STORYMIRROR

suchismita Panda

Drama Horror Others

3  

suchismita Panda

Drama Horror Others

ଡର

ଡର

3 mins
320

     ଦଶହରା ଛୁଟି ଆରମ୍ଭ ହେବାକୁ ଥାଏ । ହଷ୍ଟେଲ ବନ୍ଦ ହେବ ବୋଲି ସମସ୍ତେ ଘରମୁହାଁ । ହେଲେ ଧୀରଜ ନେଟ ପରୀକ୍ଷା ପାଇଁ ପଢା ପଢି କରିବ ବୋଲି ଘରକୁ ନଯାଇ ହଷ୍ଟେଲରେ ରହିବ କହିଲାରୁ ମୁଁ ତା ସହ ମିଶିଗଲି । ଆମେ ଦି ଜଣ ରହିବୁ ଜାଣି ରଞ୍ଜନ ମଧ୍ୟ ଘରକୁ ଯିବା ରଦ୍ଧ କରିଦିଏ । 

       ଏତେ ବଡ ହଷ୍ଟେଲ ଭିତରେ ଆମେ ଏକା ତିନିଜଣ ରହୁ । ହଷ୍ଟେଲର ଖାଇବା ବିଭାଗ ବନ୍ଦ ଥାଏ ବୋଲି ଆମେ ନିଜେ ନିଜର ରୋଷେଇ କରୁ । ଆମେ ତିନି ଜଣ ନିଜ ନିଜ କଠୋରୀରେ ରହିଲେ ମଧ୍ୟ ରାତିରେ ପଢିବା ସମୟରେ ଏକାଠି ପଢୁ । ପ୍ରଥମ ଦୁଇ ଦିନ ପରେ ସବୁଦିନ କେତେ ରୋଷେଇ କରିବା ଭାବିକି ପାଖ ହୋଟେଲରେ ଖାଇଦେବାକୁ ସ୍ଥିର କରିଥାଉ । ପଢା ପଢି କରିସାରିବା ବେଳକୁ ୧୨ଟା ଡେଇଁ ସାରିଥାଏ । ଭୋକ ଭୀଷଣ ହେବାରୁ ରଞ୍ଜନ କହେ ଗାଧୋଇ ପଡି ଖାଇବାକୁ ଯିବା । ସାରା ହଷ୍ଟେଲର ଗାଧୁଆଘର ଖାଲି । ମନ ଇଚ୍ଛା ଯିଏ ଯେଉଁଠି ଗାଧୋଇ ଆମେ ଚାଲିଯାଉ ।

      ଖାଇ ସାରି ଫେରି ଦେଖୁ ଦ୍ୱିତୀୟ ମହଲାର ୨୧୫ ରୁମଟି ଖୋଲା ଅଛି । ଆମକୁ ଲାଗେ ସୌରଭ ଘରରୁ ଫେରି ଆସିଛି । ଠିକ୍ ସେଇ ରୁମର ଦୁଇ ପରବର୍ତ୍ତୀ ରୁମଟି ହେଉଛି ଧୀରଜର । ଦୌଡି ଦୌଡି ପାଖକୁ ଯାଇ ଦେଖିଲାରୁ ରୁମରେ ଝୁଲୁଥାଏ ତାଲା । ତିନି ଜଣ ଏକ ଆରକୁ ଦେଖାଦେଖି ହେଉ। କବାଟ ତ ଖୋଲା ଥିଲା ଏଇ ଟିକେ ସମୟ ପୂର୍ବରୁ ସମସ୍ତେ ଦେଖିଛୁ ହେଲେ ସଂଗେ ସଂଗେ ରୁମରେ ତାଲା ପଡିଛି କେମିତି । କିଛି ସୁଗାର ମିଳେନି ହାତକୁ । ଆମେ ମଧ୍ୟ ଆଉ ସେଥିରେ ମୁଣ୍ଡ ନ ଖଟାଇ ନିଜ ପଢାରେ ମନ ଦେଉ ।

      ସେଦିନ ରାତିରେ ପଢୁଥିବା ବେଳେ ମୁଁ ପାଣି ବୋତଲଟା ଭରିବାକୁ ରୁମରୁ ବାହାରେ । ଦେଖେ ୨୨୫ ରୁମରେ ଲାଇଟ ଜଳୁଛି । ଲାଗେ ସକାଳେ ଯାହା ଦେଖିଛି କିଛି ଭ୍ରମ ନଥିଲା । ହସି ହସି ଯାଏ ରୁମ ଆଗକୁ । ପଙ୍ଖା ଚାଲୁଥାଏ । ସୌରଭ ଶୋଇଥିବ ଭାବି ରୁମକୁ ପଶିବା କ୍ଷଣ ହିଁ କବାଟ ଆପେ ଆପେ ବନ୍ଦ ହୋଇଯାଏ । ମୋ ଛାତି ଥରିବାକୁ ଲାଗେ । ସୌରଭ ମଧ୍ୟ ନଥାଏ । କେହି ନଥାନ୍ତି ରୁମରେ ହେଲେ ପଙ୍ଖା ଚାଲୁଛି କେମିତି ! ରୁମର କବାଟ ବନ୍ଦ କଲା କିଏ ! ମୁଁ ଡରିଯାଏ ବହୁତ । କବାଟ ମଧ୍ୟ ବାଡେଇ ଚାଲେ, ଚିତ୍କାର କରେ ହେଲେ ଫାଇଦା କିଛି ନାହିଁ । କିଛି ସମୟ ପରେ ଆପେ ଆପେ କବାଟ ଖୋଲିତାଏ । ହେଲେ ମୋତେ ଲାଗେ କେହି ଯେମିତି ଭିତର ପଟୁ ଜୋର ଧକ୍କା ଦେଇ ଫିଙ୍ଗିଦେଲେ ବାହାରକୁ । ହେଲେ କିଏ ସେ !!!

    ଦୌଡି ଦୌଡି ଯାଇ ସେ ଦୁହିଁଙ୍କୁ କହେ ହେଳେ କେହି କିଛି ଆବାଜ ଶୁଣି ନାହାନ୍ତି କହି ମୋ କଥାରେ ବେଶୀ ବିଶ୍ବାସ କରନ୍ତି ନାହିଁ । ହେଲେ ମୁଁସେଦିନ ରାତିରେ ଆଉ ଶୋଇ ପାରେ ନାହିଁ । ସକାଳ ହେଉ ହେଉ ଡରରେ ମୋ ଦେହେ ଖଇଫୁଟା ଜର । ଦୁଇ ସାଙ୍ଗ ମୋତେ ଔଷଧ ଦେଇ ଦେଇ ନିଡ ନିଜ ପାଠରେ ଲାଗିଥାନ୍ତି । ମୁଁ ଶୋଇପଡେ ।

      ଯେବେ ନିଦ ଭାଙ୍ଗେ ଦେଖେ ସେ ଦୁହିଁଙ୍କ ମଧ୍ୟରେ ମଧ୍ୟ ଠିକ୍ ମୋ ପରିକା ଡର । କିନ୍ତୁ କିଛି ନ ପଚାରି ବୁଝିଯାଏ ସବୁ । ତଥାପି ସେମାନେ କହନ୍ତି ଯାହା ମୋ ସହ ସେ ରୁହରେ ହେଲା ସେଇଟା ତାଙ୍କ ସହ ବି ହେଲା । ସେମାନଙ୍କୁ ମଧ୍ୟ କେହି ଜଣେ ଥିବାର ଅନୁଭବ ହେଇଛି । ତିନି ଜଣ ଡରିକି ହଷ୍ଟେଲରୁ ବାହାରି ଯାଉ । ବାଟ ଗେଟରେ ଥାନ୍ତି ଆମ ମାଧ ମଉସା । ଆମ ସଭିଙ୍କୁ ଦେଖି ସେ ଡରିଯାଅନ୍ତି ପ୍ରଥମେ, ଏବଂ ପରେ ନିଜେ ହିଁ ପଚାରନ୍ତି କଣ ସେଇ ସାୟା ସହ ଭେଟ ହେଇଗଲା କି !! ତାଙ୍କ ପ୍ରଶ୍ନ ଆମକୁ ସବୁ ସନ୍ଦେହ ମୋଚନ କରିଦିଏ । ଆଉ ଘଡିଏ ମଧ୍ୟ ଆମେ ହଷ୍ଟେଲରେ ନରହି ଘରକୁ ଚାଲିଆସୁ । 

     କଲେଜ ଖୋଲିବାର ଅନେଇ ଦିନ ଯାଏଁ ମଧ୍ୟ ଯାଇନଥାଉ । ଡର ଆମ ଭିତରେ ଯେମିତି ବସା ବାନ୍ଧି ରହିଥାଏ । ଦିନେ ମଉସା ନିଜେ ହିଁ ଫୋନ୍ କରି କହନ୍ତି ଯେ ତାଙ୍କ ଚାକିରୀ ସମୟରେ ସେ ଏମିତି ଦେଖନ୍ତି । ଗୋଟେ ଅତୃପ୍ତ ଆତ୍ମା ସଭିଙ୍କୁ ଡରାଏ ହେଲେ କିଛି କ୍ଷତି କରେନାହିଁ କାହାର । ସେଥିପାଇଁ ହଷ୍ଟେଲ ଫେରି ଆସିବା ଠିକ୍ । ଧୀରେ ଧୀରେ ମନର ଡରକୁ ସାହାସ କରି ଆମେ ପୁଣି ଯାଉ ହେଲେ ପୂର୍ବପରି ଆଉ ସେମିତି କେବେ ଏକା ରହିନୁ । 


 


Rate this content
Log in

Similar oriya story from Drama