STORYMIRROR

CHINMAYEE PRADHAN

Tragedy Classics Inspirational

4  

CHINMAYEE PRADHAN

Tragedy Classics Inspirational

ଦାଦନର ଦୁଃଖ

ଦାଦନର ଦୁଃଖ

3 mins
322

ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି | ଜୀଵନରେ ତ ବହୁତ ଝଡଝଞ୍ଜା ଆସିବ | ସବୁକୁ ସାମ୍ନା କରିବାର ଶକ୍ତି ଦରକାର | ଗୀତା ଜୀବନରେ ବି ଅନେକ ଝଡଝଞ୍ଜା ଆସିଛି | ହେଲେ ସେ ସବୁକୁ ସହି ଆଜି ମଧ୍ୟ ବଞ୍ଚିଛି | ହେଲେ ଆଉ ସହିବାକୁ ଧୈର୍ଯ୍ୟ ନାହିଁ |ରକ୍ତମାଂସର ଶରୀର କେତେ ଅବା ସହିବ | ପିଲାଟି ଦିନରୁ ମା କୁ ହରେଇଥିଲା |ଯୌବନର ଆଦ୍ୟ ସୋପାନରେ ବାପାଙ୍କୁ ହରେଇଲା |ଝାଉଁଳି ପଡିଥିବା ଗଛ ମୂଳେ ପାଣି ବୁନ୍ଦେ ଦେଇ ସତେଜ କରିବାକୁ ଆସିଥିଲା ଜ୍ଞାନ |ବାପା ମା ଛେଉଣ୍ଡ ଝିଅ ଟିର ହାତ ଧରିଥିଲା ସେ |ଯୁକ୍ତ ୨ ଯାଏ ପାଠ ପଢିଥିବା ଜ୍ଞାନରଞ୍ଜନ କଲିକତାରେ ଏକ କମ୍ପାନୀରେ କାମ କରୁଥିଲା |ଗାଁ ମନ୍ଦିରରେ ବିବାହ କରି ଗୀତାକୁ ଧରି ସେ ଚାଲି ଯାଇଥିଲା କଲିକତା |ବେଶ କିଛିଦିନ ହସଖୁସିରେ ରେ କଟିଗଲା |ଦୁଇ ବର୍ଷ ପରେ ପୁଅ ଟିଏ ଜନ୍ମ ହେଲା | ନାଁ ରଖିଥିଲେ ଅର୍ଜୁନ |ସେ ବି ଥିଲା ଠିକ ଅର୍ଜୁନ ପରି ବିଚକ୍ଷଣ | ପାଠଶାଠ ଉତ୍ତମ ବ୍ୟବହାର ଦ୍ଵାରା ସମସ୍ତଙ୍କର ଅତି ପ୍ରିୟ ହେଇ ପାରିଥିଲା ସେ |ପିଲା ନୁହେଁ ତ ସାକ୍ଷାତ ହୀରା ଖଣ୍ଡେ |ଦିନେ ସେ ମା କୁ ପଚାରିଲା ଆମେ ତ ଏଠି ଭଡା ଘରେ ରହୁଛେ ଆମର କଣ ନିଜ ଘର ନାହିଁ ? ଆମେ କଣ ଏଇଠି ସବୁଦିନ ରହିଥିବା ହଁ ରେ ବାପ ଆମର ନିଜ ଘର ଅଛି, ଗାଁ ଅଛି |ହେଲେ ସେ ଏବେ କେଉଁ ଅବସ୍ଥାରେ ଥିବ ଜଣ ନାହିଁ | ତୋ ବାପା ଯେତେ ଦିନ ଏଠି ଚାକିରି କରିଛନ୍ତି ସେତେଦିନ ରହିବା। ଆଛା ମା ଆଉ ଟିକେ ଯାଇକି ଗାଁ ଆଡେ ବୁଲି ଆସିଲେ ହୁଅନ୍ତାନି | ହଉ ତୋ ବାପାଙ୍କୁ କହିବି କେବେ ଯିବା।


     କମ୍ପାନୀରୁ ଦଶଦିନ ଛୁଟି ନେଇ ଗାଆଁକୁ ବାହାରିଲେ ସପରିବାର। ଗାଁର ଚେହେରା ବଦଳି ଯାଇଛି। ବସଷ୍ଟାଣ୍ଡରେ ଓହ୍ଲାଇ ଗାଁକୁ ଗଲାବେଳେ ସେହି ନାଲି ଗୋଡି ରାସ୍ତାର ଦୁଇପାର୍ଶ୍ବରେ ଥିବା ଜଂଗଲ ଆଉ ନାହିଁ। ସହର ପରି ରାସ୍ତା ଆଉ ଦୁଇପଟେ କେତେ ନୂଆ ଘର। ଆମ୍ବତୋଟା ମଇଁଷିଗୋଠ ନାହିଁ। ରଜପର୍ବରେ ଦୋଳି ବନ୍ଧା ହେଉଥିବା ସେ ବଡ଼ ବରଗଛଟା ବି ନାହିଁ। ସାରମାଉସୀର ଭଂଗା କୁଡିଆଟା ନଇଁ ପଡ଼ିଛି। ବୁଢୀ ଦି ବର୍ଷ ତଳୁ ମରିଗଲାଣି। ଆହୁରି ଟିକେ ଭାଙ୍ଗି ଯାଇଛି |ବୁଢ଼ୀ ବି ବର୍ଷକ ତଳୁ ମରି ଗଲାଣି |ତାଳ ବଣିଆ ପାଖରେ ଗୋଟେ ବିଦେଶୀ ମଦ ଦୋକାନ ଖୋଲିଛି |ବେଶ ଭିଡ ଜମୁଛି, ସେଠି ଯୁବକଠୁ ବୁଢ଼ା ପର୍ଯ୍ୟନ୍ତ |ମଦନା ବାରିକଟା କୁଆଡେ ମଦପିଇ ନିଶାରେ ନାଳ ପୋଲରୁ ତଳକୁ ଗଳି ପଡି ମରି ଯାଇଛି ଏଇ ବର୍ଷକ ତଳେ |ଦନେଇ ସାହୁ ପୁଅଟା ମଦ ପିଇ ତା ବୋହୂକୁ କଣ ବଡ଼ିଆବାଡି କଲା ଯେ ସେ ତା ଛୋଟ ଝିଅଟାକୁ ଧରି ବାପଘରକୁ ପଳେଇ ଯାଇଛି | ଗାଁ ରେ ପ୍ରାୟ ଜମି ପଡିଆ ପଡିଛି |ମାଗଣା ଚାଉଳ ଗହମ ମିଳିବା ଦିନଠୁ ଆଉ ପ୍ରାୟ କେହି ଚାଷ କରୁ ନାହାନ୍ତି| ଗୋପୀନାଥ ମଠରେ ଆଉ ଭାଗବତ ପଢା ହଉନି| ଗାଁ ଆଉ ଗାଁ ପରି ଵାସୁନାହିଁ| ଜ୍ଞାନ ତାର ସେଇ ଭଂଗା କୁଡ଼ିଆରେ ପାଞ୍ଚ ଛଅ ଦିନରହି ପୁଣି ଫେରି ଆସିଲା କର୍ମ କ୍ଷେତ୍ରକୁ | ଅର୍ଜୁନକୁ କିନ୍ତୁ ଗାଁ ଭଲ ଲାଗୁଥିଲା |

  କଂପାନୀରେ ଯୋଗ ଦେବାର ତିନି ଦିନ ପରେ ହଠାତ କମ୍ପାନୀରେ ନିଆଁ ଲାଗିଗଲା |କେତେ ଲୋକ ମଲେ କେତେ ଅକର୍ମଣ୍ୟ ହୋଇ ପଡି ରହିଲେ |ଜ୍ଞାନର ମଧ୍ୟ ପତ୍ତା ମିଳିଲା ନାହିଁ| ଗୀତା ଜୀବନରେ ଦୁଃଖର ପାହାଡ଼ ଛିଡି ପଡିଲା | ଏଠି ନା କେହି ସାହି ପଡିଶା ଅଛି ନା ବନ୍ଧୁବାନ୍ଧବ | ତା ପାଖରେ ଠିଆ ହେବା ପାଇଁ କେହିବି ନାହିଁ | କୋଉଠି ରହିବେ ଖାଇବେ କଣ ? ଗାଁ ହୋଇଥିଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିକକ ଥାନ୍ତା | ଖାଇବାକୁ କିଛି ନହେଲେ ବି ଶାଗମୁଗ ଦିଇଟା ମିଳିଥାନ୍ତା |ଜ୍ଞାନ ଯାହା ରୋଜଗାର କରେ ସେଥିରେ ତ କଷ୍ଟେମଷ୍ଟେ ଘର ଭଡା ଖାଇବା ପାଇଁ ରଖି ବାକି ସବୁ ପୁଅର ପାଠ ପଢ଼ାରେ ଲଗେଇଥିଲା |ସହର କଥା |ପାଣି ପବନ ଏଠି ତ ସବୁ କିଣା |ନ କିଣିଲେ ଉପାସ ରହିବାକୁ ପଡିବ | ଚଳିବାକୁ କଷ୍ଟ ହେଉଥିଲା ବୋଲି ଜ୍ଞାନ ଆହୁରି ତିନିଘଣ୍ଟା ଅଧିକ ସମୟ କାମ କରୁଥିଲା | ଗୋଟେ ଦାଦନର ଦୁଃଖ କିଏ ବା ବୁଝିବ! ଅର୍ଜୁନ ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ |ଛୋଟ ପିଲା ହେଲେ ବି ତାର ବୁଦ୍ଧି ବିଚକ୍ଷଣ ଥିଲା |ସେ ମାଆକୁ ଧରି ଗାଁ କୁ ଫେରି ଆସିଲା |ଭଙ୍ଗା ଚାଳ ଛପରକୁ ସଜାଡି ରହିଲେ| ମା ପରଘରେ କାମ କରେ, ପୁଅ ପେପର ବିକେ। ଏତେ ଦୁଃଖ ଦେଲା ପରେ ବି ଦଇବର ମନ ବୁଝିଲାନି ଯେ ଶେଷରେ ସେ ପୁଅକୁ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଭାବେ ଆହତ କରି ପଂଗୁ କରି ଦେଲା। ଏତେ ଦୁଃଖ ଏ ଦେହଧାରୀ ମଣିଷ ବା ସହିବ କେମିତି! ଗୀତା ତାର ଏ ମଣିଷ ଜନ୍ମକୁ ଶତ ଧିକ୍କାର କରୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy