ଡଷ୍ଟବିନ୍
ଡଷ୍ଟବିନ୍
ସହର ବଜାର ଜାଗାରେ ମଇଳାଗାଡି ଆସି ପ୍ରତିଦିନ ସକାଳୁ ପ୍ରତି ଦୁଆରୁ ମଇଳା ସଂଗ୍ରହ କରି ନେଇଯାଆନ୍ତି |କିନ୍ତୁ ଆମ କଲୋନୀକୁ ସେ ଗାଡି ଦୁଇ ବା ତିନି ଦିନରେ ଆସେ |
ଲୋକମାନେ ଗାଡି ନଆସିବା ଦିନ ଘରୁ ମଇଳା ଆଣି ରାସ୍ତାକଡରେ ଗଦା କରନ୍ତି |ଫଳରେ ରାସ୍ତା ଅପରିଷ୍କାର ହେବା ସହ ମଶା,ମାଛି ହୁଅନ୍ତି |
ମୁଁ ଥରେ ଏକଥା ଆମ ପଡିଶାଘରର ତିନି,ଚାରି ଜଣ ସ୍ତ୍ରୀଲୋକଙ୍କୁ କହିଲି |ମୁଁ ସେମାନଙ୍କ ସହ ମିସି ଏକଥା କାଉନସିଲରଙ୍କୁ କହିଲୁ |
ସେ କହିଲେ ତମେମାନେ ମୋ ସହ ଆସ ମୁନିସପାଲ୍ ଟି ଅଫିସକୁ ଯିବ |ଆମେ ତାଙ୍କ ସହିତ ଗଲୁ |ସେଠାରେ ଏକ୍ ଜିକ୍ୟୁଟିଭ ଅଫିସରଙ୍କୁ ଜଣାଇବାରେ ସେ ଆମ କଲୋନୀକୁ ଚାରୋଟି ଡଷ୍ଟବିନ୍ ପଠାଇଲେ |
ପ୍ରତି ଚାରିଘର ପାଇଁ ଗୋଟିଏ ଲେଖାଏଁ ଡଷ୍ଟବିନ ରଖା ଗଲା | ସମସ୍ତେ ସେଥିରେ ମଇଳା ପକାଇଲେ |ମଇଳା ଗାଡି ଆସି ସେଥିରୁ ମଇଳା ନେଇଯାଏ |
ଆମ ରାସ୍ତା ଆଉ ମଇଳା ହେଲା ନାହିଁ |
