ଦେଶ ପ୍ରେମ
ଦେଶ ପ୍ରେମ
ବସ୍ତି ବାସିନ୍ଦା ଯେପରି ସରଳ ,ସେହିପରି ମାନବିକତା ଓ ମଣିଷପଣିଆରେ ମନ ଓ ବିବେକ ପରିପୂର୍ଣ୍ଣ ସେମାନଙ୍କର ,ଆଜି ଯାଏଁ ସଂସ୍କୃତି ,ପରମ୍ପରା କୁ ଆପଣେଇ ଶିକ୍ଷା ଓ ସ୍ୱାସ୍ଥ୍ୟର ସଚେତନତା ସେମାନଙ୍କ ପାଇଁ ବହୁ ଦୂରରେ ,କେବେ ଦାରିଦ୍ର୍ୟର କଷାଘାତରେ ଭୁଲୁଣ୍ଠିତ ସବୁ ଆଶା ଓ ଆକାଂକ୍ଷା ତ କେବେ ପ୍ରକୃତିର ତାଡନାରେ ନିର୍ଯ୍ୟାତିତ ସେମାନେ, ପୁଣି କେବେ ସ୍ୱଚ୍ଛତା ଟିକେ ପାଇବାକୁ ଆକୁଳ ଆବେଦନ ତାଙ୍କର .ତାଙ୍କ ପାଖେ ନା ଅଛି ପରିଚୟପତ୍ର ଆଧାର ,ନା ଅଛି ସରକାରୀ ସହାୟତା ,କାରଣ ଅନେକ ବସ୍ତି ବାସିନ୍ଦା ହୁଏତ ଶରଣାର୍ଥୀ ,ତଥାପି ମାନବିକତାରେ ପରିପୂର୍ଣ୍ଣ ତାଙ୍କ ହୃଦୟ ପ୍ରାଣ ,ବୁଝନ୍ତି ଦେଶର ପରିସ୍ଥିତି ,କାରଣ ସେମାନେ ଆଶ୍ରିତ .କେହି କେହି ପାଠ ପଢି ,ଗଢ଼ିଛି ସ୍କୁଲ ନିଜ ବସ୍ତିରେ ,ସ୍ୱଳ୍ପ ସହାୟତା ରେ ସ୍ୱାସ୍ଥ୍ୟ ସଚେତନ ସେମାନେ .ଦେଶ ଓ ବର୍ହିଦେଶ ଭିତରେ ସମ୍ପର୍କ କଥା ବୁଝନ୍ତି ସେମାନେ l
ମହାଭାରତର କର୍ଣ୍ଣଙ୍କ ଚରିତ୍ର ଓ ଭୂମିକା ପରି ଆଜି ରୁଷ ଓ ୟୁକ୍ରେନ ଯୁଦ୍ଧରେ ଭାରତର ଅବସ୍ଥା .ଦୁର୍ଯ୍ୟୋଧନ ଠିକ କରୁଥିଲେ କି କହୁଥିଲେ ,ସେକଥା ନବୁଝି କର୍ଣ୍ଣ କେବଳ ବନ୍ଧୁତା ଖାତିରରେ ଦୁର୍ଯ୍ୟୋଧନଙ୍କ ପାଇଁ ସବୁକିଛି କରିଯାଉଥିଲେ ,ଜୀବନର ପରିସମାପ୍ତି ପର୍ଯ୍ୟନ୍ତ ,ସେମିତି ମିତ୍ର ରାଜ୍ୟ ରୁଷର ଠିକ ଭୁଲକୁ ଆଜି କହିବାକୁ ଭାରତ ପଛଘୁଂଞ୍ଚା ଦେଇଛି କାରଣ ,ଭାରତ ସେହି ଦେଶ ,ଯୋଉ ଦେଶର ମୂଲ୍ୟଭିତ୍ତି ସାର୍ଵଭୌମତ ରକ୍ଷାକରେ ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମାନବତା ଓ ଭାଇଚାରାର ପ୍ରତିଷ୍ଠା କରେ .ଆଉ ସେହି ଭାଇଚାରାର ମୂଳ ବା ଚେର ବନ୍ଧୁତାକୁ ସେ ଭୁଲିବ କେମିତି ?
ଅନ୍ୟ ଦେଶ ସବୁ ୟୁକ୍ରେନ କୁ ସାହାଯ୍ୟ କରିବାକୁ କଥା ଦେଇ ବି ଆଗେଇ ଆସୁନଥିଲେ ,କଥା କଥାରେ ରହିଯାଉଥିଲା ,ମଣିଷପଣିଆ ରଖିଥିବା ଦେଶ ସମୂହ ଭାରତ ଭଳି ଛଟପଟ ହେଉଥିଲେ ବି କିଛି ଉପାୟ ନଥିଲା ,ହେଲେ ଏସବୁ ହୃଦୟଙ୍ଗମ କରୁଥିଲେ ୟୁକ୍ରେନର ବସ୍ତି ବାସିନ୍ଦା .ସମସ୍ତେ ଆଗେଇ ଆସୁଥିଲେ ଆଗକୁ ,କି ଯୁବକ କି ବୃଦ୍ଧ ସମସ୍ତେ ,ଲକ୍ଷ ଯୁଦ୍ଧ ବନ୍ଦ ହେଉ ,ପ୍ରାକୃତିକ ବିପର୍ଯ୍ୟୟଠୁ ବଳି ସାଂଘାତିକ ନରସଂହାର ତଥା ଧନ ଜୀବନର ସୁରକ୍ଷା ହେଉ .
ଦେଶ ବଞ୍ଚିଲେ ଜାତି ବଂଚିବ ଓ ଜାତି ବଞ୍ଚିଲେ ଦେଶ ଆଗେଇବ ,ଏକଥା ବୁଝିଥିଲେ ବସ୍ତି ବାସିନ୍ଦା ,ପୁର୍ବରୁ ବି ଅନେକ ଝଡ଼ ଝଞ୍ଜା ଅତିକ୍ରମ କରିଥିବା ବସ୍ତି ବାସିନ୍ଦା ଆଜି ଯୁଦ୍ଧ ବିରୋଧରେ ଠିଆ ହେବାକୁ ସଂକଳ୍ପବଦ୍ଧ .ସରକାର ମହିଳା ଓ ଶିଶୁ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଚାଁହୁଥିଲେ ବି ସେମାନେ ପୁରୁଷମାନଙ୍କ ସମକକ୍ଷ ହୋଇ,ହାତରେ ବନ୍ଧୁକ, ଗୁଳି,ଗୋଳା କି ଟ୍ୟାଙ୍କ ନଥାଇ ବି ଦେଶ ଓ ଜାତି ତଥା ମଣିଷ ଜୀବନ ଓ ଦେଶର ସମ୍ପଦ ସୁରକ୍ଷିତ କରି ରଖିବାକୁ ଶହ ଶହ ସଂଖ୍ୟାରେ ଆଗେଇ ଆସୁଛନ୍ତି .ଯୁଦ୍ଧର ପରିସମାପ୍ତି ଓ ଫଳାଫଳ କଣ ହେବ ନହେବ ସେତ ପଛ କଥା କିନ୍ତୁ ବସ୍ତି ବାସିନ୍ଦାଙ୍କ ଭଳି ସାଧାରଣ ମଣିଷର ଦେଶପ୍ରେମ ନିଶ୍ଚୟ ଇତିହାସ ହୋଇ ରହିଯିବ କାଳ କାଳକୁ l
