୀଙ୍କୁ ବାପା କରିଥିବା ସମ୍ପତ୍ତିର ମାଲିକାନା ସତ୍ତ୍ୱ ମିଳିଗଲା। ତାପରେ କଣ କରିବ !


     ସମସ୍ତ ସମ୍ପତ୍ତି କୌଣସି ଚାରିଟେବୁଲ ଟ୍ରଷ୍ଟକୁ ହସ୍ତାନ୍ତର କରିଦେବୁ ।


ଏଥିରେ ତୁମର ଲାଭ !


  ଲାଭ ତ ଅନେକ ।ସମାଜର ଅବହେଳିତ କିଛି ମଣିଷଙ୍କ କାମରେ ଆସିବ ଆମ ଅର୍ଥ ।


   ଏବେ ତ ସେଇ ଅର୍ଥ କିଛି ଅବହେଳିତଙ୍କ କାମରେ ଆସୁଛି। ଦୟା ଓ ବାୟା ଭାଇଙ୍କ ଶଶୁର ଘର ଚଳିବାପକ୍ଷ ଅତ୍ୟନ୍ତ ଖରାପ।ସେଇ ଅଭାବୀ ଲୋକମାନେ ଆମ ସମ୍ପତ୍ତିରେ ଖୁସିରେ ଚଳି ଯାଉଛନ୍ତି । ତୁମ ଲକ୍ଷ୍ୟ ଏଠି ବି ସାଧିତ ହେଉଛି ତ ରାଗୁଛ କାହିଁକି ?


   ଜଣେ ନ୍ୟାୟାଧୀଶ ହିସାବରେ ଏତିକି କହିବ ସାମାନ୍ୟ ଅର୍ଥ ଲୋଭରେ ଆମ ସୁନ୍ଦର ଭାଇ ଭଉଣୀ ସମ୍ପର୍କର ସମାଧି ଦିଆ ନ ଯାଉ । ସମସ୍ତେ ଆମେ ଭଲ ଭଲ ପୋଷ୍ଟରେ ଅଛନ୍ତି।କୁହନ୍ତୁ ଆମ ଭିତରୁ କିଏ ଅଫିସ ଛାଡି ବେପାର କରି ପାରିବେ ? ମାୟା ଦି ତୁ କଣ ତୋ ବ୍ୟାଙ୍କ ଜବ୍ ରୁ ଫୁରୁସତ ପାଇଁ ଯାଇ ତୋ ଡ୍ରେସ ଦୋକାନ ସମ୍ଭାଳି ପାରିବୁ ? କାୟା ଦି ତୁ କଣ ତୋ ଥାନା ଡିୟୁଟି ଛାଡି ତୋ ନାମରେ ଥିବା ମାର୍ବଲ ଦୋକାନ ଦେଖା ରଖା କରି ପାରିବୁ ?କୋର୍ଟ ଛାଡି ମୋର ତ ଆଦୋୖ ମୋ ନାମରେ ଥିବା ମେଡ଼ିସିନ୍ ଷ୍ଟୋର କଥା ବୁଝିବାକୁ ସମୟ ନାହିଁ। ଆମେ ଝିଅ ତିନୋଟି ପାଠ ଶାଠ ପଢି ଭଲ ଜବ୍ ରେ ରହିଲେ।ଭାଇ ଦିଟା ବାନା ବାତେରା ହୋଇ ନିଜ ଜୀବନ ନଷ୍ଟ କରିଦେଲେ । ଏବେ ସେଇ ମଲ୍ ହିଁ ସେମାନଙ୍କର ବଞ୍ଚିବାର ଏକମାତ୍ର ଉପାୟ।ସେଗୁଡ଼ିକ ତାଙ୍କଠାରୁ ଛଡେଇ ଆଣିଲେ ସେମାନେ ଚଳିବେ କେମିତି? ଆଡାମେଣ୍ଟ ଲାଇଫ ଜୀଇଁଥିବା ଦୁଃଖ କଷ୍ଟରେ କୁହ ବଞ୍ଚି ପାରିବେ ତ ?


ତାହେଲେ ତୁ ଦସ୍ତଖତ ଦେବୁନି ?


   ନା ମୁଁ ଦେବି ନା ଅନ୍ୟ ଦୁଇ ଭଉଣୀ ଦେବେ। ଆମେ ପାଞ୍ଚ ଭାଇ ଭଉଣୀ ଏକ ଥିଲୁ ଏକ ରହିବୁ ବି । ଗୋଟିଏ ମାତ୍ର ଦସ୍ତଖତ କଣ ଆମ ରକ୍ତରେ ବାଡ଼ ପକେଇ ଦେବ !


Rate this content
Log in

Similar oriya story from Inspirational