Goutam Mohanty

Drama Classics Inspirational

3  

Goutam Mohanty

Drama Classics Inspirational

ଦୈତ୍ୟ ନାଶିନୀ

ଦୈତ୍ୟ ନାଶିନୀ

4 mins
216



        ସବୁ ବର୍ଷ ପରି ଏ ବର୍ଷ ବି ଧୁମଧାମରେ ଦୁର୍ଗାପୂଜା ହେବ l ପୂଜା ପାଇଁ ସହର ବଜାର ସବୁଠି ଭିଡ l ମା ଧରା ପୃଷ୍ଠରେ ଅବତାରଣ କରିବେ l ସମସ୍ତେ ବହୁତ ଖୁସି lସମସ୍ତେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତିରେ ଲାଗିଥାନ୍ତି l ମା ବି ପ୍ରସ୍ତୁତି କରିସାରିଲେଣି ଧରା ଧାମକୁ ଆସିବାକୁ l ପୂଜା ଆରମ୍ଭ ହେଲା l ମା ବି ଆସିଲେ ପୃଥିବୀକୁ ତାଙ୍କ ସିଂହ ବାହନ ସହ l ଉତ୍ସବ ମୁଖର ହୋଇ ଉଠିଲା ସାରା ସହର।ବଡ଼ ବଡ଼ ତୋରଣ ଆଉ ରାତିର ନାଲି ନେଳି ଆଲୋକରେ ଝଲସି ଉଠିଲା ପୂଜା ମଣ୍ଡପ l ବିଭିନ୍ନ ସ୍ଥାନରୁ ଆବାଳ ବୃଦ୍ଧ ବନିତା ମାତାଙ୍କୁ ଦର୍ଶନ ଆଉ ମାନସିକ ନେଇ ଆସୁଥିଲେ।

ବ୍ରାହ୍ମଣ ପଣ୍ଡିତ ମାନଙ୍କର ବେଦ ମନ୍ତ୍ର ଧ୍ୱନିରେ, ସାରା ଗ୍ରାମଠୁ ସହରର ଗଗନ ପବନ ପବିତ୍ରତାରେ ପରିପୂର୍ଣ୍ଣ ହୋଇ ପଡ଼ୁଥିଲା।

        ସେଦିନ ପୂଜା ପରେ ମା ତାଙ୍କର ଏଇ ସୁନ୍ଦର ପୃଥିବୀର ଥରେ ଭ୍ରମଣ କରି ଦେଖିବାକୁ ଇଚ୍ଛା କଲେ।ସିଂହ ପିଠିରେ ବସି, ଭ୍ରମଣ କରୁ କରୁ କାହିଁକି କେଜାଣି,ତାଙ୍କୁ ବହୁତ ଅସ୍ଥବ୍ୟସ୍ତ ଲାଗୁଥିଲା l ଯେମିତି କିଏ ଗୋଟେ ବିକଳ ହୋଇ ତାଙ୍କୁ ଡାକୁଥିଲା ମାଆ,ମାଆ ହୋଇ l ମା ଙ୍କୁ ଟିକେ ବି ଶାନ୍ତି ଶାନ୍ତି ଲାଗିଲାନି l ମା ବି ତାକୁ ଖୋଜିଲେ କିଏ ସେ ଏତେ ବିକଳ ସ୍ୱରରେ ମୋ ନାଁ ନେଉଛି,ସ୍ୱରରୁ ଜଣା ପଡୁଥିଲା ଏତେ ଦାରୁଣତା ଆଉ ଅସହାୟତା।ନୟନ ତାଙ୍କର ଚାରିଆଡ଼େ ଖୋଜି ବୁଲିଲା ସେଇ ଅସ୍ପଷ୍ଟ ସ୍ୱରକୁ।କର୍ଣ୍ଣରେ ତାଙ୍କର ସେ ଶବ୍ଦ, ପ୍ରତିଧ୍ବନିତ କଲା।

     ସମ୍ୟକ ଦୂରରେ ଦେଖିଲେ ଗୋଟିଏ ଚଉଦ କି ପନ୍ଦର ବର୍ଷ ବୟସର କନ୍ୟାଟିଏରେ ତାଙ୍କ ବେଢା ଠୁ କିଛି ଦୂରରେ ଅର୍ଦ୍ଧଲଗ୍ନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଛି l ମାଂସ ପୁଳା ପୁଳା ଦେଖା ଯାଉଛି l ଶରୀରର କିଛି ଅଂଶ ନାହିଁ l ସେ ଖୁବ ବିକଳ ହୋଇ ମାଆ ମାଆ ଡାକୁଛି l ମାତା ଧାଇଁ ଗଲେ ତା ପାଖକୁ, ଆଉ ତାର ଅସ୍ପଷ୍ଟ ସ୍ୱରରୁ ଶୁଣି ପାରିଲେ, ଯେ ଝିଅଟି ବିକଳ ହେଇ କହୁଛି-ମାଆ ମୋତେ ବଞ୍ଚେଇ ଦେଏ ମାଆ ମୋ ଦେହଟା ଜଳିଯାଉଛି ଆଉ ଭୀଷଣ କଷ୍ଟ ହେଉଛି ମାଆ।

ମୁଁ ସହି ପାରୁନି ଏ ଯନ୍ତ୍ରଣା l ତୁ ମୋତେ ଏଇ ପାପୀ ଦୁନିଆକୁ କାହିଁକି ଆଣିଲୁ? ଆଉ ଯଦି ଆଣିଲୁ ନାରୀଟିଏ କାଇଁ କଲୁ ମା? ତୋ ପ୍ରତିରୂପ ନାରୀଟିଏ ହୋଇ ଜନ୍ମ ନେବା ତୋ ଗର୍ବର କଥା l କିନ୍ତୁ ମୋର ଦୋଷ କଣ ମା l ମୁଁ ତୋ ଟିକେ ଦେଖିବି ବୋଲି ଆସିଥିଲି l ମୋ ପ୍ରତି ଏଇ ସମାଜରେ ଏତେ ଅବହେଳିତ କଣ ପାଇଁ? ତୋତେ ଭଲରେ ଟିକେ ଆଖି ପୁରେଇ ଦେଖିବା ପାଇଁ ତୋ ମଣ୍ଡପ ପାଖକୁ ବି ଯାଇ ପାରିଲି ନାହିଁ ମାଆ।।କିଛି ଭାବିବା ପୂର୍ବରୁ ମୁଁ ଏଇ ରାକ୍ଷସ ମାନଙ୍କ କବଳିତ ହୋଇଗଲି। ମୋ ହାତରେ ଏତେ ଶକ୍ତି ନଥିଲା ମାଆ, ଏମାନଙ୍କ କବଳରୁ ବଞ୍ଚିବାକୁ। ଏଇ ନର ରୂପୀ ରାକ୍ଷସ ମାନେ ମୋତେ ଝୁଣି ଝୁଣି ମୋ ରକ୍ତମାଂସର ଶରୀରକୁ ଖାଇଗଲେ ଆଉ ସେଥିରେ ମନ ଭରିଲାନି ଯେ ମୋତେ ଜାଳିଦେବାକୁ ପ୍ରୟାସ କରି ମୋ କଞ୍ଚା ଦେହରେ ସେମାନେ ନିଆଁ ଲଗେଇ ଦେଲେ l ତୁ କହ ମାଆ କଣ ନାରୀଟିଏ ହୋଇ ଜନ୍ମହେବା ଭୁଲ? ମୋତେ ବହୁତ କଷ୍ଟ ହଉଛି ମା।ମୁଁ ଆଉ ଏ ଭୀଷଣ କଷ୍ଟ ସାହିପାରୁନି।ତୁ ମୋତେ ତୋ ପାଖକୁ ନେଇଯାଆ l ତୋ କୋଳରେ ଶାନ୍ତିରେ ଶୋଇଯିବି l ମୋତେ ଆଉ ନାରୀଟିଏ କରି କେବେ ଜନ୍ମ ଦେବୁନି l ତୋତେ କଣ ମୋ ବିକଳ ଡାକ କିଛି ବି ଶୁଭୁନି କେମିତି ସହି ପାରୁଛୁ ତୁ ତୋ ଛୁଆର କଷ୍ଟ ଦେଖି l 

        ମା ତ୍ରିପୁର ମୋହିନୀ,ଦୁର୍ଗତିନାଶିନୀ,ଶକ୍ତି ସ୍ୱରୂପିଣୀ, ସିଂହ ବାହିନୀ,ଜଗତ ଜନନୀ।କ୍ରୋଧାଗ୍ନିରେ ଜଳି ଗଲେ ମାଆ।ଆଖିରେ ତାଙ୍କର ଅସୀମ ଦୀପ୍ତି ଆଉ ରାଗରେ ଜଳି ଉଠିଲେ ମାଆ l କାହିଁକି କେଜାଣି ଏସବୁ ଦେଖି ମାଆ ହୃଦୟ ବିଳାପ କରୁଥିଲା l ନିଜ ଛୁଆର ଏଇ ଅବସ୍ଥା ଦେଖିପାରୁ ନଥିଲା ସେ l ଧୀରେ ତା ମୁଣ୍ଡରେ ହାତ ମାରି କହୁଥିଲା ଉଠ ମାଆ l ତୁ ଏତେ ଶୀଘ୍ର ହାରି ପାରିବୁନି l ଗୋଟେ ନାରୀ କେବେ ଅବଳା କି ଦୁର୍ବଳା ନୁହେଁ ତୋତେ ପ୍ରମାଣ କରିବାକୁ ହେବ l ତୋତେ ଏଇ ନର ରୂପୀ ରାକ୍ଷସଙ୍କ ଠୁ ପ୍ରତିଶୋଧ ନେବାକୁ ହେବ l ମୁଁ ଯଦି ମହିଷାସୁରର ବଧ କରିପାରିଲି ତୁ କାହିଁକି ପାରିବୁନି? ତୋତେ ଉଠିବାକୁ ହେବ ଆଜି ତୋତେ ତୋର ପ୍ରତିଶୋଧ ନେବାକୁ ହେବ l ଉଠ ମା ଆଉ ତୋତେ ବହୁତ କିଛି କରିବାକୁ ହେବ l ମାଆଙ୍କ ଆଖିର ତେଜ ଆଉ ମାଙ୍କ ସ୍ପର୍ଶରେ ଝିଅଟିକୁ ଶତାଧିକ ସିଂହର ବଳ ଆଣିଦେଉଥିଲା l ତାର ଭୟ ପ୍ରତିଶୋଧ ନିଆଁରେ ପରିଣତ ହେଇଯାଇଥିଲା l ସେ ଉଠିଲା l ତାକୁ ଲାଗୁଥିଲା ସେ ଏ କଳି ଯୁଗର ଦୁର୍ଗା। ଖୋଲା କେଶ ଅଧା ଜଳା ଅର୍ଦ୍ଧଲଗ୍ନ ଶରୀର ଦ୍ୱିତୀୟ ଦୁର୍ଗା ପରି ଲାଗୁଥିଲା l ସାଥିରେ ଥିଲେ ଦୁର୍ଗା ମା ଆଉ ତାଙ୍କ ଆଶୀର୍ବାଦ l ସହରରେ ରାଜ ରାସ୍ତାରେ ମଦ ପିଇବାରେ ବ୍ୟସ୍ତ ଥିଲେ ସେ ପାପୀ ମାନେ।ଗୋଟେ ନାରୀର ସର୍ବସ୍ବ ଲୋଟି ମାରିଦେଇ ସାରିବା ପରେ ବି ତାଙ୍କ ମନରେ ନଥିଲା ଭୟ କି ଅନୁସୋଚନା l ସମସ୍ତଙ୍କୁ ଖିନଭିନ କରି ମାରିଲା ସେ ତାର ଅସୀମ ବଳ ଆଗରେ ଏମାନେ ଶକ୍ତି ହୀନ ହୋଇଗଲେ l ସାରା ସହରଟା ଶାନ୍ତିରେ ଶୋଇଥିଲା l ଖାଲି ଶୁଭୁଥିଲା ସେ ଝିଅର ହସ ଭୂମିକମ୍ପ ଭଳି l ଆଜି ପୃଥିବୀ ମଧ୍ୟ ହସୁଥିଲା କିଛି ପାପୀଙ୍କ ବିନାଶ ପାଇଁ l

        ତା ପର ଦିନ ସହରରେ ମିଳିଥିଲା ପାଞ୍ଚ ଜଣ ପାପୀଙ୍କ ଅଧାଜଳା ଶରୀର l ଆଉ ଦୁର୍ଗା ମାଙ୍କ ମୂର୍ତ୍ତି ପାଦ ତଳେ ପଡିଥିଲା ଝିଅଟିର ଅଧା ଜଳା ଶରୀର l ମାଙ୍କ କୋଳରେ ଶାନ୍ତିରେ ଶୋଇପଡିଥିଲା ପ୍ରତିଶୋଧ ନେଇ ସାରି ଆଉ ପୃଥିବୀରୁ ବିଦାୟ ନେଇଥିଲା ହସି ହସି ପାପୀ ମଣିଷଙ୍କ ଠାରୁ l

        ଆଜି ନୁହଁ ଆବହମାନ କାଳରୁ ନାରୀ ଉପରେ ହୋଇ ଆସିଛି ଶୋଷଣ ପୀଡ଼ନ ଆଉ ଅତ୍ୟାଚାର। ଆଜି ଆମ ସମାଜରେ ଅନେକ ଝିଅ ବଳାତ୍କାରରେ ଶିକାର ହେଉଛନ୍ତି।ଝିଅ ମାନଙ୍କୁ ଆଉ ତାଙ୍କ ଶରୀରକୁ ଏ ସମାଜର କିଛି କଳୁଷିତ ପୁରୁଷ ଉପଭୋଗ୍ୟ ଵାସ୍ତ ଭାବି ଲୁଣ୍ଠନ କରି ଚାଲିଛନ୍ତି l ସ୍ୱୟଂସହା ବୋଲି ସବୁ ସହିଛି, ପ୍ରତିପାଦର ସ୍ୱର ଉଠେଇବା ବେଳେ ସେ ହୋଇଛି ଲାଞ୍ଛିତ ।

     2018 କ୍ରାଇମ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାଯାଏ ପ୍ରତି ପନ୍ଦର ମିନିଟରେ ଜଣେ ନାରୀ ବଳାତ୍କାର ହେଉଛି।କେତେ ଲଜ୍ଜା ଜନକ କଥା।ଆଜି ଝିଅଟିଏ ଜନ୍ମ ହେଲେ ବାପା ମାଆଙ୍କର ମଥାରେ ପଡ଼େ ଚଡ଼କ। ଅନେକ ନିନ୍ଦା ଅପବାଦ ଆଉ ଟାହି ଟାପରା ଶୁଣିବାକୁ ପଡ଼େ ଝିଅଟିକୁ।

        ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ କ'ଣ ସତରେ ରାମ ରାଜ୍ୟରେ ପରିଣତ ହୋଇଛି, ଯିଏ କି କହିଥିଲେ-ଯେଉଁ ଦିନ ଗୋଟେ ନାରୀ ରାତି ବାରଟାରେ ବି ବିନା ଦ୍ଵିଧାରେ ଘରକୁ ଆସି ପାରିବ ସେତେବେଳେ ଏ ଦେଶ ସ୍ୱାଧୀନ ହୋଇଛି ବୋଲି ଜାଣିବା। ଥରେ ବିଚାର କରନ୍ତୁ ତ ସତରେ କଣ ଏ ଦେଶ ସ୍ୱାଧୀନ ପାଇଛି। ଯେଉଁ ଦେଶର ନାରୀ ଅସୁରକ୍ଷିତ।

କେହି କେହି କୁହନ୍ତି ନାରୀ ଅନର୍ଥ ଆଉ ଅନେକ ଯୁଦ୍ଧର କାରଣ।କିନ୍ତୁ ସେହି ଅନର୍ଥ ଆଉ ଯୁଦ୍ଧ ନାରୀ ପାଇଁ ନୁହଁ ନାରୀର ଅସମ୍ମାନ ଯୋଗୁଁ ହୋଇଛି l

         ଆଜି ନାରୀ ସୁରକ୍ଷା ମଞ୍ଚ ତେଜି ଉଠିଛି ନାରୀର ସୁରକ୍ଷା ପାଇଁ।ହେଲେ ଏ ଆଇନର ଗଳା ବାଟ ଦେଖି ଦୋଷୀ ବଳାତ୍କାର କରୁଥିବା ଲୋକ ଖସି ଯାଆନ୍ତି ବିଚରା ନ୍ୟାୟ ମାଗି ହାରିଯାଏ ଯୁବତୀ ସତରେ ଇଏ ହେଉଛି ନାରୀ ହେଇ ଜନ୍ମ ହେବାର ଅଭିଶାପ କି ଆଶୀର୍ବାଦ ...?


Rate this content
Log in

Similar oriya story from Drama