STORYMIRROR

Jayashree Maharana

Inspirational Others

2  

Jayashree Maharana

Inspirational Others

ଦାୟିତ୍ୱ ଓ କର୍ତ୍ତବ୍ୟବୋଧ

ଦାୟିତ୍ୱ ଓ କର୍ତ୍ତବ୍ୟବୋଧ

2 mins
97


ଜୀବନରେ ଘଟିଥିବା ଘଟଣା ସମୂହ ଭରିଥାନ୍ତି ତିକ୍ତ ମଧୁର ଅନୁଭୂତି ।ଜୀବନରେ ଦେଇଥାନ୍ତି ଅନେକ ଶିକ୍ଷା ।ଯାହା ପରବର୍ତ୍ତୀ ଅବସ୍ଥାରେ

ପଥପ୍ରଦର୍ଶନ କରିଥାଏ ।ସେମିତି କିଛି ଅନୁଭୂତି ସାଉଁଟି ଶିଖିଛି ଦାୟିତ୍ୱ ଓ କର୍ତ୍ତବ୍ୟବୋଧର ମହତ୍ତ୍ୱ ।


 ଶିକ୍ଷକ ତାଲିମ ଶେଷ ପରେ ଚାକିରୀ କ୍ଷେତ୍ର ପାଇଁ ବିଳମ୍ବ ଘଟିବାରୁ 

ମୋର ଜଣେ ପରିଚିତ ଭାଇଙ୍କ କୋଚିଂ ସେଣ୍ଟରରେ ପିଲାମାନଙ୍କୁ ପଢ଼ାଇବାର ସୁଯୋଗ ପାଇଥିଲି ।ଶାସନ ଆଉ ସ୍ନେହର ସମ୍ମିଶ୍ରଣରେ ପ୍ରିୟଭାଜନ ହୋଇପାରିଥିଲି ଛାତ୍ରଛାତ୍ରୀଙ୍କ ଗହଣରେ ।ଶିକ୍ଷୟିତ୍ରୀ ନୁହେଁ ମିତ୍ର ପରି ବ୍ୟବହାରରେ ସେମାନଙ୍କର ନିକଟତର ହେଇପାରିଥିଲି ।


 ଶୀତ ଆସିଲେ ପିଲାଙ୍କ ମନ ଭାରି ଖୁସି ।ଖୁସିର କାରଣ ପରିଭ୍ରମଣ ।ଆୟୋଜନ ହେଲା ।ପିଲାମାନଙ୍କ ମଧ୍ୟରେ ଆନନ୍ଦର ଅସୀମ ଉଚ୍ଛ୍ୱାସ ।ପାଠପଢା ବନ୍ଦ ସାଙ୍ଗକୁ ପରିଭ୍ରମଣର ମଜା ନିଆରା ।ଆମେ ଦୁଇ ତିନିଜଣ ଶିକ୍ଷୟିତ୍ରୀକୁ ପ୍ରଧାନ ଗୃହଶିକ୍ଷକ ବାଳିକା ମାନଙ୍କର ଦାୟିତ୍ୱ ନେବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ।ସମସ୍ତ ପ୍ରସ୍ତୁତି ସାରି ବସ ଚାଲିଲା ବାଲେଶ୍ୱର ଏବଂ ସମ୍ବଲପୁର ଅଭିମୁଖେ ।ବସ ଭିତରେ ପିଲାଙ୍କ ସହ ପଦ୍ୟାନ୍ତ ଏବଂ ନୃତ୍ୟରେ ମଗ୍ନ ହୋଇ ଭୁଲିଯାଇଥିଲି ଯେ ମୁଁ ସେମାନଙ୍କଠାରୁ ବୟସରେ ଖୁବ ଆଗୁଆ ।

ଭ୍ରମଣ ସ୍ଥାନରେ କିନ୍ତୁ ଅନୁଭୂତି ଅଲଗା ।ନିଜେ କୌଣସି ଉପଭୋଗ ବିନା ପିଲାଙ୍କୁ ଧାଡିରେ ଠିଆ କରାଇବା ।ସେମାନଙ୍କୁ ଦର୍ଶନ କରାଇବା ,କିଛି ଜିନିଷ କି ଖାଦ୍ୟ କିଣିବା ବେଳେ ସାହାଯ୍ୟ କରିବା ଭିତରେ ମନରେ ଅସନ୍ତୋଷ ନିଜର ଉପଭୋଗ ବାଧାପ୍ରାପ୍ତ ହେଉଥିବାରୁ ।ତଥାପି ସେ ଅନୁଭୂତିରୁ ଘରର ମୁଖିଆଙ୍କ ଦାୟିତ୍ୱ ବୋଧର ଜ୍ଞାନ ପ୍ରାପ୍ତ ହେଲି ।ପିଲାଙ୍କ ଖାଇବା ପିଇବା ବୁଝିବା,କାହାର କଣ ସୁବିଧା ଅସୁବିଧା ହେଲା,କାହାକୁ ଝାଡା ପରିଶ୍ରା ଲାଗିଲା ସବୁ ତଦାରଖ କରି ପ୍ରଧାନ ଗୃହଶିକ୍ଷକଙ୍କୁ ଜଣାଇ ସୁବ୍ୟବସ୍ଥା କରିବାରେ ଅସୀମ ଆନନ୍ଦ ମିଳିଥିଲା ।ତ୍ୟାଗର ପରିଣାମ ଏତେ ଖୁସି ହୋଇପାରେ ବୋଲି ପ୍ରଥମଥର ଶିଖିଥିଲି ।ସମସ୍ତଙ୍କ ସହଯୋଗର ସୁଫଳ ମଧ୍ୟ ଅନୁଭବ କରିଥିଲି ।କୌଣସି କାର୍ଯ୍ୟକୁ ଦାୟିତ୍ୱ ନେଇ ଅନ୍ତରରୁ କର୍ତ୍ତବ୍ୟ ସମ୍ପାଦନ କଲେ କାର୍ଯ୍ୟର ସଫଳତା ମିଳିବାର ଅନୁଭୂତି ସାଉଁଟି ଥିଲି ।


  ସେ ଅନୁଭୂତି ପରବର୍ତ୍ତୀ ସମୟରେ ଗୃହ ହେଉ କିମ୍ବା କର୍ମକ୍ଷେତ୍ରରେ ଦାୟିତ୍ୱ ଓ କର୍ତ୍ତବ୍ୟବୋଧତା ପ୍ରତି ସମ୍ମାନ ଆଣିଦେଇଛି ।ମନପ୍ରାଣ ଢାଳି ଅନେକ କାର୍ଯ୍ୟକ୍ରମରେ ସଫଳତା ପାଇବାର ପୁରସ୍କାର ପ୍ରଂଶସା ଲାଭ କରିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational