Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyabati Swain

Inspirational


4.5  

Satyabati Swain

Inspirational


ଧୂମ୍ରାସୁର

ଧୂମ୍ରାସୁର

8 mins 151 8 mins 151


ମୁଁ ଓ ବେଦ୍ ବୋକାଙ୍କ ପରି ପରସ୍ପର ମୁହଁକୁ ଚାହୁଁଥିଲୁ। 


ନିରବ ଝଡ଼ଟେ ବହୁଥିଲା ଆମ ଉପରେ।


ପଥର ମୂର୍ତ୍ତୀ ହୋଇ ଯାଇଥିଲି ମୁଁ ଗୀତା ମହାନ୍ତି।

ବେଦ୍ ମହାନ୍ତି ମୋ ମିଷ୍ଟର ତଳକୁ ମୁହଁ କରି ବସି ପାପୁଲିକୁ ଘଷୁଥିଲେ ବ୍ୟସ୍ତ ବିବ୍ରତ ହୋଇ।ବୁଝି ପାରୁ ନଥିଲୁ ଦୁହେଁ ଏ କେମିତି ସମ୍ଭବ ହେଲା।ଶ୍ରୀସା ମାତ୍ର ବର୍ଷକର ଛୁଆ।ତାକୁ


ମୋର ଓ ବେଦ୍ ଙ୍କ ତୃତୀୟ ସନ୍ତାନ ଶ୍ରୀସା। ଝିଅ 'ମନ୍ତ୍ର 'ବଡ଼ ଆଠ ବର୍ଷର,ତା ତଳେ ପାଞ୍ଚ ବର୍ଷର ପୁଅ ଶ୍ଳୋକ ଓ ସବା ସାନ ଝିଅ ଶ୍ରୀସା।ଖୁସି ଓ ସୁଖୀ ପରିବାର ଟିଏ ବେଦ୍ ମହାନ୍ତିଙ୍କର।କମ୍ପାନୀର ସାଧାରଣ କର୍ମଚାରୀ ଟିଏ ଥିଲେ ବେଦ୍।ପରିବାର ସୁରୁଖୁରୁରେ ଚଲେଇ ହେଉ ନଥିଲା ସ୍ୱଳ୍ପ ବେତ

ନରେ। କିନ୍ତୁ ଶ୍ରୀସା ଜନ୍ମ ହେଉ ହେଉ ହଠାତ୍ ବେଦ୍ ଙ୍କ ପ୍ରମୋସନ ହୋଇ ଗାଡି ଓ ଫ୍ଲାଟ କମ୍ପାନୀ ତରଫରୁ ମିଳିଗଲା।ଗୀତା କୁ ଜବ୍ ବି। ଅତଏବ ବେଦ୍ ଧରିନେଲେ ଯେ ଶ୍ରୀସା ତାଙ୍କ ଜୀବନକୁ ଖୁସିରେ ଭରିଦେବାକୁ ଜନ୍ମ ହୋଇଛି।


ଯେତେ ଆଧୁନିକ ଓ ଶିକ୍ଷିତ ହେଲେ ମଧ୍ୟ ବେଳେ ବେଳେ କୌଣସି ଘଟଣାର ସଂଯୋଗ କୁହନ୍ତୁ ବା ସମୟର ଦାନ ମଣିଷକୁ ଅନ୍ଧ ବିଶ୍ୱାସ ପ୍ରତି ବିଶ୍ୱାସ ଜନ୍ମେଇଁବାରେ ସମର୍ଥ ହୋଇଥାଏ।ମୋହ ଗ୍ରସ୍ତ ସୁଖ ଲୋଭୀ ମଣିଷ ଧରିନିଏ ଯେ ଘଟିଥିବା ଘଟଣା ସହିତ ତାଙ୍କ ସୁଖ ସମୃଦ୍ଧିର ସମ୍ପର୍କ ରହିଛି।ଘଟଣା ସୁ ହେଉ କି କୁ ଜଣକ ପାଇଁ ହେଲା ବୋଲି ମନ ମସ୍ତିଷ୍କ ରେ ବସା ବାନ୍ଧିନିଏ।ଭଲ ହେଲେ ଜୀବନ ଓ ସମ୍ପର୍କ ହସେ।ଭଲ ହେଲେ ଜୀବନ ଦୁର୍ବିସହ ହୋଇଯାଏ ସମ୍ପର୍କରେ ଅବିଶ୍ବାସ ,ଘୃଣା ଓ ଫାଟ ସୃଷ୍ଟି ହୁଏ। କାଳେ କାଳେ ହଠାତ୍ ଏକ ଅଘଟଣ ବା ଘଟଣା କୁ ନେଇ ଅତି ଅଶିକ୍ଷିତ ପରି ବ୍ୟବହାର କରନ୍ତି ସଭ୍ୟ ଶିକ୍ଷିତ ଗୋଷ୍ଠୀ।


