STORYMIRROR

Sunanda Mohanty

Tragedy Action Others

4  

Sunanda Mohanty

Tragedy Action Others

ଚନ୍ଦ୍ରମା ଶୁଦ୍ଧି

ଚନ୍ଦ୍ରମା ଶୁଦ୍ଧି

3 mins
239


   ସେଦିନ କିଛି ଭଲ ଲାଗୁନଥିଲା. ପିତୃପୁରୁଷଙ୍କ ନାମ ନେଲାବେଳେ ବୋଉ ମୁହଁ ଉଦାସ ଦିଶୁଥିଲା. ଜହ୍ନରେ କଳା କଳା ଚି଼ହ୍ନ ସବୁ ଦୂର ଗ୍ରହ ବାସିଙ୍କ ଆଡ୍ଡାସ୍ଥଳୀ ଭଳି ଲାଗୁଥିଲା. ପୃଥିବୀ ମଣିଷମାନେ ଯଦି ଚନ୍ଦ୍ରରେ ଘର କରିବାକୁ ବ୍ୟାକୁଳ, ଅନ୍ୟ ଗ୍ରହ ବାସିମାନେ ବା କାହିଁକି ଚନ୍ଦ୍ର ଅଭିଯାନ ନକରିବେ!ପୁଣି ମନକୁ ବ୍ୟାକୁଳ ଭାବ ଜଡ଼ସଡ଼ କଲା. କାଶୀ ପଣ୍ଡିତ କାଲି ଗ୍ରହ ଗଣତି କଲାବେଳେ କହୁଥିଲେ ଆରେ ତୁମେ ସବୁ ମୂର୍ଖ. ମଣିଷ ମଲା ପରେ ମଣିଷ ହେବନି ତ ଆଉ କଣ ଚଢେଇ ଚିରୁଗୁଣୀ ହେବ? ରାଧୁ ମହାଜନ ଯେତେ ପାପ କରିଛି ମଣିଷ ହୋଇ ଜନ୍ମ ହେଲେ ସିନା ପ୍ରାରବ୍ଧ କର୍ମ ଫଳ ଭୋଗିବ ଆଉ ଚଢେଇ ବା ଅନ୍ୟ ଜନ୍ତୁ ଜୁନ୍ତା ହେଲେ କେମିତି ଭୋଗିବ!ସତେତ ସେଠି ହରି ଥିଲା ତ ତା ମନଟା ବି ଖୁସି ହୋଇଗଲା, ଯା ହେଉ ମୋ ବୋଉ ଟା ତାହାଲେ ମଣିଷ ଜନମ ପାଇଥିବ ନିଶ୍ଚୟ. ବାପା ଚାଲିଗଲା ପରେ ବୋଉ ପାଖରୁ ଚାଲି ଆସିବା କଥା କାଲି ପରି ମନେ ପଡୁଥିଲା ହରିର।

   ଗାଁରୁ ବାଇକରେ ଯିବା ଆସିବା କରିବା ବିପଦଜନକ ଥିଲା. ସହଜେ କ୍ୱାଟର ଖଣ୍ଡେ ମିଳିଯାଇଥିଲା ହରିକି ତ ବୋଉ ସେଦିନ ସେକଥା ଶୁଣି ଠାକୁର ଘରୁ ଉଠୁ ନଥିଲା. ଦୀପ ଧୂପ ସଞ୍ଜ ମହକରେ ଆଉ ଅଧଘଣ୍ଟା ଠାକୁର ଘରେ କଟେଇ, ଛଡା ତୁଳସୀ ମାଳ ଆଣି ଝାଡ଼ି ଦେଇଥିଲା ହରି ଓ ବୋହୁ ସୀମା ଓ ନାତି ପିଣ୍ଟୁକୁ. କିନ୍ତୁ ହୃଦୟରୁ ବୋଉକୁ ସାଙ୍ଗରେ ନେଇଯିବାକୁ ଚାହିଁ ମଧ୍ୟ ପାଟିରେ ଖୋଲି କହିନପାରିବାର କାରଣ ଜାଣିପାରୁନଥିଲା ହରି. ସୀମା ସହଜେ ଉପରେ ପଡି କହୁଥିଲା ମାଆ ଆପଣଙ୍କୁ ଆମେ ସାଙ୍ଗରେ ନେଇ ଯାଆନ୍ତୁ ଯେ, ସେଠି ଆପଣଙ୍କୁ ଜମା ଭଲ ଲାଗିବ ନାହିଁ. କଲୋନୀ ଚଳଣି ଓ ପରିବେଶ ତଥା ମଣିଷ ମାନେ ଅନ୍ୟ ଦୂର ଗ୍ରହ ବାସିମାନଙ୍ ପରି ଲାଗିବେ ଆପଣଙ୍କୁ. କଥା ଛଡେଇ ବୋଉ କହୁଥିଲା ନାଇଁରେ ମାଆ ପିତୃପୁରୁଷଙ୍କୁ ଛାଡ଼ି କୁଆଡେ ଯିବି ।

   ବହୁଦିନର ସ୍ବପ୍ନ ପୁରଣ ହୋଇଥିବାରୁ ହରି, ସୀମା ଓ ପିଣ୍ଟୁ ଖୁବ ଖୁସି ଥିଲେ. କ୍ୱାଟରରେ ଅସଜଡ଼ା ବ୍ୟାଗ ସବୁକୁ ରଖା ଥୁଆ କରି ରଖିବା ସଜଡା କରୁ କରୁ ଝାଳ ପୋଛିବାକୁ ବ୍ୟାଗ ଭିତରୁ ହରି ପାଇଥିଲା ବୋଉର ଶାଲ, ଯୋଉଟା ବୋଉର ହୋଇଥିଲେ ବି ଅଧିକାଂଶ ବ୍ୟବହାର କରେ ହରି. ନାତି ଗାଁରେ ଜେଜେମାର ଅପୂଜା କୃଷ୍ଣମୂର୍ତ୍ତିରେ ସବୁବେଳେ ଆଖି ପକାଏ. ତାଙ୍କ ସହିତ ଖେଳିଲେ ଜେଜେମା କହେ, ଅପୂଜା ହେଲେ ବି ସେ ଠାକୁର ବାବା, ତାଙ୍କୁ ଏମିତି କଣ୍ଢେଇ ଭଳି ବ୍ୟବହାର କରିବା ଉଚିତ ନୁହେଁ. କିନ୍ତୁ କ୍ଵାଟରରେ ପହଞ୍ଚି ନିଜ ବ୍ୟାଗରେ ପିଣ୍ଟୁ ପାଇଥିଲା ସେହି ମୂର୍ତ୍ତି. ବାପା ପୁଅ ଖୁବ ଝୁରୁଥିଲେ ମାଆକୁ. ଆଉ ସୀମା ଯେବେ ତା ବ୍ୟାଗରୁ, ଖୋଲା ହୋଇନଥିବା ହ୍ରଲିକ୍ସ ଓ ଅମୁଲ ଡବା ପାଇଥିଲା ତାର ମନେ ପଡୁଥିଲା, ହରି ଯେବେ ସେସବୁ ନେଇଆସିଥିଲା ମାଆ ପାଇଁ ସୀମା ମୁହଁ ଛିଞ୍ଛାଡି କହିଥିଲା, ହ୍ରଲିକ୍ସ ପିଇକି ବୋଉ କଣ ଆଉ ଦଶ ବର୍ଷ ଅଧିକା ବଞ୍ଚିବେ. ହାତ ଉଠାଉ ଉଠାଉ ବୋଉ, ଶୁଣେଇ ଶୁଣେଇ ହରିକି କହୁଥିଲା ଆରେ ଧନ ଗାଁ ବାରି ବଗିଚାରୁ ଏତେ ସବୁଜ ପନିପରିବା ଓ ଶାଗ ଖାଇ ଭିଟାମିନ ପାଉନି ଯେ ବୋଉ ପାଇଁ ଏସବୁ ଆଣିଛୁ ବରଂ ସୀମାର ଆଣ୍ଠୁ ଗଣ୍ଠି ଧରିଲାଣି ଏଇ ଦିନୁ ସେ ପିଉ. ସମସ୍ତେ ଝୁରୁ ଥିଲେ ମାକୁ.କିନ୍ତୁ କ୍ଵାଟର ଆସିବାର ଦଶ ବର୍ଷ ତ ଦଶ ବର୍ଷ,ଗୋଟାଏ ବର୍ଷରେ ବୋଉ ଚାଲିଗଲା ଆର ପାରିକୁ. ଗାଁରେ ସବୁ ହରିକୁ କହୁଥିଲେ ତତେ ଓ ତୋ ପିଲାଙ୍କୁ ଝୁରି ଝୁରି ଚାଲିଗଲେ ବୋଉ ତୋର ।

  ଛାତି ଚିରି ହୋଇଯାଇଥିଲା ହରିର. ବଞ୍ଚିଥିଲେ ନଦିଅନ୍ତି ତୁଣ୍ଡେ, ମରିଗଲେ ଦିଅନ୍ତି ବେଣା ମୁଣ୍ଡେ କଥାଟା ସତ କରି ହରି ବାପା ବୋଉଙ୍କୁ ଠାକୁର ଘରେ ଭୋଗ ପାଣି ଫୁଲ ଦେଇ ପୂଜୁଥିଲା ତ ଆଜି ବୋଉ ଚେହେରା ଉଦାସ ଦେଖି ସେ ଜଡ଼ସଡ଼. ସକାଳୁ ସକାଳୁ ହରି ପୂଜା କରେ. ଛାତକୁ ଯାଇ ସୂର୍ଯ୍ୟ ନମସ୍କାର କରେ. ଆଜି ସେମିତି କରି ଚତୁଃର୍ଦିଗକୁ ଘୁରି ଆସିଲା ବେଳକୁ ଚନ୍ଦ୍ରମା ଦିଶୁଥିଲେ ଅସ୍ପଷ୍ଟ ହେଲେ ବି ତା ଭିତରେ ବୋଉର ମୁହଁ. ଆଖି ମଳି ମଳି ହରି ଯେତେଥର ଦେଖିଲା ସେଇ ଦୃଶ୍ୟ. ବୋଉ କଣ ପୃଥିବୀରେ ଜନ୍ମ ନନେଇ ଚନ୍ଦ୍ରରେ, ଦୂର ଗ୍ରହବାସି ହୋଇ ଜନ୍ମ ନେଲାକି?? ସେଇଥିପାଇଁ ଉଦାସ ଦିଶୁଛି ଫଟୋରେ ପୁଣି ଚନ୍ଦ୍ରରେ ବୋଉ ମୁହଁ!ଦୌଡ଼ିଲା କାଶୀ ପଣ୍ଡିତଙ୍କ ପାଖକୁ ହରି . ଖଡ଼ି ଗଣନା କରି କାଶୀ ପଣ୍ଡିତ କହିଲେ ଆରେ ତୋର ଚନ୍ଦ୍ର ଶୁଦ୍ଧି ଆଉ ପିତୃପୁରୁଷଙ୍କ ଅମୃତ ଦୃଷ୍ଟିରୁ ଏମିତି ସବୁ ଦୃଶ୍ୟ. ଖୁସିରେ ଘରକୁ ଫେରିଲା ବେଳେ ହରି ଭାବୁଥିଲା ପ୍ରଭୁ ମୋ ବୋଉ ଦୂର ଗ୍ରହ ବାସି ନହୋଇ ଆମ ପୃଥିବୀରେ ଜନ୍ମ ପାଇଥାଉ ।



Rate this content
Log in

Similar oriya story from Tragedy