ଦଶହରା ଅନୁଭୂତି ଦଶହରା ଅନୁଭୂତି
ଦଶହରା ଅନୁଭୂତି ଦଶହରା ଅନୁଭୂତି
- ଯେତେବେଳେ ମହିଷାସୁର ତ୍ରିପୁର ବିଜୟୀ ହେବା ପାଇଁ ବ୍ରହ୍ମା ଙ୍କୁ ଆରାଧନା କରୁଥଲେ !ତାଙ୍କର କଠୋର ତପସ୍ୟା ରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ବରପ୍ରଦାନ କରିଥିଲେ!
- ଯାହାଫଳରେ ମହିଷାସୁର ତିନି ପୁର କୁ ଥର ହର କରି ଥିଲା ! ଦେବତା ଗଣ ରାକ୍ଷସ ମାନଙ୍କ ଠାରୁ ଉଦ୍ଧାର ପାଇଁ ମାତା ଦୁର୍ଗା ଙ୍କର ଆଶ୍ରୟ ନେଇଥିଲେ !
- ଏହି ଦଶହରା ଦିନ ମାତା ଦୁର୍ଗା ମହିଷାସୁର କୁ ବଦ୍ଧ କରିଥିଲେ !ଏହା ଆଶ୍ୱିନ ମାସ ବିଜୟା ଦଶମୀ ଦିନ ଦୁର୍ଗା ପୂଜା ହୁଏ ! ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ଏହି ବିଜୟା ଦଶମୀ ଦିନ ନିଷ୍ଠୁର ରାବଣ କୁ ବଦ୍ଧ କରିଥିଲେ !ଯାହା ଫଳରେ ଧରା ପୃଷ୍ଟ ରେ ଅଶାନ୍ତି ପରିବର୍ତ୍ତେ ଶାନ୍ତି ପ୍ରତିଷ୍ଠା ଓ ଅନ୍ୟାୟ ବଦଳରେ ନ୍ୟାୟ ର ପ୍ରତିଷ୍ଠା ଲାଭ କରିଥିଲେ !ଅସତ୍ୟର ଉପରେ ସତ୍ୟର ବିଜୟ ଧ୍ବଜା ଉଡ଼ାଇଥିଲେ ! ଦଶହରା ପର୍ବ ପ୍ରତିବର୍ଷ ସାରା ଦେଶ ରେ ପାଳନ କରାଯାଏ !ବିଭିନ୍ନ ଦେଶ ବିଦେଶ ରେ ଥିବା ଲୋକମାନେ ନିଜ ନିଜ ଗ୍ରାମ କୁ ଫେରି ଆସିଥାନ୍ତି !
- ଏହି ଦଶହରା ଦିନ ସଭିଏଁ ନୂତନ ବସ୍ତ୍ର ପରିଧାନ କରି ଘରେ ମାଆ ଙ୍କୁ ପୂଜା କରନ୍ତି !ନିଜର ଗାଡି, ଘରର ବିଭିନ୍ନ ସରଞ୍ଜାମ ପୂଜା କରନ୍ତି ! ସେହିଦିନ ପୂର୍ବ ଓଡିଶା ରେ ନୂଆଖାଇ ପୂର୍ଵ ପାଳନ କରିଥାନ୍ତି ! ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇଥାନ୍ତି ଏବଂ ଆନନ୍ଦ ଉଲ୍ଲାସ ରେ ପିଠା, ଖିରି, ପୁରି କରି ଭୋଜନ କରିଥାନ୍ତି !
- ଏହା ଦ୍ୱାରା ଭାଇ ଚାରା ସୃଷ୍ଟି ହୋଇଥାଏ ଏବଂ ଯାହା ମନରେ ରାଗ, ମାନ, ଅଭିମାନ ସବୁ ଭୁଲି ଯାଇଥାନ୍ତି ! ବିଭିନ୍ନ ସ୍ଥାନ ମାନଙ୍କରେ ଦୁର୍ଗା ମାଆ ଙ୍କ ମୂର୍ତ୍ତି ପୂଜା କରାଯାଇଥାଏ ! ସେଠାରେ ମନରଞ୍ଜନ ପାଇଁ ପାଲା, ଦାଶକାଠିଆ ଓ ଦୁଆରି ନାଚ ଆଦି କରାଯାଇଥାଏ !ଦୁର୍ଗା ପୂଜା ବହୁ ଧୁମ ଧାମରେ ପାଳନ ହୋଇଥାଏ !
- କିନ୍ତୁ 2020 ମସିହା ରେ ମହାମାରୀ କରନା ଲାଗି ସେ ସବୁ ସୁବିଧା ରୁ ସମସ୍ତେ ବଞ୍ଚିତ ହୋଇଛନ୍ତି !
- ପଶୁ ବଳି ରୁ ଯିବ ମୁକ୍ତି ହୋଇଛନ୍ତି !କୋଟି କୋଟି ଟଙ୍କା ର ଖର୍ଚ୍ଚ ରୁ ଲୋକ ମାନେ ରକ୍ଷାପାଇଛନ୍ତି !
- ଏହି ବର୍ଷ ମହାମାରୀ କରୋନା ଲାଗି ସାରା ଦେଶ ରେ ଦଶହରା ଫିକା ପଡିଯାଇଛି !
