padmaja pati

Abstract Others

3  

padmaja pati

Abstract Others

ଦୋ ଛକିରେ ଜୀବନର ଝଲକ

ଦୋ ଛକିରେ ଜୀବନର ଝଲକ

2 mins
349


ଅନୁ ବ୍ୟାଙ୍କରେ P.O. ଚାକିରୀ ପାଇଛି ଶୁଣି ଖୁସିରେ ବାପାଙ୍କ ଗୋଡ଼ ତଳେ ଲାଗୁ ନ ଥିଲା । ଯାହାହେଉ ଆଶା ତାଙ୍କର ପୂରଣ ହୋଇଛି । ସେ ସାମାନ୍ୟ ପିଅନ ଚାକିରୀ ଖଣ୍ଡେ ବ୍ୟାଙ୍କରେ କରି କେତେ କଷ୍ଟରେ ଝିଅକୁ ପାଠ ପଢାଇ ଥିଲେ । ଝିଅ ତାଙ୍କର ଅଫିସର ହେବ । ମନେ ମନେ ଭଗବାନଙ୍କୁ କୃତଜ୍ଞତା ଜଣାଉ ଥିଲେ ସେ । ଆଗେ ତୁଣ୍ଡ ବାଇଦ ସହସ୍ର କୋଶ ବୋଲି କୁହା ଯାଉଥିଲା । ହେଲେ ଏବେ ମୋବାଇଲରେ ଗୋଟାଏ ସେକେଣ୍ଡରେ ସବୁ ବାର୍ତ୍ତା ପୃଥିବୀ ସାରା ପ୍ରଚାର ହୋଇ ଯାଉଛି । ଆଉ ଗାଁରେ ତ ସୋରିଷ ଫୁଟିଲେ ବାସ । ଏ ଖବର ବା ଲୁଚି ଯାଆନ୍ତା କେମିତି ? ସାହି ସ୍ତ୍ରୀ ଲୋକମାନେ ଅନୁ ବୋଉକୁ ପ୍ରଶଂସା କରୁଥିଲେ ।

ସବୁ ଶୁଣି ଖୁସି ହେଉଥିଲା ଅନୁ । ଆର ମାସ ଏକ ତାରିଖରୁ ଟ୍ରେନିଂ ପାଇଁ ଯିବାକୁ ପଡିବ । ଟ୍ରେନିଂ ପରେ ପରେ ପୋଷ୍ଟିଙ୍ଗ । ବାପା ଓ ବୋଉ ଛାଡି ବାହାରକୁ ଯିବା କଥା ଚିନ୍ତା କଲା ବେଳକୁ ତାକୁ ଡର ଲାଗୁଥିଲା । ତଥାପି ମନରେ ସାହସ ବାନ୍ଧିଲା ।


ତା' ପରଦିନ ଘରେ ପହଁଚିଲେ ଶ୍ୟାମ ବାବୁ । ସେ ବାପାଙ୍କ ପିଲାଦିନର ସାଙ୍ଗ । ଉଭୟ ପରିବାର ଭିତରେ ଖୁବ ଭଲ ସମ୍ପର୍କ । ସେ ସିଧା ସଳଖ ବାପାଙ୍କୁ ତାଙ୍କ ପୁଅ ଅନିଲ ସହ ଅନୁର ବିବାହ ପ୍ରସ୍ତାବ ଦେଲେ । ଅନିଲକୁ ଜୋଇଁ ଭାବେ ପାଇବେ ଶୁଣି ବାପା ଓ ବୋଉ ଭାରି ଖୁସି ହେଲେ । ତଥାପି ଅନୁର ମତାମତ ଲୋଡ଼ିଲେ । ଅନିଲ ପାଖ ସହରରେ ଡାକ୍ତର । କାମ ପଡିଲେ ଘରକୁ ଆସନ୍ତି । ସେ ଅନୁଠାରୁ ଚାରି ବର୍ଷ ବଡ଼ ହେବେ । ତେଣୁ ତାଙ୍କ ସହିତ ଅନୁ ଏତେ ମିଶି ପାରି ନ ଥିଲା । ହେଲେ ବାପା ଓ ବୋଉଙ୍କ ଆଗ୍ରହ ଦେଖି ସେ ହଁ କରିଦେଲା ।


ଚାକିରୀରେ ଯୋଗ ଦେବାର ମାସକ ପରେ ତା'ର ବାହାଘର ହୋଇଗଲା । କର୍ମ କ୍ଷେତ୍ର ନୂଆ ଓ ତା ' ସହ ଶାଶୁ ଘର । ଭାରି ବ୍ୟସ୍ତ ଲାଗୁଥିଲା ତାକୁ । ବ୍ୟାଙ୍କ କାମ ସରୁ ସରୁ ପ୍ରତିଦିନ ରାତି ଦଶଟା । ସକାଳ ଦଶଟାରୁ ରାତି ଦଶଟା ପର୍ଯ୍ୟନ୍ତ କାମ । ମାସ ଦୁଇଟା ପୂରିନି । ବୋଉ ମଝିରେ ମଝିରେ ଫୋନ କରି ନିଜ ଦେହର ଯତ୍ନ ନେବାକୁ କହୁଛି । ଶାଶୁ, ଶ୍ୱଶୁର ତା ' ପାଖରେ । ଖୁବ ଯତ୍ନ ନେଉଛନ୍ତି ତା'ର । ବାପା ପ୍ରାୟ ଫୋନ କରି ତା'ର ଭଲ ମନ୍ଦ ବୁଝୁଛନ୍ତି । ହେଲେ କାହିଁକି ସେ ଖୁସି ହୋଇ ପାରୁନି ?


ଅନିଲଙ୍କୁ ସେ କେବେ ଫୋନ କରେ ନାହିଁ । ସେ ଫୋନ କଲେ ପଦେ ଅଧେ କଥାବାର୍ତ୍ତା । ଚାରି ଦିନ ତଳେ ଅନିଲ ଫୋନ କରି କହୁଥିଲେ, "ଅନୁ, ଆମର କିଛି ଅଭାବ ନାହିଁ । ଏତେ ବଡ଼ କ୍ୱାଟରଟା ମୋତେ ଖାଇ ଗୋଡ଼ଉଛି । ମୋର ସାଙ୍ଗମାନେ ମୋତେ Married bachelor ଚିଡ଼ଉଛନ୍ତି । ତୁମେ ଚାକିରୀଟା ଛାଡିଦେଲେ ଚଳନ୍ତା ନାହିଁ । ଆମେ ସମସ୍ତେ ଏକାଠି ରହନ୍ତେ । କ'ଣ କହୁଛ ? ଭାବି ଚିନ୍ତି ଉତ୍ତର ଦେବ । "

ଅନୁ ତାଙ୍କୁ ଫୋନ କରୁନାହିଁ । ଏତେ ପରିଶ୍ରମ କରି ପାଇଥିବା ଚାକିରୀକୁ ଛାଡିବ କେମିତି ? ଅନିଲଙ୍କ ପ୍ରସ୍ତାବ ବିଷୟରେ ନା ସେ କାହାକୁ କହି ପାରୁଛି ନା ସହି ପାରୁଛି ? କି ଉତ୍ତର ଦେବ ସେ ଅନିଲଙ୍କୁ ?



Rate this content
Log in

Similar oriya story from Abstract