ସେମିତି ଶ୍ରୀସା ମହାନ୍ତି ପରିବାର ସୌଭାଗ୍ୟ ଲକ୍ଷ୍ମୀ ବୋଲି ଧରି ନିଆ ଯାଇଥିଲା।ଅଚାନକ୍ ଭାଗ୍ୟ ଦେବୀ ଶ୍ରୀସା ଜନ୍ମ ହେଉ ହେଉ କରୁଣା କରିଥିବାରୁ ବେଦ୍ ମହାନ୍ତି ଈଶ୍ବରଙ୍କ ପାଖେ କୃତଜ୍ଞତା ଜ୍ଞାପନ କରି ଶ୍ରୀସା ତାଙ୍କ ପଦୋନ୍ନତି ଓ ସୁଖର ଚାବି କାଠି ବୋଲି ଧରି ନେଇଥିଲେ।ଏଣୁ ଶ୍ରୀସା ତାଙ୍କ ନୟନ ତାରା।


ମନ୍ତ୍ର ଓ ଶ୍ଳୋକ ବି ସାନ ଭଉଣୀକୁ ସେମାନଙ୍କ ଜୀବନର ବେବି ଡଲ୍ ବୋଲି କହୁଥିଲେ।ମୁଁ  ତ ମା

ଶ୍ରୀସାକୁ ସଭିଏଁ ଆଦର ସ୍ନେହ କରିବା ଦେଖି ଆଶ୍ୱସ୍ତ ଓ ଆନନ୍ଦ ଲାଭ କରୁଥିଲି।କାରଣ ତୃତୀୟ ସନ୍ତାନ ଦୁନିଆଁ କୁ ଆଣିବାର ଯୋଜନା ନଥିଲା ବେଳେ ଅସବଧାନ ବଶତଃ  ମୁଁ ମା ହେବାକୁ ଯାଉଛି ଜାଣିଲେ ଖୁବ୍ ଡେରିରେ। ବହେ ବିଗିଡିଲେ ବେଦ୍। ଏ ଭୃଣଟି ସତେକି ମୋ ଯୋଗୁଁ କେବଳ ସମ୍ଭବ ହୋଇଛି।ଏଥିରେ ବେଦ୍ ଙ୍କ କୌଣସି ହାତ ନାହିଁ।ଏମିତି ତୁମ୍ଭି ତୋଫାନ ଉଠିଲା ଯେ କଥା ଆବର୍ସନ ଯାଏ ଗଲା।


ଗୀତା ତୁମେ ବୁଝୁନ ମନ୍ତ୍ର ଓ ଶ୍ଳୋକ ସ୍କୁଲ ଗଲେଣି।

ତାଙ୍କ ଏବେର ଫିସ୍ ସହ ଖର୍ଚ୍ଚ ଭରଣା କରିବା ମୋ ଦ୍ୱାରା ଅସମ୍ଭବ ହୋଇ ପଡୁଛି।ଦୁଇଟି ପିଲାଙ୍କୁ ମଣିଷ ପରି ମଣିଷ କରିବା ସାମର୍ଥତା ମୋ ପାଖେ ନାହିଁ।ସେଥିରେ ଆଉ ଏକ ପିଲା ଦୁନିଆଁକୁ ଆଣି ତାକୁ ଦୁଃଖ ଦେବା ସହିତ ଆମେ ବି ଦୁଃଖୀ ହେବା ମୂର୍ଖାମୀ ହେବ ନିଶ୍ଚୟ। ଭଲ ଭାବେ ଚିନ୍ତା କର ଗୀତା ! ଏ ତୃତୀୟ ସନ୍ତାନଟି ଅନ୍ ୱାଣ୍ଟେଡ୍। ଭୁଲ୍ ବଶତଃ ସେ ସୃଷ୍ଟି ହୋଇଯାଇଛି।ମୂଳରୁ ମାରି ଦେଲେ ଆଗକୁ ସମସ୍ୟା ନଥିବ।


କିନ୍ତୁ ବେଦ୍ ଯାହା ବି ହେଲେ ସେ ଆମ ପିଲା।ଜାଣି ଜାଣି ବାପାମା ହୋଇ ଭୃଣ ହତ୍ୟା କରିବା ଉଚିତ ହେବ କି? କିଏ ଜାଣେ କି ଭାଗ୍ୟ ନେଇ ଏ ଦୁନିଆଁ କୁ ଆସିବାକୁ ସୃଷ୍ଟି ହୋଇଛି !


ଦେଖ ଗୀତା ! ଟିପିକାଲ୍ ଅଶିକ୍ଷିତ ସ୍ତ୍ରୀଲୋକଙ୍କ ପରି କଥା କୁହନି ।ମୋର ଅନେକ ଷ୍ଟ୍ରେସ୍।  ମୁଁ ଜାଣି ଜାଣି ଆହୁରି ଷ୍ଟ୍ରେସ ନିମନ୍ତ୍ରଣ କରିବାକୁ ଚାହୁଁ ନାହିଁ।


ମୁଁ କେବଳ ମା ଟିଏ ବେଦ୍।ମା କେବଳ ମା।ତା ମାତୃତ୍ୱରେ ଟିପିକାଲ୍ କି ଶିକ୍ଷିତ ଅଶିକ୍ଷିତରର କିଛି ଯାଏନି।ବାତ୍ସଲ୍ୟ ମମତା ସବୁ ମା ହୃଦୟର ସମାନ ବେଦ୍।


ବେଦ୍ ଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା କି ! ସେ ପାଗଳଙ୍କ ପରି ଚିତ୍କାର ଛାଡି କହିଲେ ଭାଷଣ ବାଜି ରଖ ତୁମର ।କାଲି ଆମେ ମୋ ଡ଼ଃ ବନ୍ଧୁ ବଦ୍ରି ପାଖକୁ ଯାଉଛେ।ମୁଁ କଥା ହୋଇ ସାରିଛି କାଲି ଆବର୍ସନ ଅଲବତ ହେବ।


ସବୁ ସ୍ଥିର କରି ସାରିଛ ଯେତେବେଳେ ପୁଣି ମୋ ସହ ଏତେ ଯୁକ୍ତି ତର୍କ କଥା କଟା କଟି କଣ ପାଇଁ?ମୋ ବିନାନୁମତିରେ ଏତେ ବଡ଼ ଷ୍ଟେପ୍ ନେଲ କେମିତି ?


ଗୀତା !ମୋତେ ମଣିଷରରୁ ପଶୁ ହେବାକୁ ବାଧ୍ୟ କରନି।ପିଲା ଜନ୍ମ ହେବ କି ନାହିଁ ଏ ନିଷ୍ପତ୍ତି ଏକାନ୍ତ ମୋର। ତୁମେ ତ କେବଳ ଜନ୍ମ କରିଦେବ।ପାଳନ ଲାଳନ,ଶିକ୍ଷା,ସ୍ୱାସ୍ଥ୍ୟ ଦାୟିତ୍ୱ ସବୁ ମୋର ନା !ଏଣୁ ଯାହା ଭଲ ତାହାହିଁ ମୁଁ କରିବି।


ଆଚ୍ଛା ଏମିତି କି ? ମୁଁ ତ ସର୍ଭିସ୍ ପାଇଁ ଆପ୍ଲାଏ କରୁଛି।ଯଦି ମୋର ଜବ୍ ହୋଇଯାଏ !!


