STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଧାରେ ହସ ଧାରେ ଲୁହ ,,,,,,,,,,,,,,,,,,,,,,,,,,,,,,,

ଧାରେ ହସ ଧାରେ ଲୁହ ,,,,,,,,,,,,,,,,,,,,,,,,,,,,,,,

3 mins
228


ଚୁଡ଼ିଵାଲୀ ଗାଁକୁ ଆସିଲେ ଛୋଟ ଝିଅଠୁ ଆରମ୍ଭ କରି ମାଆ,ମାଉସୀ, ପିଇସୀ, ଖୁଡି, ଦେଠେଇଙ୍କଠୁ ଆରମ୍ଭ କରି ଜେଜେମା, ଆଈ ମାନେ ନିଜ ନିଜ ପିଣ୍ଢା ଉପରେ ଗୋଡ଼ ଲମ୍ବେଇ ବସିଯାଆନ୍ତି. ଚୁଡ଼ି ମୁଠାଏର ଶ୍ରଦ୍ଧା ଜାଣେ ଚୁଡିବାଲୀ. ଭଳିକି ଭଳି ରଙ୍ଗ ବେରଙ୍ଗର ଚୁଡ଼ି ଧରି ପସରା ଖୋଲିଦିଏ ଝିଅ ବୋହୁ ମାଆ ମାଉସୀଙ୍କ ଆଗରେ. ସମସ୍ତଙ୍କ ମନ ପସନ୍ଦର ଚୁଡ଼ି ଦେବା ସହ କାହାକୁ ଟିକିଲି ପ୍ୟାକେଟଟିଏ, କାହାକୁ କଡା ଵା ବଳା କି ମାଳି କି ନଖପଚା ଶିଶିଟିଏ ସେମିତିରେ ଦେଇ ମନ କିଣି ରଖିଥାଏ ତ ସମସ୍ତେ ତାକୁ ଭଲ ପାଆନ୍ତି. ସାଇତି ଦେଇଥାଆନ୍ତି ଆରିଷା ପିଠା, ମିଠା, ରାଶି ଲଡ଼ୁଓ ବାଦାମ ଲଡ଼ୁ ଆଦି. ଯିଏ ଯାହା ଦିଏ କିଛି ଖାଇ କିଛି ବଳକା ସାଙ୍ଗରେ ବାନ୍ଧି ନେଇଯାଉଥିବା ବେଳେ ସମସ୍ତେ ଭାବନ୍ତି ବୋଧେ ତାଙ୍କ ପୁଅ ଝିଅ ପାଇଁ ନେଇଯାଉଥିବେ. କାରଣ ତାଙ୍କ ଫୁଙ୍ଗୁଳା ହାତ ଦେଖି ସମସ୍ତେ ଭାବନ୍ତି ସେ ନିଶ୍ଚୟ ବିଧବା ହୋଇଥିବେ କିନ୍ତୁ ସେଦିନ ଗାଁର ମହାପାତ୍ର ଘର ଆଈ ଯେମିତି ପଚାରି ଦେଇଛନ୍ତି ତୋ ଝିଅ କି ପୁଅ କେତେ ବଡ଼ ଲୋ ମାଆ.

  ସେହି ସ୍ନେହ ବୋଳା କଥା ପଦେରୁ ଚୁଡିବାଲୀ ରୁନି ଆଖିରୁ ଝର ଝର ଲୁହ ଧାର ନିଗିଡି ପଡିଲା. ସେଇ କାନ୍ଦ ମିଶା କୋହ ଭରା କଣ୍ଠରେ ଆଜି ପ୍ରଥମ କରି ରୁନି କହୁଥିଲା ତା ଜୀଵନ କାହାଣୀ. ପୁଅ ଝିଅ କୋଉଠୁ ଆସିବେ ମାଆ!ବିବାହ ବାସିରୁ କୋଉ ଦଶାରିଷ୍ଟର ନଜର ପଡିଲା ଯେ ମିଣିପିଟା ପାରାଲିସସରେ ପଡିଲା ଯେ ଅଣ୍ଟା ସଳଖି ଆଉ ଠିଆ ହେବାର ଆଶା ନାହିଁ.ପୁଅ ଝିଅଙ୍କ ମାଆ ହେବାର ଆଶା ସହିତ ସଧବାରହିବା ଆଶା ମଧ୍ୟ ମୋର ମଉଳି ଯାଇଛି ବୋଲି ସିନ୍ଦୁର, ଅଳତା କି ଚୁଡ଼ି ପିନ୍ଧିବା ଛାଡି ଦେଇଛି ଆଈ କହି କଇଁ କଇଁ କାନ୍ଦୁଥିବା ଝୁନିକୁ ଆଈ କହୁଥିଲେ ତୁ ପୁଣି ସେହି ବେଶ ହୁଅ ଝୁନି ଦେଖିବୁ ସକାରାତ୍ମକ ଚିନ୍ତାଧାରାର ପରିଣାମ ନିଶ୍ଚୟ ସକାରାତ୍ମକ ହିଁ ହେବ.ମହାପାତ୍ର ଘର ଆଈଙ୍କ ପାଟିରୁ କଥା ସରିଛି କି ନାହିଁ ମହାନ୍ତି ବାବୁଙ୍କ ବୋହୁ ରୁନି ହାତରେ ଚୁଡ଼ି ଦୁଇମୁଠା ପିନ୍ଧେଇ ହୁଳହୁଳି ପକେଇଲା ବେଳେ ମିଶ୍ରବାବୁଙ୍କ ଝିଅ ତାଙ୍କ ମଥାରେ ସିନ୍ଦୁର ଓ ପାଦରେ ଅଳତା ନାଇଦେଇ ସାଧବବୋହୁ ପରି ଝୁନିକୁ ସଜେଇ ଦେଉଥିଲେ ତ କିଏ କହୁଥିଲା ତୁମ ସ୍ୱାମୀଙ୍କ ମଙ୍ଗଳ କାମନା କରି ଗୁଆ ନଡ଼ିଆ ବସେଇବୁ ତ କିଏ କହୁଥିଲା ମକର ସଂକ୍ରାନ୍ତିକୁ ତୁମ ସ୍ୱାମୀଙ୍କ ଆରୋଗ୍ୟ କାମନା କରି ମକର ମୁଆଁ ଭୋଗ କରିବୁ ତ କିଏ କହୁଥିଲା ଏଣିକି ତୁମ ସ୍ୱାମୀ ଭଲ ହୋଇଗଲେ ଶାମ୍ବ ଦଶମୀ ପୂଜାରେ ସୂର୍ଯ୍ୟ ଦେବତାଙ୍କୁ ବଜ୍ରବାଟୁଳି ଭୋଗ ଲଗାଇବୁ. ଏମିତି କିଏ କେତେ ଝୁନିର ଶୁଭ ମନାସି ବିଶ୍ୱାସର ନିଶ୍ୱାସ ମାରିଵା ସହ ଝୁନିକୁ ସାନ୍ତ୍ୱନା ଦେଉଥିଲେ ତ ଝୁନି ପସରା ମୁଣ୍ଡେଇ ଚାଲି ଯିବା ପୂର୍ବରୁ କହୁଥିଲା ତୁମ ମାନଙ୍କ ହାତ କାଚ ବଜ୍ର ହେଉ. ମୋ ଭାଗ୍ୟରେ ଆଉ ଉଷୁନା ଧାନ ଗଜା ହେବ ବୋଲି ବିଶ୍ୱାସକୁ ମନ ମାନୁନାହିଁ. ମହାପାତ୍ର ଘର ଆଈ ଓ ନେତୀ ଜେଜୀ ଡାକ ପକେଇ କହୁଥିଲେ ଦେଖିବୁ ରହ ଲୋ ଝିଅ କୋଳକୁ ନନ୍ଦନ ତୋର ହସ୍ତେ ସୁନାବାହୀ ଛାଉଣୀ ହୋଇଯିବ.

