Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Nityananda Sahu

Inspirational


4.1  

Nityananda Sahu

Inspirational


ପ୍ରଥପ୍ରାନ୍ତର ଜୀବନ

ପ୍ରଥପ୍ରାନ୍ତର ଜୀବନ

17 mins 11.8K 17 mins 11.8K


ଜୀବନର ଶେଷ ଭାଗରେ କେଇ ଟିକେ ଖୁସି ସାଉଁଟି ବାକୁ ଯେତେବେଳେ ମଣିଷ ଅବସର ମୁହୂର୍ତ୍ତରେ ଅପେକ୍ଷା କରି ବସିଥାଏ ସେତେବେଳେ ଆଉ ବି କିଛି ଦାୟିତ୍ୱ ସାରିବାକୁ ରହିଯାଇଥାଏ । ଘରଣୀ ଠାରୁ ଛତା ପାଣି ବୋତଲ ଆଉ ଜୋତା ପିନ୍ଧି ସାଇକେଲ ଧରି ମଦନମୋହନ ବାବୁ ବାହାରିଲେ ଅଫିସକୁ । ଆଜି ଯାହା ହେଲେ ସେ ଫାଇଲ କାମ ସବୁ ସାରିବାକୁ ପଡିବ । ନ ହେଲେ ରାଗିଣୀ( ଝିଅ)ର ବାହାଘର କେମିତି କରିବି ? ଯାହା ଟଙ୍କା ଘରେ ଅଛି ସବୁ ଯୌତୁକ ଆଉ ବହିନା ଦେବା ବାବଦରେ ସରିଯିବ । କିନ୍ତୁ ବାକି ଗହଣା ପର୍ଣ୍ଣିଚର, ବାସନକୁସନ ସାମଗ୍ରୀ କିଣିବା ପାଇଁ ଜମା ଇପିଏଫକୁ ଉଠେଇବାକୁ ପଡିବ । ପେନସନ କାଗଜର କାମ ବି ଏ ଯାଏଁ ସରିନି । କେମିତି ଚଳିବୁ ଆମେ ଦୁଇ ପ୍ରାଣୀ ପେନସନ ଯଦି ଝିଅ ବାହାଘର ପରେ ନ ମିଳେ । ଖରାର ତେଜରେ ବର୍ଦ୍ଧିତ ବୟସ ବି ଝାଉଁଳି ଯାଉଛି । ଥକା ଲାଗୁଚି ଆଗକୁ ଆଉ ସାଇକେଲ ଚଳେଇ ଯାଇ ହେବ ନାହିଁ । ଦେହରେ ଗମ ଗମ ଝାଳ । ଘର ଠୁ ଅଫିସ ପଖା ପାଖି ପନ୍ଦର କିଲୋମିଟର ହେବ । ବୟସ ଥିଲା ବେଳେ ସ୍କୁଲକୁ କୋଡିଏ କିଲୋମିଟର ଅହରହ ,କି ଖରା, ବର୍ଷା , ଶୀତକୁ ଖାତିର ନ କରି ଯାଉଥିଲି ଏ ମୋ ଶଶୁର ଘର ଯୌତୁକ ଦେଇଥିବା ଶୂନ ଗାଡିଟି ଧରି । ହେଲେ ଆଜି ଆଉ ସେ ବୟସ କି ବଳ ନାହିଁ ।ରାସ୍ତା କଡ଼ ହରି ଚା' ଦୋକାନ ପାଖରେ ସାଇକେଲରଖି ଟିକେ ଚା' ପିଇବି । ତା ପରେ ଯୋଉ କଥା । ଅନେକ ଦିନ ହେବ ତା'ର ଚା'କୁ ମୋ ଓଠ ସ୍ପର୍ଶ କରିନି । ଭାରି ଭଲ ଲାଗେ । ଏ ହରି ଦେଲୁ .... ଦେଲୁ ଚା' ।

ହରି:- ସାର ନମସ୍କାର .... ଆପଣ ତ ପୁରା ଭୁଲି ଗଲେ ମତେ ?

ନାଁରେ ଭୁଲି ନି ଆଉ କ'ଣ ଆଗ ପରି ସେ ବୟସ ଅଛି ଯେ ,ସବୁଦିନେ ଆସି କି ତୋର ଚା ପିଇ କି ଯିବା ପାଇଁ ।ମାଳତୀ (ପ୍ରତ୍ନୀ) ସେ ବା ଦିନକୁ ଚାରି ପାଞ୍ଚ କପ ନିତି ଦେଉଛି। ତା ହାତର ସ୍ୱାଦ ଟିକେ ଅଲଗା ଯାହା ହେଲେ ନା ? ପିଇବାରେ ତୁପ୍ତି ଲାଗୁଚି । ତୋର ବି ଚା' କିଛି କମ ନୁହେଁ ବୁଝିଲୁ । ମୋର ସ୍କୁଲ ଜୀବନର ଅଧା ବୟସ ତୋ ଚା' ଦୋକାନ କଲା ପର ଠାରୁ କଟି ଯାଇଛି । ତୁ କଣ ଜାଣିନୁ , କେତେ ଖଟି ହେଉଥିଲା ।

ହଁ ସାର " ଆପଣ ଙ୍କ କହିବା ଅନୁସାରେ ଆଜି ଦୋକାନ ଟିଏ କରିବାରୁ ଦି ପାଇସା ମିଳୁଛି , ସେଇଥିରେ ମୋ ଛୋଟ ସଂସାର ଚଳି ଯାଉଛି । ପୁଅ ଟା ବି ମଣିଷ ହେଇଗଲାଣି ।

ଅରେ ହଁ ତ ମକରା (ହରିର ପୁଅ) ଏବେ କଣ କରୁଛି କିରେ ?

ସାର ସେ ଆଇ ଟି ଆଇ କରି ବାହାରେ କୁମ୍ପାନୀରେ ଚାକିରୀ କରିଛି , ପ୍ରତି ମାସରେ ଦି ପଇସା ପଠାଉଛି । ସେତିକିରେ ଆମେ ଖୁସି ଆଜ୍ଞା ।

ଆଉ ସ୍ୱୟଂ(ସାର ଙ୍କର ପୁଅ ) ବାବୁ ଙ୍କର ଖବର କଣ ସାର ?

ସ୍ଵୟଂ ?? କି କହିବିରେ ହରି । ମଣିଷ ପଣିଆ ଆଉ ସାମାଜିକ ନ୍ୟାୟକୁ ଯିଏ ଲୋକାଭିମୁଖୀ କରୁ ଥିଲା ଯିଏ , ସେ ଆଜି ସ୍ୱଭାମାନି ହୋଇ ହାରିଯାଇଛିରେ ପୁତ୍ର ପାଖରେ । ବିଦେଶରେ ସେ ବୋହୂ ପିଲା ସହ ଭଲରେ ଅଛି କିନ୍ତୁ ଆମକୁ ସେ ପିଲା ଛେଉଣ୍ଡ କରି ଦେଇଛି ? ଥର ଥର ଗଳା ଟିକେ ଗମ୍ଭୀର ଲାଗୁଥିଲା ସାର ଙ୍କର । ହରି ବୁଝି ଯାଇଥିଲା ସେ ଦରଦର ଗଭୀର ବେଦନାକୁ । କଥା ବୁଲେଇବାକୁ ଯାଇ ପଚାରିଥିଲା, ଏବେ ଆପଣ ଏ ଟାଣ ଖରାରେକୁଆଡେ ଯାଉଛନ୍ତି ?

କଣ କହିବିରେ ହରି ଜୀବନ ସାରା ସତ୍ୟରେ ଚାଲି ବି ଆଜି ମୁଁ ଭୁଲ ପ୍ରମାଣ ହେବାକୁ ଯାଉଛି । କିଛି କଟୁ କଥା ପାଇଁ ଆଜି ଅଫିସର କର୍ମଚାରୀ ମାନେ ମୋ କାଗଜ ପତ୍ର କାମ କରୁ ନାହାନ୍ତି । ବିନା ହାତ ଗୁଞ୍ଜାରେ କିଛି ବି ହେଉନି । ଆଜି ଆସ କାଲି ଆସ କହି ଦିନ ପରେ ଦିନ ଗଡେଇ ଚାଲି ଛନ୍ତି । କ'ଣ ଆଉ କହିବି କହ ସେମାନ ଙ୍କୁ । ଚାକିରୀ ଥିଲା ବେଳେ ନାଁ ଥିଲା ବୋଲି କାମ କିଛି ହେଇ ଯାଉଥିଲା । ହେଲେ ଏବେ ସାଲିସ କରିବାକୁ ମତେ ଭଲ ଲାଗୁନିରେ ? ଗୋଟିଏ ବର୍ଷ ହେବ ଦୌଡୁଛି ଅଫିସ କିନ୍ତୁ କିଛି ବି କାଗଜ କାମ ହେଇ ପାରୁନି । ଚାକିରୀର ତିରିଶ ବର୍ଷ ମୁଁ ସଚୋଟ ତାର ସହ ସମ୍ପାଦାନ କଲା ପରେ ଭାବି ଥିଲି , ଅବସର ପରେ ସମସ୍ତେ ମତେ ଠିକ ବୁଝିପାରିବେ । ହେଲେ ନାଇଁ ନା ମୋ ପୁଅ ବୁଝିଲା ନା ମୋ କର୍ମ କ୍ଷେତ୍ର । ସବୁଠି ହେବାକୁ ପଡୁଛି ଅବହେଳାର ସମ୍ମୁଖିନ ।

ଶୁଣିଲି ଆଜି ନୂଆ ଅଫିସର କାର୍ଯ୍ୟ ଭାର ସମ୍ଭାଳିବେ । ତାଙ୍କୁ ଦେଖା କରି ଦୁଃଖ କହିବି । ଦେଖା ଯାଉ ଭଗବାନଙ୍କ ଇଛାରୁ କଣ ହେଉଛି ।

ସବୁ ଠିକ ହୋଇଯିବ ସାର । ଆପଣଙ୍କ ପରି ଜଣେ ନାମୀ ଜଣାଶୁଣା ବ୍ୟକ୍ତି ଙ୍କ କାମ କେବେ ଅଧାରହିବନି ।

ଆପଣଙ୍କର ଛାତ୍ର ଉମାକାନ୍ତ ଏବେ ଲୋକଲ ଏମ ଏ ଲେ ଅଛି ତାକୁ ଯାଇ ଦେଖା କରି କହିଲେ , ସେ ନିଶ୍ଚିତ କିଛି ଉପାୟ ବାହାର କରି ଦେବ ।

ହରିରେ ... ହସି ଉଠିଲେ ସାର । ସେତକ ବି ଆଉ ବାକି ନାହିଁରେ । ଥରେ ବ୍ଲକ ଅଫିସ ବାହାରେ ତାର ମୋର ଦେଖା ହୋଇଥିଲା । ସାର ବୋଲି ଆସି ପ୍ରଣିପାତ କଲା ।କୁଆଡେ ଆସିଛନ୍ତି କହି ସବୁ ବୁଝିଲା । ପ୍ରତିଶ୍ରୁତି ମଧ୍ୟ ଦେଇଥିଲା କରି ଦେବା ପାଇଁ କିନ୍ତୁ ଯେତେବେଳେ ମୁଁ ଫେରି ଆସୁଥିଲି ପଛରୁ ଶୁଣିଲି ସେ(ଉମାକାନ୍ତ) କାହାକୁ କହୁଥିଲା :-

ମୁଁ କୁଆଡେ ତା ନାଁରେ ଇଲେକ୍ସନରେ ଅପପ୍ରଚାର କରୁଥିଲି ଆଉ ସେ କଣ ପାଇଁ ମୋ କାମ କରିବ । ଏମିତିରେ ସାର" ସମ୍ମାନ ଟିକେ ଦେଇ ଦେଲେ କଣ ଟା ଭାସିଯିବ କହୁଥିଲା , ଅନ୍ୟମାନେ ହସୁଥିଲେ ତା କଥା ଶୁଣି । ନିଜକୁ ଧିକ କହି ଫେରି ଆସିଥିଲି ସେ ଦିନ ସେଠାରୁ । ମୋ ଛାତ୍ର ସେ କୁଆଡେ ମୋ ଶିକ୍ଷା କଣ ଏହା ଥିଲା । ବୋଧ ହୁଏ ମୋ ଶିକ୍ଷା ଦାନରେ କେଉଁଠି ନା କେଉଁଠି ତ୍ରୁଟିରହି ଯାଇଛି । ନ ହେଲେ ପିଲା ମଣିଷ ତ ହେଇଛନ୍ତି କିନ୍ତୁ ମୌଳିକତାକୁ ହରେଇ ବସିଛନ୍ତି । ଏଇ ଦେଖୁ ନୁ ସ୍ୱୟଂ କଥା । ସାର ଙ୍କ ପୁଅ ବୋଲି ପଞ୍ଚାୟତରେ କେତେ ଖାତିର । କିନ୍ତୁ ସାର ଯେ ସେ ପୁଅର ଭଲ ପାଇବାରୁ ବଂଚିତ ସେ କଥା କିଏ ବା ଜାଣିବ । କୋଉ ଅକାଳ ସକାଳେ ଗାଁକୁ ଆସୁଛି , ଦିନେ ଗୋଟେ ରହୁଛି କି ନାହିଁ ଭଲ ଲାଗୁନି କହି ବିଦେଶ ଚାଲି ଯାଉଛି । ଯେଉଁ ପିଲା ଗାଁର କି ତା ମା'ର ହୋଇ ପାରିରହି ପାରିଲା ନି । ସେ ପୁଅ ଠୁ କ'ଣ ଆଶା କରିବା ମୂର୍ଖାମୀ ନୁହେଁ ତ ଆଉ କ'ଣ । ଗଲା ବର୍ଷ ଠାରୁ ଖବର ଦେଲିଣି ରାଗିଣୀର ବାହାଘର ଠିକ ସରିଛି ତତେ ଖବର ପଠେଇ ନ ଆସିବାରୁ ଆମେ ତାର ନିର୍ବନ୍ଧ ସାରି ଦେଇ ଛୁ , ତୁ ଆସିଲେ ବାହାଘର ହେବ । ଫୁନ୍ ରେ କହିଥିଲା ତୁମେ ବ୍ୟସ୍ତ ହୁଅନି । ମୁଁ ଗଲେ ତା ବାହାଘର ଧୂମ ଧାମରେ ହେବ । ଟଙ୍କା ପାଇଁ ଚିନ୍ତା କରିବ ନି । ଟିକେ କାମର ପ୍ରେସର ବେଶି ରହୁଛି , ମୁଁ ସାରି କି ନିଶ୍ଚିତ ଯାଇ ପହଞ୍ଚିବି । ବାହାଘରକୁ ଆଉ ମାତ୍ର ମାସ ଗୋଟେ । ହେଲେ ନା ସେ ଆସୁଛି ନା ଟଙ୍କା ପଠେଇଲା । ତା ମାକୁ ଫୁନ୍ ରେ କୁହେ ଟଙ୍କା ଦେବି କିନ୍ତୁ ଏ ଯାଏ ନା ସେ ଟଙ୍କା ପଠାଉଛି । ତୁ ଭାରି ଭାଗ୍ୟବାନରେ ହରି ତୋ ପୁଅ ମକରା ତୋ କଥା ଠିକ ବୁଝି ପାରିଛି । ଏଇ ଛ ମାସ ତଳେ ଫୁନ କଲାରୁ ତା(ସ୍ବୟଂ) ନମ୍ବର ଲାଗିଲା ନି । ଗୋଟେ ଦିନ , ଦି ଦିନ ନ ଲାଗିବାରୁ ଭାବିଲୁ କଣ ଗୋଟେ ଅସୁବିଧା ହୋଇଥିବ ହେଲେ ବାରମ୍ବାର ଫୁନ୍ ନ ଲାଗିବାରୁ ମୁଁ ନିଶ୍ଚିତ ହୋଇ ସାରିଥିଲି ଆଉ ବେଶି ଆଶା କରିବା ଟା ଠିକ ହେବନି । ନିଜେ ହିଁ କିଛି କରିବାକୁ ପଡିବ । ମାଳତୀ ବି ଅନେକ ଥର ପୁଅ ପୁଅ ହୋଇ ଝୁରି ହୋଇ କାନ୍ଦି କାନ୍ଦି ଭାଗ୍ୟକୁ ଆବୋରି ନିଜର କୋହକୁ ଚାପି ଦେଇଛି ମୋ ମୁହଁକୁ ଚାହିଁ । ଭାବିଲୁ ବାହାଘର ଘୁଞ୍ଚେଇ ଦେଇ କିଛି ଦିନ ପରେ କରିବାକୁ । ମୋ ବକେୟା ଟଙ୍କା ଉଠିଗଲା ପରେ କିନ୍ତୁ ଝିଅର ଜିଦ ଆଗରେ ହାରି ଗଲୁ ସ୍ୱାମୀ ସ୍ତ୍ରୀ ଦି ଜଣ । ଆଜିକାଲିର ପିଲା ସେମାନେ ବା ମା ବାପାଙ୍କର ଦୁଃଖକୁ କଣ ବୁଝିବେ । ଅନ୍ୟ ଜାତିର ପୁଅ ବୋଲି ମୁଁ ପ୍ରଥମେରାଜି ହୋଉ ନଥିଲି କିନ୍ତୁ ତା ଜିଦ ଆଗରେ ମୋ ଭଲ ପାଇବା ଟା ମୋ ଝିଅର ଭଲ ପାଇବା ପାଖରେ ହାରିଗଲା । ଶେଷରେ ସେ (ରାଗିଣୀ) କହିଲା , ଯଦି ମୋ ବାହାଘର ତାଙ୍କ ସହ ନ କରି ଭାଙ୍ଗି ଦେବ ମୁଁ ବିଷ କି ଦୋୖଡି ଦେଇ ଆତ୍ମହତ୍ୟା କରିଦେବି । କଣ କରିବି କହ -ବଢ଼ିଲା ଝିଅ ଯଦି ଆତ୍ମହତ୍ୟା କରେ ଲୋକ ନିନ୍ଦା ଶୁଣିବା ଅପେକ୍ଷା ଅନ୍ୟ ଜାତି ହେଉ ପଛେ ସେ ବାହା ହୋଇ ଖୁସିରେ ଥାଉ ସେତକ ଭାବିରାଜି ହେଲୁ ।

ସେତିକିରେ ଦୁଃଖ ସରିନିରେ ହରି :-

ଭଲ ପାଇ ବାହାଘର କରିବାକୁ ରାଜି ହେଲା ପରେ ଭାବିଥିଲି ଜନିଯୌତୁକରେ କିଛି ଦେବା ନେବା କମ ପଡିବ କିନ୍ତୁ ବାବୁରେ ପୁଅ ଘର ଲୋକଙ୍କ ଦାବିରେ ମୁଁ ପୁରା ବେହାଲ ଯେତିକି ଝିଅର କଥା ଶୁଣି ଆମ ଦୁଇ ଜଣଙ୍କର ପୁରା ଅବସ୍ଥା ଖରାପ । ଜାନିଯୌତୁକ ବାବଦରେ ଦୁଇ ଲକ୍ଷ ଟଙ୍କା ସହ ମଟର ସାଇକେଲ ଦେବାକୁ ପଡିବ , ତା ଛଡା ବାକି ଯାହା ଘରପୋକରଣା ସାମଗ୍ରୀ ସବୁ । ସେପଟେ ଝିଅ କହୁଚି ବାହାଘର ପୁରା ଧୁମଧାମରେ ହେବା ଦରକାର । ଭାଇ ପାଇଁ କଲ ହେଲେ ମୋ ପାଇଁ କାଇଁ ଏତେ କଞ୍ଜୁସ ହେଉଛ । ମୁଁ କଣ ତୁମ ଝିଅ ନୁହଁ କି ? ମୋ ଶାଶୁ ଘର ଲୋକଙ୍କୁ ଯେମିତି ଆମର ସବୁ ଦେବା ନେବା ପସନ୍ଦ ଆସେ । ସବୁ ଭଲ ଦାମୀ ସାମଗ୍ରୀ କିଣିବ । ମୋ ବେକ ପାଇଁ ସୁନାର ହାର ଆଉ ବଳା ଚୁଡି ଯେମିତି ଟିକେ ଭାରି ଭାରି ହେଇଥିବା ଦରକାର । ନ ହେଲେ ମୋ ଶାଶୁ ଘରେ ପେଷ୍ଟିଜ କଣରହିବ ମୋର ।

ବୁଝିଲୁରେ ହରି ଏମାନେ କୁଆଡେ ମୋ ପିଲା କଣ ଆଉ କହିବି ଘରର ପରିସ୍ଥିତି ଆଉ ପିତା ମାତା ଙ୍କ ଦୁଃଖ କଣ ବୁଝିବେ ପ୍ରଥମେ ତାଙ୍କର ଅଭିଳାସା ପୂର୍ଣ୍ଣ ହେବା ଦରକାର । ଆଉ ଆମ ସୁଖର ତାଙ୍କୁ ଟିକେ ବି ଫରକ ପଡେନି । ମାଳତୀର ସବୁ ଗହଣାକୁ ସୁନାରୀ ଡାକି ଦେଇଛି ସେ ତରଳାଇ ବନେଇବ ଆଉ ଯାହା ଦରକାର ହେବ ଯୋଡ଼ା ଯୋଡି କରି କରିବ । ସୁନାରୀର ବି କଣ କମ ଭାଉ । କହୁଚି ଆପଣଙ୍କର କଣ ଟଙ୍କାରେ ଅଭାବ ଅଛି , ସାନ ବାବୁ ବିଦେଶରେ ଆପଣ ଙ୍କ ଟଙ୍କା ଅବସର ପରେ ଯାହା ମିଳିବ ସେଥିରେ ଏ ସୁନାର ମୂଲ୍ୟ ବା କେତେ ହେବ । କଣ ଆଉ କହିବି କହ , ସେ ଯାହା କହିବ ଦେବାକୁ ପଡିବ ନ ହେଲେ ଝିଅ ସେପଟେ ମୁହଁ ଫୁଲେଇବ ।

ହାତର ଘଡି ଦେଖିବାରୁ ସମୟ ଆସି ଏଗାରଟା ହେବ ହଉରେ ମୁଁ ଯାଉଛି । ବାବୁ ଆସିବେଣି ତାଙ୍କୁ ଦେଖା କରେ ତେଣିକି ଭଗବାନଙ୍କ ଇଚ୍ଛା ।

ହଁ ସାର କିଛି ଦରକାର ହେଲେ ଖବର ଦେବେ ମୋ ପୁଅକୁ ଆପଣ ମଣିଷ କରିଛନ୍ତି । ମୋର ବି କିଛି ଦାୟିତ୍ୱ ଅଛି ବାହାଘରରେ ମୁଁ କିଛି ବି ସାହାଯ୍ୟ କରି ପାରେ ।

ହଉରେ ତତେ କହିବି ।

ଗପସପ ସାରି ଆଗେଇଲି ଅଫିସ ଆଡେ । ଅଫିସ ବାହାରେ ସାଇକେଲ ରଖି ଭିତରକୁ ଯାଉ ଯାଉ କିରାଣୀ କାହାକୁ ପଛକୁ ମୁହଁ କରି କହିବାର ଶୁଣିବାକୁ ପାଇଲି ବୁଢା ଆଉ ଥରେ ଆସିଲା , ସବୁ ଥର ପରି ଖାଲି ଖାଲି ଆସୁଛି କିଛି ହାତ ଗୁଂଜା ନ ଦେଲେ ତା କାମ କିଏ କରୁଛି ? ମୁଁ କଣ ଖାଲି ଟାରେ ଏଠି ବସିଛି କି ? ଏତେ ପଇସା ରଖିଛି ଦୁଇ ତିନି ହଜାର ଦେଇଦେଲେ କଣ ଆମକୁ ସରିଯିବ ତାର । ହଉ ନ ଦେଇକୁଆଡେ ଯିବେ । ଯେତେ ସାର ଙ୍କୁ ଯାଇ କହୁ କିଏ ଶୁଣୁଛି ବା ।

ତା କଥା ଶୁଣିଲା ପରେ ଭିତରକୁ ସାର ଙ୍କୁ ଦେଖା କରିବାକୁ ଗଲି ।

ଆଜ୍ଞା ବସନ୍ତୁ :- ନମସ୍କାର କରି ଆସନ ଗ୍ରହଣ କଲି । ମୋ ଠାରୁ ବୟସରେ କମ ହେଲେ ବି ଚେୟାରକୁ ସମ୍ମାନ ଦେବାକୁ ପଡିଥାଏ ।

କଣ ହେଲା ସାର ଆସିବାର କାରଣ କଣ ଜାଣି ପାରେ ।

କଣ ବା କହିବି ସାର :-ମୋ ନାଁ ମଦନମୋହନ ସାହୁ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏଇ ଗତ ବର୍ଷ ମୁଁ ଅବସର ନେଇଛି ସାର । ସେବ ଠୁଁ ଆସି ଆଜି ଯାଏ ଅଫିସ ଦୋୖଡି ଚାଲିଛି କାଗଜ ପତ୍ର କାମ ପାଇଁ କିନ୍ତୁ ହୋଇପାରୁନି । କଣ କରିବି କିଛି ଆପଣ ସ୍ଥିର କରନ୍ତୁ ସାର ।

ଠିକ ଅଛି ସାର ମୁଁ ତ ଆଜି କାର୍ଯ୍ୟ ଆରମ୍ଭ କରୁଛି ଦେଖୁଚି କଣ ଅସୁବିଧା ହୋଇଛି । ବେଲ ବଜେଇ କିରାଣୀକୁ ଡାକିବାର ଇଙ୍ଗିତ କରାଇଲେ ।

କିରାଣୀ ଆସିବାରୁ - କଣ ହେଇଛି ବଡ଼ ବାବୁ(କିରାଣୀ) ସାରଙ୍କର କୋଉଥିପାଇଁ କାଗଜ କାମ ହେଇ ପାରୁନି ?

ସେ କଥା କଣ କି ଏତେ କାମ ଅଫିସରେରହିଯାଉଛି ଯେ ସାର ଙ୍କ କାମ ପାଇଁ ସମୟ ହେଉନି । ମୁଁ କରି ଦେବି ସାର ମୋ ଆଡ଼କୁ ଅନେଇ " ସାର ଆପଣ ବ୍ୟସ୍ତ ହୁଅନ୍ତୁ ନି ଆସନ୍ତୁ ବାହାରେ କଥା ହେଇଯିବା କହି ସେ ଚାଲିଗଲା ।

ଅଫିସରେ ସାର ମତେ ଦେଖି କହିଲେ ଆପଣ ଆସନ୍ତୁ ମୁଁ କହିଛି ସେ (ବଡ଼ ବାବୁ )କରିଦେବେ ।

ମୁଁ ଟିକେ ହସି ବାରୁ ସାର ପଚାରିଲେ କଣ ପାଇଁ ହସୁଛନ୍ତି ଆପଣ ?

ସେ କଥା କଣ କି ସାର (ମୁଁ କହିଲି) ବଡ଼ ମୁହଁରେ ଛୋଟ କଥା ଆପଣ ଯେଉଁ କଥା ଆଜି କହି ମତେ ଆଶ୍ୱାସନା ଦେଇ ପଠାଉଛନ୍ତି ସେମିତି ଆପଣଙ୍କ ପୂର୍ବରୁ ଥିବା ସାର ଅନେକ ଥର କରି ସାରିଛନ୍ତି । ହେଲେ ଫଳ ତ ଆଜି ବି ଶୂନ୍ୟ ।

ମୁଁ ଜାଣେ ଆପଣ ଆପଣଙ୍କର ଦାୟିତ୍ବ କରିଦେଲେ ହେଲେ ଅସଲ ମଞ୍ଜିକଥା କଣ ଆପଣ ଜାଣିଛନ୍ତି କି ? ସବୁରି ମୂଳରେ ଲାଞ୍ଚ । ମୁଁ ଚାକିରୀ ଆରମ୍ଭରୁ ସଚୋଟ ଆଉ ନିର୍ବିକ କିନ୍ତୁ ଆଜି ଯାଏ ଟଙ୍କା ଟିଏ ବି ଲାଞ୍ଚ ଦେଇନି । ସେଥିପାଇଁ ଏ ମୁଣ୍ଡ କାହା ଆଗରେ ନଇଁ ନି । ସେ ବଡ଼ ବାବୁ ଟଙ୍କାର ଲୋଭୀ । ମତେ ପାଞ୍ଚ ହଜାର ମାଗୁଥିଲା କାଗଜ କାମ କରେଇ ଦେବ ପାଇଁ ମୁଁ ନ ଦେବାରୁ ଆଜି ଯାଏଁ ପକେଇରଖିଛିନ୍ତି । ଅନେକ ଥର ଆପଣଙ୍କ ଚେୟାରରେ ବସିଥିବା ବାବୁ ମାନଙ୍କୁ କହିଲା ପରେ ଲିଖିତ ଆକାରରେ କମ୍ପ୍ଲେନ ଦେଇ କି ବି ହେଇନି । ସେ କମ୍ପ୍ଲେନ ଦେବା ପରେ ବଡ଼ ବାବୁ ମୋ ଉପରେରାଗି କି ଆଉ ସେ ଫାଇଲ ଧରୁ ନାହାନ୍ତି । ସତ୍ୟରେ ଚାଲିବା ଭାରି କଷ୍ଟ ସାର । ଜୀବନ ହାରି ଦେବ ପଛେ ଏ ମଦନ ମାଷ୍ଟ୍ର ଲାଞ୍ଚ କେବେ ବି ଦେଇ ନି କି ଦେବନି ।

