Birakishore Nayak

Inspirational

3  

Birakishore Nayak

Inspirational

ଦେଶପ୍ରେମ

ଦେଶପ୍ରେମ

2 mins
196


  ଭାରତ ସ୍ୱାଧୀନ ହେବାପରେ ଦୀର୍ଘ ପଞ୍ଚସ୍ତରୀ ବର୍ଷ ଆମେ ସ୍ୱାଧୀନତା ଦିବସ ପାଳନ କରି ସାରିଲେଣି |ଦେଶରେ ଅନେକ ଉନ୍ନତି ହୋଇଛି ଅନେକ କ୍ଷେତ୍ରରେ |କିନ୍ତୁ ଦେଶରେ ନାରୀଟିଏ ଆଜି ସୁରକ୍ଷିତ ନୁହେଁ, ଯାହା ଏକ ବିରାଟ ପ୍ରଶ୍ନବାଚୀ |ତଥାପି ନିଜ ଦେଶମାଟି ପାଇଁ ବଳିଦାନ ଦିଏ ନାରୀ |

  କାଶ୍ମୀର ଉପତ୍ୟକାର ପୁଲୱାମାଘାଟି ଚଳଚଞ୍ଚଳ ହୋଇଉଠିଛି |ରାତ୍ରିର ଘନଅନ୍ଧକାର ଭିତରେ ସର୍ଚ୍ଚଲାଇଟର ଦୀପ୍ତ ଆଲୋକରେଖା ଘୁରିବୁଲୁଛି ଘଞ୍ଚଅରଣ୍ୟ ମଧ୍ୟରେ |ତା18.02.2019ରିଖ, ମେଜର ବିଭୁତିଶଙ୍କର ଧୌନଦିଆଲଙ୍କ ନେତୃତ୍ୱରେ ତାଙ୍କ ରେଜିମେଣ୍ଟର ସୈନ୍ୟମାନେ ପୁଲୱାମାଘାଟିର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚଅପରେସନ ଜାରିରଖିଥିଲେ |ଗୁଇନ୍ଦା ଖବର ଅନୁଯାଇ ଜୈସ-ଇ-ମହମ୍ମଦର ଆତଙ୍କବାଦୀମlନେ ସେଠାରେ ଲୁଚିରହିଛନ୍ତି | ଉଭୟଙ୍କ ମଧ୍ୟରେ ବହୁସମୟ ଗୁଳିବିନିମୟ ଚାଲିଲା |ବିଭୂତିଶଙ୍କର ନିଜେ ଚାରିଜଣ ସନ୍ତ୍ରlସବାଦୀଙ୍କୁ ଗୁଳିମାରି ଶୁଆଇଦେଲେ |କିନ୍ତୁ ହଠାତ ଏକଗୁଳି ଆସି ତାଙ୍କ ବକ୍ଷଭେଦ କଲା,ତାଙ୍କ ପାଟିରୁ ବାହାରି ଆସିଲା ବନ୍ଦେମାତରଂ,ସେଇଠାରେ ହିଁ ଟଳିପଡିଲେ ସିଏ |ସହିଦ ହୋଇଗଲେ ଭାରତର ଜଣେ ବୀର ଯବାନ |

   ରାତିରେ ନିଜ ଗାଁ କାଶ୍ମୀରରେ ନିଜ ଘରେ ବିଭୂତିଶଙ୍କରଙ୍କ ଧର୍ମପତ୍ନୀ ନୀତିକା ଶୋଇଥାନ୍ତି |ହଠାତ ତାଙ୍କର ଟେଲିଫୋନ ବାଜିଉଠିଲା |ଟେଲିଫୋନ ଉଠାଇଲେ ନୀତିକା, ସ୍ୱାମୀଙ୍କର ସହିଦ ହୋଇଯିବା ଖବରରେ ଚିତ୍କାରକରି କାନ୍ଦିଉଠିଥିଲେ ସେ |ତାଙ୍କର କାନ୍ଦଶୁଣି ପରିବାରର ଅନ୍ୟମାନେ ବି ଧାଇଁଆସିଲେ ସେଠାକୁ |ମର୍ମାହତ ପରିବାରର ଆକୁଳ କ୍ରନ୍ଦନରୋଳ ରାତ୍ରିର ନିସ୍ତବ୍ଧତାକୁ ଚୁରମାର କରିଦେଉଥିଲା ଯେମିତି |

  ବିଭୁତିଶଙ୍କରଙ୍କ ଶବ ଗାଁକୁ ଆସିଲା |ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟସମ୍ମାନ ସହ ସହିଦଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା | ନୀତିକା ସେଦିନ ଶବପାଖରେ ଛିଡ଼ାହୋଇ ସ୍ୱାମୀଙ୍କୁ ସାଲ୍ୟୁଟ କରିଥିଲେ, ତାଙ୍କ ପାଟିରୁ ବାହାରିଆସିଥିଲା, ବନ୍ଦେ ମାତରଂ, ତାଙ୍କ ଆଖିରୁ ଝରିଆସିଥିଲା ଦେଶପ୍ରେମର ଦୁଇଟୋପା ଲୁହ |

   ନୀତିକା ସ୍ଥିରକଲେ, ସେ ବି ଭାରତୀୟ ସେନାବାହିନୀରେ ଯୋଗଦେବେ, ଯାହାକି ତାଙ୍କ ସ୍ୱାମୀଙ୍କପ୍ରତି ଶ୍ରେଷ୍ଠସମ୍ମାନ ହେବ |ସେଥିପାଇଁ ଆବେଦନ କଲେ |ସୈନ୍ୟବାହିନୀସେବାର ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇ ଚେନ୍ନାଇ ତାଲିମ ଶିବିରରେ ଯୋଗଦେଇଥିଲେ |ତାଲିମ ସମାପ୍ତିପରେ ଗତ ତା29.05.2021ରିଖରେ ସୈନ୍ୟବାହିନୀରେ ଯୋଗଦେଲେ |

   ସେଦିନ ନୀତିକା ସୈନିକ ପୋଷାକ ପିନ୍ଧି ସ୍ୱାମୀଙ୍କ ଫଟୋଚିତ୍ର ଆଗରେ ଛିଡ଼ାହୋଇ ସଲାମ ଜଣାଇଲେ, ପାଟିରୁ ବାହାରିଆସିଲା, ବନ୍ଦେ ମାତରଂ |ଦୁଃଖ ଏବଂ ଆନନ୍ଦର ଭାବାବେଗରେ ତାଙ୍କ ଆଖିରୁ ଝରିଆସିଲା ଦୁଇଧାର ଲୁହ |



Rate this content
Log in

Similar oriya story from Inspirational