  ଝୁନି କିନ୍ତୁ ଆଉ ଆସୁନଥିଲା ଗାଁକୁ ଚୁଡ଼ି ପସରା ନେଇ. ସମସ୍ତଙ୍କ ଆଖି ଝୁନିକୁ ହାଟ, ବାଟ, ବଜାର ଓ ସହରରେ ଖୋଜୁଥିଲା କିନ୍ତୁ ଝୁନି ପରିବର୍ତ୍ତେ ସେଦିନ ଜଣେ କାଚରା ଯେବେ ଗାଁରେ ବଡ଼ ପାଟି କରି ଚୁଡ଼ି ନେବ ଚୁଡ଼ି ବୋଲି ଡାକ ଛାଡିଲା, ଝିଅ, ବୋହୁ, ମାଆ, ମାଉସୀ ଦଉଡି ଆସିବା ପରିବର୍ତ୍ତେ ତାଟି କବାଟ କିଳିଲେ. ଚୁଡିବାଲା ଯେବେ ପୁଣି କହୁଥିଲା ରୁଣୁଝୁଣୁ ଚୁଡ଼ି ଆଣିଛି. ପଥର ବସା.. ଆଖି ଝଲସା.. ଇନ୍ଦ୍ରଧନୁ ପରି ରଙ୍ଗରେ ଆଶା, ତଥାପି କେହି ଆସିନଥିଲେ ଚୁଡ଼ି କିଣି. ଏଥର କିନ୍ତୁ ଚୁଡ଼ି ଵାଲା କହୁଥିଲା ଝୁନି ଚୁଡ଼ି... ଭରି ପେଡି...କହୁଛି କରି ରଡି... ପିନ୍ଧିବ ଆସ ମାଆ ମାଉସୀ ଖୁଡି ତ ସମସ୍ତେ କବାଟ ମେଲାଇ ପଚାରିଲେ ଝୁନି!କୋଉ ଝୁନି!ଆଉ ଯେମିତି ଶୁଣିଲେ ସେ ଲୋକ ଝୁନିର ସ୍ୱାମୀ. ଏଇ ଗାଁ ଝିଅ ବୋହୁ ମାଆ ମାଉସୀଙ୍କ ବିଶ୍ୱାସ ଭରା ଆଶ୍ୱାସନା ଓ ଆଶୀର୍ବାଦ ଭରା ନିଶ୍ଵାସ ଯୋଗୁଁ ସେ ଆଜି ରୋଗମୁକ୍ତ ଓ ଝୁନି ମାଆ ହେବାକୁ ଯାଉଥିବାରୁ ଆସିପାରିନି. ଦରଆଉଜା କବାଟ ଖୋଲିଗଲା.ଝିଅ ବୋହୁ ମାଆ ମାଉସୀ ଦଉଡି ଆସି ଚୁଡ଼ି କିଣିଲେ ହେଲେ ଚୁଡ଼ିବାଲା କାହାଠୁ ବି ଗୋଟେ ଟଙ୍କା ନନେଇ ଫେରିଯାଉଥିଲା ବିଶ୍ୱାସ ଓ ଭାରସା ଭରା ଆନ୍ତରିକତା ପୂର୍ଣ୍ଣ ଭଲପାଅଇବାର ପ୍ରତିଶ୍ରୁତି ଦେଇ ଓ ନେଇ କେବଳ. ସମସ୍ତେ ତାର ଫେରିବା ପଥକୁ ଚାହିଁରହିଲୁ କହୁଥିଲେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract