ଦାନ କର, କିନ୍ତୁ ଦୀନ ହୋଇ
ଦାନ କର, କିନ୍ତୁ ଦୀନ ହୋଇ
ତପୋବିଭୂତି
ମୁଁ ଯଦି ଦାନ କରେ ତେବେ ତା' କରିବି ନିଃସ୍ୱାର୍ଥଭାବେ | କୌଣସି ଆଶା ରଖିବିନି ଯେ ମୁଁ ତା' ନିକଟରୁ କିଛି ପାଇବି |
ଶ୍ରୀଶ୍ରୀବଡ଼ଦା ତା' ହେଲେ ଦୀନ ମାନେ କ'ଣ ?
ଗରିବ ହୋଇ |
ଶ୍ରୀଶ୍ରୀବଡ଼ଦା ଆଗେ ମୋତେ ଗରିବ ହେବାକୁ ହେବ, ତା'ପରେ ଦାନ କରିବାକୁ ହେବ ?
ନମ୍ର ହୋଇ
ଶ୍ରୀଶ୍ରୀବଡ଼ଦା
ହଁ, ଅହଙ୍କାର ନ ରଖି | ଗରିବ ମାନେ ଅହଙ୍କାର କରିବାର କିଛି ନାହିଁ, ବିନୟର ସହିତ ତା'ର ଦୁଃଖରେ ଦୁଃଖିତ ହୋଇ | ଦୟାର ଦରଜା କ'ଣ ? 'ଦୟ' ଧାତୁ ରୁ ଦୟା, ମାନେ ପାଳନ, ରକ୍ଷା, ହିଂସା | ମୁଁ ବିପଦରେ ପଡିଲେ ତୁମ ନିକଟକୁ ଯଦି ଯାଏ, ତୁମେ ପାଳନ କରିଲ, ରକ୍ଷା କରିଲ | ତୁମେ ପାଳନ କରିଲ ମୋର ଦୁଃଖ ଦୁର୍ଦ୍ଦଶାକୁ ହିଂସା କରି | ଠାକୁରଙ୍କର ବାଣୀଗୁଡିକ ମୁଖସ୍ଥ କରି ଚରିତ୍ରଗତ କରିବାକୁ ହୁଏ | କାହାକୁ ଦାନ କରି କେବେବି କହିବାକୁ ହୁଏନା ଏଇ ଏତେ ଦେଲି | ପ୍ରତ୍ୟାଶା ନ ରଖି ଦାନ କରିଲେ ତୁମ ମନରେ ଦୟାର ଦରଜା ଖୋଲିଯିବ |
