STORYMIRROR

Dr Rashmita Panigrahi

Abstract

2  

Dr Rashmita Panigrahi

Abstract

ଧାରେ ହସ

ଧାରେ ହସ

4 mins
185


ଧାରେ ହସ             

     ଅନୁରାଗକୁ 35 ଅତିକ୍ରମ କଲାଣି l ଏଯାଏଁ ପସନ୍ଦର ଝିଅଟିଏ ମିଳୁନି l ମା'ବାପା କେତେ ଖୋଜି ସାରିଲେଣି, ନଜରକୁ ପାଉଛି ତ ଝିଅ ପସନ୍ଦ ହେଉନି, କିଏ ମୋଟି ତ କିଏ କାଳି, ପୁଣି ଝିଅ ଯଦି ସୁନ୍ଦର ପାଠ କମ, ଜମା ମନକୁ ପାଉନି l ବାରମ୍ବାର କୁହାଗଲା ମ୍ୟାଟ୍ରିମୋନିରୁ ଖୋଜିନେ, ଅନୁରାଗକୁ ନେଟରୁ ଝିଅ ଦେଖିବା ନାଁ ଶୁଣିଲେ ଚିଡ଼ା ଲାଗେ, ଯେମିତି ସବୁଗୁଡା  ସେକେଣ୍ଡ ହେଣ୍ଡ l ଏଥର କିନ୍ତୁ ଅନୁରାଗ ର ସାନଭଉଣୀ ବାଛିଚି ତା'ର ଗୋଟିଏ ସାଙ୍ଗକୁ ତା'ଭାଇ ପାଇଁ l ଘରସାରା ସମସ୍ତେ ଦେଖିସାରିଲେଣି l ଅନୁରାଗ ଆଖି ବୁଜି ହଁ କରିଦେଲା କାରଣ ତା ସାନଭଉଣୀ ତା ଜୀବନ, ଆଉ ସେ ବାଛି ଚି ମାନେ ଖାସ ହିଁ ହେଇଥିବ l

        ବଡ ଧୂମଧାମରେ ବାହାଘର ଆୟୋଜନ ହେଲା l ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଗଲା l ବାଜା, ରୋଷଣି ରେ ଗାଁ ଟା ଯାକ ଫାଟି ପଡିଲା l କୋର୍ଟ କଚେରୀ ବାହାଘର ଅନୁରାଗର ପସନ୍ଦ ନୁହେଁ l ବେଦୀରେ ବସି ବାହା ହେଲେ ବରକନ୍ୟା l ରାତି ପହିଲା, ବରକନ୍ୟା ଘରକୁ ଆସିଲେ l ଭଉଣୀମାନେ ଗୋଡ ଲମ୍ବାଇ ବସିଗଲେ ଛାଡିବେନି ଭିତରକୁ l ଜଣିକl 10ହଜାର ଲେଖାଏଁ ସୁରୁଖୁରୁ ରେ ହାତେଇ ନେଲେ ଭାଉଜ ନାଁରେ ଭାଇ ପାଖରୁ l ଭାଉଜର କେହି ଭାଇ ନ ଥିଲେ l ତାଙ୍କର ଦୁଇ ଭଉଣୀ l ସାନ ଭଉଣୀ ହିଁ ଭାଇ ହେଇ ଛାଡିବାକୁ ଆସିଛି l ସବୁଠାରୁ ମଜାକଥା ହେଉଛି ଭାଉଜ ସେହି ଭଉଣୀକୁ ହିଁ' ଭାଇ' 'ଭାଇ' ଡାକନ୍ତି l 

          ଗୃହଲକ୍ଷ୍ମୀ ହେଇ ଭାଉଜଙ୍କ ଗୃହ ପ୍ରବେଶ ହେଇଗଲା l ନଣନ୍ଦମାନେ ମଧ୍ୟ ନଣନ୍ଦ ପେଡିରୁ କିଛି ନ ପାଇଲେ ବି ମନ ଦୁଃଖ କରି ନ ଥିଲେ କାରଣ ଭାଇ ପାଖରୁ ମୋଟା ଅଙ୍କରେ ମାରି ନେଇଛନ୍ତି ନା ! ବରଯାତ୍ରୀ କିନ୍ତୁ ମନ ଉଣା କରି ଫେରିଛନ୍ତି, ଖାଇବା କାଳେ କାହାରି ପସନ୍ଦ ହେଉନି l ଭାବିଥିଲେ ଅନୁରାଗ ବାହାଘର ମାନେ ଜମେଇକି ଖାଇବେ l ମାତ୍ର ଖାଇବା କାଳେ ତାଙ୍କର ଜମା ଜମିଲାନି l ତଥାପି ମୁହଁ ଖୋଲି କେହି କିଛି କହିବା ଆଗରୁ ରିସେପସନ ଭୋଜିଟା ଏତେ ଜୋରଦାର କରିଦିଆଗଲା ଯେ ସେ ସବୁକୁ ଆଉ କେହି ମନେ ପକେଇଲେ ନାହଁ l 

    ତଥାପି ଅନୁରାଗର ମାଆ ମୁହଁଟା କେମିତି ଶୁଖିଲା ଶୁଖିଲା ଲାଗୁଥିଲା l ବୁଝିଲାରୁ ଜଣା ପଡିଲା ବୋହୂଟା କଣ ରଙ୍ଗ ମାଠ ଲାଗୁଚି, ପୁଅକୁ ତାଙ୍କର ଜମା ମାନୁନି l ବାହାଘର ଆଠଦିନ ଭିତରେ ଏମିତି ଲାଗୁଛି, ଛୁଆପିଲା ଗୋଟିଏ ହେଇଗଲେ କି ଅବସ୍ଥା ହେବ ତା'ର l ଏଇ ଚିନ୍ତାରେ ତାଙ୍କ ମୁଣ୍ଡ ଖରାପ ହେଇ ଯାଉଛି l କେହି ଜଣେ କହିଉଠିଲେ, "ଆରେ ନାଇଁ ରେ l ପିଲା ଲୋକଟା l ଉପବାସ କେବେ କରି ନ ଥିବ l ଏବେ ଲଗାତାର ଉପବାସ, ଅଲଗା ଜାଗାରେ ନିଦ ହେଉନ ଥିବ, ଖାସ ସେଇଥିପାଇଁ ମୁହଁଟା ତା'ର ଶୁଖିଯାଇଛି, ପରେ ଦେଖିବ ସେ ଠିକ ଲାଗିବ, ଆମ ଅନୁରାଗକୁ ପୂରା ମାନିବ, ଜମା ବ୍ୟସ୍ତ ହୁଅନି l 

      ବୋହୂ କାଳି ଲାଗିବାର ଅସଲ କାରଣଟା କିନ୍ତୁ ଅଲଗା ଥିଲା l ପୁଅ ତାଙ୍କର ମଲଟିନ୍ୟାସନାଲ କମ୍ପାନୀରେ କାମ କରୁଛି, ବୋହୂ କଲେ ଏମିତି ଘରୁ ଯେ ଝିଅକୁ ତା' ମା'ବାପା ପୂରା ଖାଲି ହାତରେ ମାତ୍ର ବାସନ କେଇ ଖଣ୍ଡ ଆଉ ଗୋଟିଏ ଦିଇଟା ଗହଣାରେ ବିଦା କରିଛନ୍ତି, କେମିତି ମା'ବାପା କେଜାଣି !ମୁହଁଟା ତାଙ୍କର ଯେମିତି ଲଜ୍ୟାରେ ତଳକୁ ହେଇଗଲା ପରି ଲାଗୁଥିଲା l ମନେ ମ

ନେ କେତେ ଆଶା ରଖିଥିଲେ, କିଛି ନ ହେଲେ ପୁଅକୁ ମୋର କାର ଖଣ୍ଡିଏ ତ ଦେଇ ଥାନ୍ତେ, ଉପରେ ଉପରେ ଆମେ ଯେତେ ମନା କଲେ ବି ସେମାନେ ନିଶ୍ଚୟ ଦେବାକଥା, ପୁଅର ସମ୍ମାନକୁ ତ ଜଗିବେ ନା !

        ହେଲେ କଥାଟା ପୂରା ଓଲଟା ଦେଖି ସେ ନା କିଛି କହିପାରୁଛନ୍ତି, ନା ନିଜ ମନକୁ ବୁଝାଇ ପାରୁଛନ୍ତି l ତା'ର ପ୍ରତିଫଳନ ହେଉଛି, "ବୋହୂଟା ଏତେ ଖରାପ ଦେଖିବାକୁ, କେହି ଜାଣି ପାରିଲେନି, ଏତେ ମେକଅପ ନେଇଥିଲା କି କଣ ସମସ୍ତଙ୍କୁ ସୁନ୍ଦର ଲାଗିଲା, ଯେତେଜଣ ତାକୁ ଦେଖିବାକୁ ଯାଇଥିଲେ l"ଧିରେ ଧିରେ ବିବାହର ଦ୍ଵିତୀୟ ଦିନ ଠାରୁ ବୋହୂ ପ୍ରତି ବ୍ୟବହାର ରୁକ୍ଷ ହେବାକୁ ଲାଗିଲା ଶାଶୁମା'ଙ୍କର l ତାଙ୍କୁ ଦେଖାଦେଖି ନଣନ୍ଦ ମାନେ ବି ଆରମ୍ଭ କରିଦେଲେ ଗୁଣ ବାଛିବା l ବିଚରା ବୋହୂ ବୁଝି ପାରୁ ନ ଥାଏ ଏମାନଙ୍କ ଦୁର୍ବ୍ୟବହାରର କାରଣ !

       ବାପା ଜଣେ ସାଧାରଣ ଚତୁର୍ଥ ଶ୍ରେଣୀର କର୍ମଚାରୀ l ମା' ତେଣେ ଆଜୀବନ ଶଯ୍ୟlଶାୟୀ l ପୁଅ କହିଲେ ବି ସେଇ, ଝିଅ କହିଲେ ବି ସେଇ, କାରଣ ସେମାନଙ୍କ କୋଳକୁ ପ୍ରଥମେ ସେଇ ସୋନା ହିଁ ଆସିଛି ନା !ନିଜର ଯଥାସାଧ୍ୟ ଖର୍ଚ୍ଚ କରି ବାପା କନ୍ୟା ଦାନ କରିଛନ୍ତି l 

          ବରପକ୍ଷ କହିଛନ୍ତି ଜ୍ୱାଇଁ ତାଙ୍କର ମାସକୁ 2.5 ଲକ୍ଷ ଦରମା ପାଉଛନ୍ତି, ମୁମ୍ବାଇ ରେ ଚାକିରୀ କରୁଛନ୍ତି l ବାପାଙ୍କର ପାଦ ଭୂଇଁରେ ଲାଗୁ ନ ଥାଏ l ଯାହା ହେଉ ସୋନାର ଭାଗ୍ୟ ସେ ଏମିତି ବରଟିଏ ପାଇଛି l ବାହାଘର ଆଠଦିନ ଭିତରେ ଏକଥା ସ୍ପଷ୍ଟ ବୁଝି ଯାଇଛି ସୋନା ଯେ ସେମାନେ ଠକି ଯାଇଛନ୍ତି l ବର ତାଙ୍କର ମାସକୁ ମାତ୍ର 25ହଜାର ବି ପାଉଛନ୍ତି କି ନାହିଁ ସନ୍ଦେହ l ତାଙ୍କର ଖର୍ଚ୍ଚ କରିବାର ଢଙ୍ଗ, ବ୍ୟବହାର, ଏସବୁରୁ ସ୍ପଷ୍ଟ ଜାଣି ହେଉଥିଲା, ସେ କେତେ କଷ୍ଟ କରି ଚଳନ୍ତି ଆଉ ମା'ବାପା, ଭାଇଭଉଣୀର ପରିବାରକୁ ଚଳlନ୍ତି l ତଥାପି,ସେ ଦୁଃଖୀ ନ ଥିଲା କାରଣ ଅନୁରାଗର ପୂର୍ଣ୍ଣ ଭଲ ପାଇବା ତାକୁ ମିଳି ସାରିଥିଲା l ସେ ଅନୁରାଗକୁ ନେଇ ଖୁସି ଥିଲା l

               ମାତ୍ର ଖୁସି ସମସ୍ତ ଙ୍କ କପାଳରେ ଲେଖା ନ ଥାଏ l ବାପା ତା'ର ଏ ମିଛକୁ ବରଦାସ୍ତ କରି ପାରିଲେନି l ଏ ପଟେ ଅନୁରାଗର ମା'ବି ବୋହୂ କିଛି ନ ଆଣି ଆସିବା ଟାକୁ ହଜମ କରି ପାରୁନ ଥାନ୍ତି l ଧିରେ ଧିରେ ଅନୁରାଗ ଦ୍ୱାରା ବୋହୂର ସ୍ୱାଧୀନତା ଉପରେ ଆକ୍ରମଣ ଆରମ୍ଭ ହେଲା, ଉଭୟ ପରିବାର ମଧ୍ୟରେ ତିକ୍ତତା ବଢ଼ି ବଢ଼ି ଚାଲିଲା l ପ୍ରେମର ଡାଳରେ ନୂଆ କରି ବସା ବାନ୍ଧିଥିବା ଅନୁରାଗ ଆଉ ସୋନା ସେହି ତିକ୍ତତା ରେ ଘାଣ୍ଟି ହେଇ ଅଣନିଶ୍ୱାସୀ ହେଇଗଲେ l କେହି କାହା ମୁହଁ ଚାହିଁବା ବି ପସନ୍ଦ କଲେନି l

        ୟା ଭିତରେ ଦେବଦୂତ ସାଜି ସେମାନଙ୍କ ଜୀବନକୁ ପଶି ଆସିଛି ସେମାନଙ୍କ ପୁଅ ପୀୟୁଷ l ବିଚରା ହତଭାଗ୍ୟ ଶିଶୁଟିଏ l ଜନ୍ମରୁ ନିର୍ଯ୍ୟାତିତ l ଗୋଟିଏ ନିର୍ଯ୍ୟାତିତା ମା'ଠୁ ସେ ଆଉ କଣ ବା ପାଇ ପାରିଥାନ୍ତା l ତଥାପି ସେ ହସେ, ଆଉ ତା'ହସର ଯାଦୁରେ ମା'ବି ହସିଦିଏ, ବାପା ବି ଟାଣି ହେଇ ଆସେ l 

    ସବୁ ତିକ୍ତତାର ଅନ୍ତ ଘଟେ, ଦିନ ଦିନ ଧରି ଖାଇବାକୁ ନ ପାଇ ରାହା ଧରି କାନ୍ଦୁଥିବା ଶିଶୁଟି ପୁଣି ସବୁ ଠିକଠାକ ପାଏ, କେବଳ ତା'ର ସେଇ କୁନି କୁନି ଉଠରେ ଫୁଟି ଉଠୁ ଥିବା ଧାରେ ହସ ପାଇଁ l

    


Rate this content
Log in

Similar oriya story from Abstract