ଚଷମା - ଦୁଇଟି ଅଣୁ ଗଳ୍ପ
ଚଷମା - ଦୁଇଟି ଅଣୁ ଗଳ୍ପ


୧ମ- ପିଲାବେଳେ ଥରେ ବାପାଙ୍କ ପାୱାର୍ ଚଷମା ପିନ୍ଧି ଦେଇଥିଲି ବୋଲି ବାପାଙ୍କଠୁ ନିର୍ଧୁମ୍ ଗାଳି ଶୁଣିଥିଲି । ଏବେ କିନ୍ତୁ ପାୱାର୍ ଚଷମା ନ ପିନ୍ଧି କିଛି କାମ କରିଦେଲେ ଗାଳି ଶୁଣିବାକୁ ପଡୁଛି ଅଫିସର୍ ଙ୍କ ପାଖରୁ !!!
୨ୟ - ଗତ ମାସରେ ଜେଜେମାଆଙ୍କର ଆଖି ଅପରେସନ୍ ହେଲା। ଡାକ୍ତର ଖାନାରେ ତାକୁ କଳା ଚଷମାଟିଏ ପିନ୍ଧିବାକୁ ଦେଇଥିଲେ । ଜେଜେମା କିନ୍ତୁ ଚଷମା ପିନ୍ଧିବାକୁ ଲାଜ କରୁଥିଲା। ମୁଁ ତାକୁ ଜୋର୍ କରି ପିନ୍ଧେଇ ଦେଲି ଆଉ କହିଲି, " ଜେଜେମା ତୁମେ ହିରୋଇନ୍ ପରି ଦେଖାଯାଉଛ!" ଏବେ ଜେଜେମାଆଙ୍କ ଆଖି ପୁରା ଭଲ ହେଇଯାଇଛି। ସେ କିନ୍ତୁ ଆଉ ଆଖିରୁ ଚଷମା ବାହାର କରୁନି।