STORYMIRROR

Dr Jharana Satapathy

Classics Inspirational

3  

Dr Jharana Satapathy

Classics Inspirational

ଦେଖା ସାକ୍ଷାତ

ଦେଖା ସାକ୍ଷାତ

3 mins
257


ଓଃ ଯାଦୁ ମୋ ଭାଇ ତୁ କେଉଁଠେ ଥିଲୁ ! ପିକେ ମୋ ଭାଇ ଗଲେ ଲଗଜା। ଆମେ ଦୁଇଜଣ ଏଥର ଆଉ କେବେ ଅଲଗା ହୋଇ କୁଆଡେ ଯିବାନି।ସବୁବେଳେ ପାଖେ ପାଖେ ରହି ଆସିଥିଲେ। ମୋ ଭାଇ ଯାଦୁ ତୁ ଯେତେବେଳେ ମୋ ଠାରୁ 2003 ମସିହାରୁ ନିଖୋଜ ହୋଇଯାଇଥିଲୁ ତତେ ଖୋଜି ଖୋଜି ମୁଁ ବି 2014 ରେ ଏକ ଅନ୍ୟ ଗ୍ରହ ଆଡେ କୁଆଡେ ଚାଲିଗଲି। ମୁଁ ସେଠୁ ଆସିବା ପାଇଁ ଚେଷ୍ଟା କରୁଥିଲି କିନ୍ତୁ ଆଉ ଆସିପାରିଲି ନାହିଁ। 


ପି. କେ ମୋ ଭାଇ ମୋ ଅବସ୍ଥା ବି ସେୟା ଥିଲା କି ଅଜବ ଦୁନିଆରେ ପହଞ୍ଚିଲି ସେଠିକାର କଥା କ'ଣ କହିବି ଆଉ। ଯାହାହେଉ ବହୁତ ବର୍ଷପରେ ଦେଖା ସାକ୍ଷାତ ହୋଇଗଲା ଆମ ଦୁଇଜଣଙ୍କର। ମୁଁ ଯେତେବେଳେ ବାଟବଣା ହୋଇ ସେ ଅଜବ ଦୁନିଆରେ ପହଞ୍ଚିଗଲି ମତେ ଭୂତ ବୋଲି ଭାବି ସବୁ ଡରିଗଲେ। 


କଣ କହିଲୁ ଯାଦୁ ମୋ ଭାଇ ତତେ ଭୂତ ବୋଲି ଭାବିନେଲେ !


ହଁ ଭାଇ ମୋର ସେ ଉଜ୍ଜଳ ଆଲୋକକୁ ଦେଖି କିଏ କଣ ଭାବିନେଲେ।


ମୁଁ ସେ ଅଦ୍ଭୁଦ ଦୁନିଆକୁ ଦେଖି ଖାଲି ଲୁଚିଲି। କିନ୍ତୁ ସେ ଜୀବଜଗତରେ ବହୁତ ଭିନ୍ନ ଭିନ୍ନ ଜିନିଷ ଦେଖିବାକୁ ମିଳିଲା। ମୁଁ ସେ ଜୀବଜଗତକୁ ଦେଖି ପ୍ରଥମେ ଡରି ଯାଇଥିଲି କିନ୍ତୁ ସେଠାରେ ଏକ ଭଲ ସାଥୀଟିଏ ମତେ ମିଳିଗଲା। ମତେ ଦେଖି ଯାଦୁ ଯାଦୁ କହି ପାଖକୁ ଚାଲିଆସିଲା। ମୁଁ ଅନ୍ୟ ଏକ ଗ୍ରହର ବୋଲି ଜାଣିନେଲା। ଆମେ ବାସ କରୁଥିବା ଏ ଗ୍ରହ ବିଷୟରେ ତାର ଟିକେ ଧାରଣାଥିଲା। ମତେ ଯାଦୁ ବୋଲି କହି ନିଜ ଘରକୁ ନେଇଗଲା। ଭାଇ ମୁଁ ତାଙ୍କ ପରିବାରର ଏକ ସଦସ୍ୟ ହୋଇଯାଇଥିଲି। ସେଠୁ ଵାହାରି ଆସିବାକୁ ଚେଷ୍ଟା କରୁଥିଲି କିନ୍ତୁ ପରିବାରର ମମତା ମତେ ଵାନ୍ଧି ରଖିଥିଲା। ପୋଲିସ୍ ଅନ୍ୟମାନଙ୍କ ଠାରୁ ଶୁଣି ଯେତେବେଳେ ଏକଥା ଜାଣିଲା ମୁଁ ଅନ୍ୟ ଏକ ଗ୍ରହରରୁ ଆସି ସେଠି ଲୁଚିରହିଛି ମତେ ଧରିବାକୁ ଚେଷ୍ଟା କଲା। ମୋ ସାଙ୍ଗ ବାଧ୍ୟହୋଇ ଟିକିନିଖି ସଵୁ ସତକଥା କହିଦେଲା ପୋଲିସ୍ ଆଗରେ କେମିତି ମୁଁ ତାଙ୍କ ଘରକୁ ଆସିଲି । ସେଠି ରହିବା ଆଉ ମୋ ପକ୍ଷରେ ଠିକ୍ ନୁହଁ ଭାଵି ସଙ୍କେତ ଦେଲି ଅଲୌକିକ ଶକ୍ତିରୁ ଦେଖିଲି ହଟାତ୍ ଅଦୁଭତ ଯାନ ଆସିଲା ମୁଁ ସେଥିରେ ବସି ସଠିକ୍ ସ୍ଥାନରେ ପହଞ୍ଚିଗଲି। ଆଉ କେବେ ଏକୁଟିଆ କୁଆଡେ ଯିବିନି।


ମୋ କଥାତ ସବୁ କହିଲି ଭାଇ ହେଲେ ତୁମେ ମୋ ପିଛା କରି କରି କେଉଁଠି ଯାଇ ପହଞ୍ଚିଥିଲ ।


ମନ ଦୁଃଖରେ ତତେ ତୁ କେଉଁଠି ଥିବୁ ଖୋଜି ମୁଁ ଯେତେବେଳେ ସେ ଅଜବ ଦୁନିଆରେ ପହଞ୍ଚିଲି ମତେ ତ କିଛି ଭାଷା ହିଁ ବୁଝୁନଥିଲା କହିବାକୁ। କେହି ଜଣେ ଖଣ୍ଟ ବ୍ୟକ୍ତି ଆସି ତା କାନ୍ଧରେ ଝୁଲାଇଥିବା ଟେପ୍ ରେକର୍ଡଟିକୁ ତଳେ ପକାଇ ମୋର ରିମୋଟିକୁ ଛଡାଇନେଇ ଚାଲିଗଲା। ସେଠୁ ମୋର ନିଜ ଗ୍ରହକୁ ଫେରିବା ବାଟ ବନ୍ଦ ହୋଇଗଲା। ମୁଁ ସେ ଗ୍ରହର ଭାଷା କିଛି ଜାଣିନଥିଲି ବହୁ କଷ୍ଟରେ ଭାଷାକୁ ଆୟତ କରିପାରିଲି। ସେହି ଗ୍ରହରେ ବିଭିନ୍ନ ଧର୍ମ, ଜାତି, ଭାଷାକୁ ନେଇ ବହୁଭାଗରେ ବିଭାଜିତ ହୋଇ ପ୍ରାଣିମାନେ ରହିଛନ୍ତି। କିଛି ମୁଷ୍ଟିମୟ ବ୍ୟକ୍ତି ଧର୍ମନାମରେ ଅରାଜକତା କରି ଶୋଷଣ କରିଚାଲିଛନ୍ତି। କୁସଂସ୍କାରକୁ ଯାବୁଡି ଧରି ଲୋକଙ୍କୁ ଅନ୍ଧକାରରେ ରଖିଛନ୍ତି। ଏହି ପରିସ୍ଥିତିରେ ମୋର ରିମୋଟିକୁ ଖୋଜି ପାଇବାକୁ ମତେ ମନ୍ଦିର,ମସଜିଦ୍,ଗିର୍ଜା,ପୋଲିସ ଥାନା ଏପରିକି ବିଭିନ୍ନ ଦ୍ବାର ବୁଲିବା ପାଇଁ ପଡିଛି। ଶେଷରେ ଏକ ତରୁଣୀ ସାମ୍ବାଦିକା ଉପରେ ବିଶ୍ବାସ କରି ମୋ ବିଷୟରେ ସବିଶେଷ ତଥ୍ୟ ଜଣାଇବା ପରେ ତାଙ୍କରି ସାହାର୍ଯ୍ୟ ନେଇ ମୋ ରିମୋଟିକୁ ପାଇଵାପାଇଁ ମତେବହୁତ ସଂଘର୍ଷ କରିବାକୁ ପଡିଥିଲା। ଜଣେ ଖଣ୍ଟ ଧର୍ମପ୍ରଚାରକ ମୋର ରିମୋଟିକୁ ନେଇ ଶିବଙ୍କ ଡମ୍ବରୁ କହି ଲୋକଙ୍କୁ ଭୁଆ ବୁଲେଇ ଅର୍ଥ ଉପାର୍ଜନ କରି ଚାଲିଥିଲା। ସେ ପାଖଣ୍ଡି ସାଧୁ ସହ ବହୁ ବିତର୍କକରି ମୋର ରିମୋଟିକୁ ବହୁ କଷ୍ଟରେ ଫେରିପାଇଥିଲି।


ଇତି ମଧ୍ୟରେ ମୋ କୋମଳ ହୃଦୟଟି ସେ ତରୁଣୀ ପ୍ରତି ଆକର୍ଷିତ ହୋଇଥିଲା। 


କିନ୍ତୁ ପରେ ଜାଣିବାକୁ ପାଇଲି ଜାତି ଏବଂ ଧର୍ମନାମରେ ସେ ତରୁଣୀକୁ ତାର ପ୍ରେମିକଠାରୁ ଚକ୍ରାନ୍ତ କରି ଦୂରେଇ ରଖାଯାଇଥିଲା। ଏହି ଅବସ୍ଥାରେ ମୋର ଲୁକାୟିତ ପ୍ରେମକୁ ମୁଁ ବଳିଦାନ ଦେଇ ଉପରୋକ୍ତ ପ୍ରେମିକ ସହ ସେହି ତରୁଣୀକୁ ପୁନର୍ମିଳନ କରାଇ ଦୁଃଖର ସହ ମୋ ଗ୍ରହକୁ ଫେରିଆସିଲି। ସେହି ସ୍ମୃତି ସ୍ବରୂପ ତାର ସ୍ବରକୁ ରେକଡିଙ୍ଗ୍ କରି ମୋ ସହ ନେଇଆସିଛି।


ଶୁଣିବାକୁ ଚାହୁଁଛୁ ଯାଦୁ । 


ହଁ ଭାଇ ନିଶ୍ଚୟ ଶୁଣିବି।


ସେ ଗୀତର ତାଳେ ତାଳେ ଯାଦୁ ଏବଂ ପି. କେ ନାଚିବାକୁ ଲାଗିଲେ।


#ନନଷ୍ଟପ୍ ନଭେମ୍ବର


Rate this content
Log in

Similar oriya story from Classics