ମୋ ଜୀବନକୁ ନଅ ବର୍ଷ ଧରି ଆସିଲଣି ଗୀତା।କେବଳ ଜବ୍ ପାଇଁ ଆପ୍ଲାଏ କରି ଅର୍ଥଶ୍ରାଦ୍ଧ କରି ଚାଲିଛ।କିଛି ହେଉଛି କେଉଁଠି ? ଏତେ କଥାରୁ କଣ ମିଳିବ ଆମ ଦୁହିଁଙ୍କ ସହମତିରେ ଆମ ପରିବାର ମଙ୍ଗଳ ପାଇଁ ଆମକୁ ଏ ପିଲାକୁ ଆବର୍ସନ କରିବାକୁ ପଡିବ।ଫାଇନାଲ୍।


ସବୁ କ୍ଷେତ୍ରରେ ନାରୀଟିଏ ଏତେ ନଗଣ୍ୟ ଓ ଦୋଷୀ କାହିଁକି ? ପିଲା ନହେଲେ ନାରୀ ଦୋଷୀ।ପିଲା ହେଲେ  ଦାୟୀ !! କୌଣସି କଥାରେ ତାର ମତ ମନ୍ତବ୍ୟର ଏତେଟା ଗୁରୁତ୍ୱ ନଥାଏ କାହିଁକି ? ସଂସାର ଏତେ କାହିଁକି ପୁରୁଷ ପ୍ରାଧାନ୍ୟ !କାହିଁକି ଇଚ୍ଛା କରି ମୁଁ ମି ନିଜ ଅଜନ୍ମା ସନ୍ତାନ କୁ ବି ସୁରକ୍ଷା ଦେଇ ପାରୁନି !!


ରାତି ସାରା ନିଦ ହେଲାନି ମୋତେ।ଖୁବ୍ ଅସହା

ୟତାରେ ଭାଙ୍ଗି ପଡୁଥିଲି। ଅନାଗତ ପିଲାଟି ଯେମିତି କହୁଥିଲା ମୁଁ ବାହାର ଦୁନିଆଁ ଦେଖିବାକୁ ଚାହେଁ ମା। ମୋତେ ମାରେନି।ରାତିଟା ଖୁବ୍ ଭୟଙ୍କର ମନେ ହେଉଥିଲା ସେଦିନ।


ବେଦ୍ ରାଗରେ ଫଁ ଫଁ ହୋଇ ରାତି ସାରା ସିଙ୍ଗା

ରେଟ୍ ଧୂଆଁ ରେ ଭରି ଦେଲେ ଘର।ଅତ୍ୟଧିକ ଚିନ୍ତାରେ ଥିଲେ ବେଦ୍ ଏମିତି ପ୍ୟାକେଟ୍ ପ୍ୟାକେଟ୍ ସିଗାରେଟ୍ ପିଇ ଯାଆନ୍ତି ଆବଦ୍ଧ କୋଠରୀ ଭିତରେ।ଭାବନ୍ତି ନାହିଁ ଆଉ ଜଣେ ମଣିଷ ତାଙ୍କ ପାଖେ ସେ ଧୂଆଁ ଗୁଡା ଶୋଷୁଛି ବୋଲି।ଧୁଆଁରେ ଅଣନିଃଶ୍ବାସୀ ହୋଇ କାଶୁଥିଲି ମୁଁ।ପେଟ ପିଲାଟି  ଧକ୍ ଧକ୍ ଆରମ୍ଭ କରି ଦେଲାଣି ଦୁଃଖରେ ଓ ଧୂଆଁଶୋଷାରେ।ପେଟରେ ହାତ ବୁଲେଇ ମୁଁ କାନ୍ଦି କାନ୍ଦି କହିଲି କ୍ଷମା କରିଦେବୁ ରେ ଦେବ ଶିଶୁ ! ତୋ ମା ତୋର ହତ୍ୟାକାରୀ।


କିନ୍ତୁ ଈଶ୍ଵରଙ୍କ ଇଚ୍ଛା ଅନ୍ୟ ପ୍ରକାର ଥିଲା। ମୋ ଅସହାୟ ଆଖିର ଭାଷା ପଢି କି ଦୈବ୍ୟ କୃପାରୁ ଡ଼ଃ ବଦ୍ରି ପ୍ରସାଦ ହସି ହସି କହିଲେ, ଆରେ ବେଦ୍ !

ପିଲାଟି ଚାରି ମାସର ହୋଇ ଗଲାଣି। ଏବେ

ଆବର୍ସନ୍ କଲେ ଗୀତାକୁ ବିପଦ।ଏମିତିରେ ଗୀତାର ଉଚ୍ଚତା ଓ ବୟସ ତୁଳନାରେ ଓଜନ ଏକଦମ୍ କମ୍ ଅଛି।ଖାଇଆ ପିଇଆ ଗୀତା ନିଜର ନେଉ ନାହାନ୍ତି ବୋଧେ।ଆବର୍ସନ ଭୂତ ମୁଣ୍ଡରୁ ଓହ୍ଲା।ଯା ମା ଛୁଆଙ୍କ ଯତ୍ନ ନେ।ନଚେତ ଗୀତାକୁ ବି ହରେଇବୁ।


ମୁଁ ତ କୋଟି ଧନ୍ୟବାଦ ସେଇ  ଅଦୃଶ୍ୟ ଈଶ୍ୱର ଶକ୍ତି ପାଖେ ଦେଲି। ପେଟରେ ହାତ ଥୋଇ କହିଲି, ତୁ ଆସିବୁ ଧନ।ଏଇ ଡକ୍ଟର ଅଙ୍କଲ କଣ କହିଲେ ଶୁଣିଲୁ ନା।ଆଉ ଡରେନି ।ସତକୁ ସତ କାଲିଠାରୁ ମୋ ପେଟ ଭିତରେ ହେଉଥିବା ଅହରହ  ହଲ୍ ଚଲ୍ ଧପ୍ କରି ବନ୍ଦ ହୋଇଗଲା।


ସତରେ ପିଲା ପେଟ ଭିତରେ ଥିଲେ ବି ବାହାର ଦୁନିଆଁ ବିଶେଷ କରି ବାପା ମାଙ୍କ କଥା ଶୁଣି ପାରେ ଓ ବୁଝି ପାରେ ମୁଁ ସିଓର୍ ହୋଇଗଲି।ବେଦ୍ ଅନିଚ୍ଛା କୃତ ଦେଖା ଶୁଣା କଲେ ସତ ମୋ ସଂଗେ ଭଲରେ କଥା ହେଲେନି।ପୁଣି ଯେତେବେଳେ ଗୁପ୍ତ ଭାବେ ବେଦ୍ ବଦ୍ରିଙ୍କ ଠାରୁ ଜାଣି ଗଲେ ମୋ ପେଟ ସନ୍ତାନ ଟି ଝିଅ ହେବ, କଣ ଦେଖିବ ତାଙ୍କ ରାଗ! ଛୁଆଟି ଜନ୍ମ ହେବା ଯାଏ ମୋ ସହ ସମ୍ପୂର୍ଣ୍ଣ କଥା ବନ୍ଦ କରି ଦେଲେ।


ସିଗାରେଟ୍ ପିଇବା ଅତିମାତ୍ରାରେ ବଢିଗଲା ତାଙ୍କର।


ଶ୍ରୀସା ଜନ୍ମ ନେବାର ପାଞ୍ଚ ଦିନ ପର୍ଯ୍ୟନ୍ତ ବେଦ୍ ଆମ ମା ଛୁଆଙ୍କ ମୁହଁ ଦେଖି ନାହାନ୍ତି।ମାତ୍ର କୌଣସି ସୂଚନା ନଥାଇ ଶ୍ରୀସା ଜନ୍ମ ନେବାର ସାତ ଦିନରେ ବେଦ୍ ଙ୍କୁ ମିଳିଗଲା ପ୍ରମୋସନ୍, ଗାଡି ଓ ଫ୍ଲାଟ୍।


ତା ପରଠାରୁ ବେଦ୍ ଙ୍କ ଆଟିଟୁଡ୍ ପୁରା ଚେଞ୍ଜ୍ ହୋଇଗଲା।ଶ୍ରୀସାକୁ କ୍ଷଣେ ନ ଦେଖିଲେ ପାଗଳ ହୋଇଗଲେ। ମୋତେ ହସି ହସି କହିବେ, ୟୁ ଆର୍ ଦ ଗ୍ରେଟ୍ ଗୀତା।ତୁମେ କଣ ଜ୍ୟୋତିଷ କି ? ଜାଣିଥିଲ ଏ ତୃତୀୟ ସନ୍ତାନ ମୋ ସମସ୍ତ ଖୁସିର କାରଣ ହେବ !!


ମୁଁ ଦୀର୍ଘଶ୍ଵାସ ଟାଣି ନିରବ ରୁହେ।ଯଦି ବେଦ୍ ଙ୍କ ଜୀବନରେ ଏତେ ସବୁ ସୁଖ ଏକାଥରେ ଅଜାଡି ହୋଇ ପଡି ନଥାନ୍ତା, କଣ ହୋଇଥାନ୍ତା ଆମ ମା ଝିଅଙ୍କ ଅବସ୍ଥା !!


ବେଦ୍ ବିଲେଇଙ୍କ ପରି ଦେହରେ ମୋର ଘଷି ହୋଇ କୁହନ୍ତି, କଣ କେବେ କହିଥିଲି ବୋଲି ସେଇ କଥାକୁ ଧରି ବସିଛ !! ଆମ ପିଲାଙ୍କ ସୁଖ ପାଇଁ; ଭବିଷ୍ୟତ ପାଇଁ ସିନା ସେମିତି କହିଥିଲି।ସନ୍ତାନ କଣ କେଉଁ ବାପାକୁ ପିତା !!


ସେ ଯାହା ହେଉ ମୋ ପିଲାକୁ ତ ଏବେ ବାପାର ଅପ୍ରତିତମ ସୁଖ ମିଳୁଛି, ଅନ୍ୟ କଥା ଭାବି ମନ ଭାରାକ୍ରାନ୍ତ କରିବି କାହିଁକି ? ପୁଣି ଦେଖୁନ ଶ୍ରୀସକୁ ସାତ ମାସ ହେଲା ବେଳକୁ ମୋତେ ବି ଜବ୍ ମିଳିଗଲା। ବେଦ୍ ଙ୍କ ବାପା ମା ଆମ ବିବାହ ପୂର୍ବରୁ ମୃତ। ଭାଇ ଭାଉଜ ପାଖେ ବେଦ୍ ବଡ଼ ହୋଇଥିଲେ।ମୋ ଜବ୍ କରିବା ନେଇ ସମସ୍ୟା ସୃଷ୍ଟି ହେଲା ପିଲାଙ୍କୁ ଦେଖାଶୁଣା କରିବ କିଏ ? ମୋ ମା ଏକଥା ଶୁଣି  କହିଲା, " କେତେ ଖୋଜି ଖୋଜି ଚାକିରୀଟି ପାଇଛୁ ଛାଡି ଦେବୁ ! ପିଲା ମାନେ ଟିକେ ଠେକ ହେବା ଯାଏ ମୁଁ ଦେଖା ଶୁଣା କରିବି "।ତିନି ଭାଇ ଭଉଣୀ ଆଈ ପାଖେ  ଖୁ ଖୁସିରେ ଥିଲେ।


ଶ୍ରୀସା ହୋଇଛି ସେମିତି।ଠିକ୍ ପରିଟିଏ ପରି।

ମାରିବାକୁ ବସିଥିବା ସନ୍ତାନ ଉଚ୍ଚ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି ବୋଲି ମୋ ମା କୁହେ।ଦେଖିବୁ ଏଇ ଶ୍ରୀସା ତୁମ ବାପା ମାଙ୍କ ନାଁ ଉଜ୍ଜ୍ୱଳ କରିବ।ଟାଣ ଭାଗ୍ୟ ନେଇ ଜନ୍ମିଛି।


ସବୁ ଖୁସି ଗଦା ହୋଇ ପଡ଼ିଥିବା ବେଳେ ହଠାତ୍ ଆକସ୍ମିକ ବଜ୍ରପାତଟିଏ  ହେଲା ଯେପରି।କାମରୁ ଆସି ଶ୍ରୀସା କୁ ଉପରକୁ ଶୂନ୍ୟେ ଶୁନ୍ୟେ ଫିଙ୍ଗି ତିନି ପିଲାଙ୍କ ସହ ବେଦ୍ ଅଧ ଘଣ୍ଟାଏ ଖେଳନ୍ତି।ଶ୍ରୀସା ଉପରକୁ ଫିଙ୍ଗା ଗଲେ ବି ନ ଡରି କିରି କିରି ହୋଇ ହସେ।ଅନ୍ୟ ଦୁଇ ପିଲା ତାଳି ମାରି ବେଦ୍ ଙ୍କ ଚାରି ପାଖ ବୁଲି ବୁଲି ଶ୍ରୀସା.. ଶ୍ରୀସା ହୁଅନ୍ତି।ବେଦ୍ ଏବେ ଜଣେ ଆଦର୍ଶ  ବାପାର କର୍ତ୍ତବ୍ୟ ଭଲ ଭାବେ ନିଭାଉଛନ୍ତି।ସୃଷ୍ଟି ପ୍ରଳୟ ହୋଇଯାଉ ପଛେ ତିନି ପିଲାଙ୍କୁ ପ୍ରତିଦିନ ଅଧ ଘଣ୍ଟାଏ ଦେବା ଥୟ।


ଅର୍ଥ କି ପ୍ରତିଷ୍ଠାର ଅଭାବ ନାହିଁ।ଏଣୁ ମୋ ପରିବା

ରଟି ହସେ ଆମ ତିନି ପିଲାଙ୍କ ଶବ୍ଦରେ।ଆଜି କିନ୍ତୁ ଶ୍ରୀସାକୁ ଉପରକୁ ଟେକି ଫିଙ୍ଗିଲା ବେଳେ ତା ମୁହଁରୁ ମେନ୍ଦା ମେନ୍ଦା ରକ୍ତ ଝରିଲା ତା ହସ ସହ।ସେ ରକ୍ତ ମିଶା ନାଲି ହସ ଦେଖି ଆମେ କାବା।କଣ ହୋଇଛି ମୋ ଧନର !


ହସ୍ପିଟାଲରେ ବେଦ୍ ଓ ମୁଁ ବସିଛୁ। ଭିତରେ ଡକ୍ଟର ପରୀକ୍ଷା କରୁଛନ୍ତି ଶ୍ରୀସାକୁ। ମୁଁ ପଥର ନିର୍ବାକ। ବେଦ୍ ବିଚଳିତ ଖୁବ୍ ବ୍ୟସ୍ତ।


ପରୀକ୍ଷା ଘରୁ ଶ୍ରୀସା ଆସିଲା।ଡକ୍ଟରଙ୍କୁ ଆକୁଳ ବିକଳ ହୋଇ ବେଦ୍ କହିଲେ କଣ ହୋଇଛି ଶ୍ରୀସାର ସାର୍ !


ଡାକ୍ତର ଖୁବ୍ ଗମ୍ଭୀର ଜଣା ପଡୁଥିଲେ।ମୋର କିଛି ଶୁଣିବା ଅବସ୍ଥା ନଥିଲା।ଶ୍ରୀସା ମୋ କୋଳରେ ହସୁଥିଲା। ଟିକେ ମୋ ଛାତିରେ ମୁହଁ ଗୁଞ୍ଜି ପୁଣି ଟିକେ ବାହାରକୁ ମୁହଁ ଦେଖେଇ ଖେଳୁଥିଲା ଯେମିତି।


କଣ ହୋଇଛି ଶ୍ରୀସାର ଡକ୍ଟର! କୁହନ୍ତୁ ନା ପ୍ଲିଜ଼।


ଡକ୍ଟର କହିଲେ ଯାହା ହୋଇଛି ତୁମ ପାଇଁ ହୋଇଛି ବେଦ୍ ବାବୁ।


ମୋ ପାଇଁ !!


ହଁ ତୁମ ପାଇଁ। ତୁମେ ବୋଧେ  ନିଶ୍ଚିତ ପିଲା ଉପସ୍ଥିତରେ ସିଗାରେଟ୍ ପିଅ ?


ହଁ ଗୋଟେ ବଦଭ୍ୟାସ ହୋଇ ଯାଇଛି ସାର୍।

ସେଇ ଧୂମ୍ରାସୁର ତୁମ ଝିଅର ଜୀବନ ନେବାକୁ ବସିଛି।

ଧୂମ୍ରାସୁର !!


ହଁ ..ଧୂମ୍ରାସୁର, ଅତି ଭୟଙ୍କର।


ବୁଝିଲ ବେଦ୍ ବାବୁ ସିଗାରେଟ୍ ଯିଏ ପିଏ ତା ଅପେକ୍ଷା ସେ ଧୂଆଁକୁ ଯେଉଁମାନେ ଆଘ୍ରାଣ କରନ୍ତି ସେମାନଙ୍କର ବେଶୀ କ୍ଷତି ହୁଏ।ଯାହା ଶ୍ରୀସା କ୍ଷେତ୍ରରେ ଘଟିଛି।


ଶ୍ରୀସାକୁ ଟି ବି ହୋଇଛି।


ଏତେ ବକଟେ ଛୁଆକୁ ଟି ବି !!


ହଁ ବେଦ୍ ବାବୁ।ତୁମେ ,ଅନ୍ୟ ପିଲାମାନେ ଓ ତୁମ ମିସେସ୍ ବି ଏଇ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ସଭ୍ୟ ଶିକ୍ଷିତ ବ୍ୟକ୍ତି ହୋଇ ପିଲା ,ପରିବାର ପାଖରେ ସିରରେଟ୍ ପିଇବା ପରି ଏକ ଅକ୍ଷମ୍ଣୀୟ ଅପରାଧ କାର୍ଯ୍ୟ କରନ୍ତି କିପରି ! ନ୍ୟାୟତଃ ତୁମେ ଦଣ୍ଡ ଭୋଗିବା ଯୋଗ୍ୟ।ତୁମର ଏକ ଖରାପ ଅଭ୍ୟାସ କିପରି ନିଜ ଜୀବନ ସହ ଅନ୍ୟ ମାନଙ୍କ ପାଇଁ ପ୍ରାଣଘାତୀ ହୋଇ ପାରିବ କେବେ ଚିନ୍ତା କରିଛ ! ଏବେ ତାର ଫଳ ଭୋଗ। ଆଖି ସାମନାରେ ବକଟେ ଛୁଆଟି ମୁହଁରୁ ଦଲକା ଦଲକା ରକ୍ତ ପଡିଲେ ତୁମ ପିତୃତ୍ୱ ନିଜକୁ କ୍ଷମା ଦେବ ତ !!


ଶ୍ରୀସା କିନ୍ତୁ ହସୁଥିଲା ମୋ କୋଳରେ ।


ବେଦ୍ ଆଣ୍ଠେଇ ପଡ଼ି ଦୁଇ ହାତ ଯୋଡି କାନ୍ଦୁଥିଲେ ଓ କହୁଥିଲେ, ଆଉ ସିଗାରେଟ୍ ପିଇବି ନାହିଁ ,ପ୍ରମିଜ୍ କରୁଛି ଡକ୍ଟର।ମୋ ଶ୍ରୀସାକୁ ଭଲ କରି ଦିଅନ୍ତୁ,ପ୍ଲିଜ୍।ପ୍ଲିଜ୍ ଡକ୍ଟର।







Rate this content
Log in

More oriya story from Satyabati Swain

Similar oriya story from Inspirational