Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Satyabati Swain

Inspirational

4  

Satyabati Swain

Inspirational

ଦାୟିତ୍ୱ

ଦାୟିତ୍ୱ

3 mins
488



ବିଧବା ବେଦି ଉପରେ ବସି ବାହା ହେବ!

ଶଶୁର କରିବ କନ୍ୟା ଦାନ!


ଉଠୁଥିଲା ପଡୁଥିଲା ବିଚିତ୍ର ଗାଁ।


ଦିଗମ୍ବର ବାବୁଙ୍କ ଘର ଲୋକେ ଏକାଠି କଣ ଗୋଟେ ବିଚାର କରୁଛନ୍ତି।

 

ଦିଗମ୍ବର ବାବୁ କହୁଛନ୍ତି, ପିଲାଟା ମୁହଁକୁ ଚାହିଁ ହେଉନି।କି ଜହ୍ନ ଭଳିଆ ମୁହଁ! ଶୁଖି କଳା କାଠ ଦିଶୁଛି।ବୋହୁ ନୁହେଁ ଝିଅ ଭାବିଥିଲୁ ଆମେ।ବର୍ଷେ ପୁରିଗଲା।ଆମର ତା ପ୍ରତି କିଛି ଦାୟିତ୍ବ ଓ କର୍ତ୍ତବ୍ୟ ଅଛି ନା ନାହିଁ! ଦିଗମ୍ବର ବାବୁଙ୍କ ସ୍ତ୍ରୀ ଉମା କହୁଛନ୍ତି, କିଏ ମନା କଲା କି।ତୁମେ ଟିକେ ବୈରାଗୀକୁ କହୁନ, କେଉଁଠି ଟିକେ ଆଖି ପକାଉ। ବଡ଼ ପୁଅ ପ୍ରକାଶ କହିଲେ ବାପା ,ତୁମେ କଣ ଦୁନିଆଁରୁ ବାହାର।ଲୋକେ କଣ ଆମ କଥା ସହଜରେ ଗ୍ରହଣ କରିବେ ! ତୁଚ୍ଛାଟାକୁ ଲୋକ ହସା ହେବା କଥା। ଚିହ୍ନିଙ୍କି ଉଠିଲେ ଦିଗମ୍ବର ବାବୁ।ଲୋକେ ! କେଉଁ ଲୋକେ! ଲୋକେ କେବେ କାହାର ଭଲ ଚାହିଁଲେଣି।ସଜ ମାଛ ରେ ପୋକ ପକାଇ ଜାଣନ୍ତି। ଅଡ଼ୁଆ କରିବା ବାଗଟି ମାଲୁମ।ସଜାଡନ୍ତି କେତେଜଣ? ନିଜେ ଠିକ୍ ହେଲେ ଦୁନିଆଁ ଠିକ୍ । ଲୋକଙ୍କ କଥା ନ କହି ବରଂ ତୋ କଥା କହ। ତୁ ମୋ ପ୍ରସ୍ତାବ ଟିକୁ ସହଜରେ ଗ୍ରହଣ କରୁନାହୁଁ।


ବାପା ତୁମେ ମୋତେ ଭୁଲ୍ ବୁଝୁଛ। ତୁମ ପ୍ରସ୍ତାବରେ ମୁଁ ତ ବେଶୀ ଖୁସି। ଦିବାକୁ ଆମେ ଆମ ବୋହୁ ନୁହେଁ ଝିଅ କରିନେଲେଣି।


ପ୍ରକାଶ ରେ! ସେ ଘରକୁ ଆସିଲା ଦିନୁ ହିଁ ତ ମୁଁ ତାକୁ ମୋ ଝିଅ ଭାବିଛି।କି ଗୁଣର ପିଲାଟି।କିନ୍ତୁ...


ଉମାଙ୍କ ଆଖିରୁ ଖସି ପଡ଼ିଲା ଲୁହ କେଇ ଟୋପା।


ବଡ଼ ବୋହୁ ମେଘା ,ଶାଶୁକୁ ବୁଝାଇ କହିଲେ ,"କାନ୍ଦିଲେ କଣ ହେବ ମା।ଆମ ଭାଗ୍ୟ ରେ ଯାହା ଅଛି ତା ଭୋଗ କରିବାକୁ ପଡିବ।


ମୋରି ଭାଗ୍ୟରେ କଣ ଏଇଆ ଦେଖିବାକୁ ଥିଲା? ଦଇବ କେତେ ନିଷ୍ଠୁର। କଣ କଲା ସେ?


ଦିଗମ୍ବର ବାବୁ ଆହୁରି ଚିଡି ଉଠିଲେ।କାନ୍ଦିବ ଯଦି କୁଆଡେ ଯାଇ କାନ୍ଦ।ମୁଁ କଣ କାନ୍ଦୁ ନାହିଁ ! କାନ୍ଦିଲେ କଣ ହେବ! ଆମକୁ ଛାତିଫଟା ଦୁଃଖ ସହିବାର ଅଛି।ସହିବାକୁ ପଡିବ।ଆମେ ଆଜି ଏକାଠି ହୋଇଛେ କିଛି ଗୋଡେ ସିଦ୍ଧାନ୍ତ ନେବା ପାଇଁ।କାନ୍ଦ କଟା କଲେ କିଛି କାମ ହେବ କି?


ଦିଗମ୍ବର ବାବୁଙ୍କ ଜ୍ବାଇଁ ଅଜିତ କହିଲେ, ବାପା ଆପଣ ଯେଉଁ କଥା କହୁଛନ୍ତି ସେ କଥାଟି ସତରେ ଏତେ ସହଜ ନୁହେଁ।ପ୍ରକାଶ ଭାଇଙ୍କ ସହ ମୁଁ ଏକମତ।


ଠିକ୍ ଅଛି ତୁମେ ମୋତେ ସାହାଯ୍ୟ ସହଯୋଗ ନ କର।ମୁଁ ମୋ କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ଖୁବ୍ ସଚେତନ।ଦିବା ମୋ ବୋହୁ ନୁହେଁ ଝିଅ। ତାର ସମସ୍ତ ଦାୟିତ୍ୱ ମୋର।ହେଲା.. ଆଉ କାହାର କିଛି କହିବାର ଅଛି।ମୁଁ ଭାବି ସାରିଛି କଣ କରିବି।


ବାପା ! ଆପଣ ଆମକୁ ଖରାପ ଭାବୁଛନ୍ତି କେବଳ।ସତ୍ୟ ସହ ପରିଚିତ ହୁଅନ୍ତୁ।ଦିବାକୁ କିଏ ଗ୍ରହଣ କରିବ?କହିବା ସହଜ କିନ୍ତୁ କାମରେ କରି ଦେଖାଇବା ଖୁବ୍ କଷ୍ଟ ବାପା।


ନୂଆ ଯୁଗ ଆ କହିଲେ ଆସେନି।ଆଣିବାକୁ ପଡେରେ ପିଲେ।


ସମସ୍ତେ କହୁଛନ୍ତି ପୁଅକୁ ହରେଇ ବୁଢା ଟା ପାଗଳ ହୋଇ ଯାଇଛି।ଦେଖୁନ କି ଅଜବ କାଣ୍ଡ କାରଖାନା କରୁଛି।କଣ ନା ବିଧବା ବୋହୁକୁ ବାପା ହୋଇ କନ୍ୟା ଦାନ କରିବ।ଲଜ୍ଜା ନାହିଁ ଯାହା।ବିଧବା ଟାକୁ ବାହା ହେବାକୁ କାହାର ଗରଜ ଅଛି! ଦଇବ ତ ବୋହୂର ସିନ୍ଦୁର ପୋଛି ଦେଲା ; ଏଇ ପାଗଳ ବୁଢା ଭାଗ୍ୟ ବିଧାତା ହେବାକୁ ବସିଛି।ଅଲାଜୁକ ଟା।ସୃଷ୍ଟି ଧ୍ୱଂସ ହେବ ଲୋ ମା।ବିଧବା ବେଦି ଉପରେ ବସି ବାହା ହେବ! କାହା ଭାଗ୍ୟ କଣା ହୋଇଛି ବିଧବା ଟାକୁ ବାହା ହେବ !


ଯିଏ ଯାହା କହୁଛି କହୁ।ପୁଅକୁ ତ ଭଗବାନ ନେଇଗଲେ ,ତା ବୋଲି ତେଇଶି ବର୍ଷର ଛୁଆଟା ସାରା ଜୀବନ ମରୁଥିବ! ହଁ ମୁଁ ପାଗଳ।ଗୋଟିଏ ନିରୀହ ଜୀବନ ସଜାଡ଼ିବାକୁ ଯାଉଛି ଯେଣୁ।ହଁ ମୁଁ ଅଲାଜୁକ ନିଜ ମଲା ପୁଅର ସ୍ତ୍ରୀକୁ ଆଉ କାହା ସ୍ତ୍ରୀ କରି ପଠାଇବି ଅଣ୍ଟା ଭିଡ଼ିଛି।


ମୋ ସାଙ୍ଗ ପୁଅ ଆଦର୍ଶଟି ଭାରି ଭଲ ପିଲା।ମୋ କଥା ଶୁଣି ସେ କଥା ଦେଇଛି ଦିବା କୁ ବିବାହ କରିବ।କେହି ମୋତେ ସାହାଯ୍ୟ ନ କରନ୍ତୁ।ପ୍ରତ୍ୟୁଷ ମଲା ପରେ ସରକାର ଯେତେ ଟଙ୍କା ଦେଇଛନ୍ତି; ସେଇ ଟଙ୍କାରେ ଧୁମ ଧାମ୍ ରେ ବାହାଘର କରିବି।


ଦିବା ପ୍ରଥମେ ଅମଙ୍ଗ ହେଉଥିଲା। ସୀମାନ୍ତ ସିପେହି ସହିଦ ପ୍ରତ୍ୟୁଷଙ୍କର ସେ ବିଧବା ପତ୍ନୀ ,ଏହା କଣ କମ୍ ଗୌରବ କଥା ! ଶାଶୁ ଶଶୁର ବହୁତି ବୁଝାଇଲା ପରେ ଦିବା ରାଜିହେଲା।କଲ୍ୟାଣ ମଣ୍ଡପରେ ବାହାଘର ସୁରୁଖୁରୁରେ ସରିଗଲା।


ଦିଗମ୍ବର ବାବୁ ସହିଦ ପୁଅ ପ୍ରତ୍ୟୁଷ ଫୋଟୋ ଧରି ଭୋ ଭୋ ହୋଇ କାନ୍ଦି କହୁଥିଲେ, ଆଜି ବଡ଼ ଦାୟିତ୍ୱ ଟିଏ ତୁଟାଇ ଦେଇ ଆସିଲିରେ ପୁଅ।


ଗଲା ବେଳେ କହି ଯାଇଥିଲୁ ନା ବାପା ,ଦିବା ଲାଗିଲା।ତାକୁ ସବୁବେଳେ ଖୁସିରେ ରଖିବ।ହସ ତା ମୁହଁକୁ ଖୁବ୍ ମାନେ।ସେଇ ଯାଇଥିଲୁ ଯେ ଫେରିଲୁ କଫିନ ଭିତରେ ଜାତୀୟ ପତାକା ଗୁଡେଇ।


ଏ ବୁଢ଼ା ଟା ଅଣ୍ଟାରେ ଏମିତି ପାହାରେ କାଇଁ ଦେଲୁ ପୁଅ!


ମୁଁ ତୋ କଥା ରଖିଛି।ତୋ ଦିବା ମୁହଁର ଲିଭିଲା ହସ ପୁଣି ଥରେ ଉକୁଟୁଛି।


ତୁ ଖୁସି ତ !


ପ୍ରତ୍ୟୁଷ ଫୋଟୋରେ ଯେମିତି ହସି ହସି କହୁଥିଲା ମୋ ବାପା ବି ଜଣେ ସିପାହୀ।ପ୍ରଥା ପରମ୍ପରା ସହ ଯୁଦ୍ଧ କରି ତୁମେ ମଣିଷ ପଣିଆଁ ପରିଚୟ ଦେଇଛ।





Rate this content
Log in

More oriya story from Satyabati Swain

Similar oriya story from Inspirational