STORYMIRROR

Sunanda Mohanty

Children

3  

Sunanda Mohanty

Children

ଦୀପାବଳିରେ

ଦୀପାବଳିରେ

1 min
306


କାଉଁରିଆ କାଠି ଗୋଛାକ ସାଙ୍ଗରେ ନୂଆ ଦୀପାବଳି, ପୁଲ, ମହମବତୀ, କିଛି ହାଲକା ବାଣ, ଫଳ, ଆଖୁ ଇତ୍ୟାଦି ସହ ଫୁଲ ଝାଡୁଟିଏ ଧରି ନବଘନ ବାବୁ ଘରେ ପହଂଚୁ ପହଂଚୁ ବିଗିଡି ଗଲେ ଶ୍ରୀମତୀ ସୁମିତ୍ରା ଦେବୀ, ତାଙ୍କ ମାଆଙ୍କ ଯୋଗୁଁ ଘରକୁ ଛାଞ୍ଚୁଣି ଆଣିବା ଅଶୁଭ ମନେ କରି ପଚାରୁଥିଲେ ଆକୁ ତାକୁ ସେଇ ଗୋଟିଏ ପ୍ରଶ୍ନ ଧନତେରାସରେ ଘରକୁ ଛାଞ୍ଚୁଣି ଆଣିଲେ ଭଲ ନା ମନ୍ଦ l

  ତାଙ୍କ ମନଦୁଃଖରେ ଦୁଃଖି ହୋଇ ଝିଅର ହାତ ଚାଲୁନଥିଲା ରଙ୍ଗୋଲିରେ, ବୋହୁର ମନ ନଥିଲା ନୂଆଶାଢୀ ପିନ୍ଧିବାରେ, ପୁଅ ଜୋଇଁଙ୍କର ହାତରେ ବି ଚମକୁ ନଥିଲା ଘରର ଲାଇଟ ସାଜସଜ୍ଜା, ସମସ୍ତେ ସୁମିତ୍ରାଙ୍କୁ ଆଶ୍ୱାସନା ତଥା ଭରସା ଦେଉଥିଲେ ଯେ ଆଈ ନିଶ୍ଚୟ ଭଲ ହୋଇଯିବେ ମାଆ, ବ୍ୟସ୍ତ ହୁଅନ୍ତୁ ନାହିଁ, ନବଘନ ବାବୁ ବି ଶୁଣାଉଥିଲେ ପାତ୍ର ମହାଶୟଙ୍କ ଜୋତିଷ୍ ଶାସ୍ତ୍ର ଉପରେ ଆଧାରିତ ଭିଡ଼ିଓରୁ ଧନତେରାସରେ ଘରକୁ ଛାଞ୍ଚୁଣି ଆଣିଲେ ଶୁଭ ହିଁ ହୁଏ l

  ସତକୁ ସତ ଦୀପାବଳି ଦିନ ଫୋନ ଆସିଲା ନବଘନ ବାବୁଙ୍କ ଶାଶୁ ଅର୍ଥାତ ସୁମିତ୍ରାଙ୍କ ମାଆ ଭେଣ୍ଟିଲେଟରରୁ ବାହାରିଲେଣି, ଏଥର ଜେନେରାଲ ୱାର୍ଡକୁ ଆସିବେ, ଆଉ ଭଲ ହୋଇଯିବେ ତ ଚଳଚଞ୍ଚଳ ହୋଇଉଠିଲା ଘର, ଆଉ ଘରର ଲୋକମାନଙ୍କ ମନ, ରଙ୍ଗୋଲି ଉଦ୍ଭାସିତ ହେଲା, ଆଲୋକ ଝଟକିଲା, ଦୀପ ସଜାଡୁ ସଜାଡୁ ଖୁସିରେ ଗେହ୍ଲେଇ ହୋଇ ସୁମିତ୍ରା ନବଘନ ବାବୁଙ୍କୁ ପଚାରୁଥିଲେ ସେଇ ଗୋଟିଏ ପ୍ରଶ୍ନ, ସତରେ ଧନତେରାସରେ ଘରକୁ ଛାଞ୍ଚୁଣି ଆଣିଲେ ଶୁଭ କି???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children