ଆର ମାସରେ ମୋ ଝିଅର ବାହାଘର ଭରସା କରି ଆପଣଙ୍କ ପାଖକୁ ଆସିଥିଲି । ଟଙ୍କା ଟା ମିଳିଗଲେ ତା ବାହାଘରରେ କୌଣସି ଅସୁବିଧା ହୁଅନ୍ତା ନାହିଁ କିନ୍ତୁ ଜାଣେନା କଣ ହେବ ଭରସା ଜୀବନର ବିଶ୍ୱାସର ଅନ୍ୟ ନାମ । ଆପଣ ଯାହା କରିବେ ସାର । ଆଉ ଏ ବୟସରେ କେତେ ବା ଅଫିସ ଚାରି ପଟେ ଚକର ଲଗେଇବି । ସରକାରଙ୍କ ଦ୍ୱାରା ଅନେକ ଥର ଶ୍ରେଷ୍ଟ ଶିକ୍ଷକର ସମ୍ମାନ ପାଇଥିବା ମଣିଷ ଆଜି ନିଜେ ହିଁ ନିଜର କର୍ତବ୍ୟ ସ୍ଥଳୀରେ ହାରି ଯାଇଛି । ଏଇ ହାତରେ କେତେ ପିଲା ମଣିଷ ହୋଇଛନ୍ତି କିନ୍ତୁ ମୋ ସ୍ୱାଭିମାନ ଆଜି ମତେ ଜୀବନର ଦୋ ଛକିରେ ଠିଆ କରି ପ୍ରଶ୍ନ କରୁଛି । କଣ ପାଇଲି ମୁଁ ନିଜକୁ ଉତ୍ସର୍ଗ କରି ଯେଉଁ ପୂଣ୍ୟ ମୁଁ ଶିକ୍ଷକତାରେ ଅର୍ଜନ କରି ଥିଲି ଆଜି କଣ ଟଙ୍କା କେତେ ଟା ଲାଞ୍ଚ ଦେଇ ତାକୁ ଧୂଳିସାତ କରି ଦେବି , ନାଇଁ ସାର ମୁଁ ପରିବିନି । ଅନ୍ୟ ସହକର୍ମୀ କାଲି ସକାଳେ କହିବେ ମଦନା ଟା ଶେଷରେ ନିଜକୁ ହରେଇ ଦେଲା । ଲାଞ୍ଚକୁ ଘୃଣା କରୁ ଥିବା ଲୋକଟା ଶେଷରେ ଲାଞ୍ଚ ଦେଲା ପାରିବିନି ସାର ।

ମତେ କ୍ଷମା କରିଦେବେ, ଜାଣେନା ମୋ କଥା ଆପଣଙ୍କୁ କଷ୍ଟ ଦେଇଥିବ କିନ୍ତୁ ଯାହା ସତ୍ୟ ତା ହିଁ କହିଲି ତା ପରେ ଆପଣଙ୍କ ଇଚ୍ଛା ।

ଆପଣ ବ୍ୟସ୍ତ ହୁଅନ୍ତୁ ନି ସାର ମୁଁ ନିଶ୍ଚିତ ଆପଣ ଙ୍କୁ ଭରସା ଦେଉଛି ନିଶ୍ଚିତ ଆପଣଙ୍କର ଟଙ୍କା ବାହାଘର ପୁର୍ବରୁ କରେଇଦେବି ଆପଣ ନିଶ୍ଚିତ ହୋଇ ଦୁଇ ସପ୍ତାହ ଛାଡି ଆସନ୍ତୁ।

ଯାହା ଭଗବାନଙ୍କ ଇଛା କହି ସାରଙ୍କୁ ନମସ୍କାର କରି ଫେରି ଆସିଥିଲି ବଡ଼ ବାବୁଙ୍କୁ ଦେଖା ନ କରି ।

***

ଖରା ଆସି ମୁଣ୍ଡ ଉପରେ କୁଆଡେ ଗଲେ ଯେ ଏ , ଏ ଯାଏଁ ଆସିଲେ ନି । କଣ ଯେ ଏବେ କରିବି ? ବାରଣ୍ଡା ପାଖରେ ସାଇକେଲର ସାଉଣ୍ଡ ହେବାରୁ ଦୋୖଡି ଗଲେ ମାଳତୀ ।

ହାତରୁ ମୋର ବ୍ୟାଗ ଆଉ ଛତା ଛଡେଇ ନେଇ ବାରଣ୍ଡାରେ ଆସନ ପକେଇ ବସିବାକୁ କହି ଘର ଭିତରକୁ ପାଣି ଆଣିବା ପାଇଁ ତର ତର ହୋଇ ଗଲେ । ନିଜକୁ ଟିକେ ଗାମୁଛା ମୁଣ୍ଡରୁ ଖୋଲି ମୁହଁର ଝାଳକୁ ପୋଛି ଦୀର୍ଘ ନିଶ୍ୱାସ ଛାଡି କାନ୍ଥକୁ ଆଉଜି ବସି ପଡ଼ିଲି ମୁଣ୍ଡରେ ହାତ ଦେଇ । କଣ କରିବି କିଛି ବୁଝି ପାରୁ ନ ଥିଲି । ବାହାଘର ଆଉ ଦିନ କେଇଟାରହିଲା । କେମିତି ଯେ କରିବି ଝିଅ ବାହାଘର କିଛି ଜାଣି ପାରୁନି ।

ଏଇ ନିଅ ପାଣି , ହାତକୁ ମୋର ବଢ଼େଇ ଦେଲେ ମାଳତୀ । କରେଣ୍ଟ ପଳେଇଥିବାରୁ ପାଖରେ ବସି ବିଞ୍ଚଣାରେ ବିଞ୍ଚି ପବନ ଟିକେ ମୋ ଆଡ଼କୁ ଦେଲେ ।

କଣ ହେଲା ଆଜି । ଅଫିସରେ କାଗଜ କାମ ସବୁ ହେଇଗଲା ତ ? ଏମିତ ଅନେକ ପ୍ରଶ୍ନ ମତେ ପଚାରି ବସିଲେ ।

ମୋ ନୀରବତାରୁ ସେ ସମସ୍ତ ପ୍ରଶ୍ନର ଉତ୍ତର ବୁଝି ଯାଇଥିଲେ ମୋ ନିରାଶ୍ରୟ ଆଖିକୁ ଦେଖି । ଯାଇଥିଲି ସାର ବି କଥା ଦେଇଥିଲେ କିନ୍ତୁ ଅଫିସ ଆସି ନାହାନ୍ତି ତାଙ୍କର କଣ ଆକ୍ସିଡେଣ୍ଟ ହେଇଯାଇଛି । କେବେ ଆସିବେ ଠିକ ନାହିଁ । ଏବେ କଣ ଯେ ହେବ ।

ସ୍ଵୟଂ ଫୁନ୍ କରିଥିଲା କି ?

ମାଳତୀ:- ନାଇଁ ।

ହଉ ଯାହା ସେଇ ପ୍ରଭୁଙ୍କ ଇଛା । ହେଇଟି ଶୁଣୁନ - କିଛି ନ ହେଲା ନାଇଁ ତୁମେ ଦାମ- ଭାଇଙ୍କ ଠାରୁ ସୁଧରେ କିଛି ଟଙ୍କା ଆଣୁନ । ଆମ ପଇସା ମିଳେଲେ ଦେଇଦେବା । ନା କଣ କହୁଛ ।

କେମିତି ବୁଝେଇବି ମାଳତୀକୁ । ଦିନ ଥିଲା ସେ ମୋ ଠାରୁ ଟଙ୍କା ଧାର ନେଇ ଚଳୁଥିଲା ଆଜି କଣ୍ଟ୍ରାକ୍ଟି କରୁଛି ବୋଲି କଳା ଟଙ୍କାର ଗାଦୀରେ ବସିଛି । ତା ଠାରୁ ଯଦି ଟଙ୍କା ଧାରରେ ଆଣିବି ସୁଧକୁ ମୋ ସମ୍ମାନର କ'ଣ ହେବ ।

ନାଇଁ ମୁଁ ପାରିବିନି ମାଳତୀ । ମୁଁ ଠିକ ଜାଣିଥିଲି ତୁମେ କେବେ ବି ନିଜର ସ୍ୱାଭିମାନକୁ ଛାଡିବ ନି । ଏବେ କେମିତି ଝିଅର ବାହାଘର କରିବ । ଆଉ ଦୁଇ ଦିନ ପରେକୁଣିଆ ମାନେ ଘରୁକୁ ଆସିବା ଆରମ୍ଭ କରିବେ । କେମିତି କଣ କରିବା, ହେଇଟି ମୁଁ କିଛି ବୁଝି ପାରୁନି । ଏ କଥା ଭାବିଲା ବେଳେକୁ ମୋ ମୁଣ୍ଡ ବୁଲେଇ ଦେଉଛି ।

