The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ABhimanyu Panda

Inspirational

3  

ABhimanyu Panda

Inspirational

ଚନ୍ଦ୍ରମା ର ପଛଭାଗ

ଚନ୍ଦ୍ରମା ର ପଛଭାଗ

5 mins
604



ଅଭିମନ୍ୟୁ ବାବୁ ଏଇ କିଛିଦିନ ହେବ ଅଶୋକ ବାବୁ ରହୁଥିବା କଲୋନୀରେ ସପରିବାରେ ରହୁଛନ୍ତି । ପ୍ରାତଃ ଭ୍ରମଣ ସମୟରେ ପ୍ରାୟ ଉଭୟଙ୍କର ଦେଖାହୁଏ । ଉଭୟେ ଉଭୟଙ୍କ ଲାଗି ଅପରିଚିତ ହେଲେବି ଶାଳୀନତା ସହ ଉଭୟେ ଉଭୟଙ୍କୁ ସକାଳର ଅଭିବାଦନ ଜଣାଇ ଆଗେଇ ଯାଆନ୍ତି ନିଜ ନିଜର ଗନ୍ତବ୍ୟରେ । ଉଭୟଙ୍କର ପିଲାମାନେ ଗୋଟିଏ ବିଦ୍ୟାଳୟରେ ପାଠ ମଧ୍ୟ ପଢ଼ନ୍ତି । ପ୍ରତିଦିନର ସାକ୍ଷାତ ଧିରେ ଧିରେ ବନ୍ଧୁତାରେ ପରିଣତ ହୁଏ । ଅଶୋକ ବାବୁ ପେଷାରେ ଜଣେ ଅଧ୍ୟାପକ ଆଉ ଅଭିମନ୍ୟୁ ବାବୁ ଜଣେ ଉଚ୍ଚ ପାହ୍ୟାର ପୋଲିସ ଅଫିସର ।


       ଆଜିକାଲି ଉଭୟେ ସାଙ୍ଗ ହେଇ ପ୍ରାତଃ ଭ୍ରମଣରେ ଯାନ୍ତି । କେବେକେବେ ସନ୍ଧ୍ୟାରେ କଲୋନୀ ମଝିରେ ଥିବା ପାର୍କରେ ବସି ବିଭିନ୍ନ ବିଷୟରେ ଆଲୋଚନା କରନ୍ତି । ଦେଶର ବିଭିନ୍ନ ସମସ୍ୟା ବିଷୟରେ ଉଭୟେ ଚିନ୍ତିତ ବି ହୁଅନ୍ତି । ଏମିତି ଏକ ବିଳମ୍ବିତ ଅପରାହ୍ଣରେ ଉଭୟ ପାର୍କରେ ବୁଲୁଥିବା ସମୟରେ ଅଭିମନ୍ୟୁ ବାବୁ ସମ୍ନାରୁ ଆସୁଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କୁ ପାଦ ଛୁଇଁ ପ୍ରଣାମ ଜଣାଇଲେ । ଆଉ ସେହି ଅପରିଚିତ ବ୍ୟକ୍ତି ଜଣକ ଅଭିମନ୍ୟୁ ବାବୁଙ୍କୁ ତାଙ୍କ ହୃଦୟରେ ଲଗେଇଲେ । ଅଭିମନ୍ୟୁ ସେ ଅପରିଚିତ ବାବୁଙ୍କର ପରିଚୟ ଦବାକୁ ଯାଇ କହୁଛନ୍ତି :- ଅଶୋକ ବାବୁ ଦେଖନ୍ତୁ ଏ ହେଉଛନ୍ତି ପ୍ରଶାନ୍ତ ବାବୁ ମୋର ଉପରିସ୍ଥ ସହକର୍ମୀ , ଗୁରୁ , ଶୁଭ ଚିନ୍ତକ । ମୁଁ ଆଜି ଯାହାବି ଉନ୍ନତି କରିଛି କେବଳ ଏଇ ମଣିଷଙ୍କ ଲାଗି । 

