Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

padmaja pati

Inspirational


2  

padmaja pati

Inspirational


ଦ୍ଵିତୀୟ ଈଶ୍ୱର

ଦ୍ଵିତୀୟ ଈଶ୍ୱର

2 mins 488 2 mins 488

ଶ୍ରୀନାଥ ବାବୁ ଚାକିରୀରୁ ଅବସର ନେବା ଦଶ ବର୍ଷ ହୋଇ ଗଲାଣି l ସେ ଗାଁ ପାଖ ହାଇସ୍କୁଲରେ ଶିକ୍ଷକତା କରୁଥିଲେ lସେହିଠାରେ ଅବସର ମଧ୍ୟ ନେଲେ l ଏବେ କିନ୍ତୁ ପୁଅ ପାଖରେ ବମ୍ବେରେ l ଅବଶ୍ୟ ଛୋଟ ନାତୁଣୀ ସହ ହସି ଖେଳି କଟି ଯାଉଛି l ପୁଅ, ବୋହୂ ଦୁହେଁ ଗୋଟିଏ କମ୍ପାନୀରେ ଚାକିରୀ କରନ୍ତି l

ସ୍ତ୍ରୀ ବଞ୍ଚିଥିଲା ଦୁହେଁ ଗାଁରେ କେତେ ଆନନ୍ଦରେ ଥିଲେ l ସାଙ୍ଗମାନେ ଦୁହିଁଙ୍କୁ ଟୁଆଁ ଟୁଇଁ ବୋଲି କହୁଥିଲେ l କିନ୍ତୁ ସ୍ତ୍ରୀଙ୍କ ଅକାଳ ବିୟୋଗପରେ ବୋହୂ ତାଙ୍କୁ ରାଣ ନିୟମ ପକାଇ ବମ୍ବେ ସାଙ୍ଗରେ ନେଇଗଲେ l ପ୍ରଥମେ ତାଙ୍କୁ ଅଡୁଆ ଲାଗୁଥିଲା l କିନ୍ତୁ ଏବେ ସବୁ ଠିକଠାକ l

ହେଲେ ଗୋଟିଏ ଘଟଣା ତାଙ୍କୁ ବ୍ୟସ୍ତ କରୁଥିଲା l ପୁଅ, ବୋହୂ ଅଫିସକୁ ବାହାରିଲା ବେଳେ ଯଦି ନାତୁଣୀ ଦେଖିଦେଲା ଛାଟିପିଟି ହୋଇ କାନ୍ଦୁଥିଲା l ସେମାନେ ତ ଗାଡିରେ ବସି ପଳାଇ ଯାଉଥିଲେ l ତାକୁ ଶାନ୍ତ କରିବା ପାଇଁ ବହୁତ ଚେଷ୍ଟା କରିବାକୁ ପଡୁଥିଲା ତାଙ୍କୁ l

ଦିନେ ଏହିପରି ଛାଟିପିଟି ହେଉଥିଲା ବେଳେ ତାଙ୍କ ହାତରୁ ଖସି ତଳେ ପଡିଯାଇ ନାତୁଣୀର ମୁଣ୍ଡ ଫାଟିଗଲା l ବୁଦ୍ଧି ହଜିଗଲା ଶ୍ରୀନାଥ ବାବୁଙ୍କର l ପଡୋଶୀଙ୍କଠାରୁ ଘର ପାଖରେ ଥିବା ମେଡିକାଲରେ ପହଞ୍ଚିଗଲେ ନାତୁଣୀକୁ ନେଇ l ଖାଲି ବିକଳରେ ଜଗନ୍ନାଥଙ୍କୁ ଡାକୁଥାନ୍ତି ଓ କାନ୍ଦୁଥାନ୍ତି l ତାଙ୍କ ଡାକ ଶୁଣି ବାହାରକୁ ଆସି ଡାକ୍ତର ଜଣକ ତାଙ୍କୁ ପ୍ରଣାମ କଲେ l ଡାକ୍ତର ବାବୁ ତାଙ୍କୁ ନିଜ ପରିଚୟ ଦେଲେ l ସେ ଥିଲେ ତାଙ୍କର ଏକ ଛାତ୍ର l ତାଙ୍କ ନାତୁଣୀର ଚିକିତ୍ସା ଶୀଘ୍ର କରିଦେଲେ l

ଶ୍ରୀନାଥ ବାବୁ ପଇସା ଯାଚିବାରୁ ସେ କହିଲେ, "ମୁଁ ଆଜି ଆପଣଙ୍କୁ ଦେଖିକି ଯେତେ ଖୁସି, ଭାଷାରେ ପ୍ରକାଶ କରି ପାରୁନାହିଁ l ଆଜି ମୋତେ ଯେଉଁ ଜୀବିକା ମିଳିଛି, ତାହା ଆପଣଙ୍କ ପାଇଁ l ଆପଣ ମୋ ପାଇଁ ଭଗବାନ l

ଶ୍ରୀନାଥ ବାବୁ କାନ୍ଦ କାନ୍ଦ ହୋଇ କହି ଉଠିଲେ, " ତୁମେ ପିଲାମାନେ ମୋର ଦେବୀ, ଦେବତା ମୋ ପାଇଁ ଦ୍ଵିତୀୟ ଈଶ୍ୱର ଥିଲ l ଶ୍ରେଣୀ କକ୍ଷରେ ପାଠ ପଢ଼ାଇବାପାଇଁ ପଶିଲେ ମୋତେ ମନ୍ଦିର ଭିତରେ ରହିବା ପରି ଲାଗୁଥିଲା l ମୋର ଅନୁଭବ ଏତେ ଦିନ ପରେ ଆଜି ସତ ହେଲା ପରି ଲାଗୁଛି l ବାବୁ, ତୁମ ନାମ ମୋର ମନେନାହିଁ l ତୁମେ ଆଜି ମୋର କେଡେ ଉପକାର ନ କଲ ? ହଉ, ମୁଁ ଆସୁଛି l ଭଗବାନ ତୁମର ମଙ୍ଗଳ କରନ୍ତୁ l"


Rate this content
Log in

More oriya story from padmaja pati

Similar oriya story from Inspirational