ଅରକ୍ଷିତକୁ ଦଇବ ସାହା । ସେ ଯାହା କରିବେ ( ଭଗବାନ ଙ୍କ ନାଁରେ ହାତ ଯୋଡ଼ି ) । ମୁଁ ତ ମୋ କର୍ତ୍ତବ୍ୟ କଲି । ବାକି ଯାହା ତାର ଇଚ୍ଛା । କିଛି ସମୟର କଥାବାର୍ତ୍ତା ଭିତରେ ଘର ସମ୍ନାରେ ଗୋଟେ ଚାରି ଚକିଆ କାର ଆସି ଲାଗିଲା । କିଛି ବାବୁ ବେଶ ଧାରୀ ଯୁବକ ଚାରି ପାଞ୍ଚ ଜଣ ଓଲ୍ଲେଇ ଆସିଲେ।

ମୁଁ ଠିକ ସେ ଚିହ୍ନି ପାରୁ ନ ଥିଲି । ମୋ ପାଦ ଛୁଇଁ ପ୍ରଣାମ କଲେ । ସାର କଣ ଚିହ୍ନି ପାରୁ ନାହାନ୍ତି । ମୁଁ ବ୍ରଜ , ଏ ମକରା (ହରି ଚା'ଦୋକାନୀର ପୁଅ ) , ସମରେଶ , ମାନବ , ଆଉ ଜିତୁ । ଆମେ ଆପଣଙ୍କ ସ୍କୁଲରେ ଦି ହଜାର ପାଞ୍ଚରେ ପାସ କରିଥିଲୁ ମେଟ୍ରିକ ।

ହଁ ହଁ ଚିହ୍ନିଲି । ଏ ମାଳତୀ ଗଲ ଗଲ ଛୁଆ ଗୁଡା ଏତେ ଦୂରରୁ ଆସିଛନ୍ତି ଟିକେ ଲେମ୍ବୁ ସର୍ବତ କରି ଆଣ ।ମାଳତୀ ମୁଣ୍ଡ ହଲେଇ ସହମତି ଜଣାଇ ଚାଲିଗଲେ । ତୁମେ ମାନେ ସବୁ ଭଲ ଅଛ ତ? ହଁ ସାର ( ସମସ୍ତେ ଏକା ସ୍ୱରରେ କହିଲେ )

ଆଉ କେମିତି ଆସିବା ହେଲା ତୁମ ମାନଙ୍କର । କଣ ମୋ ପାଖରେ କିଛି କାମ ଥିଲା କି ?

କଥା କଣ କି ସାର ଆମେ ସବୁ ସ୍ଥିର କରିଥିଲୁ ଗୋଟେ ଗେଟ ଟୁ-ଗେଦର ପାଇଁ । ସେଥିପାଇଁ ଆପଣଙ୍କୁ ଭେଟି ସମୟ କାଢି ଯୋଗ ଦେବା ପାଇଁ ନିମନ୍ତ୍ରଣ କରୁଛୁ ।

ଆପଣ ଆସିଲେ ଆମେ କୃତଜ୍ଞ ହେବୁ ମକରା ପାଳି ଧରି କହିଲା । ହେଲେ କେବେ କରୁଛ । ଏଇ ଦଶ ତାରିଖ ରବିବାରେ ।

ମୁଁ ତ ଆସି ପରିବିନି ସେଦିନ । ମୋ ଝିଅର ବାହାଘର ଅଛି ସେଦିନ । ଆମେ ଜାଣିଚୁ ସାର । ସେଥିପାଇଁ ଆମେ ଆସିଛୁ । ଆପଣଙ୍କୁ ଗୁରୁ ଦକ୍ଷିଣା ଦେବାର ସମୟ ଆସିଯାଇଛି ସାର । ଆପଣ ଯଦିରାଜି ହେବେ ଆମେ ଗୋଟେ ବଡ଼ ଆଶା ନେଇ ଆସିଛୁ । ସେଦିନ ହିଁ ଆପଣଙ୍କ ଘରେ ଭୋଜି ହେବ ଆଉ ଗେଟ ଟୁ-ଗେଦର ବି । କିନ୍ତୁ ବାହାଘରରେ ତୁମେ ମାନେ କେମିତି ? ସାର ଆମେ କଣ ଆପଣଙ୍କର ପିଲା ନୁହଁ କି ?

ହଁ । କିନ୍ତୁ ।

କିନ୍ତୁ କଣ ସାର । ଆପଣଙ୍କ ପରି ଗୁରୁଙ୍କ ଆଶୀର୍ବାଦ ରେ ଆମେ ସବୁ ନିଜ ଗୋଡ଼ରେ ଠିଆ ହେଇ ବଡ଼ ବଡ଼ କମ୍ପାନୀରେ ଚାକିରୀ କରିଛୁ । ସମସ୍ତେ ମିଶି ସ୍ଥିର କରିଛୁ ବାହାଘର ଧୂମ ଧାମରେ ହେବ । ଆପଣଙ୍କୁ କିଛି ବି କାମ କରି ବାକୁ ପଡିବନି । ଅନ୍ୟ ସାଙ୍ଗ ମାନେ ବାହାଘର ଦିନ ସମସ୍ତେ ଆସିବେ । ଦୟାକରି ସାର ମନା କରନ୍ତୁନି । କିନ୍ତୁ ?

ସେ କିନ୍ତୁ କିଛି ନୁହେଁ ସାର ( ମକରା) କହିଲା । ଆମେ ସବୁ ଜାଣିଚୁ । ସେଥିପାଇଁ ଟଙ୍କାର ଚିନ୍ତା କିଛି କରନ୍ତୁ ନି । ଆମେ ସବୁ ଅରେଞ୍ଜ କରି ଦେଇଛୁ । ହେଲେ ତୁମେ ମାନେ ଏବେ ବି ପିଲା ମୋ ସମ୍ନାରେ । ତୁମ ଠାରୁ କେମିତି ମୁଁ ସାହାଯ୍ୟର ...

ନା ନା ହେଇ ପାରିବନି । ତୁମେ ବାହାରେ କେଉଁଠି ଭୋଜି କର। ମୁଁ ବାହାଘର ମଝିରୁ ଆସି ଯୋଗ ଦେବି । ନାଇଁ ସାର ଆମେ କେବେଳ ସେ ଦିନ ହିଁ ଆପଣଙ୍କ ସହ ମିଶି ଆପଣଙ୍କ ଘରେ ହିଁ ଭୋଜି କରିବାର ଯୋଜନା କରିଛୁ ।

ମୁଁ କିଛି କହିବା ଆଗରୁ ହରି ( ଚା'ଦୋକାନୀ ) ଆସି ପହଁଚିଲା । କଣ ପାଇଁ ମନା କରୁଛନ୍ତି ସାର । ପିଲା ମାନେ ଆପଣଙ୍କୁ ଖୁସି ଟିକେ ଦେଖିବା ପାଇଁ ଏତେ ଦୂରରୁ ଆସିଛନ୍ତି । ତାଙ୍କ କଥାରକ୍ଷା କରନ୍ତୁ ( ହାତ ଯୋଡ଼ି) । ତା ଛଡା ସେମାନେ କଣ ସାହାଯ୍ୟ କରୁଛନ୍ତି କି , ଗୁରୁ ଙ୍କର ଋଣ ପରିଶୋଧ କରୁଛନ୍ତି ।

କିଛି ଉପାୟ ନ ପାଇ କଣ କରିବି ଭାବିବା ଭିତରେ ମାଳତୀ କବାଟ ପାଖରେ ଠିଆ ହୋଇ ସବୁ ଶୁଣି ମୁଣ୍ଡ ହଲେଇ ହଁ କହିବାକୁ ଇସାର କରୁଥାଏ । ନିରୁପାୟ ମଣିଷ ପାଖରେ କିଛି ବି ବାଟ ଖୋଲା ନ ଥାଏ ସେଥିପାଇଁ ବୋଧ ହୁଏ ଏହା ସେଇ ଉପର ବାଲାର ଲୀଳା ଭାବି ହଁ କହିଲି କିନ୍ତୁ ଗୋଟେ ସର୍ତ୍ତରେ ।

ଆମେ ରାଜି ସାର ,ଆପଙ୍କର ସର୍ତ୍ତରେ ( ମକରା କହିଲା) ତୁମେ ଦେଇଥିବା ଟଙ୍କାକୁ ମୁଁ ପାଇଲା ପରେ ଫେରେଇ ଦେବି । ତା ହେଲେ ମୁଁ ଯାଇରାଜି ହେବି ।

ହଉ ସାର । ସେମାନେ ଆଣିଥିବା ପାଞ୍ଚ ଲକ୍ଷ ଟଙ୍କାର ବ୍ୟାଗକୁ ମୋ ହାତକୁ ବଢ଼େଇ ଦେଇ ପ୍ରାଣମ କଲେ । ସାର ଆମେ ଏଇ ଠାରେରହି ବାହାଘର ସାରି କି ଯିବୁ । ଠିକ ଅଛି । ମାଳତୀ ପିଲା ମାନଙ୍କୁ ଉପର ଘରରେ ଛାଡି ଦିଅ ।

ସେମାନେ ଚାଲି ଯାଉଥିଲେ ବ୍ୟାଗ ଧରି ଛାତ ଉପର ଘରକୁ , ମୁଁ ହରି କି ଅନେଇ କହିଲି , ଆଜି ମୋ ପିଲା ମାନଙ୍କ ପାଖରେ ମୁଁ ହାରି ଗଲିରେ । ନାଇଁ ସାର , ଆପଣଙ୍କର ଶିକ୍ଷା ଆଜି ଠିକ ସମୟରେ ମୂଳ ମୂଲ୍ୟ ସହ ଫେରି ଆସିଛି । ଦେଖିବେ ମୁଁ କହିଥିଲି ନା ସବୁ ଠିକ ହୋଇଯିବ । ମୁଁ ମକରାକୁ(ପୁଅ) କହିଥିଲି ଆପଣଙ୍କର କଥା ସେ ମୋ ଠାରୁ ଶୁଣି ତାର ସମସ୍ତ ସାଙ୍ଗ ମାନଙ୍କୁ କହିବାରୁ ସମସ୍ତେ ଆପଣଙ୍କୁ ବହୁତ ଭଲ ପାଅନ୍ତି ସେଥିପାଇଁ ସେମାନେ ଆଗେଇ ଆସିଲେ ଠିଆ ହେବାକୁ ଆପଣଙ୍କ ଦୁଃଖ ସମୟରେ ।

ତା ଠିକ ଯେ ହେଲେ ମୋ ପୁଅ ଠାରୁ ଯାହା ଆଶା କରିଥିଲି ତା ଏମାନେ (ଛାତ୍ର ମାନେ) କରିଦେଲେ ।

ଜକେଇ ଆସୁଥିବାକୁ ଲୁହ ପୋଛୁ ପୋଛୁ ହରି କହିଲା -କିଛି ବ୍ୟସ୍ତ ହୁଅନ୍ତୁ ନି ଆପଣ ସବୁ ଠିକ ହେଇଯିବ ।

*****

ବାହାଘର ପାଇଁ ସମସ୍ତ ଜିନିଷ ଠାରୁ ଘରକୁ ସଜେଇବା ସହ ସବୁ କାମ ପିଲା ମାନେ ମିଳି ମିଶି କରି ଦେଉଥିଲେ । ଯିଏ ବି ଦେଖୁ ଥିଲେ କୃତ କୃତ କରୁଥିଲେ । ଛାତ୍ରବଶ୍ଚଳ ଗୁରୁ ଟିଏ ପାଇବା ଆଜି କା ଦିନରେ ବିରଳ । ସେଥିପାଇଁ ସେମାନେ ଭୋଜି ଖାଇବା ସହ ପିଲା ମାନଙ୍କୁ ଆଶ୍ରିବାଦ ଦେଉଥିଲେ ମୋ ଝିଅ ସହ ।

ସକାଳୁ ଝିଅ ଜୋଇଁକୁ ବିଦାୟ ଦେଲା ପରେ ସମସ୍ତ ଛାତ୍ର ମାନେ ବିଦାୟ ନେବାକୁ ଆସି ପାଦ ଛୁଇଁ ପ୍ରଣାମ କରୁଥିଲେ। ଆଖିରୁ ମୋର ଖୁସିର ଲୁହ ଧାର ବୋହି ଯାଉଥାଏ । କଣ କହି ଆଶ୍ରିବାଦ ଦେବି । ଠିକ ଏଇ ସମୟରେ ଘର ସମ୍ନାରେ ଅଫିସର ସାରଙ୍କର ଗାଡି ଆସି ଲାଗିଲା । ସାର ହାତ ଭଙ୍ଗା ଅବସ୍ଥାରେ ଗାଡିରୁ ଓଲ୍ଲେଇ ପହଞ୍ଚିଲେ । ପ୍ରାଣମ କରି ଚେୟାର ଦେଇ ବସି ବାକୁ ଅନୁରୋଧ କଲି । ହଠାତ କିଛି ବୁଝି ପାରୁ ନ ଥାଏ । ଏତେ ସକାଳୁ ସାର ଫୁଣି ମୋ ଘରକୁ କେମିତି ଆସିଲେ । ମୁଁ କିଛି କହିବା ଆଗରୁ ସାର ପକେଟରୁ କାଢି ଏକ କାଗଜ ବଢ଼େଇ ଦେଲେ। ଆଉ ଖୋଲି କି ଦେଖିବା ପାଇଁ ଇଙ୍ଗିତ କଲେ । ମାଳତୀ ଆଣି ଲେମ୍ବୁ ପାଣି ଦେବାରୁ ସାର ଗ୍ରହଣ କଲେ । କାଗଜ ଖୋଲି ଦେଖେ ତ ତାହା ମୋ ପେନସନ ଆଉ ଇପିଏଫ ଟଙ୍କା ଉଠେଇବାର କାଗଜ ଥିଲା। ସରି ସାର (ଅଫିସର) ମୋ ଆକ୍ସିଡେଣ୍ଟ ହେବାରୁ ମୁଁ ଠିକ ସମୟରେ ଆପଣଙ୍କର କାମରେ ଆସି ପାରିଲିନି । ସେଥିପାଇଁ ଦୁଃଖିତ । ଆପଣ ଏ କାଗଜକୁ ବ୍ୟାଙ୍କରେ ଦେଖେଇ ଦେଲେ ଟଙ୍କା ମିଳିଯିବ । ଆଉ କିଛି ଅସୁବିଧା ହେବ ନାହିଁ ।

କୃତଜ୍ଞତା ଜ୍ଞାପନ କରି ପ୍ରାଣମ କଲି ସାରଙ୍କୁ । ମୁଁ ଆପଣଙ୍କୁ ଭୂଲ ବୁଝିଥିବାରୁ ମତେ କ୍ଷମା କରିଦେବେ । ମୁଁ ଦୁଃଖିତ ସାର । ଏମିତିକୁହନ୍ତୁ ନି ସାର ( ଅଫିସର କହିଲେ ) । ମୁଁ ବି ଦୁଃଖିତ । ଯାହା ହେଉ ସବୁ ଭଲରେ ଭଲରେ ହେଇଯାଇଥିବା ଜଣା ପଡି ଯାଉଛି । ଭଗବାନ ଉପରେ ସବୁ ଦେଖୁଛନ୍ତି ସାର। ପରିଶ୍ରମ ଆଉ କର୍ତ୍ତବ୍ୟର ମୂଲ୍ୟ ସେ କେଉଁ ଆଡୁ ଦେଇଥାନ୍ତି ତାହା ସେ ହିଁ କେବଳ ଜାଣି ଥାନ୍ତି ।

ହଁ ସାର (ମୁଁ କହିଲି) ତା କେବଳ ମୋ ଛାତ୍ର ମାନେ ହିଁ ଭଗବାନ ଙ୍କରୂପରେ ଆସି ମତେ ଏତେ ବଡ଼ ଦୁଃଖରୁ ଉଦ୍ଧାର କରିଦେଲେ । ସବୁ ଶ୍ରେୟ ମୋ ପ୍ରିୟ ଛାତ୍ର ମାନ ଙ୍କୁ ଯିବ । ଠିକ ଏତିକି ବେଳେ ବ୍ରଜ ଆସି ମୋ ପାଦ ଛୁଇଁବା ସହ ଅଫିସର ସାରଙ୍କ ପାଦ ଛୁଇଁ ପ୍ରାଣମ କଲା ଏବଂ ଯାଇ ଅଫିସର ସାରଙ୍କ ପାଖରେ ଠିଆ ହୋଇଯିବାରୁ ସାର (ଅଫିସର) କହିଲେ ଏ ମୋ ପୁଅ । ସେ ଆପଣଙ୍କର ଛାତ୍ର । ମୁଁ ଅନ୍ୟ ଜିଲ୍ଲାରେ ଚାକିରୀ କରିଥିଲି । ସେଥିପାଇଁ ଆପଣ ମତେ ଜାଣି ନାହାନ୍ତି । ମୁଁ ମୋ ପୁଅ ଠାରୁ ପଢ଼ିଲା ବେଳେ ଅନେକ ଥର ଆପଣଙ୍କ ବିଷୟରେ ଶୁଣିଥିଲି । ସେ ଦିନ ଅଫିସରେ ଦେଖି ଜାଣି ପାରିଥିଲି ଆପଣ ପରିଚୟ ଦେବାରୁ । ମୋ ଆକ୍ସିଡେଣ୍ଟ ଶୁଣି ସେ ଆସିଥିଲା ଯେତେବେଳେ ଆପଣଙ୍କର କଥା ମୋ ଠାରୁ ଶୁଣିଲା ମୁଁ କାଗଜ କାମ ଅଧାରହିଯାଇଛି କହିବାରୁ ସେ ସବୁ ଠିକ କରିଦେବ କହି ଆସିଥିଲା । ଆଉ ଆଜି ତା ଗୁରୁଙ୍କର ଋଣ ସୁଝି ପାରିଛି ଠିକ ସେ ବୋଲି ମୁଁ ଗର୍ବିତ ।

ଆଶ୍ଚର୍ଯ୍ୟ ହୋଇ ମୁଁ ଠିଆ ହୋଇରହିଥିଲି । ଆଖି ସମ୍ନାରେ ଘଟୁଥିବା ଘଟଣା ଚକ୍ରକୁ ବୁଝିବା ପାଇଁ । ଏ ସମୟ ହିଁ ମହାନ।

ପିଲା ମାନଙ୍କୁ ଆଉ ଟିକେରହି ଦେଇଥିବା ସର୍ତ୍ତ ଅନୁଯାଇ ଟଙ୍କା ଉଠାଇ ଦେଲା ପରେ ଯିବା ପାଇଁ କହିବାରୁ ସେମାନେ ନେବା ପାଇଁ ଅରାଜି ହୋଇଯାଇଥିଲେ । ମୋ ସ୍ୱାଭିମାନକୁ ବୁଝି ପାରି ସାର(ଅଫିସର) କହିଲେ,ଠିକ ଅଛି ସାର ପିଲା ମାନେ ଟଙ୍କା ନ ନେଲେ ନାଇଁ । ଆମ ତରଫରୁ ଗୋଟେ ପ୍ରସ୍ତାବ ଦେଉଛୁ ଆପଣ ସେ ଟଙ୍କାରେ ବିଦ୍ୟାଳୟରେ ଗୋଟେ ପୁସ୍ତକଗାର ଯାହା ଆପଣଙ୍କ ନାଁରେ ଖୋଲା ଯାଉ ଯେଉଁ ଥିରେ କିଛି ଗରିବ ପିଲା ମାନେ ଶିକ୍ଷାର ଅଧିକାର ପ୍ରାପ୍ତ କରି ପାରିବେ । ସାର(ଅଫିସର) ଙ୍କ କଥାରେ ସମସ୍ତ ଛାତ୍ରରାଜି ହୋଇଗଲେ । ଶେଷରେ ମତେ ବି ସହମତି ଜଣାଇବାକୁ ପଡିଲା । ଛାତ୍ର ମାନଙ୍କ ସହ ଅଫିସର ସାର ବି ବିଦାୟ ନେଇ ଚାଲି ଯାଉଥିଲେ ଦୂରକୁ ଦୂରକୁ ପାଖରେ ଠିଆ ହୋଇ ମାଳତୀ କହୁଥିଲା ତୁମ ଶିକ୍ଷା ପାଇଁ ଏମାନେ ମଣିଷ ହୋଇଗଲେ । ଜୀବନର ମୂଲ୍ୟ ବୁଝି ପାରି ବାପା ମା ଙ୍କ ସହ ଖୁସିରେ ଅଛନ୍ତି କିନ୍ତୁ ଆମ ପୁଅ (ସ୍ୱୟଂ) ଙ୍କୁ କଣ ଆମ ଲାଳନ ପାଳନରେ ତ୍ରୁଟି କେଉଁଠି ରଖିଦେଲେ , ତା ଭଉଣୀ ବାହାଘରକୁ ବି ଆସିଲାନି କି ଖବର ଟିକେ ଦେଲାନି । ମୋ କାନ୍ଧରେ ମୁଣ୍ଡରଖି ମାଳତୀ କାନ୍ଦୁ ଥିଲା କଇଁ କଇଁ । ଆଉ ମୁଁ ଚାହିଁରହିଥିଲି ସେଇ ଲମ୍ବାରାସ୍ତାକୁ ଡେଇଁ କେବେ ମୁକ୍ତି ପାଇବା ପାଇଁ ଏ ସମ୍ପର୍କର ବନ୍ଧନରୁ । ଏବେ ଆମେ ଦୁହେଁ ଥିଲୁ ପଖା ପାଖୀ ସବୁ କର୍ତ୍ତବ୍ୟ ସାରି । ମୁଁ କହୁଥିଲି ମାଳତୀକୁ ଆଉ ବା କଣ ଦରକାର ଏ ସଂସାର ସୁଖ , ବହୁତ ଦେଖିଲେ , ବହୁତ ସହିଲେ , ଏବେ ଚାଲ ଯିବା ତୀର୍ଥ କରି । କାଲିର ପ୍ରଭାତେ ଆମ ଜୀବନର ଆଉ ଏକ ନୂଆ ଜୀବନ ଆରମ୍ଭ କରିବା ।

ମାଳତୀ ଭିତରକୁ ଯାଇ ବ୍ୟାଗ ଆଉ ଆବଶ୍ୟକ ସାମଗ୍ରୀ ସଜାଡୁ ଥିଲେ। ମୁଁ ଚେୟାର ଉପରେ ବସି ଖବର କାଗଜ ଖୋଲି ଦେଖେ ତ ଶିକ୍ଷାଆଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ(ବଡ଼ ବାବୁ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାରା ପଡି ଜେଲ ଯାଇଛନ୍ତି ..........।

ଭଗବାନଙ୍କୁ କୃତଜ୍ଞତା ଜଣାଇବା ସହ କର୍ମ ହିଁ ଭଗବାନର ତତ୍ୱ ବୁଝି ପାରିଥିଲି ।


Rate this content
Log in

More oriya story from Nityananda Sahu

Similar oriya story from Inspirational