STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ଦଣ୍ଡ ନାଚ ସାହିତ୍ୟ

ଦଣ୍ଡ ନାଚ ସାହିତ୍ୟ

2 mins
134


ଦଣ୍ଡନାଟରେ ଅଛି ଅନେକ ଲୋକଗୀତ | ଏହାକୁ କୈାଣସି ବିଶିଷ୍ଟ କବି ଲେଖି ନାହାନ୍ତି | ଗ୍ରାମର ନିରକ୍ଷର ଅଥବା ଅଳ୍ପ ଶିକ୍ଷିତ କବି ହେଉଛନ୍ତି ଏହାର ଦିଗଦର୍ଶକ । ଢଗଢମାଳି,ଗୀତ ପ୍ରଭୃତି ପରମ୍ପରାନୁକ୍ରମେ ଦଣ୍ଡ ନାଟରେ ଦୀର୍ଘ ଦିନ ଧରି ରହି ଆସିଅଛି।ଏହି ସାହିତ୍ୟ ଲୋକ ହୃଦୟରୁ ସୃଷ୍ଟି ହୋଇ ଏହା ଜନତାଙ୍କ ହୃଦୟରେ ଆଦୃତ | ଗ୍ରାମର ମୁକ୍ତ ମଞ୍ଚ ଏମାନଙ୍କ ଲୀଳା ଖେଳାର ଭୂମି । 

   ଦଣ୍ଡ ନାଟର ସୁଆଙ୍ଗର ସମସ୍ତ ଚରିତ୍ରର ଦୁଇଟି ସ୍ତର | ପ୍ରଥମ ସ୍ତର ହେଲା ଆଦିମ । ଏଥିରେ ସଂଳାପ, ସଂଗୀତ ବିହିନ ମୁକ୍ତାଭିନୟ ଥାଏ ।ଏହା ବିଶେଷତ୍ଵ ଅନୁକରଣଧର୍ମୀ । ବିଭିନ୍ନ ଲୋକର ଅଙ୍ଗଭଙ୍ଗୀ ଓ ପଶୁପକ୍ଷୀ ମାନଙ୍କର ଚାଲିଚଳନ ତଥା ସ୍ଵଭାବକୁ ଅନୁକରଣ କରାଯାଏ। ଦ୍ଵିତୀୟ ସ୍ତର ହେଲା ପୁରାଣ ରଚନା ଓ ପାଠ।ଏହା ଫଳରେ ଦଣ୍ଡ ନାଟରେ ଦୃଶ୍ୟ ରୂପ ସହ କଥ୍ୟ ରୂପ ମିଶି ନୂତନତା ଲାଭ କଲା ।ମୈଳିକତାକୁ ବଜାୟ ରଖି ଅନେକ ଦଣ୍ଡ କବି ଲେଖକ ବିଭିନ୍ନ ପ୍ରକାର ବିଷୟ ସେଥିରେ ଯୋଗ କରି ନିଜର ସାହିତ୍ୟିକ ତଥା କବିତ୍ୱ ବିଭିନ୍ନ ରାଗ ରାଗିଣୀ ରେ ପରିପୂର୍ଣ୍ଣ। ରାମାୟଣ ଓ ମହାଭାରତ ର ମର୍ମସ୍ପର୍ଶୀ କାହାଣୀକୁ ଦଣ୍ଡ କବି ମାନେ ନିଜସ୍ୱ ଭାଷାରେ ପ୍ରତିପାଦିତ କରି ହଜାର ହଜାର ଜନତାଙ୍କ ହୃଦୟକୁ ବିମୋହିତ କରନ୍ତି। ଦଣ୍ଡ ଲୋକ ଗୀତିରେ ରସ ଅଛି, ଲୟ ଅଛି ଓ ମାଧୁର୍ଯ୍ୟ ଅଛି | ଗ୍ରାମ୍ୟ ଗୀତ ‌ହୃଦୟର ବାଣୀ ।

        ମଣିଷର ତଥା ସମାଜର ସମସ୍ୟା ଗୁଡାକୁ ମୁକ୍ତ ଭାବେ ପରିପ୍ରକାଶ ହୋଇଛି। ଦଣ୍ଡ ନାଟରେ କବି ଯାହା ଦେଖିଛନ୍ତି, ଯାହା ଅନୁଭବ କରିଛନ୍ତି, ତାହା ଦଣ୍ଡ ନାଟରେ କଳାକାର ମୁଖରେ ପ୍ରତିଫଳିତ କରାଇବାରେ ପଛଘୁଞ୍ଚା ଦେଇନାହାନ୍ତି। ଦଣ୍ଡ ନାଟ ଲୋକ ନୃତ୍ୟ ହେଲେ ହେଁ ତାର ସାହିତ୍ୟିକୁ ରହିଠ ଅବଦାନ ସ୍ଵୀକାର୍ଯ । ଦଣ୍ଡ ସାହିତ୍ୟ କୁ ଯେଉଁ ମାନଙ୍କର ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ ଭଳି ଜିଲ୍ଲାର ଅଗଣିତ କଳାକାର ମାନଙ୍କର ଅମୂଲ୍ୟ କଳା ପ୍ରୀତି। ସମାଜ ପାଇଁ ଅନେକ କିଛି ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଛି| ଲୋକ ଲୋକ ମଧ୍ୟରେ ଗ୍ରାମ ଗ୍ରାମ ମଧ୍ୟରେ ଶାନ୍ତି , ସହଯୋଗ, ମୈତ୍ରୀ, ପ୍ରେମର ବାଣୀ ପ୍ରଚାର କରିଥାଏ। ସତ୍ୟ ଧର୍ମ ତ୍ୟାଗ ର ବାଣୀ ପ୍ରଚାର କରିଥାଏ। ବିଭିନ୍ନ ପ୍ରତିକୂଳ ପରିବେଶରୁ ନିଜକୁ କିପରି ରକ୍ଷା କରିପାରିବ ତାହା ମଧ୍ୟ ଶିକ୍ଷା ଦେଇଥାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract