Kalyani Nanda

Inspirational

3  

Kalyani Nanda

Inspirational

ଧର୍ମାବତାର

ଧର୍ମାବତାର

2 mins
504



ଆଜି ଆମ ସାହିତ୍ୟର ବେଶ ମୁଖରିତ। ବର୍ଣ୍ଣାଢ୍ୟ ସାଜସଜ୍ଜାରେ ସୁସଜ୍ଜିତ । ସାହିର ବୟୋଜ୍ୟେଷ୍ଠ ରାମହରି ବାବୁ ଆଜି ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ କନ୍ୟାପିତା ହୋଇ ଦେବ ଦେବ ମହାଦେବ ଙ୍କ ମାତା ପାର୍ବତୀଙ୍କର କନ୍ଯା ଦାନ କରିବେ । ସତରେ କି ସୌଭାଗ୍ୟ ତାଙ୍କର । କେଉଁ ଜନ୍ମରେ କି ପୂଣ୍ୟ କରିଥିଲେ ଆଜି ତାଙ୍କର ଏ ସୌଭାଗ୍ୟ ଉଦ୍ ହୋଇଛି । ସାହିଟା ସାରା ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ବାହାଘର ଠୁ କନ୍ୟା ବିଦା ଯାଏ ଖାଇବା, ପିଇବା ଚାଲିବ । ସାହିତ୍ଯ ଲୋକ ବି ଖୁସି । ଯାହା ହେଉ ତାଙ୍କ ପାଇଁ ପ୍ରଭୁ ମହାଦେବ ଙ୍କ ଶୁଭ ପରିଣତ ସାହି ଲୋକ ସମସ୍ତେ ଦେଖି ପାରିବେ । ସନିଆ ବି ବେଶ ଖୁସି । ତାକୁ ଓ ତା ତିନି ଭାଇ ଭଉଣୀଙ୍କୁ ଭଲ ଭଲ ଚିଜ ଖାଇବାକୁ ମିଳିବ । ସବୁଦିନ ସେମାନଙ୍କୁ ପେଜ ବା ତୋରାଣି ମୁନ୍ଦେ ଘରେ ଖାଇବାକୁ ମିଳେ । କେବେ କେବେ ସେତିକି ବି ଜୁଟେନି । ଆଉ ଏତେ ସୁନ୍ଦର, ସୁଆଦିଆ ଭାତ, ଡାଲି, ନାନା ପ୍ରକାର ତିଅଣ, ଶାଗ ତ ସେମାନଙ୍କ ପାଇଁ ସ୍ୱପ୍ନ । ଭୋଜି ରନ୍ଧାର ବାସ୍ନାରେ ସନିଆ ଓ ତା ଭାଇର, ଭଉଣୀମାନଙ୍କ ଭୋକ ଆହୁରି ଦୁଇଗୁଣ ବଢି ଯାଉଥାଏ । ବହୁତ ସମୟ ପରେ ସମସ୍ତଙ୍କ ସାଂଗରେ ଖାଇବାକୁ ଯାଉଥିବା ଧାଡିରେ ସନିଆ ତା ଭାଇ, ଭଉଣୀ ମାନଙ୍କୁ ନେଇ ଛିଡା ହେଲା । ହଠାତ ରାମହରି ବାବୁଙ୍କ ଦୃଷ୍ଟି ସନିଆ ଓ ତା ଭାଇର, ଭଉଣୀମାନଙ୍କ ଉପରେ ପଡିଲା । ଘୃଣା ଓ ରାଗରେ ସେମାନଙ୍କୁ ଦେଖି ଚାକର ଦାମକୁ ଜୋରରେ ଚିତ୍କାର କରି ଡାକି ନିର୍ଦ୍ଦେଶ ଦେଲେ, " ଆରେ ଏଇ ଅଳିଆ ମସିଆ ଛୁଆ ଗୁଡାକ କେଉଁଠୁ ଆସିଲେ ଏଇ ଭଦ୍ର ମଣ୍ଡଳୀକୁ ? ଯୋଉଠି ଖାଇବା ଦେଖିଲେ ଚାଲି ଆସିଲେ ଗେଫିବାକୁ । ଦାମ,ଦାମ ଶୀଘ୍ର ବାହାର କର ଏମାନଙ୍କୁ । " ଦାମ ଯାଇ ସେମାନଙ୍କୁ ସେଠୁ ଡାକି ଆଣି ଚାଲି ଯିବାକୁ କହିଲା । ସନିଆ ବିକଳ ହୋଇ ତାକୁ କହିଲା," କାହିଁକି ଦାମ ନନା ଆମକୁ ତଡି ଦେଉଛ ?ସଭିଁଏ ତ ଖାଉଛନ୍ତି । ଠାକୁରଙ୍କ ବାହାଘର । ସଭିଙ୍କ ସାଂଗରେ ଆମେ ଦିନ ମୁଠା ଖାଇ ଦେଲେ କଣ ହେଇଯିବ ? ଦୁଇ ଦିନ ହେଲା କିଛି ଖାଇନୁ ଆମେ । ତୋରାଣୀ ମୁନ୍ଦେ ଛଡା ଆମେ କିଛି ଖାଇନୁ । ମନା କରନି ଆମକୁ । କାହଁକି ମନା କରୁଛ ? " " ଆରେ ଏଠି କିସ ଅନ୍ନ ଛତ୍ର ଖୋଲିଛି ? ଯିଏ ଆସିବ ସିଏ ଖାଇବ । ଯା, ଯା ପରେ ଆସିବୁ । ପରେ ସଭିଁଏ ଖାଇ ସାରିବା ପରେ ଯଦି କିଛି ବଳିଥିବ , ତା ହେଲେ ନେବୁ । ଏବେ ଯା । " ଏଇଆ କହି ଦାମ ସେମାନଙ୍କୁ ସେଠୁ ତଡି ଦେଲା। ସନିଆ ନିରାଶ ହୋଇ ଘର ମୁହାଁ ହେଲା । ତା ଭାଇ, ଭଉଣୀ ଭୋକ ସହି ନ ପାରି କାନ୍ଦିବାକୁ ଲାଗିଲେ । ହେଲେ ସନିଆ ବା କଣ କରି ପାରିଥାନ୍ତା । ଖାଲି ସନିଆ ଭାବୁଥାଏ, " ଏ କି ପୂଜା ? ଏ କି ପୂଣ୍ୟ ?"ଭୋକିଲାର ଭୋକ ନ ମେଣ୍ଟାଇ ବଡ,ସାନ, ଧନୀ, ଗରିବ ରୋଗୀଙ୍କ ଭେଦ ଭାବ କାହିଁକି ? ଏମିତି ବହୁ ଅଛିଣ୍ଡା ପ୍ରଶ୍ନର ଜାଲରେ ତା ସରଳ, ନିଷ୍ପାପ ଶିଶୁ ମନ ଛନ୍ଦି ହୋଇ ଯାଉଥାଏ । 




Rate this content
Log in

Similar oriya story from Inspirational