 

     ୟାଙ୍କ ଭଳି ସଚ୍ଚୋଟ ,ସଜ୍ଜନ ଆଜିକାଲି ସମୟରେ ମିଳିବା କଷ୍ଟ । ୟାଙ୍କର ପୁରା ଜୀବନ ସଚ୍ଚୋଟତାର ଉଦାହରଣ । ଚାହିଁଥିଲେ କୋଟି କୋଟି ଟଙ୍କାର ମାଲିକ ହେଇପାରିଥାନ୍ତେ ହେଲେ ତାଙ୍କ ଜୀବନରେ ସେ ଲାଞ୍ଚର ଗୋଟିଏ ଟଙ୍କା ବି ଗ୍ରହଣ କରି ନାହାଁନ୍ତି । ନିଜର ପ୍ରଶଂସାରେ ପ୍ରଶାନ୍ତ ବାବୁ ଗର୍ବରେ ଛାତି ଫୁଲଉ ନଥିଲେ ବରଂ ଅସହଜ ହେଇଯାଉଥିଲେ । 


        ଅଶୋକ ବାବୁ ପ୍ରଶାନ୍ତ ବାବୁଙ୍କୁ ଲକ୍ଷ୍ୟ କଲେ । ପାଦରେ ସାଧାରଣ ଚପଲ । ପୋଷାକ ବି ସାଧାରଣ । ଅଭିମନ୍ୟୁ ବହୁତ ସମୟ ପର୍ଯ୍ୟନ୍ତ ପ୍ରଶାନ୍ତ ବାବୁଙ୍କ ପ୍ରଶଂସା କରି ଚାଲିଥାନ୍ତି । ପ୍ରଶାନ୍ତ ବାବୁ ତାଙ୍କ ପ୍ରଶଂସାର କୌଣସି ଉତ୍ତର ନଦେଇ ଚୁପଚାପ ଠିଆ ହୋଇ ଶୁଣୁଥାନ୍ତି । ଅଶୋକ ବାବୁ ମଧ୍ୟ ନୀରବରେ ଅଭିମନ୍ୟୁଙ୍କ ମୁହଁରୁ ପ୍ରଶାନ୍ତ ବାବୁଙ୍କର ପ୍ରସଂଶା ଶୁଣୁଥାନ୍ତି । କିଛି ସମୟର କଥାବାର୍ତ୍ତା ପରେ ପ୍ରଶାନ୍ତ ବାବୁ ବିଦାୟ ମାଗିଲେ ଅଭିମନ୍ୟୁଙ୍କୁ । ପ୍ରଶାନ୍ତ ବାବୁ ସେଠାରୁ ଚାଲିଯିବା ପରେ ଅଶୋକ ବାବୁ ପ୍ରଶାନ୍ତ ବାବୁଙ୍କ ବିଷୟରେ ଅଭିମନ୍ୟୁଙ୍କ ପାଖରୁ ଅଧିକ ଜାଣିବାକୁ ଚାହିଁଲେ ଅଭିମନ୍ୟୁ କହୁଛନ୍ତି :-


       ପ୍ରଶାନ୍ତ ବାବୁ ଜଣେ ଥାନା ପ୍ରଭାରୀ ଥିଲେ । ମୁଁ ତାଙ୍କ ତଳେ ଦ୍ଵିତୀୟ ପାହ୍ୟାର ଅଫିସର । ଏଭଳି ବୋକା ମଣିଷ ମୁଁ ଆଜି ଯାଏ ଦେଖିନି ! ଚାହିଁଥିଲେ ଆଜି କେତେବଡ଼ ଅଫିସର ହେଇ ପରିଥାନ୍ତେ ! ନିଜର ସଚ୍ଚୋଟତା ଆଉ ଅଦର୍ଶବାଦୀ କୁ ଜାବୁଡି ଧରି ନା ନିଜେ ଲାଞ୍ଚର ଗୋଟିଏ ଟଙ୍କା ଖାଇଲେ ନା ଅନ୍ୟକୁ ଖାଇବାକୁ ଦେଲେ । ଅଶୋକ ବାବୁ ଆଶ୍ଚର୍ଯ୍ୟ ହେଇ ଅଭିମନ୍ୟୁଙ୍କୁ ପଚାରୁଛନ୍ତି :- ଆପଣ ଏବେ ବହୁତ ସମ୍ମାନର ସହିତ ପ୍ରଶାନ୍ତ ବାବୁଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ ତାଙ୍କ ପ୍ରଶଂସାରେ ମୁଖରିତ ହେଇପଡୁଥିଲେ ! ତାଙ୍କ କଥା କାଟି ଅଭିମନ୍ୟୁ କହୁଛନ୍ତି ।

    

      ସେ ମୋର ଉପରିସ୍ଥ ଥିଲେ ତାଙ୍କରି ଛତ୍ର ଛାୟାରେ ମୁଁ ମୋ କାମ ଶିଖିଛି ସେ ହିସାବରେ ସେ ମୋର ଗୁରୁ ତେଣୁ ତାଙ୍କ ପାଦ ଛୁଇଁଲି । ପୁଣି ସତ କଥା କାହା ସାମ୍ନାରେ ତ କହି ହବନି । ମୁଁ କେମିତି ଜାଣିଲି କି ସେ ଏଇ ସହରରେ ରହୁଛନ୍ତି ଏମିତି ହଠାତ ଦେଖା ହେଇଗଲାରୁ କଥା ହେବାକୁ ପଡ଼ିଲା । ଉତ୍ସୁକତା ବଶତଃ ଅଶୋକ ବାବୁଙ୍କୁ ପଚାରୁଛନ୍ତି ତା'ହେଲେ ପ୍ରଶାନ୍ତ ବାବୁ କଣ ଏବେ ଆଉ ପୋଲିସ ବିଭାଗରେ କାର୍ଯ୍ୟରତ ନାହାଁନ୍ତି? ଅଶୋକ ବାବୁ ଆପଣ ବି ଛୋଟ ପିଲାଙ୍କ ଭଳି ପ୍ରଶ୍ନ କରୁଛନ୍ତି ! ସାମାନ୍ୟ ବିରକ୍ତ ହେଇ ଅଭିମନ୍ୟୁ କହୁଛନ୍ତି।

  

     ଯେଉଁ ଲୋକ ଅନ୍ୟର ସ୍ୱାର୍ଥରେ ବାଧା ଦିଏ ତାକୁ କିଏ ବା ପସନ୍ଦ କରେ ? ନିଜ ବିଭାଗରେ ,ସେ ଅଞ୍ଚଳର ରାଜନୈତିକ ନେତା ,ଅପରାଧୀ ସମସ୍ତଙ୍କ ସହିତ ନ ଚାହିଁଲେବି ପ୍ରଶାନ୍ତ ବାବୁଙ୍କର ଶତ୍ରୁତା ହେଇ ଯାଇଥିଲା । ଏମିତିରେ ସେ ସମୟରେ ଆମ ବିଭାଗର ଖାଲି ପଡ଼ିଥିବା ପଦ ଲାଗି ନିଯୁକ୍ତି ବାହାରିଥିଲା । ସେ ସମୟରେ ପ୍ରଶାନ୍ତ ବାବୁ ନିଜେ ଲାଞ୍ଚ ଖାଇଲେନି କି ତାଙ୍କର ଉପରିସ୍ଥ ମାନଙ୍କୁ ବି ସେ ସୁଯୋଗ ଦେଲେନି ଏମିତିକି ନେତା ଓ ମନ୍ତ୍ରୀ ମାନଙ୍କର ସୁପାରିଶକୁ ବି ଅଣଦେଖା କରିଦେଲେ । 


       ଏ ଘଟଣାର କିଛିଦିନ ପରେ ଆଉ ଏକ ଘଟଣା ଘଟିଲା । ଜଣେ ମନ୍ତ୍ରୀଙ୍କର ଲାଲବତୀ ଗାଡ଼ିକୁ ଅଟକାଇ ଥିଲେ ତନଖୀ ଲାଗି । ମନ୍ତ୍ରୀ ଜଣକ ଉପରିସ୍ଥ ଅଧିକାରୀ ମାନଙ୍କୁ ଫୋନରେ ଜଣାଇଲେ । ଉପରିସ୍ଥ ଅଧିକାରୀ ମାନଙ୍କର ବାରଣ ସତ୍ତ୍ୱେ ପ୍ରଶାନ୍ତ ବାବୁ ମନ୍ତ୍ରୀ ମହୋଦୟଙ୍କ ଗାଡ଼ିରୁ କୋକୀନ ଜବତ କରିଥିଲେ ଯାହା ମନ୍ତ୍ରୀ ମହୋଦୟ ନିଜେ ବ୍ୟବହାର କରୁଥିଲେ । ପ୍ରଶାନ୍ତ ବାବୁ ମନ୍ତ୍ରୀ ମହୋଦୟଙ୍କ ବିରୋଧରେ କେଶ ଫାଇଲ କରି ତାଙ୍କୁ ଜେଲ ପଠେଇଦେଇଥିଲେ । ଏ ଘଟଣାରେ ସମସ୍ତ ଉପରିସ୍ଥ ଅଧିକାରୀ ମାନଙ୍କର କୋପ ଭାଜନ ହେଇଥିଲେ ପ୍ରଶାନ୍ତ ବାବୁ । ପୁରା ବିଭାଗରେ ପ୍ରଶାନ୍ତ ବାବୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଲା କେମିତି ତାଙ୍କୁ ଚାକିରୀରୁ ବାହାର କରାଯିବ ? କିଛିଦିନ ପରେ ନିଜର ଆଧିପତ୍ୟ ବଳରେ ମନ୍ତ୍ରୀ ମହୋଦୟ ଜାମିନୀ ରେ ଆସିଲେ । ସେ ପ୍ରଶାନ୍ତ ବାବୁଙ୍କ ବିରୁଦ୍ଧରେ ଚାଲିଥିବା ଷଡଯନ୍ତ୍ରର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଇଗଲେ । କିଛିଦିନ ପରେ ହାଜତ ଭିତରେ ଜେରାବେଳେ ଜଣେ ଅପରାଧୀର ମୃତ୍ୟୁ ହେଇଥିଲା । ସେ ଘଟଣାରେ ଚକ୍ରାନ୍ତ କରି ପ୍ରଶାନ୍ତ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରି ଚାକିରୀରୁ ବରଖାସ୍ତ କରିଦିଆଯାଇଥିଲା । ପ୍ରଶାନ୍ତ ବାବୁ ବିଚଳିତ ନ ହେଇ କୋର୍ଟରେ ନିଜ ବିରୁଦ୍ଧରେ ହେଇଥିବା ଚକ୍ରାନ୍ତରୁ ମୁକୁଳି ସସମ୍ମାନ ନିଜ ପୂର୍ବ ପାହ୍ୟାରେ ନିଯୁକ୍ତ ହେଇଥିଲେ । 

   ତଥାପି ପୂର୍ବରୁ ଥିବା ସଚ୍ଚୋଟତା ଆଉ ଆଦର୍ଶବାଦୀ ପ୍ରତି ତାଙ୍କ ମନରେ କୌଣସି ପ୍ରକାରର ଦ୍ବିମନୋଭାବ ନଥିଲା । ସ୍ଥିର ଆଉ ନିଷ୍ଠାବାନ ଥିଲେ ତାଙ୍କ କର୍ତ୍ତବ୍ୟ ପ୍ରତି । ନିଜର ଏହି ଆଦର୍ଶବାଦୀ ଜନସେବା ମନୋଭାବ ଲାଗି ସମ୍ପୂର୍ଣ୍ଣ ବିଭାଗରେ ତାଙ୍କର କେହି ଜଣେ ହେଲେ ମିତ୍ର ନଥିଲେ । ଫଳରେ ସେ ନିଜେ ବ୍ୟତିବ୍ୟସ୍ତ ହେଇ ଚାକୀରୀରୁ ଇସ୍ତଫା ଦେଇଦେଇଥିଲେ । ଅଭିମନ୍ୟୁଙ୍କ ପାଖରୁ ପ୍ରଶାନ୍ତ ବାବୁଙ୍କ ବିଷୟରେ ଶୁଣିଲା ପରେ ,ପ୍ରଶାନ୍ତ ବାବୁଙ୍କ ପ୍ରତି ଅଶୋକ ବାବୁଙ୍କ ମନରେ ଅଗାଧ ଅବ୍ୟକ୍ତ ସମ୍ମାନ ସୃଷ୍ଟି ହେଲା ।


      ଅଭିମନ୍ୟୁ ପୁଣି କହୁଛନ୍ତି ଚାକିରୀରୁ ଇସ୍ତଫା ଦେଲା ପରେବି ପ୍ରଶାନ୍ତ ବାବୁଙ୍କର ଶତୃ ସଂଖ୍ୟା କମି ନଥିଲା । ପରିବାରରେ ନିଜ ସ୍ତ୍ରୀ ସବୁଦିନ ଛଳେଇ କୁହନ୍ତି ତାଙ୍କ ସଚ୍ଚୋଟତାକୁ ଆକ୍ଷେପ କରି । ଯୌତୁକ ନଦେଇ ପାରିବାରୁ ବିବାହପଯୋଗ୍ୟା ଝିଅ ଘରେ ବୋଝ, ଲାଞ୍ଚ ନଦେବାରୁ ପୁଅକୁ ଭଲ କଲେଜରେ ଦାଖିଲା କରେଇ ପାରି ନାହାନ୍ତି । ଏ ଲୋକ ପାଇଁ ଆଗରୁ ଆମ ବିଭାଗ ଚିନ୍ତିତ ଥିଲା ଆଉ ଏବେ ୟାଙ୍କ ପରିବାର । ଆପଣ ତାଙ୍କୁ ଟିକେ ବୁଝେଇଲେନି ଅଭିମନ୍ୟୁ ବାବୁ ? ହାଜତରେ ଯେଉଁ ଅପରାଧୀର ମୃତ୍ୟୁରେ ପ୍ରଶାନ୍ତ ବାବୁଙ୍କୁ ଫସେଇ ଦିଆଗଲା ଆପଣ ତାହାର ସତ୍ୟତା ଉନ୍ମୋଚନ କରି ପ୍ରଶାନ୍ତ ବାବୁଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେନି ? ଅଶୋକ ବାବୁଙ୍କ ଏ କଥାରେ ଅଭିମନ୍ୟୁ ପୁଣି ବିରକ୍ତ ହେଇ କହୁଛନ୍ତି ।


           ଆଛା ଅଶୋକ ବାବୁ ଆପଣ କହୁଛନ୍ତି ମୁଁ ଜାଣିଶୁଣି ନିଜ ଗୋଡ଼ରେ କୁରାଢ଼ୀ ମାରିଥାନ୍ତି ! ସେ କେସରେ ଆମ ବିଭାଗୀୟ କରାଚାରୀଙ୍କ ସହିତ ସ୍ୱୟଂ ମନ୍ତ୍ରୀ ମହୋଦୟଙ୍କର ସମ୍ପୃକ୍ତି ଥିଲା ।ମୋର ସମ୍ପୃକ୍ତି ମଧ୍ୟ ସମଭାବେ ଆପଣ କହୁଛନ୍ତି ମୁଁ ସାହାଯ୍ୟ କରିଥାନ୍ତି !

   ମୂର୍ଖ , କର୍ତ୍ତବ୍ୟ ଅନ୍ଧ , ଆଉ ନିଜ ସଚ୍ଚୋଟତା କୁ ନେଇ ଗର୍ବ କରୁଥିବା ଏକଜିଦିଆ ମଣିଷ ହେଉଛନ୍ତି ପ୍ରଶାନ୍ତ ବାବୁ । ଅଭିମନ୍ୟୁଙ୍କ କଥା କାଟି ଅଶୋକ ବାବୁ କହୁଛନ୍ତି । ତାହେଲେ ଏବେ ପ୍ରଶାନ୍ତ ବାବୁ କଣ କରୁଛନ୍ତି ନିଜର ଜିବୀକା ନିର୍ବାହ କରିବା ପାଇଁ ? କଣ କରିବେ ଏକ ଘରୋଇ କୋଚିଂ ସେଣ୍ଟରରେ ମାସିକ ୪୦୦୦ ଦରମାରେ ପିଲାଙ୍କୁ ସମାଜ ଶାସ୍ତ୍ରରେ କୋଚିଂ ଦେଉଛନ୍ତି । ସେଦିନ ସେତିକି କଥାବାର୍ତ୍ତା ପରେ ଦୁହେଁ ନିଜନିଜର ଘରକୁ ଯାଇଥିଲେ ।


       ଅଶୋକ ବାବୁ କିନ୍ତୁ ଦ୍ଵନ୍ଦରେ ପଡ଼ିଯାଇଥିଲେ କିଛି ଭଲ ଲାଗୁନଥିଲା ତାଙ୍କୁ । କଳ୍ପନାର ଆଖି ଯେତେ ଲମ୍ବୁଥିଲା ଦିଶୁଥିଲା ଖାଲି ଛଳନା ଆଉ ବିଶ୍ୱାସ ଘାତକ ମାନଙ୍କର ଭୟଙ୍କର ଛବି । ଅଶୋକ ବାବୁ ନିଷ୍ପତ୍ତି ନେଇ ସାରିଥିଲେ ଯେ , ସେ ଅଭିମନ୍ୟୁଙ୍କ ପାଖରୁ ଯଥା ସମ୍ଭବ ଦୂରତା ରକ୍ଷା କରିବେ । ଅଶୋକ ବାବୁ ମନେ ମନେ ଭାବୁଥାନ୍ତି ,ଚନ୍ଦ୍ରମା ପରି କାନ୍ତି ଯୁକ୍ତ ମୁଖମଣ୍ଡଳ ଆଉ ଚନ୍ଦ୍ରାଲୋକର ଶୀତଳତା ପରି ସୁମଧୁର ମନଲୋଭା କଥା କହୁଥିବା ଅଭିମନ୍ୟୁ ବାବୁଙ୍କ ମନରେ କେତେଯେ କାଳୀମା ଭରି ରହିଛି । ଯେମିତି ଏବେ ବିଜ୍ଞାନ ପ୍ରମାଣିତ କରିଦେଲା ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗହ୍ୱର ଆଉ ବିଶାଳ ପାହାଡ଼ ମାନ ଅଛି । ଠିକ ସେମିତି ଅଭିମନ୍ୟୁ ବାବୁଙ୍କ ପରି ସ୍ଵାର୍ଥ କୈନ୍ଦ୍ରିକ ମଣିଷ ମାନଙ୍କ ହୃଦୟରେ ଚନ୍ଦ୍ରର ପଛ ଭାଗ ପରି ନିଜ ଭିତରେ ସ୍ୱାର୍ଥର ପାହାଡ଼ ଆଉ ତାଙ୍କୁ ବିଶ୍ୱାସ କରୁଥିବା ପ୍ରଶାନ୍ତ ବାବୁଙ୍କ ପରି ମଣିଷ ମାନଙ୍କ ଲାଗି ଅବିଶ୍ୱାସର ବଡ଼ ବଡ଼ ଗହ୍ୱର ମାନ ଉଦିଷ୍ଟ !! 

            


Rate this content
Log in

More oriya story from ABhimanyu Panda

Similar oriya story from Inspirational