STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational

ଦୃଢ ବିଶ୍ବାସ

ଦୃଢ ବିଶ୍ବାସ

1 min
266

ଗାଁ ମାଇପିଙ୍କ ଟୁପୁରୁ ଟାପୁରୁ,ଛିଃ ଛିଃ ଭାଵ

କି ଯୁଗ କି ଯୁଗ ହେଲା ଲୋ ମାଆ,ଲାଜ ମହତ ବୋଲି କିଛି ନାହିଁ ପୁରା ଅଣ୍ଡିରି ଚଣ୍ଡୀ l ହେଇ ଦେଖୁନ ଦେଖ କିମିତି ପୋଖରୀ ହୁଡାରୁ ପାଣି କି ଡେଇଁ ପଡ଼ୁଚି ପୁଣି ଭେଣ୍ଡିଆ ଟୋକାଙ୍କ ସାଙ୍ଗେ ପହଁରା ଦେଉଛିl ହେଲେ ସବୁ ଶୁଣି ନ ଶୁଣିଲା ପରି ରେବ ସେ କଥାକୁ ଆଡ଼େଇ ଦିଏ......

ସେ ମନେ ପକାଇ ଥାଏ ତାରି ବାପା କେତେ ସଉକରେ ତାକୁ ପହଁରା ଶିଖେଇ ଥିଲେ ଆଉ ଏମିତି ଦିନେ ଛୋଟ ବେଳେ ପହଁରୁ ପହଁରୁ ବୁଡ଼ି ଗଲା ବେଳେ ବାପା ତାକୁ ଟେକି ଧରି ଥିଲେ । କିନ୍ତୁ ଭୟରେ ରେବ ବାପାଙ୍କ କାନ୍ଧ ଉପରକୁ ଉଠିଯାଇ ବସି ପଡ଼ିଲା । ଏମିତି ଅନେକ କଥାକୁ ମନେ ପକାଇ ବସି ଭାବେ ବାପା ଚାଲି ଗଲା ପରେ ସେ ଅସହାୟ । କଷ୍ଟେ ମଷ୍ଟେ ଟୁଇସନ କରି ଗାଁ କଲେଜ ଯାଏଁ ଗଲା ହେଲେ ବଡ଼ ଭଉଣୀ କଉ ଗୋଟାଏ ଟୋକା ସାଙ୍ଗେ ପଳେଇ ଗଲା ପରଠୁ ସେ ଆଉ ଲାଜରେ ପଢ଼ା ବନ୍ଦ କରିଦେଲା । ଏବେ ସେ ଘରେ କିନ୍ତୁ ଦିନେ ପାଖ ପଡୋଶୀ ଘର ଟିଭିରେ ହିମାଳୟ ପର୍ବତ ଶିଖରରେ ପାଦ ପକାଇବା ପାଇଁ ଏକ ବିଜ୍ଞାପନ ଦିଆଯାଇ ଥିବାର ନଜରକୁ ଆସିଲା ।ସେ ମାଆକୁ ସବୁ କଥା କହିଲା । ମାଆ ତା ମୁହଁକୁ ଚାହିଁ ଅନେଇଲା କଣ ଗୋଟେ କହିବା ଆଗରୁ ରେବ ତା ବିଧବା ମାଆ କୁ ଆଶ୍ୱାସନା ଦେଇ କହେ, ମାଆ ସେ ଭୂଲ ମୁଁ କରିବିନି ମୁଁ ବାପାଙ୍କ ନାଁ ରଖିବି l ଏହା କହି ଘରୁ ବାହାରି ପଡ଼ିଲାଓ ସିଧା ପହଂଚିଲା ପ୍ରତିଯୋଗିତାକେନ୍ଦ୍ର ରେ l

ଆଜି ସେ ପାହାଡ଼ ତଳେ ଠିଆ ହେଇଛି ସବୁ ପ୍ରତିଯୋଗୀଙ୍କ ଗହଣରେ ,ଭୀଷଣ ବାଧା ଲାଗୁ ଥିଲେ ଵି ସେ ସେମିତି କିଛି ଅନୁଭବ କରୁ ନ ଥିଲା ତାକୁ ଲାଗିଲା ଯେମିତିକା ତାର ବାପା କାନ୍ଧ ଉପରକୁ ଉଠୁଚି....l


Rate this content
Log in

Similar oriya story from Inspirational