STORYMIRROR

Samar Ballav Bhoi

Horror Tragedy Inspirational

3  

Samar Ballav Bhoi

Horror Tragedy Inspirational

ଚନ୍ଦନଙ୍କ ଡର ଚେହେରା

ଚନ୍ଦନଙ୍କ ଡର ଚେହେରା

2 mins
146


ମଣିଷ ଜୀବନର ଡର ଭୟ ଏକ ପରିବର୍ତ୍ତନର ମାଧ୍ୟମ ଅଟେ। ଡର ଭୟ ଥିଲେ ସାନ ପିଲାଟି ନିଜ ଜୀବନ ର ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥାଏ। ସବୁ ଚେହେରା ପଛରେ ଡର ଭୟ ଥିଲେ ସେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଭଲ ଭାବରେ ବୁଝିପାରି ଥାଏ ଡର ।

  ଚନ୍ଦନ ମହାନ୍ତି ଦେଖିବାକୁ ବିଶାଳ କାୟ,ଉଚ୍ଚତା ୬ଫୁଟ, ସବୁ ମଣିଷ ତାଙ୍କ ଉଚ୍ଚତା ଆଗରେ ବହୁତ ଛୋଟ ଲାଗନ୍ତି। ଥରେ ଗାଁ ପାଖ ମୁନି ଯାତ୍ରା ପଡ଼ିଆରେ ଯାତ୍ରାପାଟି ନାଟକ ପରିବେଷଣ କରୁଥାଏ। ଯାତ୍ରା ମଝିରେ ନାଚଗୀତ କାର୍ଯ୍ୟକ୍ରମ ଚାଲିଥାଏ। ଏହି ସମୟରେ କିଛି ବଦମାସ ଲୋକମାନେ ଗଣ୍ଡଗୋଳ ଆରମ୍ଭ କରୁଥିବାର ଦେଖାଗଲା। ଚନ୍ଦନ ବାବୁ ଭାରି ଯାତ୍ରା ପ୍ରିୟ। ସେ ବି ଏହି ସମୟରେ ଯାତ୍ରା ଦେଖୁଥିଲେ। ହଠାତ୍ ଏମିତିକା ପରିବେଶ ହେଲା କହିଲେ ନସରେ। ଚନ୍ଦନ ବାବୁ ସେହି ଗଣ୍ଡଗୋଳ ସ୍ଥାନକୁ ଆସିଗଲେ। ଗଣ୍ଡଗୋଳ କରୁଥିବା ବଦମାସ ଲୋକମାନେ ଗଣ୍ଡଗୋଳ ଜାରି ରଖିଥାନ୍ତି। ଚନ୍ଦନକୁ ଦେଖି ସେମାନେ ଟିକିଏ ଥମିଗଲେ। ଚନ୍ଦନର ହଟାକଟା ଚେହେରା ଦେଖି ସେମାନେ ଗଣ୍ଡଗୋଳ ଛାଡି ଏଣେ ତେଣେ  ଦୌଡିବାରେ ଲାଗିଲେ। ଚନ୍ଦନର ବିଶାଳକାୟ ଚେହେରା ଦେଖି ସେମାନେ ଡରରେ କୁଆଡେ଼ ଚାଲିଗଲେ। ତାଙ୍କ ଭିତରୁ ଜଣେ ଚନ୍ଦନର ହାତରେ ଧରାପଡିଗଲା, ଚନ୍ଦନ ମାଡ଼ ଦେଖି ଲୋକେ ପୁରା ଅବାକ୍। ମାଡ଼ ମାରୁଥିବା ସମୟରେ କିଛି ଲୋକ ଚନ୍ଦନକୁ ଅଟାକାଇବାକୁ ଚେଷ୍ଟା କରୁଥାନ୍ତି, ବିଚାରା ଲୋକଟା ମରିଯିବ, ତାକୁ ଛାଡ଼ିଦିଅ। କିଛି ସମୟ ପରେ ବଦମାସ କରୁଥିବା ଲୋକଟି ସେ ସ୍ଥାନ ଛାଡି ଦୌଡି ଯିବାକୁ ଚେଷ୍ଟା କରି ତଳେ ପଡ଼ିଗଲା, ଆଉ ଉଠି ପାରୁ ନଥାଏ। ଚନ୍ଦନ ପାଟିକରି କହୁଥାଏ, ଲୋକଙ୍କ ମନୋରଞ୍ଜନ ବେଳେ ଗଣ୍ଡଗୋଳ କରିବା କ'ଣ ନିହାତି ଦରକାର। ଏମିତି ଅବସ୍ଥା କରିବି ସେ ଜୀବନର ସବୁଦିନ ମନେ ରଖିଥିବ। ଯାତ୍ରା କିଛି ସମୟ ପାଇଁ ବନ୍ଦ ରଖିବାକୁ ପଡ଼ିଲା। ସମସ୍ତେ ପାଖକୁ ଆସି ପଚାରୁଥାନ୍ତି ମାଡମାରୁଥିବା ହିରୋ କୁଆଡେ଼ ଗଲେ। ଏତେ ବଡ଼ ଚେହେରା ଆଗରେ ସାଧାରଣ ମଣିଷ କିଛି ନୁହେଁ। ଚନ୍ଦନ ସେମିତି ବଦମାସ ମଣିଷ ନୁହେଁ। ସମୟ ପଡ଼ିଲେ ନିଜର ଅସଲି ଚେହେରା ଦେଖାନ୍ତି, ଆଜି କାଲି ସେମିତି ଘଟଣା ଅନେକ ଘଟେ। ଭୟଙ୍କର ଚେହେରା ଦେଖିଲେ ମଣିଷକୁ ଡର ଲାଗେ। କିନ୍ତୁ ଚନ୍ଦନ ପ୍ରକୃତରେ ଭାରି ଶାନ୍ତ ସରଳ ମଣିଷଟିଏ। ସେଦିନ ଯାତ୍ରାରେ ସେମାନଙ୍କୁ ଗଣ୍ଡଗୋଳରୁ ଦୁର କରି ତଡିଦେବା ଉଦେଶ୍ୟରେ ଏମିତି ମାଡ଼ ମାରିଥିଲା। ସମସ୍ତେ ତାଙ୍କୁ ପ୍ରଶଂସା କଲେ। ତାଙ୍କର ଭୟଙ୍କର ଚେହେରା ଦେଖି ଗଣ୍ଡଗୋଳ କରୁଥିବା ଅନ୍ୟ କିଛି ଲୋକ ଭୟରେ ସେ ସ୍ଥାନ ଛାଡି ଚାଲିଯାଇଥିଲେ।



Rate this content
Log in

Similar oriya story from Horror